ନିଆଁ ଲଗା ପୁଅ: ଘର ଜାଳିଲା, ବାପାଭାଇଙ୍କୁ ମାରିବାକୁ ଗୋଡାଇଲା

ବାଲେଶ୍ବର: ନୀଳଗିରି ଥାନା ଶ୍ୟାମସୁନ୍ଦରପୁର ଅଞ୍ଚଳ ମୁଳାଗଡି ସାହିରେ ମଦ୍ୟପ ପୁଅର ଉନ୍ମତ୍ତକାଣ୍ଡ । ନିଶାସକ୍ତ ଅବସ୍ଥାରେ ଲଗାଇଲା ନିଆ୍ୟ । ବାଇକ୍, ଧାନବସ୍ତା ଏବଂ ଗୁହାଳକୁ ଜାଳିଦେଲା । ଏପରିକି ବାପା ଏବଂ ଭାଇକୁ ଜୀବନରୁ ମାରିଦେବାକୁ ଉଦ୍ୟମ କରିଥିବା ଅଭିଯୋଗ । ନିଶାସକ୍ତ ପୁଅ କବଳରୁ ବାପା ଓ ଭାଇଙ୍କୁ ଉଦ୍ଧାର କରିଛନ୍ତି ଗ୍ରାମବାସୀ । ଅଗ୍ନିଶମ ବାହିନୀ କର୍ମଚାରୀ ଗାଁରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ।

ସୂଚନାଯୋଗ୍ୟ, ମୂଳାଗଡି ସାହିର ରବୀନ୍ଦ୍ର ପରିଡ଼ାଙ୍କ ପୁଅ ରଞ୍ଜନ ଜମିଜୁମା ଭାଗବଣ୍ଟାକୁ ନେଇ ନିଶାସକ୍ତ ଅବସ୍ଥାରେ ମଧ୍ୟରାତ୍ରିରେ ବାପା ଭାଇଙ୍କ ସହିତ ବଚସା କରିଥିଲେ । ପରେ ଉତ୍ତ୍ୟକ୍ତ ହୋଇ ଘରେ ଥିବା ବାଇକରେ ନିଆଁ ଲଗାଇ ଦେଇଥିଲେ । ବାଇକ୍ଟି ସମ୍ପୂର୍ଣ୍ଣ ଜଳି ଯାଇଛି । ଏତିକିରେ ରବୀନ୍ଦଙ୍କ ଉତ୍ପାତ କମି ନଥିଲା । ଘରେ ଥିବା ଧାନବସ୍ତା ଓ ଗୁହାଳରେ ନିଆଁ ଲଗାଇ ଦେଇଥିଲେ । ଏହାପରେ ବାପା ଓ ଭାଇଙ୍କୁ ଜୀବନରୁ ମାରି ଦେବାକୁ ଉଦ୍ୟମ କରିଥିଲେ । ନୀଳଗିରି ପୋଲିସ ଯୁବକକୁ ଧରି ପ୍ରଥମେ ମେଡିକାଲ ନେିଥିଲେ । ସେଠାରେ ଚିକିତ୍ସା ପରେ ଥାନାରେ ଅଟକ ରଖି ପଚରାଉଚରା କରୁଛି ।

Leave a Reply