spot_img
Home Blog Page 4835

ଡିସେମ୍ବର ୪ ତାରିଖରେ କାହିଁକି ପାଳନ ହୁଏ ନୌସେନା ଦିବସ ?

ନୂଆଦିଲ୍ଲୀ: ପ୍ରତିବର୍ଷ ଡିସେମ୍ବର ୪ ତାରିଖରେ ପାଳନ ହୁଏ ନୌସେନା ଦିବସ । ଆଜି ଶନିବାର ଦେଶବ୍ୟାପୀ ନୌସେନା ଦିବସ ପାଳନ କରାଯାଉଛି । ଆସନ୍ତୁ ଜାଣିବା ନୌସେନା ଦିବସର ଇତିହାସ ।

୧୯୭୧ ମସିହାରେ ଭାରତ-ପାକିସ୍ତାନ ମଧ୍ୟରେ ଯୁଦ୍ଧରେ କରାଚୀ ଉପରେ ଆକ୍ରମଣ କରିଥିଲା ଭାରତ । ଏହି ଅପରେସନର ନାଁ ‘ଅପରେସନ୍ ଟ୍ରାଇଡେଣ୍ଟ’ ଥିଲା । ଏହି ଅପରେସନ୍ ୪ ଡିସେମ୍ବରରେ ଆରମ୍ଭ ହୋଇଥିଲା । ଏଥିପାଇଁ ଭାରତୀୟ ନୌସେନା ଏହି ମିଶନର ସଫଳତାକୁ ନେଇ ନୌସେନା ଦିବସ ପାଳନ କରେ ।

 Know Why Navy Day Is Celebrated On December 4

ପ୍ରକୃତରେ, ୧୯୭୧ ଡିସେମ୍ବର ୩ରେ ଯୁଦ୍ଧ ଆରମ୍ଭ ହୋଇଥିଲା । ସେତେବେଳେ ପାକିସ୍ତାନ ଭାରତୀୟ ବାୟୁ ସୀମା ସହ ସୀମାବର୍ତ୍ତୀ ଅଞ୍ଚଳରେ ଆକ୍ରମଣ କରିଥିଲା । ପାକିସ୍ତାନକୁ ଜବାବ ଦେବା ପାଇଁ ନୌସେନା ପକ୍ଷରୁ ଆରମ୍ଭ ହୋଇଥିଲା ‘ଅପରେସନ୍ ଟ୍ରାଇଡେଣ୍ଟ’ । ଏହି ଅଭିଯାନରେ ପାକିସ୍ତାନର ନୌସେନା ମୁଖ୍ୟାଳୟକୁ ଟାର୍ଗେଟ୍ କରାଯାଇଥିଲା, ଯାହାକି କରାଚୀରେ ଥିଲା ।

ଭାରତୀୟ ନୌସେନା ପକ୍ଷରୁ ହୋଇଥିବା ଆକ୍ରମଣରେ ୩ଟି ବିଦ୍ୟୁତ କ୍ଲାସ୍ ମିସାଇଲ୍ ବୋଟ୍, ୨ଟି ଆଣ୍ଟି ସବମରିନ ଓ ଗୋଟିଏ ଟ୍ୟାଙ୍କର ସାମିଲ୍ ଥିଲା । ରାତି ସମୟରେ ପାକିସ୍ତାନ ଉପରେ ଆକ୍ରମଣ ପାଇଁ ଯୋଜନା କରିଥିଲା ଭାରତ । କାରଣ ସେତେବେଳେ ପାକିସ୍ତାନ ପାଖରେ ରାତିରେ ବୋମାମାଡ଼ କରିବାରେ ସକ୍ଷମ ବିମାନ ନଥିଲା । ଏହି ଯୁଦ୍ଧରେ ପାକିସ୍ତାନର ୫ ଜଣ ନୌସୈନିକ ମୃତ୍ୟୁବରଣ କରିଥିବା ବେଳେ ୭୦୦ରୁ ଅଧିକ ଆହାତ ହୋଇଥିଲେ । ଏହି ବିଜୟକୁ ନେଇ ଡିସେମ୍ବର ୪ ତାରିଖରେ ପାଳନ କରାଯାଏ ନୌସେନା ଦିବସ ।

ସାମୁଦ୍ରିକ ଝଡ଼ ପ୍ରଭାବରେ ସ୍ଥଳ ଭାଗରେ କେତେ ଦୂର ଯାଏଁ ମାଡ଼ି ଆସିବ ସମୁଦ୍ର ଜଳ ?

ଭୁବନେଶ୍ୱର: ଅଶାନ୍ତ ହେଉଛି ସମୁଦ୍ର । ଆଜି ଅମାବାସ୍ୟା ଥିବାରୁ ଆସିବ ଉଚ୍ଚ ଜୁଆର । ସାମୁଦ୍ରିକ ଝଡ଼ ‘ଜୱାଦ’ ପ୍ରଭାବରେ ସମୁଦ୍ର ଅଶାନ୍ତ ହୋଇଥିବା ବେଳେ ସ୍ଥଳଭାଗକୁ ମାଡ଼ି ଆସିବ ସମୁଦ୍ର ଜଳ । ୨ରୁ ୪ ମିଟର ଯାଏଁ ଉଚ୍ଚ ଜୁଆର ସମୁଦ୍ରରେ ଆସିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଫଳରେ ସମୁଦ୍ର ନିକଟବର୍ତ୍ତୀ ତଳିଆ ଅଞ୍ଚଳରେ ପାଣି ପଶିବା ଆଶଙ୍କା କରାଯାଉଛି ।

କେନ୍ଦ୍ରାପଡ଼ାର ଟିକାୟତ ନଗରରେ ୦.୩-୦.୭ ମିଟର ଜୁଆର ଆସିବ । ଫଳରେ ୨.୬୪ କିଲୋମିଟର ଯାଏଁ ସ୍ଥଳ ଭାଗକୁ ମାଡ଼ି ଆସିବ ସମୁଦ୍ର ଜଳ । ସେହିଭଳି ଭଦ୍ରକର ମୋହନପୁରରେ ୦.୪-୦.୬ ମିଟର ଜୁଆର ଆସିବ । ଫଳରେ ୦.୬୪ କିଲୋମିଟର ଯାଏଁ ସ୍ଥଳ ଭାଗକୁ ମାଡ଼ି ଆସିବ ସମୁଦ୍ର ଜଳ । ଜଗତସିଂହପୁରର ମୁଷାଡ଼ିଆରେ ୦.୩-୦.୬ ମିଟର ଜୁଆର ଆସିବ । ଫଳରେ ୨.୩୭ କିଲୋମିଟର ଯାଏଁ ସ୍ଥଳ ଭାଗକୁ ମାଡ଼ି ଆସିବ ସମୁଦ୍ର ଜଳ ।

ଏଥିସହ ପଢ଼ନ୍ତୁ: ଘଣ୍ଟାପ୍ରତି ୬ କିମି ବେଗରେ ମାଡ଼ି ଆସୁଛି ବାତ୍ୟା, ପୁରୀ ଠାରୁ ୪୩୦ କିମି ଦୂରରେ ‘ଜୱାଦ’

ପୁରୀର ଛୁରିଆନାରେ ୦.୨-୦.୬ ମିଟର ଜୁଆର ଆସିବ । ଫଳରେ ୧.୦୩ କିଲୋମିଟର ଯାଏଁ ସ୍ଥଳ ଭାଗକୁ ମାଡ଼ି ଆସିବ ସମୁଦ୍ର ଜଳ । ବାଲେଶ୍ୱରର ଶ୍ରୀକୋଣରେ ୦.୨-୦.୪ ମିଟର ଜୁଆର ଆସିବ । ଫଳରେ ୦.୭୮ କିଲୋମିଟର ଯାଏଁ ସ୍ଥଳ ଭାଗକୁ ମାଡ଼ି ଆସିବ ସମୁଦ୍ର ଜଳ । ବ୍ରହ୍ମପୁରର ଗୋଳାବନ୍ଧରେ ୦.୨-୦.୩ ମିଟର ଜୁଆର ଆସିବ । ଫଳରେ ୦.୮୧ କିଲୋମିଟର ଯାଏଁ ସ୍ଥଳ ଭାଗକୁ ମାଡ଼ି ଆସିବ ସମୁଦ୍ର ଜଳ । ଛତ୍ରପୁରରେ ୦.୨-୦.୩ ମିଟର ଜୁଆର ଆସିବ । ଫଳରେ ୦.୭୬ କିଲୋମିଟର ଯାଏଁ ସ୍ଥଳ ଭାଗକୁ ମାଡ଼ି ଆସିବ ସମୁଦ୍ର ଜଳ ।

ଘଣ୍ଟାପ୍ରତି ୬ କିମି ବେଗରେ ମାଡ଼ି ଆସୁଛି ବାତ୍ୟା, ପୁରୀ ଠାରୁ ୪୩୦ କିମି ଦୂରରେ ‘ଜୱାଦ’

ଭୁବନେଶ୍ୱର: ସମୁଦ୍ରରେ ବଳ ଗୋଟାଇ ସ୍ଥଳଭାଗ ମୁହାଁ ସାମୁଦ୍ରିକ ଝଡ଼ ‘ଜୱାଦ’ । କେନ୍ଦ୍ରୀୟପଶ୍ଚିମ ବଙ୍ଗୋପସାଗରରେ ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଘଣ୍ଟାପ୍ରତି ୬ କିଲୋମିଟର ବେଗରେ ଗତି କରୁଛି ବାତ୍ୟା । ଏବେ ବାତ୍ୟା ‘ଜୱାଦ’ ବିଶାଖାପାଟ୍ଟଣମ ଠାରୁ ଦକ୍ଷିଣପୂର୍ବରେ ୨୫୦ କିଲୋମିଟର ଦୂରରେ ରହିଛି । ଗୋପାଳପୁର ଠାରୁ ଦକ୍ଷିଣରେ ୩୬୦ କିଲୋମିଟର, ପୁରୀ ଠାରୁ ଦକ୍ଷିଣ-ଦକ୍ଷିଣପଶ୍ଚିମରେ ୪୩୦ କିଲୋମିଟର ଓ ପାରାଦୀପ ଠାରୁ ସମାନ ଦିଗରେ ୫୧୦ କିଲୋମିଟର ଦୂରରେ ରହିଛି ବାତ୍ୟା ‘ଜୱାଦ’ ।

ଏହା କେନ୍ଦ୍ରୀୟପଶ୍ଚିମ ବଙ୍ଗୋପସାଗରରେ ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଗତି କରି ଆଜି ପୂର୍ବାହ୍ନରେ ଉତ୍ତର ଆନ୍ଧ୍ର ଓ ଦକ୍ଷିଣ ଓଡ଼ିଶା ଉପକୂଳରେ ପହଞ୍ଚିବ । ତା’ପରେ ରିକର୍ଭ କରି ଉତ୍ତର-ଉତ୍ତରପୂର୍ବ ଆଡ଼କୁ ଗତି କରି ୫ ତାରିଖ ଅର୍ଥାତ୍ ରବିବାର ମଧ୍ୟାହ୍ନରେ ପୁରୀ ଉପକୂଳ ପହଞ୍ଚି ବାତ୍ୟା ଧିରେ ଧିରେ ଦୁର୍ବଳ ହେବ । ଏହା କ୍ରମଶଃ ଉତ୍ତର-ଉତ୍ତରପୂର୍ବ ଦିଗରେ ଓଡ଼ିଶା ଉପକୂଳ ଦେଇ ପଶ୍ଚିମବଙ୍ଗ ଉପକୂଳକୁ ଯାଇ ଦୁର୍ବଳ ହୋଇଯିବ ।

Cyclone Jawad Now 430 KMs Away From Puri

ବାତ୍ୟା ପାଇଁ ଆଜି ଗଜପତି, ଗଞ୍ଜାମ, ପୁରୀ ଓ ଜଗତସିଂହପୁର ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଦିଆଯାଇଛି । ଏହି ୪ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ୨୦ ସେଣ୍ଟିମଟରରୁ ଅଧିକ ବର୍ଷା ହେବ । ସେହିଭଳି ପ୍ରବଳ ବର୍ଷା ନେଇ କେନ୍ଦ୍ରାପଡ଼ା, କଟକ, ଖୋର୍ଦ୍ଧା, ନୟାଗଡ଼, କନ୍ଧମାଳ ଓ ରାୟଗଡ଼ା ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି । ବାଲେଶ୍ୱର, ଭଦ୍ରକ, ଯାଜପୁର, କୋରାପୁଟ ଓ ମାଲକାନଗିରି ଜିଲ୍ଲାକୁ ବର୍ଷା ନେଇ ରହିଛି ୟେଲୋ ୱାର୍ଣ୍ଣିଂ ।

ସେହିଭଳି ୫ ତାରିଖ ପାଇଁ ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର, କଟକ ଓ ପୁରୀ ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ଅରେଞ୍ଜ ୱାର୍ଣ୍ଣିଂ ରହିଛି । କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, ନୟାଗଡ଼, ଖୋର୍ଦ୍ଧା, ଗଞ୍ଜାମ ଓ ଗଜପତି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି । ବାତ୍ୟା ପାଇଁ ୪ ତାରିଖ ଅପରାହ୍ଣ ଯାଏଁ ପବନର ବେଗ ଘଣ୍ଟାପ୍ରତି ୪୫ରୁ ୫୫ କିଲୋମିଟର ଏବଂ ଝଟକା ପବନର ବେଗ ଘଣ୍ଟାପ୍ରତି ୬୫ କିଲୋମିଟର ରହିବ । କ୍ରମଶଃ ପବନର ବେଗ ଘଣ୍ଟାପ୍ରତି ୬୫ରୁ ୭୫ କିଲୋମିଟର ଓ ଝଟକା ପବନର ଘଣ୍ଟପ୍ରତି ବେଗ ୮୫ କିଲୋମିଟରକୁ ବୃଦ୍ଧି ପାଇବ ।

Cyclone Jawad Now 430 KMs Away From Puri

ସମୁଦ୍ର ଅଶାନ୍ତ ରହିବ, ଉଚ୍ଚ ଜୁଆର ଆସିବ । ମତ୍ସ୍ୟଜୀବୀଙ୍କୁ ୫ ତାରିଖ ଯାଏଁ ସମୁଦ୍ର ବାରଣ କରାଯାଇଛି । ଆଜି ଅମାବାସ୍ୟା ଥିବାରୁ ସମୁଦ୍ରରେ ୨ରୁ ୪ ମିଟର ଯାଏଁ ଇଚ୍ଚ ଜୁଆର ଆସିବା ଆଶଙ୍କା କରାଯାଉଛି । ଗୋପାଳପୁର ବନ୍ଦର ଓ ପୁରୀ ଉପକୂଳ ପାଇଁ ୭ ନମ୍ବର ବିପଦ ସଂକେତ ଦିଆଯାଇଥିବା ବେଳେ ଧାମରା ଓ ପାରାଦୀପ ବନ୍ଦରରେ ସ୍ଥାନୀୟ ସତର୍କ ନମ୍ବର ୪ ଦିଆଯାଇଛି । ବାତ୍ୟା ପାଇଁ ଆଜି ୧୯ ଜିଲ୍ଲାରେ ସ୍କୁଲ୍ ବନ୍ଦ ଘୋଷଣା କରାଯାଇଛି ।

‘କେନ୍ଦ୍ର କୃଷି ଆଇନ ଆଣି ଭୁଲ କରିଥିଲା, ମୃତ ଚାଷୀଙ୍କ ପରିବାରକୁ ମିଳୁ କ୍ଷତି ପୂରଣ’

ନୂଆଦିଲ୍ଲୀ: ତିନି କୃଷି ଆଇନ୍ ଲାଗୁ କରିବା ନିଷ୍ପତ୍ତି ଭୁଲ ଥିଲା, ସେଥି ପାଇଁ ଏହାକୁ ପ୍ରତ୍ୟାହାର କଲେ କେନ୍ଦ୍ର ସରକାର । ଏହି ଆଇନ୍ ବିରୋଧରେ ଆନ୍ଦୋଳନ କରି ପ୍ରାଣ ହରାଇଛନ୍ତି ୭ ଶହରୁ ଅଧିକ ଚାଷୀ । ଏଣୁ ସେମାନଙ୍କ ପରିବାର ଲୋକଙ୍କୁ ମିଳୁ ସହାୟତା, ଆଜି ଏଭଳି ଦାବି କରିଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ।

ଆନ୍ଦୋଳନ ସମୟରେ କୌଣସି ଚାଷୀଙ୍କ ମୃତ୍ୟୁ ହୋଇନି କହିବା ଦୁର୍ଭାଗ୍ୟଜନକ ଅଟେ । ପ୍ରାଣ ହରାଇଥିବା ଚାଷୀଙ୍କ ପରିବାର ଏବେ ଅନେକ ସମସ୍ୟା ଭିତରେ ରହିଛନ୍ତି । ଏଣୁ ସେମାନଙ୍କ ସମସ୍ୟା ବୁଝିବା ସରକାରଙ୍କ ଦାୟିତ୍ୱ ବୋଲି କହିଛନ୍ତି ରାହୁଲ ଗାନ୍ଧି । ସରକାର କହୁଛନ୍ତି ସେମାନଙ୍କ ପାଖରେ ମୃତ ଚାଷୀଙ୍କୁ ନେଇ କୌଣସି ତଥ୍ୟ ନାହିଁ, ହେଲେ କଂଗ୍ରେସ ପାଖରେ ଏ ସମସ୍ତ ତଥ୍ୟ ରହିଛି ।

ସରକାର ଚାହିଁଲେ ଏ ସମସ୍ତ ତଥ୍ୟ ନେଇ ଚାଷୀଙ୍କ ପରିବାର ଲୋକଙ୍କୁ ସହାୟତା ଦେଇପାରିବେ । ପଞ୍ଜାବ ସରକାର ୪ ଶହରୁ ଅଧିକ ଚାଷୀଙ୍କ ପରିବାର ଲୋକଙ୍କୁ ୫ ଲକ୍ଷ ଲେଖାଏଁ ସହାୟତା ଦେଇସାରିଛନ୍ତି । ଅନେକଙ୍କୁ ଚାକିରି ମଧ୍ୟ ମିଳିଛି । ସରକାର ଯଦି ମାନୁଛନ୍ତି ଆଇନ୍ ଭୁଲ ଥିଲା ତେବେ ସହାୟତା ଦେବାକୁ ପଛଘୁଞ୍ଚା କାହିଁକି ଦେଉଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ରାହୁଲ ଗାନ୍ଧି  ।

 

ଘଣ୍ଟାପ୍ରତି ୨୨ କିମି ବେଗରେ ଗତି କରୁଛି ବାତ୍ୟା ‘ଜୱାଦ’, ପୁରୀ ଠାରୁ ଦୂରତା ୪୮୦ କି.ମି

ଭୁବନେଶ୍ୱର: ଉପକୂଳ ନିକଟବର୍ତ୍ତୀ ହେଉଛି  ସାମୁଦ୍ରିକ ଝଡ଼ ‘ଜୱାଦ’ । ବାତ୍ୟା ‘ଜୱାଦ’ ଏବେ ଗୋପାଳପୁର ଠାରୁ ଦକ୍ଷିଣ-ଦକ୍ଷିଣପୂର୍ବ ଦିଗରେ ୪୨୦ କିଲୋମିଟର ଦୂରରେ ରହିଛି । ସମାନ ଦିଗରେ ପୁରୀ ଠାରୁ ୪୮୦ କିଲୋମିଟର ଓ ପାରଦୀପ ଠାରୁ ୫୬୦ କିଲୋମିଟର ଦୂରରେ ରହିଛି । ବିଗତ ୬ ଘଣ୍ଟା ହେଲେ ‘ଜୱାଦ’ ଘଣ୍ଟାପ୍ରତି ୨୨ କିଲୋମିଟର ବେଗରେ ଉତ୍ତର-ଉତ୍ତରପଶ୍ଚିମକୁ ଗତି କରୁଛି । ଉତ୍ତର ଆନ୍ଧ୍ର-ଦକ୍ଷିଣ ଓଡ଼ିଶା ଉପକୂଳରେ ଶନିବାର ସକାଳେ ପହଞ୍ଚିବ ‘ଜୱାଦ’ ।

ପାଣିପାଗ ବିଭାଗର ସୂଚନା ମୁତବାକ ପାଞ୍ଚ ତାରିଖ ଅପରାହ୍ନରେ ପୁରୀ ଜିଲ୍ଲାର ଉପକୂଳରେ ସ୍ପର୍ଶ କରିପାରେ  । ତେବେ ବାତ୍ୟା ପ୍ରଭାବରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ଶୁକ୍ରବାର ଦକ୍ଷିଣ ଓଡ଼ିଶା ସମେତ ପୂର୍ବ ଓଡ଼ିଶାରେ ମଧ୍ୟ ବର୍ଷା ଆରମ୍ଭ ହୋଇଯାଇଛି । ମଧ୍ୟ ରାତିରୁ ଗଜପତି, ଗଞ୍ଜାମ, ପୁରୀ, ରାୟଗଡ଼ା, କୋରାପୁଟ ଜିଲ୍ଲାରେ ଅତି ପ୍ରବଳ ବର୍ଷା ହେବ । । ଜଗତସିଂହପୁର ଓ କେନ୍ଦ୍ରାପଡ଼ାରେ ମଧ୍ୟ ବର୍ଷା ବଢ଼ିବ । ଖୋର୍ଦ୍ଧା, ନୟାଗଡ଼ ଓ କଟକ ଜିଲ୍ଲା ମଧ୍ୟ ପ୍ରବଳ ବର୍ଷା ହେବ । ୫ ତାରିଖରେ ଉପକୂଳ ଓ ଉତ୍ତର ଓଡ଼ିଶା ଉପକୂଳ ଜିଲ୍ଲାରେ ପ୍ରବଳ ବର୍ଷା ହେବ ।

ପ୍ରସନ୍ନ ଉଠାଇଲେ ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପ ପ୍ରସଙ୍ଗ, ଅଶ୍ୱିନୀ କହିଲେ ପ୍ରୋଜେକ୍ଟ ନୂଆ

ନୂଆଦିଲ୍ଲୀ: ରାଜ୍ୟସଭାରେ ଉଠିଲା ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପ ପ୍ରସଙ୍ଗ । ବିଜେଡି ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ଏହି ପ୍ରକଳ୍ପକୁ ନେଇ ପ୍ରଶ୍ନ କରିଥିଲେ । ପ୍ରସନ୍ନ ଆଚାର୍ଯ୍ୟଙ୍କ ପ୍ରଶ୍ନର ସିଧାସଳଖ ଉତ୍ତର ଦେଇନଥିଲେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଏହା ଏକ ନୂଆ ପ୍ରକଳ୍ପ ବୋଲି କହିଥିଲେ ଅଶ୍ୱିନୀ ବୈଷ୍ଣବ ।  ପରେ ଏନେଇ ସମ୍ପୂର୍ଣ୍ଣ ତଥ୍ୟ ରଖିଥିଲେ ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ  ।

ଏହି ପ୍ରକଳ୍ପ ପାଇଁ ଓଡ଼ିଶା ସରକାର ଯଥା ସମ୍ଭବ ସହଯୋଗ କରିଛନ୍ତି  । ଏମିତିକି ନିକଟରେ ଓଡ଼ିଶା ସରକାର ଆର୍ଥିକ ଭାଗିଦାରୀ ସାଜିଛନ୍ତି  । ଏହାସ୍ୱତେ ମଧ୍ୟ କେନ୍ଦ୍ର ସରକାର ଖୋର୍ଦ୍ଧା- ବଲାଙ୍ଗୀର ରେଳ ପ୍ରକଳ୍ପ କାର୍ଯ୍ୟ ଶେଷ କରିବାରେ ତ୍ୱରିତ ହେଉ ନାହାଁନ୍ତି । ସେ କହିଛନ୍ତି ଆମେ କେବଳ ଜାଣିବାକୁ ଚାହିୁଁଥିଲୁ କେବେ ଏହି ପ୍ରକଳ୍ପ କାର୍ଯ୍ୟ ଶେଷ ହେଉଛି କିନ୍ତୁ ମନ୍ତ୍ରୀ ଏହି ବିଷୟରେ ସମ୍ପୂର୍ଣ୍ଣ ଅଜ୍ଞ ବୋଲି କହିଛନ୍ତି ରାଜ୍ୟସଭା ସାଂସଦ ତଥା ବରିଷ୍ଠ ବିଜେଡ଼ି ନେତା  ।

ସେପଟେ କେନ୍ଦ୍ର ରେଳମନ୍ତ୍ରୀ କହିଛନ୍ତି, ଖୋର୍ଦ୍ଧା ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ ନୂଆ ପ୍ରଜୋକ୍ଟ ମଧ୍ୟରେ ନିଆଯାଇଛି  । ଯେହେତୁ ଜମି ଅଧିଗ୍ରହଣ କାର୍ଯ୍ୟ ସରନଥିଲା, ତେବେ ପ୍ରକଳ୍ପ କାର୍ଯ୍ୟ  ଗତିଶୀଳ ହୋଇ ପାରୁ ନଥିଲା  । ବର୍ତ୍ତମାନ ସମସ୍ତ ପ୍ରକ୍ରିୟା ଶେଷ ହୋଇଛି  ଏବଂ କାର୍ଯ୍ୟ ବର୍ତ୍ତମାନ ତ୍ୱରିତ ହୋଇଥିବା କହିଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ  ।

ଗଣଶିକ୍ଷା ବିଭାଗର ବଡ଼ ନିଷ୍ପତି, ଶନିବାର ୧୯ ଜିଲ୍ଲାରେ ସ୍କୁଲ ଛୁଟି

ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଗଣଶିକ୍ଷା ବିଭାଗର ବଡ଼ ନିଷ୍ପତି  ।  ୧୯ଟି ଜିଲ୍ଲାରେ ସ୍କୁଲ ଛୁଟି ରଖିବା ନେଇ ସୂଚନା ଦେଲା ବିଭାଗ  । ବାତ୍ୟା ଜୱାଦ ଦ୍ୱାରା ପ୍ରଭାବିତ ହେବାକୁ ଥିବା ଜିଲ୍ଲା ଗୁଡ଼ିକରେ ସ୍କୁଲ ବନ୍ଦ ରହିବ  । ଏହି ସମୟରେ କୌଣସି ଛାତ୍ରଛାତ୍ରୀ ବିଦ୍ୟାଳୟ ନଯିବାକୁ ନିର୍ଦ୍ଦେଶ ଜାରି କରିଛନ୍ତି ଗଣଶିକ୍ଷା ବିଭାଗ  ।

ପ୍ରଭାବିତ ହେବାକୁ ଥିବା ଜିଲ୍ଲା ଗଞ୍ଜାମ, ଗଜପତି, ପୁରୀ, ନୟାଗଡ, ଜଗତସିଂହପୁର ଜିଲ୍ଲାରେ ସ୍କୁଲ ଛୁଟି ରହିବ  । ସେହିପରି କେନ୍ଦ୍ରାପଡା, କୋରାପୁଟ, ରାୟଗଡା, କଟକ, ଖୋର୍ଦ୍ଧା, କନ୍ଧମାଳ, କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ,ବାଲେଶ୍ୱର,ଭଦ୍ରକ,ଯାଜପୁର,ମାଲକାନଗିରି,ମୟୂରଭଞ୍ଜର ମଧ୍ୟ ବିଦ୍ୟାଳୟ ବନ୍ଦ ରହିବ  ।

 

ବିଶ୍ୱକପ୍ ଆଶାରେ ବ୍ରେକ୍, ସେମିରେ ଜର୍ମାନୀ ଠାରୁ 4-2 ଗୋଲରେ ହାରିଲା ଭାରତ

ଭୁବନେଶ୍ୱର: ବିଶ୍ୱକପ ଆଶା ଭାରତର ଧୂଳିସାତ। ସେମିଫାଇନଲରେ ଜର୍ମାନୀ ଠାରୁ 4-2 ଗୋଲରେ ହାରି ଟ୍ରଫିଠୁ ଦୂରେଇଲା ଡିଫେଣ୍ଡିଂ ଚାମ୍ପିୟନ୍ ଭାରତ । ଆରମ୍ଭରୁ ହିଁ ଜର୍ମାନୀ ଖେଳାଳି ଆଟକିଙ୍ଗ ଗେମ ଖେଳିବା ସହ ଭାରତୀୟ ଗୋଲ ପୋଷ୍ଟ ଉପରେ ବାରମ୍ବାର ଆକ୍ରମଣ କରିଥିଲେ। ଭାରତୀୟ ଖେଳାଳି ମଧ୍ୟ ଆଜି ଅତ୍ୟନ୍ତ ନୈରାଶ୍ୟ ଜନକ ପ୍ରଦର୍ଶନ କରିଥିଲେ ।

ଭାରତ ପକ୍ଷରୁ ଉତ୍ତମ ସିଂହ ମ୍ୟାଚର 25 ମିନିଟରେ ଏବଂ ମ୍ୟାଚର ଶେଷ ମିନିଟରେ ବବି ସିଂହ ଗୋଲ କରିପାରିଥିଲେ। ଭାରତୀୟ ଦଳ ପରାଜୟ ସହ ତୃତୀୟ ସ୍ଥାନ ପାଇଁ ଫ୍ରାନ୍ସ ବିପକ୍ଷରେ ଆସନ୍ତା ରବିବାର ପଡିଆକୁ ଓହ୍ଲାଇବ। ସେହିପରି ଦ୍ୱିତୀୟ ଦଳ ଭାବେ ଜର୍ମାନୀ ଫାଇନାଲ୍ ଟିକେଟ ହାତେଇଛି । ଆସନ୍ତା ରବିବାର ସନ୍ଧ୍ୟା 7.30 ରେ ଜୁନିୟର ହକି ବିଶ୍ୱକପର ଗ୍ରାଣ୍ଡ ଫାଇନାଲ୍ ଜର୍ମାନୀ ଓ ଆର୍ଜେଣ୍ଟିନା ମଧ୍ୟରେ ମ୍ୟାଚ ଖେଳାଯିବ।

‘୩ ମାସ ହେଲା ଦରମା ଦେଇନ ! ତମ ପାଇଁ ମାଗଣାରେ କେତେଦିନ ଖଟିବି ?’

ନୂଆଦିଲ୍ଲୀ: କାଙ୍ଗାଳ ପାକିସ୍ତାନ । ନିଜ କର୍ମଚାରୀଙ୍କୁ ଦେଉନି ଦରମା । ଧରା ପଡ଼ିଲା ଇମ୍ରାନ ଖାନଙ୍କ ନୂଆ ପାକିସ୍ତାନର ମିଛ । ଇମ୍ରାନଙ୍କ ନୂଆ ପାକିସ୍ତାନର ନାରାକୁ ପଦାଇ ପକାଇଛି ସର୍ବିଆ ସ୍ଥିତ ପାକିସ୍ତାନ ଦୂତାବାସ । ପାକିସ୍ତାନରେ ଦାରିଦ୍ର୍ୟ କେଉଁ ସ୍ଥାନରେ ପହଞ୍ଚିଛି ତାହା ଜଣାପଡ଼ିଛି । ସର୍ବିଆ ସ୍ଥିତ ପାକିସ୍ତାନ ଦୂତାବାସ ଏକ ଭିଡିଓ ଟ୍ୱିଟ୍ କରିଛି । ଯେଉଁଥିରେ ଲେଖାଯାଇଛି ୩ ମାସ ହେଲା ପାକିସ୍ତାନର କର୍ମଚାରୀଙ୍କୁ ଇମ୍ରାନ ଖାନ ସରକାର ଦରମା ଦେଇନାହାଁନ୍ତି ।

Pakistan's embassy in Serbia is tweeting against Imran Khan

ବିନା ଦରମାରେ କର୍ମଚାରୀ ଆଉ କେତେଦିନ କାମ କରିବେ ? ଏପରିକି ଦରମା ମିଳି ନଥିବାରୁ ଛୁଆଙ୍କ ସ୍କୁଲ୍ ଫି’ ଦିଆଯାଇ ପାରୁ ନାହିଁ । ଫଳରେ ଛୁଆଙ୍କ ପାଠପଢ଼ା ବନ୍ଦ ହେବା ସ୍ଥିତି ଉପୁଜିଥିବା ଟ୍ୱିଟ୍ କରିଛି ସର୍ବିଆ ସ୍ଥିତ ପାକିସ୍ତାନ ଦୂତାବାସ । ଏପରିକି କୌଣସି ଅନ୍ୟ ବିକଳ୍ପ ନଥିବାରୁ ସେ ସରକାରଙ୍କ ସାଥ୍ ଛାଡ଼ୁନଥିବା ଟ୍ୱିଟ୍ କରାଯାଇଛି ।

ସର୍ବିଆ ସ୍ଥିତ ପାକିସ୍ତାନ ଦୂତାବାସର ଏଭଳି ଟ୍ୱିଟ୍ ପରେ ସବୁଠି ଇମ୍ରାନ ସରକାରର ଅସଲ ଚରିତ୍ର ପଦାକୁ ଆସିଛି । ସମାନ ୫୬ ସେକେଣ୍ଡର ଭିଡିଓ ସହ ସମାନ ପୋଷ୍ଟ ସର୍ବିଆ ସ୍ଥିତ ପାକିସ୍ତାନ ଦୂତାବାସର ଇନଷ୍ଟାଗ୍ରାମ ଓ ଫେସବୁକରେ ପୋଷ୍ଟ ହୋଇଛି । ପରେ ସର୍ବିଆ ସ୍ଥିତ ପାକିସ୍ତାନ ଦୂତାବାସ ପକ୍ଷରୁ କୁହାଯାଇଛି, ଏଭଳି ପୋଷ୍ଟ ଦୂତାବାସ କରିନାହିଁ । ବରଂ କେହି ଆକାଉଣ୍ଟ ହ୍ୟାକ୍ କରି ଏଭଳି ଲେଖିବା ସହ ଭିଡିଓ ପୋଷ୍ଟ କରିଛି ।

୨୦ ଦିନ ଧରି ମାଆକୁ ଗୋଟିଏ କୋଠରୀରେ ବନ୍ଦ କରି ରଖିଥିଲା ପୁଅ: କବାଟ ଖୋଲିଲା ବେଳକୁ ଏଭଳି ଅବସ୍ଥା…

0

ମଧ୍ୟପ୍ରଦେଶ : ଜନ୍ମ କଲା ମା’କୁ ୨୦ ଦିନ ଧରି ଘରେ ବନ୍ଦୀ ରଖିଥିଲା ପୁଅ । ଭୋକରେ ଚାଲିଗଲା ମା’ର ଜୀବନ । ପୋଲିସ ଖବର ପାଇ ଚିକିତ୍ସା ନିମନ୍ତେ ମହିଳାଙ୍କୁ ଡାକ୍ତରଖାନା ନେବା ପରେ ଆଜି ଚିକିତ୍ସିତ ଅବସ୍ଥାରେ ମହିଳାଙ୍କ ମୃତ୍ୟୁ ହୋଇଯାଇଥିବା ଜଣାପଡ଼ିଛି ।

ସୂଚନାନୁସାରେ, ବିଶଲପୁରନଗରର ଦୁର୍ଗାପ୍ରସାଦ କଲୋନୀ ରାମଲୀଳା ମଇଦାନ ନିକଟ ପାଳିକାର ସରକାରୀ ଆବାସରେ କଲୋନୀ ବାସିନ୍ଦା ଶ୍ରୀକୃଷ୍ଣଙ୍କ ପତ୍ନୀ ଲଲ୍ଲୀ ଦେବୀ ପାଖାପାଖି ଏକ ବର୍ଷ ହେବ ସେଠାରେ ରହିଆସୁଥିଲେ । ପୁଅ ପଙ୍କଜ ଲଲ୍ଲୀ ଦେବୀଙ୍କୁ ଘରେ ତାଲା ପକାଇ କେଉଁଆଡ଼େ ପଳାଇଥିଲା । ଦୀର୍ଘ ୨୦ ଦିନ ହେବ ସେ ଆଉ ଘରକୁ ଫେରିନଥିଲା । ଲୋକଙ୍କୁ ଖାଦ୍ୟ ପାଇଁ ଗୁହାରି କରିଥିବା ବେଳେ ବହୁ କଷ୍ଟରେ ଲୋକେ ଝରକା ବାଟେ ଖାଦ୍ୟ ଦେଉଥିଲେ । ଶରୀରକୁ ଯଥେଷ୍ଟ ପରିମାଣର ଖାଦ୍ୟ ନ ମିଳିବାରୁ ସେ ଅସୁସ୍ଥ ହୋଇପଡ଼ିଥିଲେ । ଘର ଭିତରୁ ଦୁର୍ଗନ୍ଧ ଆସିବା ପରେ ଆଖପାଖ ଲୋକେ ପୋଲିସକୁ ଖବର ଦେଇଥିଲେ । ଚିକିତ୍ସା ନିମନ୍ତେ ପୋଲିସ ମହିଳାଙ୍କୁ ଡାକ୍ତରଖାନା ପଠାଇଥିଲା । ପୋଲିସ ଅଧିକାରୀ ପବିତ୍ର ମୋହନ ତ୍ରିପାଠୀଙ୍କ ସୂଚନାକ୍ରମେ, ଚିକିତ୍ସିତ ଅବସ୍ଥାରେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ମହିଳାଙ୍କ ପୁଅକୁ ପୋଲିସ ଖୋଜାଖୋଜି ଆରମ୍ଭ କରିଛି ।