spot_img
Home Blog Page 4866

‘ସୀମାନ୍ତରେ ବଢିବ ଓଡ଼ିଆ ଭାଷାର ଗୁରୁତ୍ୱ, ଖୋଲିବ ବନ୍ଦ ଥିବା ସ୍କୁଲ’

ଭୁବନେଶ୍ୱର: ସୀମାବର୍ତ୍ତୀ ଅଞ୍ଚଳ ମାନଙ୍କରେ ଓଡିଆ ଭାଷାକୁ କିଭଳି ଅଧିକ ଗୁରୁତ୍ୱ ଦିଆଯିବ ସେ ନେଇ ଅଣ୍ଟା ଭିଡିଛନ୍ତି ରାଜ୍ୟ ସରକାର । ବନ୍ଦ ଥିବା ସ୍କୁଲ ଖୋଲିବା, ଶିକ୍ଷକ ନିଯୁକ୍ତି କରିବା, ଓଡ଼ିଆ ପୁସ୍ତକ ଯୋଗାଇ ଦେବା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଜରିଆରେ ଭାବାତ୍ମକ ଏକତା ବଢାଇବା ପାଇଁ କରାଯିବ ପ୍ରୟାସ । ବିଧାନସଭାର ସବ-କମିଟି ବୈଠକରେ ପଡୋଶୀ ରାଜ୍ୟ ଛତିଶଗଡରେ ଓଡ଼ିଆ ଭାଷା କିଭଳି ଅଧିକ ଗୁରୁତ୍ୱ ଦିଆଯିବ ତାହା ଉପରେ ଆଲୋଚନା ହୋଇଥିଲା ।

ସୁଚନା ଅନୁଯାୟୀ ଛତିଶଗଡରେ ୧୮୦ରୁ ଅଧିକ ସ୍କୁଲ ରହିଛି, ଏ ସମସ୍ତ ସ୍କୁଲରେ କିଭଳି ଓଡ଼ିଆ ଭାଷାକୁ ଗୁରୁତ୍ୱ ଦିଆଯାଉଛି ସେଥିପାଇଁ ସୀମାନ୍ତବର୍ତ୍ତୀ ଜିଲ୍ଲାର ଶିକ୍ଷାଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।  ଏହାସହ ରାୟପୁରରେ ବନ୍ଦ ଥିବା ଓଡ଼ିଆ ସ୍କୁଲ ମଧ୍ୟ ଖୋଲିବ । ସୀମାନ୍ତବର୍ତ୍ତୀ ଜିଲ୍ଲା ଗୁଡ଼ିକରେ ଓଡ଼ିଆ ଭାଷାର ପ୍ରଚାର ପ୍ରସାର ଏବଂ ସେହି ଅଞ୍ଚଳରେ ଓଡ଼ିଆ ଶିକ୍ଷାନୁଷ୍ଠାନ ଖୋଲିବା ନେଇ ବିଧାନସଭା ସବ କମିଟିରେ ଆଲୋଚନା ହୋଇଥିବା ସୂଚନା ରହିଛି  ।

ଅନଲାଇନରେ ନିଶା ବିକୁଛି ଆମାଜନ, ମଧ୍ୟପ୍ରଦେଶରୁ ବିଶାଖାପାଟ୍ଟଣମ ଲମ୍ବିଛି ଚେର୍

ନୂଆଦିଲ୍ଲୀ: ଧରା ପଡ଼ିଲା ଆମାଜନ । ଅନଲାଇନରେ ବିକୁଥିଲା ନିଶା ସାମଗ୍ରୀ । ଡିଜିଟାଲ୍ ଜମାନାରେ ଘରେ ବସି ଅର୍ଡର କଲେ ମିଳୁଛି ସବୁକିଛି । ମହୁଠୁ ମଦ ସବୁକିଛି ବିକ୍ରି ହେଉଛି ଅନଲାଇନରେ । ତେବେ ଗଞ୍ଜେଇ ଭଳି ନିଶାଦ୍ରବ୍ୟ ବିକ୍ରି ଆମ ଦେଶରେ ଆଇନସିଦ୍ଧ ନୁହେଁ । ତଥାପି ଆଇନ୍ ଆଖିରେ ଅଙ୍ଗୁଠି ଗେଞ୍ଜି ଅନଲାଇନରେ ଚାଲିଛି ଗଞ୍ଜେଇ ବେପାର । ଲୋକପ୍ରିୟ ସପିଂ ସାଇଟ୍ ଆମାଜନ ବିକୁଛି ଗଞ୍ଜେଇ ।

ଆମାଜନରେ ବିକ୍ରି ହେଉଛି ଗଞ୍ଜେଇ । ପୋଲିସ କଲା ପର୍ଦ୍ଦାଫାସ୍ । ମଧ୍ୟପ୍ରଦେଶ ଭିଣ୍ଡ ଜିଲ୍ଲା ପୋଲିସ ହାତରେ ଲାଗିଛି ପ୍ରମାଣ । ଆମାଜନ ବକ୍ସ ସହ ଓ ଟେପ୍ ସମତେ ବକ୍ସ ଭିତରେ ଥିବା ୨୧ କେଜି ୭୩୪ ଗ୍ରାମ୍ ଗଞ୍ଜେଇକୁ ଜବତ କରିଛି ଗୋହଦ ଚୌରହା ଥାନା ପୋଲିସ । ମାମଲାରେ ପୋଲିସ ଆମାଜନର କାର୍ଯ୍ୟକାରୀ ପ୍ରବନ୍ଧକଙ୍କ ବିରୋଧରେ ଏନଡିପିଏସ୍ ଧାରା ଲଗାଇଥିବା ବେଳେ ୩ ଜଣଙ୍କୁ ଗିରଫ କରିଛି । ଆମାଜନ ଅନଲାଇନ୍ କାର୍ଯ୍ୟକାରୀ ପ୍ରବନ୍ଧକଙ୍କ ଭୂମିକା ନେଇ ତଦନ୍ତ କରୁଛି ପୋଲିସ ।

ଆଶଙ୍କା କରାଯାଉଛି ଆମାଜନ ଅନଲାଇନ୍ କାର୍ଯ୍ୟକାରୀ ପ୍ରବନ୍ଧକ ଦେଶବ୍ୟାପୀ ମାଦକ ଦ୍ରବ୍ୟର ନେଟୱର୍କ ତିଆରି କରିଥିଲେ । ପୋଲିସ ତଦନ୍ତ ବେଳେ ତଥ୍ୟ ଆଧାରରେ କେତେକ ସହରରେ ରେଡ୍ କରିଛି । ମଧ୍ୟପ୍ରଦେଶରୁ ବିଶାଖାପାଟ୍ଟମ ଲମ୍ବିଛି ଚେର । ଗଞ୍ଜେଇ ଡେଲିଭରି କରିଥିବା ଶ୍ରୀନିବାସ ରାଓ ଓରଫ ବାସୁ, ଆମାଜନ ପିକଅପ୍ ବୟ ଜିରୁ କୁମାର ସ୍ୱାମୀ, କୃଷ୍ଣମ ରାଜୁ, ଆମାଜନ ଅନଲାଇନ୍ ଭ୍ୟାନ୍ ଡ୍ରାଇଭର ଚିପୁଋପଲ୍ଲି ଭେଙ୍କଟେଶ ରାଓଙ୍କୁ ପୋଲିସ ଗିରଫ କରିଥିବା ବେଳେ ଅନ୍ୟ ଜଣେ ଅଭିଯୁକ୍ତ ଖସି ଯାଇଛି ।

୨୧ ଶହ ଟଙ୍କାର ଫଟୋ ରାତିରାତି କରିଦେଲା ୩୬୮ କୋଟି ଟଙ୍କାର ମାଲିକ

ଓ୍ବାସିଂଟନ: କଥାରେ ଅଛି ‘ଉପର ଓ୍ବାଲା ଜଭି ଦେତା, ଦେତା ଛପର ଫାଡ କେ’ । ଏହା ଉପରେ ହିନ୍ଦି ଫିଲ୍ମରେ ଏକ ଗୀତ ବି ବେଶ ହିଟ୍ ହୋଇଛି । କଥାଟା ବି ଏକ ଦମ୍ ସତ । କେତେ ବେଳେ କାହା ଭାଗ୍ୟ ଉଦୟ ହେବ ଓ ଦିନ ରଙ୍କି କୋଟିପତି ହୋଇ ନଯିବ କହି ହେବନି । ଏହି ଯେମିତି ଆମେରିକାର ଜଣେ ବ୍ୟକ୍ତିଙ୍କୁ ଏକ ଚିତ୍ରକଳା କୋଟିପତି ବନାଇ ଦେଇଛି । ଗୋଟେ କି ଦୁଇ କୋଟି ନୂହେଁ, ପୂରା ୩୬୮ କୋଟି ଟଙ୍କାର ମାଲିକ ହୋଇଯାଇଛନ୍ତି ବ୍ୟକ୍ତି ଜଣକ । ଶୁଣିଲେ ଆଶ୍ଚର୍ଯ୍ୟ ହେବେ, ବ୍ୟକ୍ତି ଜଣଙ୍କ ମାତ୍ର ୨୧ ଶହ ଟଙ୍କାରେ ଉକ୍ତ ସ୍କେଚ୍ (ଫଟୋଚିତ୍ର)ଟିକୁ କିଣିଥିଲେ ।

ମିରର ୟୁକେରେ ପ୍ରକାଶିତ ରିପୋର୍ଟ ଅନୁସାରେ ବ୍ୟକ୍ତି ଜଣଙ୍କ ନିଜ ନାମ ଗୁପ୍ତ ରହିଛନ୍ତି, ‘ସେ ମାସାଚୁସେଟ୍ସରେ ରୁହନ୍ତି । ଏକ ଚିତ୍ରକଳା ପ୍ରଦର୍ଶନୀ ବୁଲିବାକୁ ଯାଇଥିବା ବେଳେ ଏକ ଫଟୋଚିତ୍ର ତାଙ୍କ ମନକୁ ବେଶ ଛୁଇଁଥିଲା । ଏଥିରେ ଜଣେ ମହିଳା ଏକ ପିଲାକୁ ଧରିଥିବା ଦେଖିବାକୁ ମିଳୁଛି । କୌଣସି ପ୍ରସିଦ୍ଧ ଚିତ୍ରକାରଙ୍କ ଏହା ହୋଇଥିବ ଭାବି ସେ ମାତ୍ର ୨୧ ଶହ ଟଙ୍କାରେ ଏହାକୁ କିଣି ଘରକୁ ନେଇ ଆସିଥିଲେ ।’

ମଜାଦାର କଥା ହେଲା କିଣିବା ବେଳେ ସେ କେବେ ଭାବି ନଥିଲେ ଏହି ଫଟୋଚିତ୍ରଟିର ପ୍ରକୃତ ମୂଲ୍ୟ କେତେ ?  ତାଙ୍କୁ ଏହା ବି ଜଣା ନଥିଲା ଏହା କେତେ ଶତାବ୍ଦୀ ପୁରୁଣା ଓ ଫଟୋ କପି ନୁହେଁ ବରଂ ପୂରା ଅରିଜିନାଲ । ଯାହା ତାଙ୍କୁ ସାରା ଦୁନିଆରେ ପ୍ରସିଦ୍ଧି ଦେବା ସହ ରାତାରାତି କୋଟିପତି ବନାଇ ଦେବ ।

ସୂଚନାଯୋଗ୍ୟ, ହଳଦିଆ ରଙ୍ଗର ଲେଲିନ କପଡ଼ାରେ ଅଙ୍କା ଯାଇଥିବା ଏହି ଚିତ୍ରଟି ୧୫ ଶତାବ୍ଦୀର । ଏହାକୁ ବିଶ୍ବ ପ୍ରସିଦ୍ଧ ମନୋଗ୍ରାମ୍ସ ଆଲବ୍ରେଚ୍ ଡୁରେର ଆଙ୍କି ଥିଲେ । ଏକ ରିପୋର୍ଟ ଅନୁସାରେ ପୁର୍ନ ଜାଗରଣ କାଳରେ ଜର୍ମାନୀ ଚିତ୍ରକାର ଡୁରେର ଏହାକୁ ଆଙ୍କିଥିଲେ ।  ଏହାକୁ ଅନୁଧ୍ୟାନ କରିବା ପରେ ଏହାର ମୂଲ୍ୟ ବର୍ତ୍ତମାନ ସମୟରେ ୩୬୮ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି ।

ଫଟୋଟିକୁ ଦେଖି ଚିତ୍ରକଳା ବିଶେଷଜ୍ଞମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ସେମାନଙ୍କ ମତରେ, ଏତେ କମ ମୂଲ୍ୟରେ କେମିତି ସମ୍ପୃକ୍ତ ବ୍ୟକ୍ତି ଏହାକୁ ପାଇଗଲେ । ଏହାକୁ ବିକ୍ରି କରିଥିବା ବ୍ୟକ୍ତି ବି କେମିତି ଏହାକୁ ଚିହ୍ନି ପାରିଲେନି ଓ ଏତେ କମ ମୂଲ୍ୟରେ ବିକ୍ରି କରିଦେଲେ । ସୂଚନାଯୋଗ୍ୟ, ଏହା ପୂର୍ବରୁ ମାସାଚୁସେଟ୍ସରେ ୨୦୧୬ରେ ଦିବଙ୍ଗତ ବାସ୍ତୁକାର ଜିନ ପାଲ କାର୍ଲହିୟନଙ୍କ ପରିବାର ଏହାକୁ ଶେଷ ଥର ପାଇଁ ବିକ୍ରି କରିଥିଲେ ।

କଳାକୃତି ସଂଗ୍ରହ ସଉକ ରଖୁଥିବା କ୍ଲିଫୋର୍ଡ ଶୋରର କହିଛନ୍ତି, ‘ଏହା ମୋ ପାଇଁ ବିଶ୍ବାସ ଯୋଗ୍ୟ ନଥିଲା, ଯେତେବେଳେ ମୁଁ ଆଲବ୍ରେଚ୍ ଡୁରେରଙ୍କ ହାତ ତିଆାରି ଚିତ୍ରକଳା ଦେଖିଲି । ଏହି ଚିତ୍ରକଳାର କୌଣସି ତୁଳନା ନାହିଁ ।’

ସେ ଆହୁରି କହିଛନ୍ତି, ‘ଆଲବ୍ରେଚ୍ ଡୁରେର ପୁର୍ନ ଜାଗରର ଆନ୍ଦୋଳନର ଜଣେ ଜର୍ମାନୀ ଚିତ୍ରକାର ଥିଲେ । ଯିଏ ନିଜ ଉଡକଟ ପ୍ରିଣ୍ଟ ପାଇଁ ପୂରା ୟୁରୋପରେ ପ୍ରସିଦ୍ଧ ଥିଲେ । ପ୍ରସିଦ୍ଧ ଇଟାଲୀ ଚିତ୍ରକାର ଲିଓନାର୍ଡୋ ଦା ଭିନ୍ସଙ୍କ ସମେତ ସେ ସମୟର ଅନ୍ୟ ଚିତ୍ରକାରଙ୍କ ସମ୍ପର୍କରେ ଥିଲେ ।’

୨୦୨୪ରେ ଓଡ଼ିଶା ଦେଖି୍ବ SCB ପ୍ଲସ, ମିଳିବ ବିଶ୍ୱସ୍ତରୀୟ ଚିକିତ୍ସା

କଟକ: ୨୦୨୪ ମସିହା ଜାନୁଆରୀ ୧ ତାରିଖରେ ଦେଶବାସୀ ଦେଖିବେ ସ୍ୱାସ୍ଥ୍ୟ ସେବାର ବଡ଼ ଉଦାହରଣ । ୨୦୨୪ ଆରମ୍ଭରୁ ରୂପାନ୍ତରିତ ଶ୍ରୀରାମଚନ୍ଦ୍ରଭଞ୍ଜ ମେଡିକାଲ କଲେଜର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଶ୍ରୀରାମଚନ୍ଦ୍ରଭଞ୍ଜ ମେଡିକାଲ କଲେଜର ହେଉଛି ନବକଳେବର । ଏଥିପାଇଁ ଖର୍ଚ୍ଚ ହେବ ୩୫୦୦ କୋଟି ଟଙ୍କା । ସାଧାରଣ ଲୋକଙ୍କୁ ମିଳିବ ବିଶ୍ୱସ୍ତରୀୟ ଚିକିତ୍ସା । 5T କାର୍ଯ୍ୟକ୍ରମ ଅଧୀନରେ ହେଉଛି ନବକଳେବର ହେଉଛି ଏସସିବି ମେଡ଼ିକାଲ କଲେଜ  ।  ଏସ୍‌ସିବିକୁ ଏମ୍‌ସ ପ୍ଲସ୍‌ କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର । ଏସସିବି ନବୀକରଣ କାର୍ଯ୍ୟ ସମୀକ୍ଷା ଅବସରରେ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଶ୍ରୀରାମଚନ୍ଦ୍ରଭଞ୍ଜ ମେଡିକାଲ କଲେଜ ହେଉଛି ଓଡ଼ିଶାବାସୀଙ୍କର ଭରସାର କେନ୍ଦ୍ର । ମେଡିକାଲ କଲେଜ ଓ ହସ୍ପିଟାଲ ପାଇଁ ସରକାରୀ ସ୍ତରରେ ଏହା ଦେଶର ସର୍ବବୃହତ ପ୍ରକଳ୍ପ । ୫ ହଜାର ଶଯ୍ୟା ସହିତ ଡାକ୍ତର, ରୋଗୀ ଓ ସ୍ବାସ୍ଥ୍ୟକର୍ମୀଙ୍କ ପାଇଁ ଅତ୍ୟାଧୁନିକ ଚିକିତ୍ସା ସୁବିଧା ଏଠାରେ ରହିବ । ୧୭୫ ଏକର ଜମିରେ ହେଉଥିବା ଏହି ଏମ୍‌ଲ ପ୍ଲସ୍‌ ମେଡିକାଲରେ ପ୍ରଥମ ପର୍ଯ୍ୟାୟରେ ଶଯ୍ୟାସଂଖ୍ୟା ରହିବ ୩ ହଜାର ୫ ଶହ ଓ ଦ୍ୱିତୀୟ ପର୍ଯ୍ୟାୟରେ ଏହାକୁ ୫ ହଜାରକୁ ବୃଦ୍ଧି କରାଯିବ । ଅତ୍ୟାଧୁନିକ ଚିକିତ୍ସା ଉପକରଣ ସହିତ ପରିବହନ ବ୍ୟବସ୍ଥା, ଆଧୁନିକ ରେଷ୍ଟୁରାଣ୍ଟ, ବାଣିଜ୍ୟ କେନ୍ଦ୍ର ଓ ସୁରକ୍ଷା ବ୍ୟବସ୍ଥା ଆଦି ସମସ୍ତ ସୁବିଧା ଉପଲବ୍ଧ ହେବ । ଏଥିରେ ୧୨୮୦ଟି ସରକାରୀ ବାସଗୃହ ନିର୍ମିତ ହେବା ସହିତ ଛାତ୍ରାବାସରେ ଅଧିକ ୨୨୦୦ ଜଣ ଛାତ୍ରଛାତ୍ରୀ ରହିବାର ବ୍ୟବସ୍ଥା କରାଯିବ ।

ଏହି ହସ୍ପିଟାଲର ଉନ୍ନତି ସହିତ କ୍ରୀଡା ଓ ମନୋରଞ୍ଜନ ପାଇଁ ମଧ୍ୟ ସୃଷ୍ଟି କରାଯିବ ଉତ୍ତମ ପରିବେଶ । ରାଜ୍ୟ ସରକାରଙ୍କ ଫାଇଭ୍-ଟି କାର୍ଯ୍ୟକ୍ରମ ଅଧୀନରେ ଚିକିତ୍ସା ଓ ଡାକ୍ତରୀ ଶିକ୍ଷା କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆଣିବା ସହ ଜନସାଧାରଣଙ୍କୁ ଉଚିତ୍ ସ୍ୱାସ୍ଥ୍ୟସେବା ଦେବା, ଓଡ଼ିଶା ଲୋକ ଓଡ଼ିଶାରେ ଚିକିତ୍ସା ସୁବିଧା ପାଇବା ରାଜ୍ୟ ସରକାରଙ୍କ ଲକ୍ଷ୍ୟ । ୧୯୪୪ ମସିହାରେ ସ୍ଥାପିତ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସ୍ପିଟାଲ ଦୀର୍ଘ ଦିନ ଧରି ଓଡ଼ିଶା ସମେତ ପୂର୍ବ ଭାରତର ବିଭିନ୍ନ ରାଜ୍ୟର ଲୋକମାନଙ୍କୁ ଉନ୍ନତ ଚିକିତ୍ସା ଯୋଗାଇବାରେ ସୁନାମ କରିଛି । ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତିକୁ ସ୍ବାଗତ କରିବା ସହ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି କଟକବାସୀ  ।

ଡିସେମ୍ବର ୧୫ରୁ ଆରମ୍ଭ ହେବ ଅନ୍ତର୍ଜାତୀୟ ବିମାନ ସେବା

ନୂଆଦିଲ୍ଲୀ: କରୋନା ପାଇଁ ବନ୍ଦ ଥିବା ଅନ୍ତର୍ଜାତୀୟ ବିମାନ ସେବା ଆରମ୍ଭ ହେବ । ଡିସେମ୍ବର ୧୫ରୁ ବିଦେଶକୁ ଉଡ଼ିବ ବିମାନ । ଗୃହ ମନ୍ତ୍ରଣାଳୟ, ବୈଦେଶିକ ମନ୍ତ୍ରଣାଳୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସହ ଆଲୋଚନା ପରେ ଏ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର । ବେସାମିରକ ବିମାନ ଚଳାଚଳ ମନ୍ତ୍ରଣାଳୟ ଶୁକ୍ରବାର ଏ ସୂଚନା ଦେଇଛି ।

International Flights To Resume From India December 15

ଗତବର୍ଷ ମହାମାରୀ କରୋନା ପାଇଁ ମାର୍ଚ୍ଚ ୨୩ରୁ ଅନ୍ତର୍ଜାତୀୟ ବିମାନ ସେବା ବନ୍ଦ କରି ଦିଆଯାଇଥିଲା । ଏହା ପରେ ସୀମିତ ଦେଶ ସହ ଏୟାର ବବଲ ପ୍ୟାକେଟ୍ ଜରିଆରେ ସୀମିତ ଉଡ଼ାଣ କରାଯାଇଥିଲା । ଏବେ ୨୮ ଦେଶ ଭାରତର ଏୟାର ବବଲ ପ୍ୟାକେଟ୍ ରହିଛି । ଏଥିରେ ଆମେରିକା, ବ୍ରିଟେନ୍, ୟୁଏଇ, କେନିଆ, ଭୁଟାନ ଓ ଫ୍ରାନ୍ସ ଆଦି ଦେଶ ରହିଛନ୍ତି । ଏସବୁ ଦେଶକୁ ଭାରତରୁ ଅନ୍ତର୍ଜାତୀୟ ବିମାନ ଉଡ଼ାଣ କରୁଛି ।

ଏୟାର ବବଲ୍ ପ୍ୟାକେଟ୍ ପ୍ରକାରେ, ଦୁଇ ଦେଶ ଚୟନ ହୋଇଥିବା ଏୟାରଲାଇନ୍ସ ମାଧ୍ୟମରେ ସ୍ୱତନ୍ତ୍ର ଅନ୍ତର୍ଜାତୀୟ ବିମାନ ସେବା ଯୋଗାଇ ଥାନ୍ତି । ଏଥିରେ ଯାତ୍ରା କରିବା ଲାଗି କେତେକ ପ୍ରତିବନ୍ଧକ ଥାଏ । ଚଳିତ ମାସ ୨୯ ତାରିଖରୁ ଭାରତରୁ ସିଙ୍ଗାପୁରକୁ ବିମାନ ଉଡ଼ାଣ ଆରମ୍ଭ ହେବ । କୋଭିଡ୍ ଟିକା ନେଇଥିବା ଯାତ୍ରୀ ଅନ୍ତର୍ଜାତୀୟ ଯାତ୍ରା କରିପାରିବେ । ସେମାନେ କ୍ୱାରେଣ୍ଟାଇନରେ ରହିବା ଆବଶ୍ୟକତା ନାହିଁ ।

ଅନିଲ କପୁର ଅସୁସ୍ଥ କି ? ଜର୍ମାନୀରେ କି ଚିକିତ୍ସା କରାଉଛନ୍ତି ?

ମୁମ୍ବାଇ: ସୋସିଆଲ ମିଡିଆରେ ମିଷ୍ଟର ଇଣ୍ଡିଆ ଅନିଲ କପୁରଙ୍କ ଏକ ଭିଡିଓ ତାଙ୍କ ପ୍ରଶଂସକଙ୍କ ମଧ୍ୟରେ ନିରାଶା ଖେଳାଇ ଦେଇଛି । ଏଥିରେ ସେ ଜର୍ମାନୀରେ ଚିକିତ୍ସା ହେଉଥିବା କହିଛନ୍ତି । ତେବେ କ’ଣ ସତରେ ଅନିଲ ଅସୁସ୍ଥ ଅଛନ୍ତି ? ଯଦି ଅସୁସ୍ଥ ତାଙ୍କର କ’ଣ ହୋଇଛି ? ଏମିତି ଅନେକ ପ୍ରଶ୍ନ ପ୍ରଶଂସକଙ୍କ ମନକୁ ଆନ୍ଦୋଳିତ କରିବାରେ ଲାଗିଛି ।

ସୂଚନାଯୋଗ୍ୟ, ଅନିଲ କପୁରଙ୍କ ଜର୍ମାନୀ ଟୁରର ଆଜି ଶେଷ ଦିନ ଥିଲା । ଏହାର ଭିଡିଓ ସେ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି । ଏଥିରେ ସେ କହୁଛନ୍ତି, ‘ଆଜି ଚିକିତ୍ସାର ଶେଷ ଦିନ । ଏଥିପାଇଁ ଡକ୍ତର ମୁଲରଙ୍କୁ ଦେଖା କରିବାକୁ ଯାଉଛି ।’

ଭିଡିଓରେ ଅନିଲ କଳା ରଙ୍ଗର କୋଟ ସହ ବ୍ଲାକ ଟ୍ରାଉଜର ଓ ଟୋପି ପିନ୍ଧିଛନ୍ତି । ଭିଡିଓ କ୍ୟାପସନରେ ଲେଖିଛନ୍ତି, ‘ସ୍ନୋରେ ଚାଲିବାର ମଜା । ଜର୍ମାନୀରେ ଶେଷ ଦିନ । ଡ. ମୁଲରଙ୍କ ପାଖକୁ ଯାଉଛି, ଶେଷ ଟ୍ରିଟମେଣ୍ଟ ପାଇଁ । ମ୍ୟାଜିକାଲ ସ୍ପର୍ଶ ପାଇଁ ତାଙ୍କୁ ଧନ୍ୟବାଦ ।’

ଅନିଲଙ୍କ ଏମିତି ଭିଡିଓ ପୋଷ୍ଟ ପରେ ତାଙ୍କ ପ୍ରଶଂସକ ଭାଙ୍ଗି ପଡ଼ିଛନ୍ତି । ତାଙ୍କ ପ୍ରିୟ ଷ୍ଟାରଙ୍କର କ’ଣ ହୋଇଛି ଜାଣିବାକୁ ଚାହିଁଛନ୍ତି ପ୍ରଶଂସକ । ଜଣେ ପ୍ରଶଂସକ ଅନିଲଙ୍କୁ ଟ୍ୟାଗ୍ କରି ଲେଖିଛନ୍ତି, ‘ସାର୍ ଗତବର୍ଷ କହିଥିଲେ ଡ. ମୁଲର ଆପଣଙ୍କୁ ଠିକ୍ କରି ଦେଇଛନ୍ତି । ଆଶା କରୁଛି ଆପଣ ଠିକ ଥିବେ ।’

ଗତବର୍ଷ ଅନିଲ ସୋସିଆଲ ମିଡିଆରେ ତାଙ୍କ ସମସ୍ୟା ସମ୍ପର୍କରେ ସେୟାର କରିଥିଲେ । ଗୋଇଠି ଯନ୍ତ୍ରଣାରେ ୧୦ ବର୍ଷ ହେଲା ସେ ଘାଣ୍ଟି ହେଉଥିଲି । ବିନା କୌଣସି ସର୍ଜରୀରେ ମୁଁ ଏଥିରୁ ମୁକ୍ତି ପାଇ ପାରିଛି ବୋଲି କହିଥିଲେ ।

ଅପ୍ କମିଂ ଫିଲ୍ମ ‘ଯୁଗ ଯୁଗ ଜିଓ’ରେ ନଜରକୁ ଆସିବେ ଅନିଲ । ଏଥିରେ ତାଙ୍କ ସହ ନିତୁ କପୁର, ବରୁଣ ଧଓ୍ବନ ଓ କିୟାରା ଆଡଓ୍ବାନୀ ନଜରକୁ ଆସିବେ ।

ନିରନ୍ତର ବିକାଶ ଲକ୍ଷ୍ୟରେ ରାଜ୍ୟ ସରକାରଙ୍କ ଗୁରୁତ୍ୱ, ଆରମ୍ଭ ହେଲା କର୍ମଶାଳା

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଶିକ୍ଷା, ସ୍ୱାସ୍ଥ୍ୟ, ମହିଳା ସଶକ୍ତିକରଣ, ଶିଳ୍ପ ଏବଂ ସାମାଜିକ ଭିତ୍ତିଭୂମି ବିକାଶ କ୍ଷେତ୍ରରେ ଉଲ୍ଲେଖନୀୟ ଅଗ୍ରଗତି ସହ ରାଜ୍ୟ ସରକାର ବର୍ତ୍ତମାନ ନିରନ୍ତର ବିକାଶ ଲକ୍ଷ୍ୟ (ଏସ୍.ଡି.ଜି.) ହାସଲ ଉପରେ ଗୁରୁତ୍ୱ ଆରୋପ କରିଛନ୍ତି । ଏଥିପାଇଁ ଯୋଜନା ଓ ସମନ୍ୱୟ ବିଭାଗରେ ଏକ ସ୍ୱତନ୍ତ୍ର ପ୍ରକଳ୍ପ ତତ୍ତ୍ୱାବଧାନ ୟୁନିଟ୍ (ପି.ଏମ୍.ୟୁ) ଗଠନ କରାଯାଇଛି । ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନାଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଏହି ୟୁନିଟ୍ କାର୍ଯ୍ୟ କରୁଛି ।

ବିଭିନ୍ନ ବିଭାଗ, ଜିଲ୍ଲା ଏବଂ ଅଂଶୀଦାର ସଂସ୍ଥାମାନଙ୍କ ମଧ୍ୟରେ ସମନ୍ୱିତ ଓ ସହଭାଗୀ କାର୍ଯ୍ୟକ୍ରମ ପାଇଁ ସ୍ୱତନ୍ତ୍ର ଭାବେ ଗଠିତ ଏହି ପି.ଏମ୍.ୟୁ ରାଜ୍ୟ ଲୋକସେବା ଭବନ ସଭାଗୃହରେ ଏକ କର୍ମଶାଳାର ଆୟୋଜନ କରିଥିଲେ । ଏହି କର୍ମଶାଳାକୁ ସମ୍ବୋଧିତ କରି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଥିଲେ ଯେ ନିରନ୍ତର ବିକାଶ ରାଜ୍ୟ ଯୋଜନାର ଏକ ଗୁରୁତ୍ୱପୂର୍ଣ୍ଣ ଦିଗ । ଏ ଦିଗରେ ରାଜ୍ୟ ସରକାରଙ୍କର ଅନେକ ପଦକ୍ଷେପ ନେଇଛନ୍ତି । କେତେକ ନିର୍ଦ୍ଧାରିତ ମାନକରେ ରାଜ୍ୟ ଆଗୁଆ ସ୍ଥିତିରେ ଥବାବେଳେ ଅନ୍ୟକେତେକ ମାନକ ପାଇଁ ଲକ୍ଷ୍ୟଭେଦୀ କାର୍ଯ୍ୟଯୋଜନାର ଆବଶ୍ୟକତା ରହିଛି ।

ନିରନ୍ତର ବିକାଶ ଲକ୍ଷ୍ୟ ସହ ସଂଯୁକ୍ତ ଯୋଜନାଗୁଡ଼ିକର ସଠିକ୍ କାର୍ଯ୍ୟାନ୍ୱୟନ, ସେସବୁ ବିଷୟରେ ବାସ୍ତବ ତଥ୍ୟ ସଂଗ୍ରହ ଏବଂ ତଥ୍ୟର ଅନୁଶୀଳନ ଏକାନ୍ତ ଆବଶ୍ୟକ । ସଠିକ୍ ତଥାନୁଶୀଳନରୁ ପ୍ରାପ୍ତ ଜ୍ଞାନ ଭିତ୍ତିରେ ଆବଶ୍ୟକୀୟ କାର୍ଯ୍ୟପନ୍ଥା ଗ୍ରହଣ କରାଗଲେ ଏସ୍.ଡି.ଜି. ହାସଲ ତ୍ୱରାନ୍ୱିତ ହେବ । ବିକାଶକୁ ନିରନ୍ତର ଓ ଦୀର୍ଘସ୍ଥାୟୀ କରିବା ନିମନ୍ତେ ବିଭାଗ ମଧ୍ୟରେ ଅନ୍ତଃପ୍ରକ୍ରିୟାଗତ ସଂସ୍କାର ସହ ଦକ୍ଷତା ଅବିବୃଦ୍ଧି ପାଇଁ  ବିଭାଗମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏସ୍.ଡି.ଜି. ସମନ୍ୱୟ ନିମନ୍ତେ ପ୍ରତି ବିଭାଗ ଜଣେ ଦକ୍ଷ ନୋଡାଲ ଅଫିସର ଏବଂ ଦୁଇଜଣ ଅଭିଜ୍ଞ ପ୍ରୋଗ୍ରାମ୍ ଅଫିସର ମନୋନୟନ କରିବା ପାଇଁ  ସୁରେଶ ଚନ୍ଦ୍ର ମହାପାତ୍ର ସବୁ ବିଭାଗଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ସେପଟେ ମନୋନିତ ନୋଡାଲ୍ ଏବଂ ପ୍ରୋଗ୍ରାମ୍ ଅଫିସରମାନଙ୍କ ନିମନ୍ତେ ନିୟମିତ ବ୍ୟବଧାନରେ ତାଲିମ୍ ଓ ଅନୁପ୍ରେରଣା ଶିବିର ଆୟୋଜନ କରିବା ପାଇଁ ମଧ୍ୟ ମୁଖ୍ୟ ଶାସନ ସଚିବ ପି. ଏମ୍ . ୟୁ. ଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଉନ୍ନୟନ କମିଶନର  ପ୍ରଦୀପ କୁମାର ଜେନା କହିଥିଲେ ଯେ ପି.ଏମ. ୟୁ. ଖୁବ୍ ଶିଘ୍ର ବିଭାଗ ମାନଙ୍କ ସହଯୋଗରେ ନିରନ୍ତର ବିକାଶ ଢ଼ାଞ୍ଚାର ସଦ୍ୟତଥ୍ୟାରୋପଣ କରିବେ । ତାପରେ ଏହି ପି.ଏମ. ୟୁ. ରାଜ୍ୟରେ ଏସ୍.ଡି.ଜି. ସ୍ଥିତି ସମ୍ବନ୍ଧିତ ମୁଳ ତଥ୍ୟ ଭିତ୍ତି ପ୍ରସ୍ତୁତ କରିବେ । ଏହି କାର୍ଯ୍ୟରେ ସବୁ ବିଭାଗର ପ୍ରମୁଖ ଶାସନ ସଚିବ ଏବଂ ଶାସନ ସଚିବମାନେ ସକ୍ରିୟ ସହଯୋଗ କରିବାକୁ ପରାମର୍ଶ ଦେଇଥିଲେ ପ୍ରଦୀପ ଜେନା ।

ଏସିଆନ୍ ଚାମ୍ପିଅନ୍ସ ଟ୍ରଫି ପାଇଁ ୨୦ ଜଣିଆ ଭାରତୀୟ ହକି ଦଳ ଘୋଷଣା

ଭୁବନେଶ୍ୱର: ପୁରୁଷ ଏସିଆନ୍ ଚାମ୍ପିଅନ୍ସ ଟ୍ରଫି ପାଇଁ ହକି ଇଣ୍ଡିଆ ୨୦ ଜଣିଆ ଦଳ ଘୋଷଣା କରିଛି । ଢ଼ାକାରେ ଡିସେମ୍ବର ୧୪ରୁ ୨୨ ତାରିଖ ମଧ୍ୟରେ ଖେଳାଯିବ ଏସିଆନ୍ ଚାମ୍ପିଅନ୍ ଟ୍ରଫି । ଡିଫେଣ୍ଡିଂ ଚାମ୍ପିଅନ୍ ଭାରତ, କୋରିଆ ବିପକ୍ଷରେ ଅଭିଯାନ ଆରମ୍ଭ କରିବ । ଏସିଆନ୍ ଚାମ୍ପିଅନ୍ ଟ୍ରଫିରେ କୋରିଆ, ଜାପାନ, ମାଲେସିଆ, ପାକିସ୍ତାନ ଓ ଆୟୋଜକ ବାଂଲାଦେଶ ବିପକ୍ଷରେ ଭାରତ ମ୍ୟାଚ୍ ଖେଳିବ ।

Hockey India names 20 member Indian Men s team

ଭାରତୀୟ ହକି ଦଳର ନେତୃତ୍ୱ ମନପ୍ରୀତ ସିଂହ ନେଉଥିବା ବେଳେ ହରମନପ୍ରୀତ ସିଂହ ଉପଅଧିନାୟକ ଅଛନ୍ତି । ୨୦ ଜଣିଆ ଭାରତୀୟ ଦଳରେ ଅଛନ୍ତି ଓଡ଼ିଶାର ତିନି ଖେଳାଳି ସ୍ଥାନ ପାଇଛନ୍ତି । ଦୀପସାନ୍‌ ତିର୍କୀ, ନିଲମ ସଂଜୀପ, ଶିଳାନନ୍ଦା ଲାକ୍ରା ସ୍ଥାନ ପାଇଛନ୍ତି । ଟିମରେ କ୍ରୀଷ୍ଣା ବି ପାଠକ ଓ ସୁରଜ କରକେରା ଗୋଲକିପର ଭାବେ ସ୍ଥାନ ପାଇଛନ୍ତି । ଲଳିତ କୁମାର ଉପାଧ୍ୟାୟ, ଦୀଲପ୍ରିତ ସିଂହ, ଗୁରସହିବଜିତ୍ ସିଂହ ଓ ଶିଳାନନ୍ଦ ଲାକ୍ରା ଫରୱାର୍ଡ ଲାଇନରେ ଅଛନ୍ତି ।

୧୪ ତାରିଖରେ ଭାରତ କୋରିଆ ବିପକ୍ଷରେ ଅଭିଯାନ ଆରମ୍ଭ କରିବ । ୧୫ରେ ଆୟୋଜକ ବାଂଲାଦେଶକୁ ଭେଟିବ ଭାରତ । ୧୭ ତାରିଖରେ ଚିର ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ, ୧୮ ତାରିଖରେ ମାଲେସିଆ, ୧୯ରେ ଜାପାନ ବିପକ୍ଷରେ ଖେଳିବ ଭାରତ । ୨୧ରେ ସେମି ଫାଇନାଲ ଓ ୨୨ରେ ଫାଇନାଲ୍ ମ୍ୟାଚ୍ ଖେଳାଯିବ ।

ଭଦ୍ରକରେ ସ୍ମାର୍ଟ ସ୍ୱାସ୍ଥ୍ୟ ସେବାର ଶୁଭାରମ୍ଭ, ୩ଶହ କୋଟିର ବିଭିନ୍ନ ପ୍ରକଳ୍ପ ଉଦଘାଟନ୍

ଭଦ୍ରକ: ସ୍ୱାସ୍ଥ୍ୟସେବାର ବିକାଶ ଧାରାରେ ଯୋଡ଼ିହୋଇଛି ଭଦ୍ରକ । ଭଦ୍ରକରେ ବିଏସକେୱାଇ ସ୍ମାର୍ଟକାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭଦ୍ରକରେ ସ୍ମାର୍ଟ  ପ୍ରାୟ 3 ଲକ୍ଷ 26 ହଜାର 192 ଜଣ ଏହି କାର୍ଡ ଦ୍ୱାରା ଉପକୃତ ହେବେ । ପ୍ରାୟ ୩୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଉଦଘାଟନ କରାଯାଇଛି । 159ଟି ପ୍ରକଳ୍ପର ଶୁଭ ଉଦଘାଟନ ସହ 112ଟି ପ୍ରକଳ୍ପର ଶୁଭ ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ମୁଖ୍ୟମନ୍ତ୍ରୀ ଶୁକ୍ରବାର ଭର୍ଚୁଆଲ ମାଧ୍ୟମରେ ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଅଧୀନରେ ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି। ବାଲେଶ୍ୱରର ୨୦ ଲକ୍ଷ ଲୋକ ଏହି ସୁବିଧା ପାଇବା ବେଳେ ଭଦ୍ରକର ୧୧ ଲକ୍ଷରୁ ଅଧିକ ଲୋକ ସ୍ମାର୍ଟ କାର୍ଡ ପାଇବେ । ଏହାସହିତ ରାଜ୍ୟର ୨୧ଟି ଜିଲ୍ଲାର ଜନସାଧାରଣ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି  । ଅପରାହ୍ନରେ ମୁଖ୍ୟମନ୍ତ୍ରୀ ଭଦ୍ରକ ଜିଲ୍ଲା ପାଇଁ ଭର୍ଚୁଆଲ ମାଧ୍ୟମରେ ସ୍ମାର୍ଟ କାର୍ଡ ଯୋଜନା ଆରମ୍ଭ କରି ପ୍ରଥମେ ବନ୍ଦେ ଉତ୍କଳ ଜନନୀର ରଚୟିତା କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କୁ ସ୍ମରଣ କରିଥିଲେ ଏବଂ ଇରମ ମାଟିକୁ ପ୍ରଣାମ ଜଣାଇଥିଲେ ।

ଭଦ୍ରକ ପାଇଁ ୩୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରି ମୁଖ୍ୟମନ୍ତ୍ରୀ ସେଠାରେ ଜିଲ୍ଲା ମୁଖ୍ୟାଳୟ ପାଇଁ ଏକ ୩୦୦ ଶଯ୍ୟାବିଶିଷ୍ଟ ହସପିଟାଲ ବିଲ୍‌ଡିଂର ଭିତ୍ତି ରଖିଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଭଦ୍ରକ ଜିଲ୍ଲାରେ ୯୫୦ କୋଟି ଟଙ୍କାରେ ଦୁଇଟି ମେଗା ପାଇପ ପାଣି ପ୍ରକଳ୍ପ କାମ ଜାରି ରହିଛି । ଏହାଦ୍ୱାରା ୭ ଲକ୍ଷରୁ ଅଧିକ ଲୋକ ଉପକାର ପାଇବେ । ଭଦ୍ରକରେ ମିଶନ ଶକ୍ତିର ମା ମାନେ ଭଲ କାମ କରୁଛନ୍ତି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ସରକାରଙ୍କ ବିଭିନ୍ନ ଯୋଜନାରେ ସହଭାଗୀ ହୋଇଛନ୍ତି। ଚଳିତ ବର୍ଷ ସେମାନେ ୨୪୫ କୋଟି ଟଙ୍କା ଋଣ ସୁବିଧା ପାଇପାରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ମିଶନ ଶକ୍ତି କାର୍ଯ୍ୟକ୍ରମ କେବଳ ମା ମାନଙ୍କର ନୁହେଁ, ସାରା ସମାଜରେ ସାମାଜିକ ଓ ଅର୍ଥନୈତିକ ପରିବର୍ତ୍ତନ ଆଣିବ ବୋଲି ସେ କହିଥିଲେ । ମୁଖ୍ୟମନ୍ତ୍ରୀ କହିଲେ ଯେ ସ୍ମାର୍ଟ ହେଲ୍‌ଥ କାର୍ଡ ଦ୍ବାରା ଆମର ଗରିବ ଲୋକମାନଙ୍କ ଚିନ୍ତା ଦୂର ହୋଇଛି। ଏଥିରେ ରାଜ୍ୟର ୯୬ ଲକ୍ଷ ପରିବାରର ସାଢେ ତିନି କୋଟି ଲୋକ ଉପକୃତ ହେବେ ଏବଂ ରାଜ୍ୟର ୭୭ ପ୍ରତିଶତ ଲୋକ ଚିକିତ୍ସାର ବୋଝରୁ ମୁକ୍ତି ପାଇବେ ବୋଲି ସେ କହିଥିଲେ। ସ୍ୱାସ୍ଥ୍ୟ ସେବା ପାଇଁ ଅନେକ ସମସ୍ୟାରୁ, ବିଶେଷକରି ଆର୍ଥିକ ସମସ୍ୟାରୁ ମୁକ୍ତ ହୋଇପାରିବେ । ଲୋକମାନେ ସ୍ବାସ୍ଥ୍ୟ ସମସ୍ୟାରେ ପଡିଲେ ଚିକିତ୍ସା ପାଇଁ କିପରି ଜମିବାଡି ବିକିବାକୁ ବାଧ୍ୟ ହୁଅନ୍ତି, ପିଲାଙ୍କ ପାଠପଢା ବନ୍ଦ କରନ୍ତି, ସେ ସବୁ ସମସ୍ୟା ବିଷୟରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ଏହା ତାଙ୍କୁ ବହୁତ ଦୁଃଖ ଦେଇଥାଏ।

ବର୍ତ୍ତମାନ ଲୋକମାନେ ବିନା କୌଣସି ଅସୁବିଧାରେ କାର୍ଡ ଖଣ୍ଡିଏ ଧରି ଦେଶର ୨୦୦ ବଡ ବଡ ହସ୍‌ପିଟାଲରେ ଭଲ ଚିକିତ୍ସା ପାଇପାରିବେ । ଏଥିପାଇଁ ଟଙ୍କାଟିଏ ବି ଖର୍ଚ୍ଚ କରିବାକୁ ପଡିବ ନାହିଁ ବୋଲି ସେ କହିଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ତାଙ୍କ ପାଇଁ ପ୍ରତିଟି ଜୀବନ ମୂଲ୍ୟବାନ। ଚାଷୀ ହେଉ ବା ମୂଲିଆ ବା ରିକ୍‌ସା ବାଲା – ସମସ୍ତେ ସମ୍ମାନର ସହ ବଞ୍ଚନ୍ତୁ । ଏହା ତାଙ୍କର ବିଭିନ୍ନ କଲ୍ୟାଣ କାର୍ଯ୍ୟକ୍ରମର ଲକ୍ଷ୍ୟ ବୋଲି ସେ କହିଥିଲେ। ଆମ ପାଇଁ ପ୍ରତ୍ୟେକ ଜୀବନ ମୂଲ୍ୟବାନ ବୋଲି ମତବ୍ୟକ୍ତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଓଡିଶା ହେଉଛି ଏକମାତ୍ର ରାଜ୍ୟ ଯେଉଁଠାରେ କରୋନା ସମୟରେ ସବୁ ରୋଗୀଙ୍କ ପାଇଁ ଟେଷ୍ଟିଂ ଠାରୁ ଆରମ୍ଭ କରି ଟ୍ରିଟ୍‌ମେଣ୍ଟ ପର୍ଯ୍ୟନ୍ତ ସବୁ ଖର୍ଚ୍ଚ ରାଜ୍ୟ ସରକାର ବହନ କରୁଛନ୍ତି ।

 

ଭାରତୀୟ କମ୍ପାନୀର ବଡ଼ ସଫଳତା: ୪୦ ପ୍ରତିଶତ ଶସ୍ତା ହେବ ରକେଟ୍ ଲଞ୍ଚିଂ

ନୂଆଦିଲ୍ଲୀ: ଆହୁରି ଶସ୍ତାରେ ଅନ୍ତରୀକ୍ଷକୁ ଭାରତ ପଠାଇବ ରକେଟ୍ । ଭାରତୀୟ କମ୍ପାନୀ ସ୍କାଏରୁଟ୍ ଏରୋସ୍ପେସ୍ ସମ୍ପୂର୍ଣ୍ଣ ସ୍ବଦେଶୀ ଜ୍ଞାନକୌଶଳରେ ଏମିତି ରକେଟ୍ ଲଞ୍ଚର ପ୍ରସ୍ତୁତ କରିଛି ଯାହା ସାଟେଲାଇଟକୁ କମ ଖର୍ଚ୍ଚରେ ଠିକଣା କକ୍ଷପଥରେ ପହଞ୍ଚାଇ ପାରିବ । ସେମିତିରେ ବି ଭାରତ ଶସ୍ତାରେ ରକେଟ୍ ପଠାଇବା ପାଇଁ ଦୁନିଆରେ ନାଁ କରିଛି । ଏବେ ଏହି ରକେଟ୍ ଲଞ୍ଚର ବ୍ୟବହାର କରି ଖର୍ଚ୍ଚକୁ ଆହୁରି ୪୦ ପ୍ରତିଶତ ପର୍ଯ୍ୟନ୍ତ କମାଇ ହେବ । କମ୍ପାନୀ ନଭେମ୍ବର ୨୫ ତାରିଖରେ ନିଜ ଥ୍ରୀଡି ପ୍ରିଣ୍ଟେଡ କ୍ରାୟୋଜେନକ ଇଞ୍ଜିନର ସଫଳ ପରୀକ୍ଷା କରିଛି । କୌଣସି କ୍ରାୟୋଜେନିକ ଇଞ୍ଜିନର ସଫଳ ପରୀକ୍ଷା ଦେଶରେ ପ୍ରଥମ ଥର ହୋଇଛି । ଗୁରୁତ୍ବପୂର୍ଣ୍ଣ କଥା ହେଲା ଏଥିରେ ଇନ୍ଧନ ଭାବେ ଲିକୁଇଡ ନେଚୁରାଲ ଗ୍ୟାସ (ଏଲଏନଜି) ବ୍ୟବହାର କରାଯାଇଛି । ଯାହାର ବ୍ୟବହାରରେ ଅନ୍ତରୀକ୍ଷକୁ ସାଟେଲାଇଟ ପଠାଇବା ବେଳେ ପରିବେଶକୁ କମ କ୍ଷତି ପହଞ୍ଚିବ ବୋଲି କୁହାଯାଉଛି ।

ହାଇଦ୍ରାବାଦରେ ଥିବା ସ୍କାଏରୁଟ୍ ଏରୋସ୍ପେସ୍ ନାଗପୁର ସ୍ଥିତ ସୋଲାର ଇଣ୍ଡଷ୍ଟ୍ରୀ ଲିମିଟେଡ ଫେସିଲିଟିରେ ଗତକାଲି ଏହି ଇଞ୍ଜିନର ସଫଳ ପରୀକ୍ଷା କରିଛି । ଯାହାକୁ କମ୍ପାନୀ ନିଜ ରକେଟ୍ ବିକ୍ରମରେ ଲଗାଇବ । ଏହା ସାହାଯ୍ୟରେ ଛୋଟ ସାଟେଲାଇଟକୁ ନିର୍ଦ୍ଧାରିତ କକ୍ଷରେ ସ୍ଥାପିତ କରାଯାଇପାରିବ ।

କମ୍ପାନୀର ବିଜନେସ୍ ଡେଭଲପମେଣ୍ଟ ପ୍ରମୁଖ ଶିରିଷ ପଲ୍ଲିକୋଣ୍ଡା କହିଛନ୍ତି, ‘ଆମେ ପ୍ରଥମ ଥର ଥ୍ରୀଡି ପ୍ରିଣ୍ଟେଡ କ୍ରାୟୋଜେନିକ ଇଞ୍ଜିନ ପ୍ରସ୍ତୁତ କରିଛୁ । ଏହା ଅନ୍ୟ କ୍ରାୟୋଜେନିକ ଇଞ୍ଜନଠାରୁ ସମ୍ପୂର୍ଣ୍ଣ ଅଲଗା ଓ ଶସ୍ତା ମଧ୍ୟ । କ୍ରାୟୋଜେନିକ ଇଞ୍ଜିନର ଏକାଧିକ ଭାଗ ଥାଏ, ଯାହାକୁ ଯୋଡ଼ା ଯାଇଥାଏ । ହେଲେ ଆମେ ବନାଇଥିବା ଇଞ୍ଜନର ସମସ୍ତ ଏକା ଥରେ ଯୋଡ଼ା ଯାଇ ପ୍ରିଣ୍ଟ କରାଯାଇଛି । ବହୁଳ ଭାବେ ଏହାର ଉତ୍ପାଦନ କରାଗଲେ ମୂଲ୍ୟ ଆହୁରି କମ ହୋଇଯିବ ।’

ସେ ଆହୁରି କହିଛନ୍ତି, ‘ଥ୍ରୀଡ଼ି କ୍ରାୟୋଜେନିକ ଇଞ୍ଜିନ ଅନ୍ୟ କ୍ରାୟୋଜେନିକ ଇଞ୍ଜନ ତୁଳନାରେ ଅଧିକ ବିଶ୍ବାସଯୋଗ୍ୟ । ଏହାର ବ୍ୟବହାର ଆମ ଲଞ୍ଚିଂ ଭାଇକିଲ ବିକ୍ରମ-୨ ଓ ୩ରେ କରାଯିବ । ଏଥିରେ ୩୦ରୁ ୪୦ ପ୍ରତିଶତ କମ ଖର୍ଚ୍ଚ ହେବ । ଇନ୍ଧନ ବଦଳା ଯିବା କାରଣରୁ ଏହାର ମୂଲ୍ୟ ଏତେ ପରିମାଣରେ କମ ହେଉଛି । ଏଥିରେ ଏଲଏନଜି ଓ ଏଲଓଏକ୍ସ ଇନ୍ଧନ ବ୍ୟବହାର କରାଯିବ ଯାହା ଶସ୍ତା ଓ ପ୍ରଦୂଷଣ ମୁକ୍ତ ହେବ । ଏହି ଇଞ୍ଜିନ ଟେଷ୍ଟ କରୁଥିବା ଟିମର ନାଁ ଲିକ୍ୟୁଡ୍ ଟିମ୍ ରଖାଯାଇଛି । ଏଥିରେ ୧୫ ଜଣ ଯୁବ ବୈଜ୍ଞାନିକ କାମ କରୁଛନ୍ତି ।’

ଏହି ଥ୍ରୀଡ଼ି ଫ୍ରିଣ୍ଟେଡ କ୍ରାୟୋଜେନିକ ଇଞ୍ଜିନକୁ ଭାରତର ପ୍ରସିଦ୍ଧ ବୈଜ୍ଞାନିକ ଡ. ସତିଶ ଧଓନଙ୍କ ନାମରେ ଧଓ୍ବନ-୧ ରଖାଯାଇଛି ଏବଂ ବିକ୍ରମ ରକେଟର ନାଁ ଡ. ବ୍ରକ୍ରମ ସାରାଭାଇଙ୍କ ନାଁ ଅନୁସାରେ ରଖାଯାଇଛି । ଛୋଟ ସାଟେଲାଇଟ୍ ବନାଉଥିବା କମ୍ପାନୀଙ୍କୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଏହି ଇଞ୍ଜିନ ନିର୍ମାଣ କରାଯାଇଛି । ଏହି ରକେଟ ଜରିଆରେ ଭାରତକୁ ଦୁନିଆାର ସବୁଠାରୁ ଅଧିକ ପ୍ରିୟ ସ୍ପେସ୍ ଲଞ୍ଚିଂ ପ୍ଲାଟଫର୍ମ ଦେବାକୁ ଚାହୁଁଛୁ ବୋଲି କମ୍ପାନୀର ଓ୍ବେବସାଇଟରେ ଲେଖା ଯାଇଛି ।

ସୂଚନାଯୋଗ୍ୟ, ସ୍କାଏରୁଟ୍ ଏରୋସ୍ପେସ୍ ଦେଶର ପ୍ରଥମ ଷ୍ଟାର୍ଟଅପ୍ କମ୍ପାନୀ ଯିଏ ନିଜର ରକେଟ ବନାଇଛି । ଏଠାରେ ୧୦୦ ରକେଟ ଇଞ୍ଜିନିୟର କାମ କରୁଚନ୍ତି । ଏମାନଙ୍କ ମଧ୍ୟରୁ କିଛି ପୂର୍ବରୁ ଇସ୍ରୋରେ କାମ କରିଛନ୍ତି ।