ଧର୍ମସଭାରେ ଗାନ୍ଧୀକୁ ଅପଶବ୍ଦ, ଗଡସେଙ୍କୁ ପ୍ରଶଂସା

ରାୟପୁର: ହରିଦ୍ୱାର ଧର୍ମସଭା ପରେ ରାୟପୁର ଧର୍ମସଭାରେ ବିବାଦ । ରବିବାର ଛତିଶଗଡ଼ ରାୟପୁରରେ ମଧ୍ୟ ଚାଲିଥିଲା ଧର୍ମସଭା । ଦେଶର ଅନେକ ସ୍ଥାନରୁ ଆସିଥାନ୍ତି ସନ୍ଥ ଓ ସାଧୁ  ।  ମହାରାଷ୍ଟ୍ରରୁ ଆସିଥିବା ମହାରାଜ କାଳୀଚରଣ ଉପସ୍ଥିତ ଶ୍ରୋତାଙ୍କୁ ସମ୍ବୋଧନ ଦେଉଥାନ୍ତି  । ଏହି ସମୟରେ ଉପୁଜେ ଅପ୍ରିତୀକର ପରିସ୍ଥିତି  । କାରଣ ମହାରାଜ କାଳୀଚରଣ ଏମିତି କିଛି ବୟାନ ଦେଇଥିଲେ  । ଯାହା ସଭାସ୍ଥଳୀକୁ ଉତ୍ତେଜିତ କରିଦେଇଥିଲା  । ଜାତିର ଜନକ ମହାତ୍ମା ଗାନ୍ଧିଙ୍କୁ ନେଇ ଅଶୋଭନୀୟ ମନ୍ତବ୍ୟ ଦେବା ସହ ଗାନ୍ଧିଜୀଙ୍କ ପ୍ରତି ଅପଶବ୍ଦ ବ୍ୟବହାର କରିଥିଲେ  ।

ହତ୍ୟାକାରୀ ନାଥୁରାମ ଗଡ଼ସେଙ୍କୁ ପ୍ରଶଂସା କରିଥିଲେ  । ଏମିତିକି ମଞ୍ଚରେ ନାଥୁରାମଙ୍କ ନାମ ଉଚ୍ଚାରଣ କରି ପ୍ରଣାମ ଜଣାଇଥିଲେ ।  ସେପଟେ ଧର୍ମସଭାକୁ ଆସିଥିବା ମହନ୍ତ ରାମସୁନ୍ଦର ଦାସ ମହାରାଜ କାଳୀଚରଣଙ୍କ ବୟାନକୁ ନିନ୍ଦା କରିବା ସହ ମଞ୍ଚ ଛାଡ଼ି ଚାଲିଛାଯାଇଥିଲେ  । ଭାରତ ପାକିସ୍ତାନ ଭାଗବଣ୍ଟାକୁ ନେଇ ସଭାରେ ମନ୍ତବ୍ୟ ଦେଇଥିଲେ ମହାରାଜ କାଲୀଚରଣ  ।  ଏଥିପାଇଁ ମହାତ୍ମା ଗାନ୍ଧୀଙ୍କୁ ଦାୟୀ କରିବା ସହ ଖରାପ ଶବ୍ଦ ବ୍ୟବହାର କରିଥିଲେ  । ନାଥୁରାମ ଗଡସେଙ୍କ କାର୍ଯ୍ୟକୁ ପ୍ରଶଂସା କରିଥିଲେ  । ଏହାପରେ  ଆହୁରି ଉତ୍ତେଜିତ ଭାଷଣ ଦେଇଥିଲେ କାଳୀଚରଣ  । ସେ କହିଥିଲେ ପୋଲିସ, ପ୍ରଶାସନ ଆମ ସପକ୍ଷରେ ନାହାଁନ୍ତି  । କାହିଁକି ନା ସେ ଜଣଙ୍କର ଚାକର  । ହିନ୍ଦୁଙ୍କ ପୋଲିସ ପ୍ରଶାସନ ସମର୍ଥନ କରେନାହିଁ  ।

ସେହିପରି ସେ କହିଥିଲେ ଯିଏ ହିନ୍ଦୁଙ୍କ ହିତରେ କଥା କହିବ, କାର୍ଯ୍ୟ କରିବ ସେ ହିଁ ରାଜ କରିବ  । ଇସଲାମର ଏକମାତ୍ର ଲକ୍ଷ୍ୟ ରାଜନୀତି କରିବା , ଆମ ଦେଶକୁ କବ୍ଜା କରିବା  । ବର୍ତ୍ତମାନ ଯଦି ଦେଖିବା ଏହି ଲୋକମାନେ ଏବେ ଦୁଇଟି ଦେଶରେ ଶାସନରେ ଅଛନ୍ତି ବୋଲି କହିଥିଲେ ମହାରାଜ କାଳୀଚରଣ  ।  ସୂଚନା ମୁତାବକ ଉକ୍ତ  ଧର୍ମସଭାକୁ ଆୟୋଜନ କରିଥିଲେ ଏନସିପିର ଜଣେ ନେତା  । ଏଠାରେ ସମସ୍ତ ଦଳର ନେତୃତ୍ୱ ମଧ୍ୟ ଉପସ୍ଥିତ ରହିଥିଲେ  । ତେବେ ମହାରାଜ କାଳୀଚରଣଙ୍କ ବୟାନ ପରେ ସେଠାରେ ଉତ୍ତେଜନା ପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହୋଇଥିଲା  । ଏନେଇ କାଳୀଚରଣଙ୍କ ନାଁରେ ଥାନାରେ ଅଭିଯୋଗ ହୋଇଥିବା ଜଣାପଡ଼ିଛି  ।

Leave a Reply