ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ବିଭ୍ରାଟକୁ ନେଇ ତଦନ୍ତକାରୀ ସଂସ୍ଥାଙ୍କୁ ସୁପ୍ରିମକୋର୍ଟଙ୍କ ବଡ଼ ନିର୍ଦ୍ଦେଶ

SC Directs All Probe Agencies And Punjab Police To Preserve The Record In PM Security Breach Case

ନୂଆଦିଲ୍ଲୀ: ବୁଧବାର ପଞ୍ଜାବରେ ପିଏମ୍ ମୋଦିଙ୍କ ସୁରକ୍ଷାରେ ବଡ଼ ବିଭ୍ରାଟକୁ ନେଇ ବଡ଼ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ପ୍ରଧାନମନ୍ତ୍ରୀଙ୍କ ଗସ୍ତ ରେକର୍ଡ ଓ ତଦନ୍ତକାରୀ ସଂସ୍ଥାକୁ ମିଳିଥିବା ତଥ୍ୟକୁ ସୁରକ୍ଷିତ ରଖିବା ଲାଗି ପ୍ରଧାନବିଚାରପତି ଜଷ୍ଟିସ୍ ଏନ୍.ଭି ରମଣା ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ପଞ୍ଜାବ ପୋଲିସ ଅଧିକାରୀ, ଏସପିଜି ଓ ଅନ୍ୟ ଏଜେନ୍ସିଙ୍କୁ ସହଯୋଗ କରିବା ଏବଂ ସମସ୍ତ ରେକର୍ଡକୁ ସିଲ୍ କରିବା ପାଇଁ କହିଛନ୍ତି ସୁପ୍ରିମକୋର୍ଟ ।

l Probe Agencies And Punjab Police To Preserve The

ଏକ ସଂଗଠନ ପକ୍ଷରୁ ଦାଏର ଆବେଦନର ଶୁଣାଣି ଆଜି ସୁପ୍ରିମକୋର୍ଟରେ ହୋଇଛି । ପ୍ରଧାନବିଚାରପତି ଏନ୍.ଭି ରମଣା, ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଓ ଜଷ୍ଟିସ୍ ହିମା କୋହଲିଙ୍କ ଖଣ୍ଡପୀଠ ମାମଲାର ଶୁଣାଣି କରିଛନ୍ତି । ଆବେଦନକାରୀଙ୍କ ପକ୍ଷରୁ ମନିନ୍ଦର ସିଂହ ଏହାକୁ ଗମ୍ଭୀର ମାମଲା କହି ଯାଞ୍ଚ ଦାବି କରିଥିଲେ ।

l Probe Agencies And Punjab Police To Preserve The

ମାମଲାରେ ସୋମବାର ପର୍ଯ୍ୟନ୍ତ କୌଣସି ପଦକ୍ଷେପ ନ ନେବା ଲାଗି ସୁପ୍ରିମକୋର୍ଟ କେନ୍ଦ୍ର ସରକାର ଓ ପଞ୍ଜାବ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା ୧୦ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ । ପ୍ରଧାନବିଚାରପତି କହିଛନ୍ତି, ଅବହେଳା ପାଇଁ ତଦନ୍ତର ଆବଶ୍ୟକତା ରହିଛି । ସଲିସିଟର ଜେନରାଲ କହିଛନ୍ତି, ମାମଲାରେ ଏନଆଇଏ ମହାନିର୍ଦ୍ଦେଶକଙ୍କୁ ନୋଡାଲ ଅଧିକାରୀ କରିବାକୁ କେନ୍ଦ୍ର ପରାମର୍ଶ ଦେଇଥିଲେ । କିନ୍ତୁ ସୁପ୍ରିମକୋର୍ଟ ଚଣ୍ଡିଗଡ଼ ଡିଜି ଓ ଏନ୍ଆଇଏର ଜଣେ ଅଧିକାରୀଙ୍କୁ ନୋଡାଲ ଅଧିକାରୀ ନିଯୁକ୍ତ କରିଛନ୍ତି ।

Leave a Reply