ଜାମ୍ମୁ କାଶ୍ମୀରରେ ଏନକାଉଣ୍ଟର, ସୁରକ୍ଷାକର୍ମୀଙ୍କୁ ଗୁଳିରେ ୩ ଆତଙ୍କୀ ନିପାତ

1 min read

ଶ୍ରୀନଗର: ଜାମ୍ମୁ କାଶ୍ମୀରରେ ଆଜି ପୁଣି ଏକ ବଡ଼ ଧରଣର ଏନକାଉଣ୍ଟର ହୋଇଛି । ଜାମ୍ମୁ କାଶ୍ମୀରରେ ସୁରକ୍ଷା ବାହିନୀ ଦ୍ୱାରା ଜୈଶ-ଇ-ମହମ୍ମଦର ତିନି ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ଗୁରୁବାର ବିଳମ୍ବିତ ରାତିରେ ବଡଗାମର ଚାଡୋରା ଅଞ୍ଚଳରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏହି ଏନକାଉଣ୍ଟର ହୋଇଥିଲା। ସୁରକ୍ଷା ବାହିନୀର ଏନକାଉଣ୍ଟରରେ ୩ ଜଣ ଆତଙ୍କବାଦୀ ନିପାତ ହୋଇଛନ୍ତି । ୩ ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ପରେ ଘଟଣାସ୍ଥଳରୁ ଅନେକ ମାରଣାସ୍ତ୍ର ଜବତ କରାଯାଉଛି । ଏହି ଏନକାଉଣ୍ଟର ପରେ ଏବେ ସେହି ଅଞ୍ଚଳରେ ସର୍ଚ୍ଚ ଅପରେସନ୍ ଜୋରଦାର ଜାରି ରହିଛି ।

https://twitter.com/ANI/status/1479332221794226176?s=20

ସୂଚନା ଅନୁଯାୟୀ ଗୁରୁବାର ରାତିରେ ବଡଗାମ ଜିଲ୍ଲାର ଚାଡୋରା ଅଞ୍ଚଳରେ ସୁରକ୍ଷା ବାହିନୀ ସହ ହୋଇଥିବା ଏନକାଉଣ୍ଟରରେ ତିନିଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ଜଣେ ସୁରକ୍ଷା କର୍ମୀଙ୍କ ସୂଚନା ଅନୁଯାୟୀ ସୁରକ୍ଷା ଏଜେନ୍ସିକୁ ଚାଡୋରା ଅଞ୍ଚଳରେ ଆତଙ୍କବାଦୀଙ୍କ ଲୁଚି ରହିଥିବା ସୂଚନା ମିଳିଥିଲା । ଏହି ସୂଚନା ପାଇବା ପରେ ସୁରକ୍ଷା ବାହିନୀ ଏହି ଅଞ୍ଚଳକୁ ଘେରି ରହି ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ ।

ତେବେ ଏହି ଘଟଣା ପରେ କାଶ୍ମୀର ଆଇଜିପି ବିଜୟ କୁମାର କହିଛନ୍ତି କି ଗୁରୁବାର ବିଳମ୍ବିତ ରାତିରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୩ ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି । ଏନକାଉଣ୍ଟରରେ ମୃତ୍ୟୁ ହୋଇଥିବା ତିନି ଆତଙ୍କବାଦୀଙ୍କ ନିକଟରୁ ୩ଟି AK-57 ରାଇଫଲ ସହ ବହୁ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି। ତେବେ ୨୦୨୨ ଆରମ୍ଭରୁ ଏପର୍ଯ୍ୟନ୍ତ ୧୧ ଜଣ ଆତଙ୍କବାଦୀଙ୍କୁ ସୁରକ୍ଷାକର୍ମୀ ନିପାତ କରିଛି ବୋଲି ବିଜୟ କୁମାର ସୂଚନା ଦେଇଛନ୍ତି ।

 

Leave a Reply