ରାଜଧାନୀରେ ଅଭିନବ ଉପାୟରେ ଚୋରି: ଚୁଟି କାଟୁ କାଟୁ ଗ୍ରାହକଙ୍କ ସୁନା ଚେନ୍ କାଟିନେଉଥିଲେ

ଭୁବନେଶ୍ୱର: ରାଜଧାନୀରେ ଏକ ଅଭିନବ ଉପାୟରେ ଲୁଟିଥିବା ଚୋରକୁ ବାନ୍ଧିଛି କମିଶନରେଟ୍ ପୋଲିସ । ଚୁଟି କାଟୁ କାଟୁ ଗ୍ରାହକଙ୍କ ସୁନାଚେନ୍ କାଟିନେଇଥିବା ଜଣେ ଧୃତ ବାରିକକୁ ଗିରଫ କରିଛି ଖଣ୍ଡଗିରି ଥାନା ପୋଲିସ । ଗିରଫ ଅଭିଯୁକ୍ତ ହେଲା ଭରତପୁର ଲେନ୍‌ – ୪ର ନାରାୟଣ ଡାକୁଆ । ପୁଲିସ୍ ତା’ଠାରୁ ୧୨ ଗ୍ରାମର ଏକ ସୁନା ଚେନ୍‌ ଜବତ କରିଛି ।

ପୁଲିସ୍ ସୂଚନାନୁଯାୟୀ , ନାରାୟଣ ଡୁମୁଡୁମା ଫେଜ୍ – ୨ରେ ଥିବା ଏସ୍‌ଆର୍‌କେ ସେଲୁନ୍‌ରେ କାମ କରେ | ଗତ ୨୫ ତାରିଖରେ ସୌମ୍ୟରଞ୍ଜନ ପଣ୍ଡା ନାମକ ଜଣେ ଯୁବକ ଚୁଟି କାଟିବାକୁ ଉକ୍ତ ସେଲୁନ୍‌କୁ ଯାଇଥିଲେ । ସୌମ୍ୟଙ୍କ ଚୁଟି କାଟୁ କାଟୁ ଅତି ଚତୁରତାର ସହ ତାଙ୍କ ବେକରୁ ୧୨ ଗ୍ରାମର ସୁନା ଚେନ୍‌ଟିକୁ କାଟି ନେଇଥିଲା ନାରାୟଣ । ପରେ ଏନେଇ ସୌମ୍ୟ ଖଣ୍ଡଗିରି ଥାନାରେ ଅଭିଯୋଗ କରିଥିଲେ । ଏତଲା ଆଧାରାରେ ପୁଲିସ ଘଟଣାର ତଦନ୍ତ କରି ନାରାୟଣକୁ ଗିରଫ କରିବା ସହ ତା ’ ପାଖରୁ ଚୋରି ସୁନାଚେନ୍ ଜବତ କରିଛି ।

ଏଥିସହିତ ପଢ଼ନ୍ତୁ: ରାଜଧାନୀରେ ବଢ଼ୁଛି ଅପରାଧ,ଶିଥିଳ ପଡ଼ିଛି ତଦନ୍ତ: ୩ହଜାରରୁ ଊର୍ଦ୍ଧ୍ୱ ମାମଲାର ହୋଇପାରିନି ତଦନ୍ତ

Leave a Reply