ସାଧାରଣତନ୍ତ୍ର ଦିବସରେ ସରକାରୀ ଯୋଜନାର ଉପଲବ୍ଧି ବଖାଣି ପାରିବେନି ନେତା

ଭୁବନେଶ୍ୱର: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ୨୦୨୨ ପରିପ୍ରେକ୍ଷୀରେ ଚଳିତ ସାଧାରଣ ଦିବସ ପାଳନ ନେଇ ରାଜ୍ୟ ନିର୍ବାଚନ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ମାର୍ଗଦର୍ଶିକା ଜାରି ହୋଇଛି । ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇସାରିଥିବାରୁ ଏବଂ ଏହି ସମୟ ମଧ୍ୟରେ ସାଧାରଣତନ୍ତ୍ର ଦିବସ ପଡ଼ୁଥିବାରୁ ନିର୍ବାଚନ ଅବଧି ମଧ୍ୟରେ ସାଧାରଣତନ୍ତ୍ର କିପରି ଭାବେ ପାଳନ କରାଯିବ ସେଥି ନେଇ ଏକ ମାର୍ଗଦର୍ଶିକାକୁ ରାଜ୍ୟ ନିର୍ବାଚନ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ମାନ୍ୟବର ରାଜ୍ୟପାଳ କାର୍ଯ୍ୟାଳୟ ଓ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ, ସମସ୍ତ କ୍ୟାବିନେଟ୍ ଓ ରାଷ୍ଟ୍ରପାହ୍ୟା ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ସମସ୍ତ ଆରଡିସି ଏବଂ ସମସ୍ତ ଜିଲ୍ଲାପାଳଙ୍କୁ ପତ୍ର ପ୍ରେରଣ କରାଯାଇଛି ।

ଏଥିରେ ସ୍ପଷ୍ଟ ଭାବେ ଉଲ୍ଲେଖ ଅଛ ଯେ, ମୁଖ୍ୟମନ୍ତ୍ରୀଙ୍କ ସମେତ ଅନ୍ୟ କ୍ୟାବିନେଟ୍ ପାହ୍ୟା ରାଷ୍ଟ୍ର ପାହ୍ୟା ମନ୍ତ୍ରୀ ସାଧାରଣତନ୍ତ୍ର ଦିବସ ଅତିଥି ଭାବେ ଯୋଗଦେଉଥିବା ବେଳେ ତାଙ୍କ ଭାଷଣ କେବଳ ରାଷ୍ଟ୍ର, ସ୍ୱାଧୀନତା ସଂଗ୍ରାମୀ, ଶହୀଦ ଏବଂ ରାଷ୍ଟ୍ରର ଜୟଗାନ ମଧ୍ୟ ସୀମିତ ରହିବ । ଏଥିରେ କୌଣସି ପ୍ରକାର ସରକାରୀ ସଫଳତାର କାହାଣୀ କିମ୍ୱା ଯୋଜନାର ସଫଳତା ସମ୍ପର୍କରେ ସମ୍ପର୍କରେ ଉଲ୍ଲେଖ ରହିବ ନାହିଁ ।

ଏଥିସହିତ କ୍ୟାବିନେଟ ତଥ୍ୟା ରାଷ୍ଟ୍ରପାହ୍ୟା ମନ୍ତ୍ରୀ କିମ୍ୱା ରାଜନୈତିକ  କର୍ମକର୍ତ୍ତା ନିଜର ଜିଲ୍ଲାରେ ଅତିଥି ଭାବେ ଯୋଗଦେଇ ପାରିବେ ନାହିଁ । ଚଳିତ ସାଧାରଣତନ୍ତ୍ର ଦିବସରେ ସରକାର କିମ୍ୱା ବିଭିନ୍ନ ବିଭାଗ  ଦ୍ୱାରା ସରକାରୀ ଯୋଜନା ଓ ସଫଳତାର ଚିତ୍ର ବହନ କରୁଥିବା ପ୍ରଜ୍ଞାପନ ମେଢ଼କୁ ରାଜ୍ୟ ନିର୍ବାଚନ କମିଶନରଙ୍କ ପକ୍ଷରୁ  ନିଷିଦ୍ଧ ଘୋଷଣା କରାଯାଇଛି ।

ଏଥି ସହିତ ସାଧାରଣତନ୍ତ୍ର ଦିବସ ଅବସରରେ ଅନୁଷ୍ଠିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମନ୍ତ୍ରିଗଣ, ରାଜନୈତିକ କର୍ମକର୍ତ୍ତା କୌଣସି ପ୍ରକାର ସରକାରୀ ସଫଳତା ସମ୍ପର୍କିତ ଭାଷଣ ଦେଇପାରିବେ । ତେବେ ରାଜ୍ୟସ୍ତରୀୟ ପଦକ ପ୍ରଦାନ ଉତ୍ସବ ପାଳନ ଯଥାରୀତି ଅନୁଷ୍ଠିତ ହୋଇପାରିବ ବୋଲି ରାଜ୍ୟ ନିର୍ବାଚନ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ପତ୍ର ମାଧ୍ୟମରେ ସୂଚନା ଦିଆଯାଇଛି ।

Leave a Reply