spot_img
Home Blog Page 4872

କେନ୍ଦ୍ରକୁ ବିଜେଡିର ଚେତାବନୀ, ଗ୍ୟାସ୍ ଦର ହ୍ରାସ ପାଇଁ ୩୦ ତାରିଖ ସୁଦ୍ଧା ନିଅ ପଦକ୍ଷେପ

ଭୁବନେଶ୍ୱର: ରନ୍ଧନ ଗ୍ୟାସ ଦରବୃଦ୍ଧି ପ୍ରତିବାଦରେ ବିଜେଡିର ରାଜ୍ୟବ୍ୟାପୀ ପ୍ରତିବାଦକୁ ସମର୍ଥନ ଜଣାଇଛନ୍ତି ଜନ ସାଧାରଣ ।  ବିଶ୍ୱର କୌଣସି ଦେଶରେ ରନ୍ଧନ ଗ୍ୟାସ୍ ଦର ଏତେ ଦ୍ରୁତ ଗତିରେ ଏତେ ବେଶି ବଢ଼ି ନାହିଁ । ୨୦୧୪ ମସିହାରେ ବିଜେପି କେନ୍ଦ୍ରରେ କ୍ଷମତାକୁ ଆସିବା ବେଳେ ଗ୍ୟାସ୍ ଦର ୪୧୪ ଟଙ୍କା ଥିଲା । ୭ ବର୍ଷ ମଧ୍ୟରେ ଗ୍ୟାସ ସିଲିଣ୍ଡର ଦୁଇ ଗୁଣ ବଢ଼ି ୯୩୦ ଟଙ୍କା ଉପରେ ରହିଛି । ମହାମାରୀ କରୋନା ସଂକଟ ସମୟରେ ମଧ୍ୟ ପ୍ରତି ମାସରେ ଦର ୨୫ରୁ ୭୫ ଟଙ୍କା ବଢ଼ିଛି । ଏହାକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ପ୍ରେସମିଟରେ ବର୍ଷିଛି ବିଜେଡି ।

ରନ୍ଧନ ଗ୍ୟାସର ଅହେତୁକ ଦରବୃଦ୍ଧି କରି ଗରିବ ଓ ମଧ୍ୟବିତ୍ତଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗି ଦେଇଛନ୍ତି କେନ୍ଦ୍ର ସରକାର । ଲୋକେ ତ୍ରାହି ତ୍ରାହି ଡାକିଲେଣି । ପ୍ରତିବାଦରେ ବିଜୁ ଜନତା ଦଳ ଦେଇଥିବା ଡାକରାରେ ଲୋକେ ରାସ୍ତାକୁ ଓହ୍ଲାଇଲେଣି । ମାତ୍ର କେନ୍ଦ୍ର ସରକାରଙ୍କ ନିଦ ଭାଙ୍ଗୁ ନାହିଁ ।

BJD Warns Centre To Reduce Gas Price Before 30th November

ଓଲଟି ବିଜେପିର ରାଜ୍ୟ ନେତୃବୃନ୍ଦ କେନ୍ଦ୍ର ସରକାରଙ୍କୁ ବଞ୍ଚାଇବା ଲାଗି ମିଛ ସାହାରା ନେଇ ଉଦ୍ଭଟ ଯୁକ୍ତି ବାଢ଼ୁଛନ୍ତି । ଲୋକଙ୍କୁ ଭୂଆଁ ବୁଲାଇ କହୁଛନ୍ତି ଅନ୍ତର୍ଜାତୀୟ ବଜାରରେ ଗ୍ୟାସ୍ ଓ ଅଶୋଧିତ ତୈଳଦର ବୃଦ୍ଧି ଯୋଗୁଁ ଦେଶରେ ଗ୍ୟାସ୍ ଦର ବଢ଼ୁଛି । ମାତ୍ର ବାସ୍ତବ କଥା ହେଲା, ୨୦୧୪ରେ ଅନ୍ତର୍ଜାତୀୟ ବଜାରରେ ନାଚୁରାଲ ଗ୍ୟାସ ଦର ୬ ଡଲାର ଥିଲା । ଏବେ ତାହା ୫.୮ ଡଲାରକୁ ଖସି ଆସିଛି । ଠିକ୍ ସେହିଭଳି ୨୦୧୪ରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳର ମୂଲ୍ୟ ବ୍ୟାରେଲ୍ ପିଛା ୮୬ ଡଲାର ଥିବାବେଳେ ଏବେ ୭୮ ଡଲାର ରହିଛି । ଉଭୟ ନାଚୁରାଲ୍ ଗ୍ୟାସ୍ ଓ ଅଶୋଧିତ ତୈଳଦର ଯଥାକ୍ରମେ ୧୫ ଓ ୧୦ ପ୍ରତିଶତ କମିଥିଲା ବେଳେ ରନ୍ଧନ ଗ୍ୟାସ୍ ଦର ୧୨୩ ପ୍ରତିଶତ ବଢ଼ିବାର ଯଥାର୍ଥତା ନେଇ ପ୍ରଶ୍ନ ଉଠାଇଛି ବିଜେଡି ।

BJD Warns Centre To Reduce Gas Price Before 30th November

ସେହିଭଳି କେନ୍ଦ୍ର ସରକାର ଉଜ୍ଜ୍ୱଳା ଯୋଜନା ନେଇ ଲୋକଙ୍କୁ ମଛ ସଫଳତାର କାହାଣୀ ଶୁଣାଉଥିବା କହିଛି ବିଜେଡି । ଗରିବ ଓ ଅବହେଳିତ ବର୍ଗର ମହିଳାଙ୍କୁ ଆଉ ଚୁଲି ମୁଣ୍ଡକୁ ଯାଇ ଧୂଆଁରେ ରୋଷେଇ କରିବାକୁ ପଡ଼ିବ ନାହିଁ ବୋଲି କେନ୍ଦ୍ର କହିଥିଲା । ମାତ୍ର ଗ୍ୟାସର ଦରବୃଦ୍ଧି ଯୋଗୁଁ ଅଧିକାଂଶ ଉଜ୍ଜ୍ୱଳା ହିତାଧିକାରୀ ସିଲିଣ୍ଡର ରିଫିଲିଂ କର ନପାରି ପୁଣି ଚୁଲି ମୁଣ୍ଡକୁ ଫେରି ଯାଇଛନ୍ତି । କେନ୍ଦ୍ର ସରକାରଙ୍କ ପ୍ରତିଶ୍ରୁତି ଯେ ଫମ୍ପା ଥିଲା, ଲୋକେ ବୁଝି ସାରିଲେଣି । ତେଣୁ, ଦଳମତ ନିର୍ବିଶେଷରେ ମହିଳାମାନେ ବି ହଜାର ହଜାର ସଂଖ୍ୟାରେ ରାସ୍ତାକୁ ଓହ୍ଲାଇଛନ୍ତି । ଆଗାମୀ ଦିନରେ ମହିଳାମାନେ ଏହାର ଉଚିତ୍ ଜବାବ ଦେବେ ।

ବିଜେଡି ସାଢ଼େ ଚାରିକୋଟି ଓଡ଼ିଆଙ୍କ ସ୍ୱାର୍ଥ ରକ୍ଷା ପାଇଁ କାମ କରି ଆସୁଛି । ୨୨, ୨୩ ଓ ୨୪ ତିନିଦିନ ଧରି ଦଳ ପକ୍ଷରୁ ଦିଆ ଯାଇଥିବା ଆନ୍ଦୋଳନ ଡାକରାରେ ରାଜ୍ୟବ୍ୟାପୀ ବିପୁଳ ସମର୍ଥନ ମିଳିଛି । ମହିଳାଙ୍କ ଠାରୁ ନେଇ ଯୁବକ, ଛାତ୍ର ଓ ଜନସାଧାରଣ ଆନ୍ଦୋଳନକୁ ସଫଳ କରାଇଛନ୍ତି । ଏଥିସହ କେନ୍ଦ୍ର ସରକାର ଆସନ୍ତା ୩୦ ତାରିଖ ସୁଦ୍ଧା ଗ୍ୟାସ୍ ଦର କମାଇବା ଲାଗି ପଦକ୍ଷେପ ନନେଲେ ବିଜେଡି ସାରା ରାଜ୍ୟରେ ଆନ୍ଦୋଳନକୁ ଆହୁରି ଜୋରଦାର କରିବ ବୋଲି ଚେତାବନୀ ଦେଇଛି ।

ପ୍ରଥମ ଟେଷ୍ଟରେ ମୁହାଁମହିଁ ହେଲେ ଗୋଟିଏ ସହରର ବ୍ୟାଟ୍ସମ୍ୟାନ ଓ ବୋଲର

କାନପୁର: ଆଜିଠାରୁ ଆରମ୍ଭ ହୋଇଛି ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଟେଷ୍ଟ । ଦୁଇ ଟିକିଆ ଟେଷ୍ଟ ମ୍ୟାଚର ପ୍ରଥମ ମ୍ୟାଚ ଆଜି କାନପୁରରେ ଆରମ୍ଭ ହୋଇଛି । ପ୍ରଥମ ମ୍ୟାଚରେ ଟସ୍ ଜିତି ବ୍ୟାଟିଂ କରୁଛି ଟିମ୍ ଇଣ୍ଡିଆ । ଏହି ମ୍ୟାଚରେ ଡେବ୍ୟୁ କରିଛନ୍ତି ଶ୍ରେୟସ ଆୟର । ତେବେ ପ୍ରଥମ ଟେଷ୍ଟରେ ଏକ ବିରଳ ସଂଯୋଗ ଦେଖିବାକୁ ମିଳିଥିଲା । ପ୍ରଥମ ଟେଷ୍ଟର ପ୍ରଥମ ଦିନରେ ମୁହାଁମୁହିଁ ହୋଇଥିଲେ ଗୋଟିଏ ସହରର ବ୍ୟାଟ୍ସମ୍ୟାନ ଓ ବୋଲର । ଯାହାକି ଅନ୍ତର୍ଜାତୀୟ କ୍ରିକେଟରେ ବହୁତ କମ୍ ଥର ଦେଖାଯାଏ ।

ଏହି ମ୍ୟାଚରେ ନ୍ୟୁଜିଲାଣ୍ଡ ସ୍ପିନ ବୋଲର ଅଜାଜ୍ ପଟେଲ ନ୍ୟୁଜିଲାଣ୍ଡ ପକ୍ଷରୁ ଖେଳୁଛନ୍ତି । ଯିଏ ଭାରତର ମୁମ୍ବାଇରେ ଜନ୍ମ ଗ୍ରହଣ କରିଥିଲେ । ତେବେ ଭାରତୀୟ ଦଳରେ ଡେବ୍ୟୁ କରିଥିବା ଶ୍ରେୟସ ଆୟର ବି ମୁମ୍ବାଇରେ ଜନ୍ମ ଗ୍ରହଣ କରିଥିଲେ । ପ୍ରଥମ ଟେଷ୍ଟ କାନପୁରରେ ଖେଳାଯିବା ପରେ ଦ୍ବିତୀୟ ଟେଷ୍ଟ ମୁମ୍ବାଇରେ ଖେଳାଯିବା । ଯାହା ଉଭୟ ଶ୍ରେୟସ ଆୟର ଓ ଅଜାଜ ପଟେଲଙ୍କ ଜନ୍ମସ୍ଥାନ । ତେବେ ଆଜିର ମ୍ୟାଚରେ ଆୟର ବ୍ୟାଟିଂ କରୁଥିବା ସମୟରେ ବୋଲିଂ କରିବାକୁ ଆସିଥିଲେ ଅଜାଜ ପଟେଲ । ଏହି ସମୟରେ ସାମ୍ନାସାମ୍ନି ହୋଇଥିଲେ ଗୋଟିଏ ସହରର ବ୍ୟାଟ୍ସମ୍ୟାନ ଓ ବୋଲର ।

ବାମହାତୀ ସ୍ପିନର ଅଜାଜ ପଟେଲ ୨୧ ଅକ୍ଟୋବର ୧୯୮୮ରେ ମୁମ୍ବାଇରରେ ଜନ୍ମ ଗ୍ରହଣ କରିଥିଲେ । ତେବେ ଅଜାଜ ପଟେଲଙ୍କୁ ୮ ବର୍ଷ ବୟସ ହୋଇଥିବା ବେଳେ ତାଙ୍କ ପରିବାର ନ୍ୟୁଜିଳାଣ୍ଡ ସିପ୍ଟ ହୋଇଯାଇଥିଲେ । ଭାରତ ଗସ୍ତରେ ଆସିଥିବା ଅଜାଜ କହିଥିଲେ କି ମୁଁ ଏମିତି ଏକ ସ୍ଥାନରେ ରହିଛି ଯେଉଁ ସ୍ଥାନକୁ ପୂର୍ବରୁ କେବେ ଆସିନଥିଲି । ଭାରତ ଏକ ଶାନଦାର ଦେଶ ବୋଲି କହିଥିଲେ ଅଜାଜ ପଟେଲ । ସେହିପରି ଭାବରେ ୨୬ ବର୍ଷିୟ ଶ୍ରେୟସ ଆୟରଙ୍କ ଜନ୍ମ ୬ ଡିସେମ୍ବର ୧୯୯୪ରେ ମୁମ୍ବାଇରେ ଜନ୍ମ ଗ୍ରହଣ କରିଥିଲେ । ଆୟର ଭାରତ ପାଇଁ ନଭେମ୍ବର ୨୦୧୭ରେ ଡେବ୍ୟୁ କରିଥିଲେ । ସେ ନ୍ୟୁଜିଲାଣ୍ଡ ବିପକ୍ଷରେ ହିଁ ଦିଲ୍ଲୀରେ ପ୍ରଥମ ଟି-୨୦ ମ୍ୟାଚ ଖେଳିଥିଲେ । ଏହାର ୪ ବର୍ଷ ପରେ ଆଜି ସେହି ନ୍ୟୁଜିଲାଣ୍ଡ ବିପକ୍ଷରେ ହିଁ କାନପୁରରେ ଟେଷ୍ଟ ଡେବ୍ୟୁ କରିଛନ୍ତି ଶ୍ରେୟସ ଆୟର । ସେହିପରି ଭାବରେ ଆଜି ଭାରତୀୟ ଟେଷ୍ଟ ଦଳର ଅଧିନାୟକତ୍ବ କରୁଥିବା ଆଜିଙ୍କେ ରାହାଣେଙ୍କ ଜନ୍ମସ୍ଥାନ ମଧ୍ୟ ମୁମ୍ବାଇରେ ।

 

ବୃଦ୍ଧି ପାଇଲା ଆମାଜନ ପ୍ରାଇମ୍‌ ସବସ୍କ୍ରିପସନ୍‌, ଜାଣନ୍ତୁ କେବେଠୁ ହେବ ଲାଗୁ

ନୂଆଦିଲ୍ଲୀ: ଭାରତର ବୃହତ ଟେଲିକମ୍‌ କମ୍ପାନୀ ଏୟାରଟେଲ ଏବଂ ଭୋଡାଫୋନ୍‌ ନିଜର ଟାରିଫ୍‌ ବୃଦ୍ଧିକରିବାକୁ ଘୋଷଣା କରିସାରିଛନ୍ତି । ଏବେ ଆମାଜନ୍‌ ପ୍ରାଇମ୍ ମଧ୍ୟ ତାର ଗ୍ରାହକଙ୍କୁ ଝଟ୍‌କା ଦେବାକୁ ଯାଉଛି । ଆମାଜନ୍‌ ପ୍ରାଇମ୍‌ ବ୍ୟବହାର କରୁଥିବା କିମ୍ବା ନୂଆ ସବ୍‌ସ୍କ୍ରିପସନ୍‌ ନେବାକୁ ଚାହୁଁଥିବା ବ୍ୟକ୍ତିଙ୍କ ପାଇଁ ବଡ ଖବର । ଆସନ୍ତା ଡିସେମ୍ବର ୧୪ ତାରିଖରୁ Amazon Prime ର ସବ୍‌ସ୍କ୍ରିପସନ୍‌ ଦେୟ ବୃଦ୍ଧି ପାଇବାକୁ ଯାଉଛି । ଏ ନେଇ ନିଜ FAQ ପେଜ୍‌ରେ ଘୋଷଣା କରିଛି ଆମାଜନ୍ ।

କମ୍ପାନୀ ପକ୍ଷରୁ ଜାରି ସୂଚନାରେ କୁହାଯାଇଛି ଯେ, ‘ଆମାଜନ ଗ୍ରାହକଙ୍କ ପାଇଁ ବଡ ଖବର ରହିଛି । ସୀମିତ ସମୟ ମଧ୍ୟରେ ଗ୍ରାହକ ଯଦି ପୁରୁଣା ସବ୍‌ସ୍କ୍ରିପସନ୍‌ର ଫାଇଦା ନନିଅନ୍ତି ତେବେ ଆଗାମୀ ଦିନରେ ଏହା ବୃଦ୍ଧି ପାଇବ । ଡିସେମ୍ବର ୧୩ ଯାଏଁ ପୁରୁଣା ଟାରିଫ୍‌ ଜାରି ରହିବ । ଏହା ପରେ ଆମାଜନ ତାର ଟାରିଫ୍‌ ବୃଦ୍ଧି କରିବ । ତେଣୁ ଗ୍ରାହକମାନେ ଖୁବଶୀଘ୍ର ସବ୍‌ସ୍କ୍ରିପସନ୍‌ ରିନ୍ୟୁଆଲ କରିନିଅନ୍ତୁ ।’

ଆମାଜନ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ,​ ପୂର୍ବରୁ ମାସିକ ପ୍ଲାନ୍‌ର ଅଫର ୧୨୯ ଟଙ୍କା ଥିଲା ଯାହାକି ଡିସେମ୍ବର ୧୩ ତାରିଖ ପରେ ୧୭୯ ଟଙ୍କା ହୋଇଯିବ । ସେହିଭଳି ୩ ମାସିକିଆ ପ୍ଲାନ୍‌ ପୂର୍ବରୁ ୩୨୯ ଟଙ୍କା ଥିଲା ଏବେ ତାହା ବୃଦ୍ଧିପାଇ ୪୫୯ ଟଙ୍କା ହୋଇଯିବ । ଏହା ସହିତ ବାର୍ଷିକ ପ୍ୟାକ୍‌ ୯୯୯ ଟଙ୍କାରୁ ବୃଦ୍ଧିପାଇ ୧୪୯୯ ଟଙ୍କା ହୋଇଯିବ ।

ଟାରିଫ୍ ବଢାଇବାର କାରଣ ମଧ୍ୟ କହିଛି ଆମାଜନ । କମ୍ପାନୀ ପକ୍ଷରୁ ଜାରି ସୂଚନା ଅନୁସାରେ, ‘ବିଗତ ୫ ବର୍ଷ ହେଲା ଆମାଜନ ପ୍ରାଇମ୍‌ ଲଞ୍ଚ ହେବା ପରଠାରୁ ଅନେକ ସୁବିଧା ଯୋଗାଇଆସିଛି । ଏହାକୁ ଅଧିକ ସୁବିଧାଜନକ କରିବା ପାଇଁ ବିଭିନ୍ନ ପ୍ରୋଗ୍ରାମ ମଧ୍ୟ ଆଡ୍‌ କରାଯାଇଛି । ସେଥିପାଇଁ କମ୍ପାନୀକୁ ଅଧିକ ଅର୍ଥ ନିବେଶ କରିବାକୁ ମଧ୍ୟ ପଡୁଛି । ତେଣୁ ଗ୍ରାହକଙ୍କୁ ସୁହାଇଲା ଭଳି ମୂଲ୍ୟ ବୃଦ୍ଧି କରାଯାଇଛି । ଆଗକୁ ମଧ୍ୟ ଗ୍ରାହକଙ୍କ ସୁବିଧାକୁ ଦୃଷ୍ଟିରେ ରଖି କମ୍ପାନୀ ନିଷ୍ପତ୍ତି ନେବ ।’

ଶୁକ୍ରବାର ମୁଖ୍ୟମନ୍ତ୍ରୀଙ୍କ ବାଲେଶ୍ୱର ଗସ୍ତ, ବାଣ୍ଟିବେ ସ୍ମାର୍ଟ ସ୍ୱାସ୍ଥ୍ୟ କାର୍ଡ

ବାଲେଶ୍ୱର: ରାଜ୍ୟରେ ସ୍ମାର୍ଟ ହେଉଛି ସ୍ୱାସ୍ଥ୍ୟସେବା । ଜିଲ୍ଲା ପରେ ଜିଲ୍ଲାରେ ଲେଖା ହେଉଛି ସ୍ୱାସ୍ଥ୍ୟସେବାର ସ୍ମାର୍ଟ କାହାଣୀ । ଆସନ୍ତାକାଲି ସ୍ମାର୍ଟ ସ୍ୱାସ୍ଥ୍ୟସେବା ସହ ଯୋଡ଼ି ହେବ ଉତ୍ତର ଓଡ଼ିଶାର ବାଲେଶ୍ୱର ଜିଲ୍ଲା । ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଲେଖା ହେବ ନୂଆ ଫର୍ଦ୍ଦ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତାକାଲି ବାଲେଶ୍ୱର ଜିଲ୍ଲା ଗସ୍ତରେ ଆସି ହିତାଧିକାରୀଙ୍କୁ ବିଏସକେୱାଇ କାର୍ଡ ବଣ୍ଟନ କରିବେ । ଏଥିସହ ବାଲେଶ୍ୱର ଜିଲ୍ଲାର ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ ।

 CM Naveen Patnaik To Distributes BSKY Card To People Of Balasore Tomorrow

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଦିନ ୧୧ଟାରେ ବାଲେଶ୍ୱରର ପୋଲିସ ଲାଇନ୍ ପଡ଼ିଆରେ ପହଞ୍ଚି ହିତାଧିକାରୀଙ୍କୁ ସ୍ମାର୍ଟ ସ୍ୱାସ୍ଥ୍ୟକାର୍ଡ ଦେବେ । ପରେ ପରେ ଜିଲ୍ଲାର ୧୨ଟି ବ୍ଲକ୍‌ରେ ଦାୟିତ୍ୱରେ ଥିବା ମନ୍ତ୍ରୀ, ବିଧାୟକମାନେ ସ୍ଥାନୀୟ ଅଞ୍ଚଳର ହିତାଧିକାରୀଙ୍କୁ ବିଏସକେୱାଇ କାର୍ଡ ବଣ୍ଟନ କରିବେ । ଏଥିରେ ବାଲେଶ୍ୱର ଜିଲ୍ଲାର ୫ ଲକ୍ଷ ୧୩ ହଜାର ୩୫୨ ପରିବାରର ୧୯ ଲକ୍ଷରୁ ଅଧିକ ହିତାଧିକାରୀ ଉପକୃତ ହେବେ । ପୁରୁଷ ହିତାଧିକାରୀଙ୍କ ପାଇଁ ୫ ଲକ୍ଷ ଓ ମହିଳା ହିତାଧିକାରୀ ୧୦ ଲକ୍ଷ ଟଙ୍କାର ମାଗଣା ଚିକିତ୍ସ ପାଇ ପାରିବେ ।

ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ପୂର୍ବାଞ୍ଚଳ ଆଇଜି ହିମାଂଶୁ ଲାଲ, ବାଲେଶ୍ୱର ଏସପି ସୁଧାଂଶୁ ଶେଖର ମିଶ୍ରଙ୍କ ନେତୃତ୍ୱରେ ୩ ଜଣ ଅତିରିକ୍ତ ଏସପି, ୧୩ ଜଣ ଡିଏସପି, ୨୨ ଜଣ ଇନ୍ସପେକ୍ଟର, ୯୪ଜଣ ଏସ୍‌ଆଇ, ଏଏସ୍‌ଆଇଙ୍କ ସମେତ ୨୫ ପ୍ଲାଟୁନ୍‌ ଫୋର୍ସ ନିୟୋଜିତ କରାଯାଇଛି ।  ଏଥିସହିତ ଭିଡ଼କୁ ଏଡ଼ାଇବା ପାଇଁ ତାମୁଳିଆ ବ୍ରିଜ୍‌, ଫୁଲାଡ଼ି ଛକ, ସମଲପୁର ଛକ, ଟେକ୍ନିକାଲ ଫିଲ୍ଡ, ମଠସାହି ଛକ ପ୍ରଭୃତି ସ୍ଥାନରେ ପାର୍କିଂ ବ୍ୟବସ୍ଥା କରାଯାଇଛି । ପୋଲିସ ଲାଇନ୍‌ ଛକ, ଆଇଟିଆଇ ଛକ, ସେଣ୍ଟ୍ରାଲ ସ୍କୁଲ ଛକ, ଟେକ୍ନିକାଲ ଛକ, ଷ୍ଟେସନ୍‌ ଛକରେ ଗାଡ଼ି ଚଳାଚଳକୁ ବାରଣ କରାଯିବା ସହିତ ବ୍ଲକିଂ କରାଯାଇଛି ।

ଉତ୍ତର କୋରିଆରେ ବ୍ୟାନ୍ ହେଲା ଲେଦର ଜ୍ୟାକେଟ, କାରଣ ଜାଣିଲେ ହୋଇଯିବେ ତାଜୁବ

ଉତ୍ତର କୋରିଆ: ଉତ୍ତର କୋରିଆରେ ବ୍ୟାନ ହେଲା ଲେଦର ଜ୍ୟାକେଟ । ଏଭଳି ଅଜବ ନିୟମ ଆଣିଛନ୍ତି ଉତ୍ତର କୋରିଆ ଶାସକ କିମ ଜୋଙ୍ଗ ଉନ । ତାଙ୍କ ଲେଦର ଜ୍ୟାକେଟ ଲୁକକୁ ସାଧାରଣ ଜନତା କପି କରିପାରିବେ ନାହିଁ ବୋଲି ସେ କହିଛନ୍ତି । କେବଳ ସାଧାରଣ ଜନତା ନୁହେଁ ନିଜ ପରିବାର ଲୋକ ମଧ୍ୟ ତାଙ୍କ ଭଳି ଲେଦର ଜ୍ୟାକେଟକୁ ପିନ୍ଧିପାରିବେ ନାହିଁ ବୋଲି ନିର୍ଦ୍ଦେଶ ଦିଆଯାଇଛି ।

ଉତ୍ତର କୋରିଆରେ ବର୍ତ୍ତମାନ ଲମ୍ବା ଲେଦର ଟ୍ରେଞ୍ଚ କୋଟ୍ ବିକ୍ରୟ ହେବ ନାହିଁ କିମ୍ବା କୌଣସି ବ୍ୟକ୍ତି ଏହାକୁ କିଣି ପିନ୍ଧିପାରିବେ । ଏହି ଦେଶରେ ଚାଇନାରୁ ଅନେକ ଚମଡା କୋଟ ଆମଦାନୀ ହେଉଥିଲା । ସାଧାରଣ ଲୋକମାନେ ମଧ୍ୟ ଏହି ପ୍ରକାରର କୋଟକୁ ପସନ୍ଦ କରୁଥିଲେ ଏବଂ ଏହାକୁ କିଣିବାକୁ ଆଗ୍ରହ ଦେଖାଉଥିଲେ । ଏଭଳି ପରିସ୍ଥିତିରେ ସେମାନେ ଏପରି କୋଟ ଆଉ ପିନ୍ଧି ପାରିବେ ନାହିଁ ବୋଲି ନିର୍ଦ୍ଦେଶ ନିଆଯାଇଛି ।

କାହିଁକି ଲାଗିଲା ଲେଦର କୋଟ ଉପରେ ପ୍ରତିବନ୍ଧକ ?

୨୦୧୯ ମସିହାରେ ହୋଇଥିବା ଏକ କାର୍ଯ୍ୟକ୍ରମରେ ଉତ୍ତର କୋରିଆର ମୁଖ୍ୟ କିମ ଜୋଙ୍ଗ ଉନ ଏକ କଳା ରଙ୍ଗର ଲେଦର କୋଟ ପିନ୍ଧିଥିଲେ । ଏହି କାର୍ଯ୍ୟକ୍ରମର ଫୁଟେଜ୍ ମଧ୍ୟ ଜାତୀୟ ଟେଲିଭିଜନରେ ପ୍ରଦର୍ଶିତ ହୋଇଥିଲା । କିମ୍ ଏବଂ ତାଙ୍କ ସହକର୍ମୀଙ୍କ ଏହି ଷ୍ଟାଇଲ ଦେଖିବା ପରେ ଉତ୍ତର କୋରିଆର ଅନେକ ଲୋକ ଏହିପରି କୋଟ୍ ପସନ୍ଦ କରିବାକୁ ଲାଗିଲେ । ସେମାନେ ଚାଇନାରୁ ବହୁ ସଂଖ୍ୟାରେ କୋଟ୍ ଆମଦାନୀ କରିବା ଆରମ୍ଭ କଲେ । ଏହାରି ଭିତରେ ଉତ୍ତର କୋରିଆ ପକ୍ଷରୁ ଆନୁଷ୍ଠାନିକ ଭାବେ କୁହାଯାଇଛି ଯେ ବର୍ତ୍ତମାନ ଲୋକମାନେ ଏପରି କୋଟ ପିନ୍ଧି ପାରିବେ ନାହିଁ । ଡେଲି ଷ୍ଟାର ରିପୋର୍ଟ ଅନୁଯାୟୀ, ଏପରି କୋଟ ପିନ୍ଧିବା କିମ ଜୋଙ୍ଗ ଉନଙ୍କୁ କପି କରିବା ସଦୃଶ ଏବଂ ଏହା ତାଙ୍କ ପାଇଁ ଅପମାନ ଅଟେ । କିମ ଉନ ଜୋଙ୍ଗଙ୍କ ଆଇକୋନିକ୍ ଲୁକକୁ କେହି କପି କରିପାରିବେ ନାହିଁ ବୋଲି ସୁପ୍ରିମ ଲିଡରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଏହି କାରଣରୁ ଏଠାରେ ସାଧାରଣ ଲୋକମାନେ ଆଉ ଲେଦର ଜ୍ୟାକେଟ୍ ପିନ୍ଧିବେ ନାହିଁ ବୋଲି ସ୍ଥିର କରାଯାଇଛି ।

ରେଡିଓ ଫ୍ରି ଏସିଆ ସହିତ କଥାବାର୍ତ୍ତା କରି ପ୍ୟୋଙ୍ଗସଙ୍ଗର ଜଣେ ନାଗରିକ କହିଛନ୍ତି ଯେ, ଚଳିତ ବର୍ଷ କିମ ଜୋଙ୍ଗ ଉନଙ୍କ ଭଉଣୀ ମଧ୍ୟ ଏପରି ଲେଦର ଟ୍ରେଞ୍ଚ କୋଟ ପିନ୍ଧିଥିଲେ। ଏହା ବ୍ୟତୀତ, ଏହି କୋଟ୍ ଉତ୍ତର କୋରିଆର ଅନେକ ଶକ୍ତିଶାଳୀ ଲୋକଙ୍କ ଷ୍ଟାଇଲରେ ଅନ୍ତର୍ଭୁକ୍ତ । ଏଭଳି ପରିସ୍ଥିତିରେ ଏହା ଦେଶର ଶକ୍ତିଶାଳୀ ଲୋକଙ୍କ ସଙ୍କେତ ବୋଲି ବିବେଚନା କରାଯାଉଥିଲା। ଅବଶ୍ୟ, ଏହି ପ୍ରକାରର ଡିଜାଇନ୍ ର ସିନ୍ଥେଟିକ୍ ଚମଡା କୋଟ୍ ମଧ୍ୟ ଦେଶର ବଜାରରେ ଉପଲବ୍ଧ ଥିଲା । ଏହାକୁ ଦୃଷ୍ଟିରେ ରଖି ଏକ ନୂତନ ନିୟମ କରାଯାଇଥିଲା ଏବଂ ଏହିପରି କୋଟକୁ ପିନ୍ଧିବା ଉପରେ ବାରଣ କରାଯାଇଥିଲା । ସରକାରଙ୍କ ଏହି ନିଷ୍ପତ୍ତିରେ ସେଠାକାର ଯୁବକମାନେ ଅତ୍ୟଧିକ କ୍ରୋଧିତ, କାରଣ ସେମାନେ ଏହାକୁ ଫ୍ୟାଶନେବଲ୍ ପୋଷାକ ଭାବରେ ପସନ୍ଦ କରୁଥିଲେ ।

ସ୍ବାମୀଙ୍କୁ ସ୍ତ୍ରୀ’ର ଧମକ; ଦାଢ଼ି ନ କାଟିଲେ ଦେବି ତଲାକ

ଅଲିଗଡ: ଦାଢ଼ି ପାଇଁ ବିବାଦ । ଦାଢ଼ି ରଖିବାରୁ ମିଳିଲା ତଲାକ ଧମକ । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ଅଲିଗଡରେ । ଅଲିଗଡରେ ଜଣେ ମୁସଲମାନ ଧର୍ମଗୁରୁ ଦାଢ଼ି ରଖିଥିଲେ ବୋଲି ତାଙ୍କୁ ତଲାକ ଦେବେ ବୋଲି କହିଛନ୍ତି ତାଙ୍କ ପତ୍ନୀ । ମୁସଲମାନ ଧର୍ମଗୁରୁଙ୍କ ପତ୍ନୀଙ୍କ କହିବା ଅନୁଯାୟୀ ସେ ଜଣେ ଆଧୁନିକ ଝିଅ ଅଟନ୍ତି । ତେଣୁ ମୋତେ ବିନା ଦାଢ଼ି ସ୍ବାମୀ ଦରକାର । ତେବେ ଦାଢ଼ିକୁ ନେଇ ହେଉଥିବା ବିବାଦ ମଧ୍ୟରେ ମୁସଲମାନ ଧର୍ମଗୁରୁ ଏସଏସପିରେ ଅଭିଯୋଗ କରିଛନ୍ତି । କିନ୍ତୁ ବର୍ତ୍ତମାନ ସୁଦ୍ଧା ଏହି ମାମଲାରେ କୌଣସି ଏଫଆଇଆର ରୁଜୁ ହୋଇନାହିଁ ।

ଅଭିଯୋଗ କରିବାକୁ ଯାଇ ମୁସଲମାନ ଧର୍ମଗୁରୁ କହିଥିଲେ କି ତାଙ୍କ ବାହାଘର ୨୦୨୦ରେ ହୋଇଥିଲା । ମୋ ସ୍ତ୍ରୀ ମୋତେ କହିଥିଲେ କି ତୁମେ ଦାଢ଼ି କାଟିଦଅ, କାହିଁକି ନା ମୁଁ ଜଣେ ଆଧୁନିକ ଝିଅ ବୋଲି କହିଥିଲେ ମୁସଲାମାନ ଧର୍ମଗୁରୁଙ୍କ ପତ୍ନୀ । ତେବେ ଏହି ମାମଲାରେ ମୌଲାନା କହିଛନ୍ତି କି ଧାର୍ମିକ କାରଣରୁ ମୁଁ ଦାଢ଼ି କାଟି ପାରିବି ନାହିଁ ।

 

ସେ ଆହୁରି କହିଛନ୍ତି କି ବାହାଘରର କିଛି ଦିନ ପରେ ମୋତେ ମୋ ସ୍ତ୍ରୀ ଦାଢ଼ି କାଟିବା ପାଇଁ ଧମକ ଦେଇଥିଲେ । କହିଥିଲେ କି ମୁଁ ଜଣେ ଆଧୁନିକ ଝିଅ । ଏମିତି ଦାଢ଼ି ରଖିଲେ ମୁଁ ରହି ପାରିବି ନାହିଁ ତେଣୁ ଦାଢ଼ି କାଟିବାକୁ ଧମକ ଦେଉଥିଲେ । ଦାଢ଼ି କାଟିବାକୁ ନେଇ ବିବାହ ପରଠାରୁ ମୋ ପତ୍ନୀ ଲଗାତର ଭାବରେ ବିବାଦ କରୁଛନ୍ତି ବୋଲି କହିଛନ୍ତି ମୁସଲମାନ ଧର୍ମଗୁରୁ । ଏହି ମାମଲାରେ ଧର୍ମଗୁରୁ ଏସଏସପି ଅଫିସକୁ ଆସି ଅଭିଯୋଗ କରିଛନ୍ତି । ଏହି ମାମଲାରେ ମୋତେ ନ୍ୟାୟ ଦରକାର ବୋଲି କହିଛନ୍ତି ମୁସଲମାନ ଧର୍ମଗୁରୁ ।

ଥାନା ଠାରୁ ୨ ଶହ ମିଟର ଦୂରରେ ଆଦିବାସୀ ଦମ୍ପତିଙ୍କ ଠାରୁ ଲୁଟ୍

ବାରିପଦା: ଅସୁରକ୍ଷିତ ବେତନଟୀ । ଦିବା ଆଲୋକରେ ମାତିଛନ୍ତି ଲୁଟେରା । ପୋଲିସକୁ ଭ୍ରୁକ୍ଷେପ ନ କରି ଥାନା ଠାରୁ ମାତ୍ର କେଇ ମିଟର ଦୂରରେ କରୁଛନ୍ତି ଛିନତାଇ । ମୟୂରଭଞ୍ଜ ଜିଲ୍ଲା ବେଟନଟୀ ପୋଲିସ ଥାନା ଠାରୁ ମାତ୍ର ୨୦୦ ମିଟର ଦୂରରେ ଲୁଟ୍ ହୋଇଛି । ଛିନତାଇର ଶିକାର ହୋଇଛନ୍ତି ନିରୀହ ଆଦିବାସୀ ଦମ୍ପତି । ଲୁଟେରା ଦମ୍ପତିଙ୍କ ଠାରୁ ୨୫ ହଜାର ଟଙ୍କା ଛଡ଼ାଇ ଚମ୍ପଟ ହୋଇ ଯାଇଛନ୍ତି ।

ବେତନଟୀ ଆଦିବାସୀ ସାହିର ଲଗେନ ଟୁଡୁ ସ୍ତ୍ରୀଙ୍କ ସହ ଟଙ୍କା ଉଠାଇବାକୁ ସ୍ଥାନୀୟ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଶାଖାକୁ ଆସିଥିଲେ । ବ୍ୟାଙ୍କରୁ ଟଙ୍କା ଉଠାଇ ବାହାରିବା କ୍ଷଣି ବାଇକରେ ଦ୍ରୁତ ଗତିରେ ମାଡ଼ି ଆସିଥିଲେ ୨ ଜଣ ଯୁବକ । ଆଖି ପିଛୁଳାକେ ବ୍ୟାଗ ସହ ୨୫ ହଜାର ଟଙ୍କା ଲୁଟି ନେଇ ଫେରାର୍ ହୋଇ ଯାଇଛନ୍ତି ।

ଲୁଟର ଶିକାର ହୋଇଥିବା ଦମ୍ପତି ଏନେଇ ପୋଲିସ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ପୂର୍ବରୁ ପେଟ୍ରୋଲ ପମ୍ପରୁ ୧୦ ଦିନରେ ଚାରି ଚାରି ଥର ବନ୍ଧୁକ ମୁନରେ ଲୁଟ୍ ହୋଇଥିଲା ବେଳେ ସିସିଟିଭି ଫୁଟେଜ୍ ରହିଛି । ତଥାପି ଅଭିଯୁକ୍ତଙ୍କୁ ଧରିବାରେ ସକ୍ଷମ ହୋଇନି ପୋଲିସ ।

ହକି ଜୁନିୟର ବିଶ୍ବକପ: ପ୍ରଥମ ମ୍ୟାଚରେ ଆର୍ଜେଣ୍ଟିନା; ଦ୍ବିତୀୟ ମ୍ୟାଚରେ ନେଦରଲାଣ୍ଡ୍ସ ବିଜୟୀ

ଭୁବନେଶ୍ବର: ନଭେମ୍ବର ୨୪ରୁ ଆରମ୍ଭ ହୋଇଛି ଜୁନିଅର ହକି ବିଶ୍ବକପ । ହକି ବିଶ୍ବକପର ଉଦଘାଟନ ଦିନରେ ଭାରତକୁ ମିଳିଥିଲା ପରାଜୟର ସ୍ବାଦ । ଡିଫେଡିଂ ଚମ୍ପିଆନ ଭାରତ ଫ୍ରାନ୍ସଠାରୁ ୫-୪ ଗୋଲରେ ପରାଜୟ ବରଣ କରିଥିଲା । ତେବେ ଆଜି ଜୁନିଅର ବିଶ୍ବକପର ଦ୍ବିତୀୟ ଦିନରେ ଖେଳାଯିବ ୫ଟି ମ୍ୟାଚ ।

ଦ୍ବିତୀୟ ଦିନର ପ୍ରଥମ ମ୍ୟାଚରେ ମୁହାଁମୁହିଁ ହୋଇଥିଲେ ଆର୍ଜେଣ୍ଟିନା ଓ ଇଜିପ୍ଟ । ତେବେ ଏହି ମ୍ୟାଚରେ ଇତିହାସ ରଚିଛି ଆର୍ଜେଣ୍ଟିନା । ଭାରତର ରେକର୍ଡ ଭାଙ୍ଗି ନୂଆ ରେକର୍ଡ କରିଛି ଆର୍ଜେଣ୍ଟିନା । ବିଶ୍ବକପର କୌଣସି ମ୍ୟାଚର ସର୍ବାଧିକ ଗୋଲ ସ୍କୋର କରି ଇତିହାସ ରଚିଛି ଆର୍ଜେଣ୍ଟିନା । ଏହି ରେକର୍ଡ ପୂର୍ବରୁ ଭାରତ ପାଖରେ ଥିଲା । ୧୯୮୨ ବିଶ୍ବକପରେ ଭାରତ ସିଙ୍ଗାପୁରକୁ ୧୩-୦ ଗୋଲରେ ପରାଜିତ କରି ରଚିଥିଲା ଇତିହାସ । ତେବେ ଆଜି ମ୍ୟାଚରେ ଆର୍ଜେଣ୍ଟିନା ୧୪-୦ ଗୋଲରେ ଇଜିପ୍ଟକୁ ପରାଜିତ କରି ଭାରତର ରେକର୍ଡ ଭାଙ୍ଗିଛି ।

ତେବେ ଦ୍ବିତୀୟ ମ୍ୟାଚରେ ଆଜି ମୁହାଁମୁହିଁ ହୋଇଥିଲେ କୋରିଆ ଓ ନେଦରଲାଣ୍ଡ । ଏହି ମ୍ୟାଚରେ ସାଉଥ କୋରିଆକୁ ୧୨-୫ ଗୋଲରେ ପରାଜିତ କରିଥିଲା । ତେବେ ଆଜି ପଞ୍ଚମ ମ୍ୟାଚରେ କାନାଡାକୁ ଭେଟିବ ଟିମ୍ ଇଣ୍ଡିଆ । ପ୍ରଥମ ମ୍ୟାଚରେ ଫ୍ରାନ୍ସଠାରୁ ପରାଜିତ ହେବା ପରେ ଆଜିର ମ୍ୟାଚକୁ ଜିତିବାକୁ ଚେଷ୍ଟା କରିବ ଟିମ୍ ଇଣ୍ଡିଆ ।

ଭୋଟ୍ ନଥିଲେ କୃଷି ଆଇନ ପ୍ରତ୍ୟାହାର ହୋଇନଥାନ୍ତା

ମୁମ୍ବାଇ: ମୁଣ୍ଡ ଉପରେ ଉତ୍ତରପ୍ରଦେଶ ଓ ପଞ୍ଜାବ ଭଳି ରାଜ୍ୟରେ ବିଧାନସଭା ନିର୍ବାଚନ ଅଛି । ଏହି ନିର୍ବାଚନରେ ବିଜେପିକୁ ଶକ୍ତ ଝଟକା ଲାଗିବ ବୋଲି ହାଇକମାଣ୍ଡ ନିଶ୍ଚିତ ହେବା ପରେ ବିବାଦୀୟ କୃଷି ଆଇନକୁ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଲେ । ଏହାପରେ ଯାଇ ପ୍ରଧାନମନ୍ତ୍ରୀ ଏ ଘୋଷଣା କରିଛନ୍ତି । କେନ୍ଦ୍ର ସରକାର ଅଗଣତାନ୍ତ୍ରିକ ଢଙ୍ଗରେ ଯେଉଁ ଚାଷୀ ଆଇନ ଆଣିଥିଲେ ତାକୁ ପ୍ରତ୍ୟାହାର କରିବାକୁ ଏକରକମ ବାଧ୍ୟ ହେଉଛନ୍ତି । ନିଜେ ପକାଇଥିବା ଛେପ ପୁଣି ଢୋକିବାକୁ ଯାଉଛନ୍ତି । ଏମିତି କହିଛନ୍ତି ଏନସିପି ସୁପ୍ରିମୋ ଶରଦ ପାଓ୍ବାର ।


ପାଓ୍ବାର କହିଛନ୍ତି, କେନ୍ଦ୍ରର ବିଜେପି ସରକାର କୃଷି ଆଇନ ଆଣିବା ପୂର୍ବରୁ ରାଜ୍ୟ ସରକାରମାନଙ୍କ ସହ ଆଲୋଚନା କରିବାର ଥିଲା । ସମସ୍ତଙ୍କ ସହମତି ନେଇ ସରକାର ଆଗେଇଥିଲେ ବେଦ କଣ ଅଶୁଦ୍ଧି ହୋଇଥାନ୍ତା? ଯଦି ଏ ତିନି ଆଇନ ଚାଷୀଙ୍କ ସ୍ବାର୍ଥ ଅନୁକୂଳ ଥିଲା ସଂସଦରେ ସରକାର ବିଲ୍ ଆଗତ କଲା ବେଳେ ତରବରିଆ କାହିଁକି ହେଲେ? ଆଲୋଚନା ଓ ବିତର୍କରୁ ବାଟ ଫିଟିଥାନ୍ତା । ସରକାର କିନ୍ତୁ ବିଲ୍ ପାସ କରିବାକୁ ବୁଲଡୋଜର ବି ଲଗାଇଥିଲେ । ଗଣତନ୍ତ୍ରେର ଏହା ଗ୍ରହଣୀୟ ନୁହେଁ । ଆଗକୁ ଭୋଟ୍ ନଥିଲେ ଏ କୃଷି ଆଇନ କେନ୍ଦ୍ର ଆଦୌ ପ୍ରତ୍ୟାହାର କରିନଥାନ୍ତା । ଚାଷୀ ନୁହଁ ସରକାରଙ୍କ ପ୍ରାଥମିକତା ହେଉଛି କ୍ଷମତା । କ୍ଷମତା ପାଇଁ ବିଜେପି ସବୁପ୍ରକାର ନାଟ କରିପାରିବ ବୋଲି ଶରଦ କଠୋର ସମାଲୋଚନା କରିଛନ୍ତି ।


ମହାରାଷ୍ଟ୍ର ଗଠବନ୍ଧନ ସରକାର ସଂପର୍କରେ ପାଓ୍ବାର ଭବିଷ୍ୟବାଣୀ କରିଛନ୍ତି, ଏ ସରକାର ପୂରା ୫ ବର୍ଷ ପୂରଣ କରିବ । ଆସନ୍ତା ନିର୍ବାଚନରେ ମେଣ୍ଟ ହେଲେ ବେଶ୍ ସଫଳତା ମଧ୍ୟ ମିଳିବ ।

ପରମାଣୁ ବୋମା, ଝଡ଼ ଏବଂ ବିଧ୍ୱଂସ, ୨୦୨୨ ମସିହା ପାଇଁ ନାସ୍ତ୍ରୋଦମସଙ୍କ ଡରାଇବା ଭଳି ଭବିଷ୍ୟବାଣୀ

Nostradamus Predictions 2022: ଫ୍ରାନ୍ସର ପ୍ରସିଦ୍ଧ ଭବିଷ୍ୟବକ୍ତା ନାସ୍ତ୍ରୋଦମସ ଦଶନ୍ଧି ପୂର୍ବେ ‘ଲେସ ପ୍ରୋଫେଟିସ’ ନାମକ ଏକ ପୁସ୍ତକରେ ବିଶ୍ୱକୁ ନେଇ ଅନେକ ଭବିଷ୍ୟବାଣୀ କରିଥିଲେ । ତାଙ୍କର ୭୦ ପ୍ରତିଶତ ଭବିଷ୍ୟବାଣୀ ପ୍ରତି ବର୍ଷ ସତ ସାବ୍ୟସ୍ତ ହୋଇଥାଏ । ୨୦୨୧ ମସିହା ପାଇଁ ସେ ମହାମାରୀ, ଅକାଳ ଏବଂ ବିଧ୍ୱଂସ ଭଳି ଭବିଷ୍ୟବାଣୀ କରିଥିଲେ ଯାହାକୁ କରୋନା ଭାଇରସ ଏବଂ ଏହାପାଇଁ ବିଶ୍ୱବ୍ୟାପୀ ହୋଇଥିବା ହାହାକାର ସହ ତୁଳନା କରାଯାଉଛି । ୨୦୨୨ମସିହା ପାଇଁ ମଧ୍ୟ ନାସ୍ତ୍ରୋଦମସ ଆଶ୍ଚର୍ଯ୍ୟ କଲା ଭଳି ଭବିଷ୍ୟବାଣୀ କରିଛନ୍ତି । ତେବେ ଆସନ୍ତୁ ଜାଣିବା ସେ ବିଷୟରେ…

ଅନିୟନ୍ତ୍ରିତ ହେବ ଦରଦାମ- ନୋସ୍ତ୍ରୋଦମସଙ୍କ ପୂର୍ବାନୁମାନ ଅନୁଯାୟୀ ୨୦୨୨ ମସିହାରେ ଜିନିଷପତ୍ରର ଦରଦାମ ନିୟନ୍ତ୍ରଣ ବାହାରେ ରହିବ ଏବଂ ଆମେରିକୀୟ ଡଲାରର ମୂଲ୍ୟ ହ୍ରାସ ପାଇବ। ଭବିଷ୍ୟବାଣୀ ଅନୁଯାୟୀ, ୨୦୨୨ ମସିହାରେ ସୁନା, ରୂପା ଏବଂ ବିଟକଏନ୍ ସମ୍ପତ୍ତି ଭାବରେ ବିବେଚନା କରାଯିବ ଯେଉଁଥିରେ ଲୋକମାନେ ଅଧିକ ଟଙ୍କା ବିନିଯୋଗ କରିବେ ।

 

ପୃଥିବୀକୁ ଧ୍ୱଂସ କରିଦେବ ଆଷ୍ଟୋରଏଡ- ୨୦୨୨ ର ଭବିଷ୍ୟବାଣୀରେ, ନୋସ୍ତ୍ରୋଦମସ୍ କହିଛନ୍ତି ଯେ ଆଷ୍ଚୋରଏଡ ଯୋଗୁଁ ପୃଥିବୀ ବହୁତ କ୍ଷତିଗ୍ରସ୍ତ ହେବ । ଏକ ବଡ ପଥର ସମୁଦ୍ରରେ ପଡ଼ିବ ଏବଂ ଏହି କାରଣରୁ ପ୍ରବଳ ଜଳ ତରଙ୍ଗ ଆସିବ ଯାହା ପୃଥିବୀକୁ ଚାରିପଟୁ ଘେରି ରହିବ । ସମୁଦ୍ର ଜଳର ବୃଦ୍ଧି ହେତୁ ବହୁ କ୍ଷୟ କ୍ଷତି ହୋଇପାରେ ।

ବିନାଶକାରୀ ପରମାଣୁ ବୋମା ବିସ୍ଫୋରଣ ହେବ – ପୂର୍ବାନୁମାନ ଅନୁଯାୟୀ ଆସନ୍ତା ବର୍ଷ ଏକ ବିନାଶକାରୀ ପରମାଣୁ ବୋମା ବିସ୍ଫୋରଣ ହେବ ଏବଂ ଏହା ଜଳବାୟୁ ପରିବର୍ତ୍ତନ ଘଟାଇବ । ଏହି ପରମାଣୁ ବୋମା ବିସ୍ଫୋରଣ ହେତୁ ପୃଥିବୀର ଅବସ୍ଥା ମଧ୍ୟ ବଦଳିପାରେ ।

ତିନି ଦିନ ଧରି ଅନ୍ଧାରରେ ରହିବ ସମଗ୍ର ବିଶ୍ୱ – ନୋସ୍ତ୍ରୋଦମସଙ୍କ ଭବିଷ୍ୟବାଣୀ ଅନୁଯାୟୀ, ୨୦୨୨ ମସିହା ପ୍ରଥମେ ବିନାଶ ଏବଂ ପରେ ଶାନ୍ତି ଆଣିବ । ଏହି ଶାନ୍ତି ପୂର୍ବରୁ, ସମଗ୍ର ବିଶ୍ୱରେ ୭୨ଘଣ୍ଟା ପାଇଁ ଅନ୍ଧକାର ରହିବ । ଶରତରେ ପର୍ବତ ଉପରେ ତୁଷାରପାତ ହୋଇପାରେ । ଅନେକ ଦେଶର ଯୁଦ୍ଧ ଆରମ୍ଭ ହେବା ମାତ୍ରେ ଶେଷ ହୋଇଯିବ, ଏକ ପ୍ରାକୃତିକ ଘଟଣା ଏହାକୁ ଶେଷ କରିବ । ତିନି ଦିନର ଅନ୍ଧକାର ପରେ, ଆଧୁନିକତା ଲୋକଙ୍କ ଜୀବନରୁ ଶେଷ ହୋଇଯିବ ।

ଫ୍ରାନ୍ସକୁ ଆସିବ ଏକ ବଡ଼ ଝଡ଼- ନୋସ୍ତ୍ରୋଦମସଙ୍କ ପୂର୍ବାନୁମାନ ଅନୁଯାୟୀ, ୨୦୨୨ ମସିହାରେ ଫ୍ରାନ୍ସରେ ଏକ ବଡ଼ ଧରଣର ଝଡ଼ ଆସିବ । ଏହି କାରଣରୁ ପୃଥିବୀର ଅନେକ ସ୍ଥାନରେ ଭୟଙ୍କର ନିଆଁ, ମରୁଡ଼ି ଏବଂ ବନ୍ୟା ପରିସ୍ଥିତି ଦେଖିବାକୁ ମିଳିବ । ଯଦି ଭବିଷ୍ୟବାଣୀକୁ ବିଶ୍ୱାସ କରାଯାଏ, ତେବେ ୨୦୨୨ ମସିହାରେ ବିଶ୍ୱବ୍ୟାପୀ ଦୁର୍ଭିକ୍ଷ ଦେଖାଦେବ ।

ମାନବଜାତି ଉପରେ କୃତ୍ରିମ ଇଣ୍ଟେଲିଜେନ୍ସର ଆକ୍ରମଣ- ନୋସ୍ତ୍ରୋଦମସର ଭବିଷ୍ୟବାଣୀ ଅନୁଯାୟୀ, ୨୦୨୨ ମସିହାରେ Personal Computer ର ମସ୍ତିଷ୍କ ମନୁଷ୍ୟକୁ  ନିୟନ୍ତ୍ରଣ କରିବାରେ ସକ୍ଷମ ହେବ । ଆସନ୍ତା ବର୍ଷ Artificial Intelligence ମାନବ ଇଣ୍ଟରଫେସର କୃତ୍ରିମ ଇଣ୍ଟେଲିଜେନ୍ସର ହେବ ଏବଂ ରୋବଟ୍ ମାନବ ଜାତିକୁ ଧ୍ୱଂସ କରିବ ।

ଭୂମଧ୍ୟସାଗରରେ ବିସ୍ଫୋରଣ – ପୂର୍ବାନୁମାନ ଅନୁଯାୟୀ, ମେନୋର୍କା ଦ୍ୱୀପ ନିକଟବର୍ତ୍ତୀ ଭୂମଧ୍ୟସାଗରରେ କ୍ଷେପଣାସ୍ତ୍ର ପରୀକ୍ଷଣ ସମୟରେ ଏକ ବଡ଼ ବିସ୍ଫୋରଣ ହେବାର ଆଶଙ୍କା ରହିଛି ।