ସାଂସଦ ଓ ବିଧାୟକ ପ୍ରାର୍ଥୀ କରି ପାରିବେ ଅଧିକ ଖର୍ଚ୍ଚ

ନୂଆଦିଲ୍ଲୀ: ଏଣିକି ନିର୍ବାଚନରେ ସାଂସଦ ଓ ବିଧାୟକ ଆଗ ଅପେକ୍ଷା କରିପାରିବେ ଅଧିକ ଖର୍ଚ୍ଚ । ନିର୍ବାଚନ ଲଢିବାକୁ ନେଇ ପ୍ରାର୍ଥୀଙ୍କ ଖର୍ଚ୍ଚ ସୀମା ବୃଦ୍ଧି କରାଯାଇଛି । ବଡ଼ ଓ ଛୋଟ ରାଜ୍ୟର ସାଂସଦ ଓ ବିଧାୟକଙ୍କ ପାଇଁ ଭିନ୍ନ ଭିନ୍ନ ଖର୍ଚ୍ଚ ବୃଦ୍ଧି କରାଯାଇଛି ।

ରାଜ୍ୟର ସାଂସଦ ପ୍ରାର୍ଥୀମାନେ ୨୦୧୪ରେ ୭୦ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିବା ବେଳେ, ଏବେ ତାହା ୩୫ ପ୍ରତିଶତ ବୃଦ୍ଧି କରାଯାଇଛି । ଯାହାଫଳରେ ସେମାନେ ୯୫ ଲକ୍ଷ ଖର୍ଚ୍ଚ କରିପାରିବେ । ସେହିପରି ଛୋଟ ରାଜ୍ୟର ସାଂସଦ ପ୍ରାର୍ଥୀଙ୍କ କ୍ଷେତ୍ରରେ ୩୮ ପ୍ରତିଶତ ବୃଦ୍ଧି ପରେ ସେମାନେ ୭୫ ଲକ୍ଷ ଟଙ୍କା ଖର୍ଚ୍ଚ କରିପାରିବେ ।

ବିଧାନସଭା କ୍ଷେତ୍ରରେ ବଡ଼ ରାଜ୍ୟର ବିଧାୟକ ପ୍ରାର୍ଥୀମାନେ ୪୦ ଲକ୍ଷ ଖର୍ଚ୍ଚ କରିପାରିବେ । ସେହିପରି ଛୋଟ ରାଜ୍ୟର ପ୍ରାର୍ଥୀ ୨୮ ଲକ୍ଷ ଖର୍ଚ୍ଚ କରିପାରିବେ । ଟଙ୍କା ବୃଦ୍ଧି ଫଳରେ ପ୍ରର୍ଥୀମାନେ ଏଥର ଡିଜିଟାଲ ମାଧ୍ୟମରେ ବୈଠକ କରିପାରିବେ । କରୋନାକୁ ଦୃଷ୍ଟିରେ ରଖି ସାନିଟାଇଜର ଓ ମାସ୍କ କ୍ଷେତ୍ରରେ ମଧ୍ୟ ଖର୍ଚ୍ଚ କରିବେ । ଏହି ଖର୍ଚ୍ଚ ସୀମା ବୃଦ୍ଧି ଆଗକୁ ହେବାକୁ ଥିବା ଉତ୍ତପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ, ଗୋଆ ଓ ମଣିପୁର ନିର୍ବାଚନରେ ଲାଗୁ ହେବ ।

Leave a Reply