ଛୁଆଙ୍କୁ ଦୁଷ୍କର୍ମ କଲେ ମିଳିବ ଭୟଙ୍କର ସଜ୍ଜା

Pocso Court Sentenced 20 Years Jail To Rapist

ନୂଆଦିଲ୍ଲୀ: ଛୁଆଙ୍କ ଦୁଷ୍କର୍ମକାରୀଙ୍କୁ ମିଳିବ ଭୟଙ୍କର ସଜ୍ଜା । ଏନେଇ କଡ଼ା ଆଇନ୍ ଆଣିବାକୁ ଯାଉଛନ୍ତି ଋଷ ସରକାର । ନୂଆ ନିୟମ ପ୍ରକାରେ ଦୋଷୀଙ୍କୁ ଦୁନିଆର ସବୁଠୁ ଥଣ୍ଡା ସ୍ଥାନ ଅର୍ଥାତ୍ ଆର୍କଟିକ୍ ଅଞ୍ଚଳରେ ଆଜୀବନ ବନ୍ଦୀ କରି ରଖାଯିବ । ଋଷ ସଂସଦର ଅଧ୍ୟ କହିଛନ୍ତି, ଛୁଆଙ୍କୁ ଯୌନ ଶୋଷଣ କରୁଥିବା ରାକ୍ଷାସକୁ ଆର୍କଟିକରେ କଠୋର ଶ୍ରମ ଦଣ୍ଡ କଲୋନୀରେ ସଜ୍ଜା କାଟିବାକୁ ପଡ଼ିବ । ଏଥିସହ ସାଇବେରିୟାଇ ଖଣିରେ କାମ କରିବାକୁ ପଡ଼ିବ ।

ସୂଚନା ଅନୁସାରେ, ଗତ ସପ୍ତାହରେ ଋଷରେ ଦୁଇ ଜଣ ବ୍ୟକ୍ତି ଏକ ୫ ବର୍ଷର ଛୁଆକୁ ଅପହରଣ କରି ନେଇ ଦୁଷ୍କର୍ମ କରିଥିଲେ । ଦୁଷ୍କର୍ମ ପରେ ଛୁରି ଭୁଷି ମାରି ଦେଇଥିଲେ । ଏତିକିରେ ମନ ବୁଝି ନଥିଲା ଦୁଷ୍କର୍ମକାରୀଙ୍କର । ବିଭତ୍ସ ହତ୍ୟା ପରେ ଶରୀରକୁ ଖଣ୍ଡ ଖଣ୍ଡ କରି କାଟିବା ପରେ ସୁଟକେସରେ ଭର୍ତ୍ତି କରି ଫିଙ୍ଗି ଦେଇଥିଲେ । ଏବେ ଏହି ମାମଲାରେ ଦୁଷ୍କର୍ମକାରୀଙ୍କୁ ଦୁନିଆର ସବୁଠୁ ଥଣ୍ଡା ଜାଗାରେ ସଜ୍ଜା ମିଳିବ ।

ରିପୋର୍ଟ ଅନୁସାରେ, ଛୁଆକୁ ଅପହରଣ, ଦୁଷ୍କର୍ମଓ ହତ୍ୟା ଅଭିଯୋଗ ୪୪ ବର୍ଷିଅ ଡୋନିସ୍ ଗେରାସିମୋଭ ଓ ୨୪ ବର୍ଷିଅ ବାଦିମ ବେଲ୍ୟାକୋବଙ୍କ ଉପରେ ଲାଗିଛି । ଦୁହେଁ ସମଲିଙ୍ଗୀ ବୋଲି କୁହାଯାଉଛି । ଗତ ସପ୍ତାହରେ କୋଷ୍ଟ୍ରୋମା ଅଞ୍ଚଳରେ ମାଆର ଅଫିସ୍ ନିକଟରେ ଝିଅଟି ଖେଳୁଥିଲା । ସେହି ସମୟରେ ଦୁହେଁ ଝିଅଟକୁ ଅପହରଣ କରି ନେଇ ଦୁଷ୍କର୍ମ ପରେ ହତ୍ୟା କରିଥିଲେ ।

Leave a Reply