ଆଚରଣ ବିଧି ଉଲ୍ଲଂଘନ କରୁଥିବା କେନ୍ଦ୍ର ସରକାରଙ୍କ ପୋଷ୍ଟର ଓ ବ୍ୟାନ୍‌ର ହଟାଇବାକୁ ଦାବି

ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କିତ ବ୍ୟାନର, ପୋଷ୍ଟର ହଟାଇବାକୁ ଦାବି କଲା ବିଜୁ ଜନତା ଦଳ । ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢ଼ୀଙ୍କୁ ଭେଟି ଦାବି ଜଣାଇଲା ବିଜେଡି ପ୍ରତିନିଧି ଦଳ । ପଞ୍ଚାୟତ ନିର୍ବାଚନ ନେଇ ଆଦର୍ଶ ଆଚରଣ ବିଧି ଲାଗୁ ହୋଇ ସାରିିଥିବା ବେଳେ ବିଭିନ୍ନ ସରକାରୀ ଯୋଜନାର ହୋଡିଂ, ବ୍ୟାନ୍‌ର ହଟାଇବାର ନିୟମ ରହିଛି । ଏହା ସତ୍ତ୍ୱେ ରାଜ୍ୟର ବିଭିନ୍ନ ଛକ ଜାଗା, ପେଟ୍ରୋଲ ପମ୍ପ, ବିମାନବନ୍ଦର, ଜାତୀୟ ରାଜପଥ କଡ଼, କେନ୍ଦ୍ର ସରକାରଙ୍କ ବିଭିନ୍ନ କାର୍ଯ୍ୟାଳୟରେ ଏଭଳି ହୋଡିଂ ବ୍ୟାନ୍‌ର ରହିଛି । ଯାହା ଆଦର୍ଶ ଆଚରଣ ବିଧିର ଉଲ୍ଲଘଂନ ବୋଲି ଅଭିଯୋଗ କରିଛି ବିଜେଡି । ଏଣୁ ଆଚରଣ ବିଧି ଉଲ୍ଲଂଘନ କରୁଥିବା ବିଭିନ୍ନ ପୋଷ୍ଟର ବ୍ୟାନର ହଟାଇବାକୁ ଦାବି  କରିଛି ବିଜେଡି ।

ବିଜେଡି ମୁଖପାତ୍ର ତଥା ସାଂସଦ ସସ୍ମିତ ପାତ୍ରଙ୍କ ନେତୃତ୍ୱରେ ଦଳୀୟ ମୁଖପାତ୍ର ଲେନିନ୍ ମହାନ୍ତି, ସୁଲତା ଦେବ, ଶ୍ରୀମୟୀ ମିଶ୍ର, ଏଲିନା ଦାସ ଓ ଇପ୍‌ସିତା ସାହୁ ମୁଖ୍ୟ ନିର୍ବାଚନ କମିଶନରଙ୍କୁ ସାକ୍ଷାତ କରି ଦାବି ଜଣାଇବା ସହ ଏକ ସ୍ମାରକ ପତ୍ର ପ୍ରଦାନ କରିଥିଲେ ।

ଏଥିସହିତ ପଢ଼ନ୍ତୁ: ଲୋକଙ୍କ ସେବା ନେଇ ସମର୍ପିତ ରାଜନେତା ସମରେନ୍ଦ୍ର: ମୁଣ୍ଡ ଗୁଞ୍ଜିବାକୁ ନାହିଁ ଛାତ, କିନ୍ତୁ ପିନ୍ଧି ଚାଲିଛନ୍ତି ବିଜୟ ମୁକୁଟ 

Leave a Reply