spot_img
Home Blog Page 4834

‘ରାଜ୍ୟ ଚୁଲିକି ଯାଉ, ଆମ ଅସ୍ତିତ୍ଵ ଥାଉ’

ଭୁବନେଶ୍ୱର: ଦେଢ ଶହ ବର୍ଷର ଦଳ ବୋଲି ଗର୍ବ କରେ କଂଗ୍ରେସ । ଦେଶ ସ୍ୱାଧିନତା ପାଇବା ପରେ କେନ୍ଦ୍ରରୁ ନେଇ ବିଭିନ୍ନ ରାଜ୍ୟରେ ଏହାର ସରକାର ଅଧାରୁ ଅଧିକ ସମୟ ରହି ଆସିଛି । କିନ୍ତୁ ଭାରତୀୟ ରାଜନୀତିର ସବୁଠୁ ପୁରୁଣା ଦଳ (ଗ୍ରାଣ୍ଡ ଓଲ୍ଡ ପାର୍ଟି) ଏବେ ରାଜନୀତିରେ ନିଜ ଉପସ୍ଥିତି ଜାହିର କରିବା ପାଇଁ ରାସ୍ତା ଖୋଜୁଛି । ତେବେ ଆଶ୍ଚର୍ଯ୍ୟଜନକ କଥା ହେଉଛି କିଛି ନୂଆ ଭାବିବା ବଦଳରେ ଏହି ଦଳ ନିଜର ସବୁଠାରୁ ବଡ଼ ରାଜନୈତିକ ପ୍ରତିଦ୍ୱନ୍ଦ୍ୱୀର ଅନ୍ଧ ଅନୁକରଣ କରୁଛି । ତେଣିକି ତାହା ବିଜେପିର ହାର୍ଡ ହିନ୍ଦୁତ୍ୱ ଯବାବରେ ସଫ୍ଟ ହିନ୍ଦୁତ୍ୱ ହେଉ କି ଅନ୍ୟ କୌଣସି ପ୍ରସଙ୍ଗ । ବିଜେପିକୁ ମାତ୍ ଦେବା ପାଇଁ ଏହାର ଜାତୀୟ ନେତା ଯଦି ମନ୍ଦିରରୁ ମନ୍ଦିର ବୁଲି ପଇତା ଦେଖାଉଛନ୍ତି ତେବେ ଓଡ଼ିଶାରେ ରାଜ୍ୟ କଂଗ୍ରେସ ନେତା ନିଜସ୍ୱ ରଣନୀତି ବଦଳରେ ବିଜେପି ଜୋତାରେ ପାଦ ଭର୍ତ୍ତି କରିବାକୁ ତରବର ଥିବା ଭଳି ଲାଗୁଛନ୍ତି ।

ବିଜେପିର ‘ବିଟିମ୍

ମମତାଙ୍କଠାରୁ କେଜ୍ରିୱାଲ ସମସ୍ତଙ୍କ ଅଭିଯୋଗ ହେଉଛି ଯେ, କଂଗ୍ରେସ ବିଜେପିର ‘ବି’ଟିମ୍ । କଂଗ୍ରେସ ଯେଉଁଭଳି ବିଜେପିର ଅନ୍ଧ ଅନୁକରଣ କରୁଛି, ନିଜ ପାଇଁ ନିଜେ ରାସ୍ତା ତିଆରି ନକରି ଗୈରିକ ଦଳ ତିଆରି କରିଥିବା ରାସ୍ତାରେ ଦୌଡ଼ିବାକୁ ତତ୍ପର-ସେଥିରୁ ଏହାହିଁ ପ୍ରତୀତ ହେଉଛି । ଉଦାହରଣ ଭାବେ ଗତ ଦୁଇ ଦିନ ଧରି ଓଡ଼ିଶା ବିଧାନସଭାରେ ଚାଲିଥିବା ଅଚଳାବସ୍ଥାକୁ ନିଆ ଯାଇପାରେ । ବିଧାନସଭା ଅଧିବେଶନରେ କରଦାତାଙ୍କ ଅର୍ଥ ଖର୍ଚ୍ଚ ହୋଇଥାଏ । କିନ୍ତୁ ବିଜେପିର ସେଥିପାଇଁ ଚିନ୍ତା ନାହିଁ । ବିଜେପି ନିଜ ରାଜନୈତିକ ରୁଟି ସେକିବା ପାଇଁ ବିଧାନସଭାକୁ ବନ୍ଧକ ରଖିଛି । ବିଜେପିର ଡ୍ରାମାବାଜୀ ଦେଖି କଂଗ୍ରେସ ଭିତରେ ମଧ୍ୟ ଗୋଟିଏ ସେହିଭଳି ନାଟକବାଜିର ଇଛା ଜାଗ୍ରତ ହୋଇଥିଲା । ଯାହା ଶନିବାର ଦିନ କଂଗ୍ରେସର ବିଧାନସଭା ଶୋଧନ ଡ୍ରାମାରୁ ଜଣା ପଡୁଛି ।

ମାଇଲେଜ୍ ରାଜନୀତିରେ ବିଧାନସଭା ସ୍ୱାହା

କିଏ ଅଧିକ ମାଇଲେଜ୍ ନେବ ? କିଏ ମିଡିଆରେ ଅଧିକ ଫୁଟେଜ୍ ପାଇବ ? ଲାଗୁଛି ଏବେ ଓଡ଼ିଶା ରାଜନୀତିରେ ଏହା ହିଁ ଏକମାତ୍ର ଲକ୍ଷ୍ୟ ହୋଇଯାଇଛି । ରାଜ୍ୟର ଦୁଇ ବିରୋଧୀ ଦଳ ଭିତରେ ମାଇଲେଜ୍ ପାଇଁ କେମିତି ପ୍ରତିଦ୍ୱନ୍ଦ୍ୱୀତା ଚାଲିଛି ତାହା ବରିଷ୍ଠ ବିଜେପି ନେତା ବିଷ୍ଣୁ ସେଠୀଙ୍କ ବୟାନରୁ ଜଣା ପଡୁଛି । ବିଷ୍ଣୁ ସେଠୀ ବୟାନରେ କହିଛନ୍ତି ଯେ, ରାଜନୀତି ହିଁ ନାଟକ । ସବୁ ନାଟକ । କାଲି କଂଗ୍ରେସ ବ୍ୟାକଫୁଟକୁ ଚାଲିଯାଇଥିଲା । ଆଜି ସେମାନେ ଆମକୁ ଅନୁସରଣ କରି ଅଭିନବ ପ୍ରତିବାଦ କରୁଛନ୍ତି । ରାଜନୀତିକୁ ନାଟକ କେହି କେମିତି କଂଗ୍ରେସ ଓ ବିଜେପି ମାଇଲେଜ୍ ପଲିଟିକ୍ସରେ ମାତିଛନ୍ତି କହିବା ପରେ ବିଷ୍ଣୁ ସେଠୀ ଏହା ମଧ୍ୟ କହିଛନ୍ତି ଯେ, ତାଙ୍କ ଦଳ ବି ‘ଅଭିନବ ପ୍ରତିବାଦ’କରିବ । ଏହି ଗୋଟିଏ ବକ୍ତବ୍ୟରୁ ଜଣା ପଡୁଛି ଯେ, ବିଧାନସଭା ତେଣିକି ଚୁଲିକି ଯାଉ,ଲୋକଙ୍କ ସ୍ୱାର୍ଥ ସହ ଜଡିତ ପ୍ରସଙ୍ଗ ଆଲୋଚନା ଭିତରକୁ ନଆସୁ କିନ୍ତୁ ରାଜନୀତି ଜାରି ରହିବ । ରାଜନୈତିକ ରୁଟି ସେକିବା ପାଇଁ ଫ୍ରଣ୍ଟ୍ ଓ ବ୍ୟାକରେ ଡ୍ରାମା କରିବାକୁ ଦୁଇ ଦଳ ପ୍ରସ୍ତୁତ ଅଛନ୍ତି ।

ଗୋଟିଏ ସମୟରେ ରାଜ୍ୟ ରାଜନୀତିରେ କଂଗ୍ରେସ ଦଳର ଆଧିପତ୍ୟ ଥିଲା । କ୍ଷମତାରୁ ଯିବା ପରେ ମଧ୍ୟ ରଜ୍ୟର ମୁଖ୍ୟ ବିରୋଧୀ ଦଳ ଥିଲା କଂଗ୍ରେସ । କିନ୍ତୁ ଏବେ କଂଗ୍ରେସର ସ୍ଥାନ ନେଇଛି ବିଜେପି । ରାଜ୍ୟ ରାଜନୀତିରେ ନିଜକୁ ପୁଣି ଥରେ ସେଣ୍ଟର ଷ୍ଟେଜକୁ ଆଣିବା ପାଇଁ କଂଗ୍ରେସ ଉଦ୍ୟମ କରୁଛି ବୋଲି କହୁଛି । କିନ୍ତୁ ଉଦ୍ୟମ ପଛରେ ଗମ୍ଭୀରତା ଥିବା ଭଳି ଲାଗୁନି । କାରଣ ରାଜ୍ୟରେ କଂଗ୍ରେସ ଏବେ ବିଜେପି ପଛ ସିଟରେ ବସିଥିବା ଭଳି ଲାଗିଛି । ବିଜେପି ଯାହା ସବୁ କରୁଛି କଂଗ୍ରେସ ତାକୁ ଅନୁସରଣ କରୁଛି । ଲାଗୁଛି କ୍ଷମତା ବନବାସରେ ଥାଇ କଂଗ୍ରେସ କେମିତି ବିରୋଧ କରାଯାଏ ତାହା ମଧ୍ୟ ଭୁଲି ଗଲାଣି । ନିଜ ବୁଦ୍ଧି ବଦଳରେ ପର ବୁଦ୍ଧିର ପ୍ରୟୋଗ କଂଗ୍ରେସକୁ ଆଗକୁ ଚାଲି କେଉଁଭଳି ରାଜନୈତିକ ଲାଭ ପ୍ରଦାନ କରିବ ତାହା ଏକ ବଡ଼ ପ୍ରଶ୍ନ । କଂଗ୍ରେସର ଏଭଳି ଆଭିମୁଖ୍ୟକୁ ବିଜେଡ଼ି ତୀବ୍ର ନିନ୍ଦା କରିଛି  । ସଂସଦୀୟ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି କଂଗ୍ରେସ ବିଜେପି ଇଶାରାରେ ନାଚୁଛି  । ଗୃହ ଚଳାଇ ଦେଉ ନାହିଁ, ଏହା ଗଣତାନ୍ତ୍ରିକ ପରମ୍ପରା ନୁହେଁ  । ସାମ୍ବାଦିକ ପ୍ରସନ୍ନ ମହାନ୍ତି ମଧ୍ୟ କଂଗ୍ରେସ ବିଜେପି ଭଳି କେବଳ ମାଇଲେ ନେବାକୁ ଏଭଳି ବିଶୃଙ୍ଖଳା ପ୍ରଦର୍ଶନ କରିବା ଠିକ ନୁହେଁ ବୋଲି କହିଛନ୍ତି  । ବିଧାନସଭାରେ ରାଜ୍ୟର ସ୍ୱାର୍ଥ ସମ୍ଭଳିତ ପ୍ରସଙ୍ଗ ଆଲୋଚନା ହେବା ଜରୁରୀ  ବୋଲି ସେ ମତ ରଖିଛନ୍ତି  ।

 

ସରକାର ଗଢ଼ିଲେ ପ୍ରକଳ୍ପ କାର୍ଯ୍ୟକାରୀ କମିଟି

ଭୁବନେଶ୍ୱର: କଟକରେ ହେବ ବିଶ୍ୱସ୍ତରୀୟ ମେଡିକାଲ୍ । ଆଗେଇ ଚାଲିଛି କାମ । କଟକ ଏସସିବି ମେଡିକାଲର ସମ୍ପ୍ରସାରଣ ସହ ବିଶ୍ୱସ୍ତରୀୟ ମେଡିକାଲ କଲେଜରେ ପରିଣତ ନେଇ ୧୬ ଜଣିଆ କମିଟି ଗଠନ କରିଛନ୍ତି ରାଜ୍ୟ ସରକାର । କମିଟିର ମୁଖ୍ୟ ସିଡିଏ ଅଧକ୍ଷ ଅନୀଲ କୁମାର ସାମଲ ରହିଛି । କମିଟିରେ କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ, କଟକ ଜିଲ୍ଲାପାଳ, ସିଏମସି କମିଶନର, ଡିଏମଇଟି, ଏସସିବି ଡିନ୍ ଓ ସୁପରିଟେଣ୍ଡେଣ୍ଟଙ୍କ ସହ ବିଭିନ୍ନ ବିଭାଗର ଅଧିକାରୀ ରହିଛନ୍ତି ।

୨୦୨୩ ଡିସେମ୍ବର ସୁଦ୍ଧା କାମ ଶେଷ ହେବା ନେଇ ଲକ୍ଷ୍ୟ ରଖାଯାଇଥି । ଏଥିସହ ସମ୍ପ୍ରସାରଣ ବେଳେ ଉଛେଦ ଓ ଥଇଥାନକୁ ଗୁରୁତ୍ୱ ଦିଆଯିବ । 5T ଅଧିନରେ ଏସସିବିର ନବକଳେବର ହେଉଛି । ମେଡିକାଲ କଲେଜ ଓ ହସ୍ପିଟାଲ ପାଇଁ ସରକାରୀ ସ୍ତରରେ ଏହା ଦେଶର ସର୍ବବୃହତ ପ୍ରକଳ୍ପ । ୫ ହଜାର ଶଯ୍ୟା ସହିତ ଡାକ୍ତର, ରୋଗୀ ଓ ସ୍ବାସ୍ଥ୍ୟକର୍ମୀଙ୍କ ପାଇଁ ଅତ୍ୟାଧୁନିକ ଚିକିତ୍ସା ସୁବିଧା ଏଠାରେ ରହିବ । ୧୭୫ ଏକର ଜମିରେ ହେଉଥିବା ଏହି ଏମ୍ସ ପ୍ଲସ୍‌ ମେଡିକାଲରେ ପ୍ରଥମ ପର୍ଯ୍ୟାୟରେ ଶଯ୍ୟାସଂଖ୍ୟା ରହିବ ୩ ହଜାର ୫ ଶହ ଓ ଦ୍ୱିତୀୟ ପର୍ଯ୍ୟାୟରେ ଏହାକୁ ୫ ହଜାରକୁ ବୃଦ୍ଧି କରାଯିବ ।

Project Implementation Committee For Redevelopment of SCB Medical College

ଅତ୍ୟାଧୁନିକ ଚିକିତ୍ସା ଉପକରଣ ସହିତ ପରିବହନ ବ୍ୟବସ୍ଥା, ଆଧୁନିକ ରେଷ୍ଟୁରାଣ୍ଟ, ବାଣିଜ୍ୟ କେନ୍ଦ୍ର ଓ ସୁରକ୍ଷା ବ୍ୟବସ୍ଥା ଆଦି ସମସ୍ତ ସୁବିଧା ଉପଲବ୍ଧ ହେବ । ଏଥିରେ ୧୨୮୦ଟି ସରକାରୀ ବାସଗୃହ ନିର୍ମିତ ହେବା ସହିତ ଛାତ୍ରାବାସରେ ଅଧିକ ୨୨୦୦ ଜଣ ଛାତ୍ରଛାତ୍ରୀ ରହିବାର ବ୍ୟବସ୍ଥା କରାଯିବ । ଏହି ହସ୍ପିଟାଲର ଉନ୍ନତି ସହିତ କ୍ରୀଡା ଓ ମନୋରଞ୍ଜନ ପାଇଁ ମଧ୍ୟ ସୃଷ୍ଟି କରାଯିବ ଉତ୍ତମ ପରିବେଶ ।

5T ଅଧିନରେ ଚିକିତ୍ସା ଓ ଡାକ୍ତରୀ ଶିକ୍ଷା କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆଣିବା ସହ ଜନସାଧାରଣଙ୍କୁ ଉଚିତ୍ ସ୍ୱାସ୍ଥ୍ୟସେବା ଦେବା, ଓଡ଼ିଶା ଲୋକ ଓଡ଼ିଶାରେ ଚିକିତ୍ସା ସୁବିଧା ପାଇବା ରାଜ୍ୟ ସରକାରଙ୍କ ଲକ୍ଷ୍ୟ । ୧୯୪୪ ମସିହାରେ ସ୍ଥାପିତ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସ୍ପିଟାଲ ଦୀର୍ଘ ଦିନ ଧରି ଓଡ଼ିଶା ସମେତ ପୂର୍ବ ଭାରତର ବିଭିନ୍ନ ରାଜ୍ୟର ଲୋକମାନଙ୍କୁ ଉନ୍ନତ ଚିକିତ୍ସା ଯୋଗାଇବାରେ ସୁନାମ କରିଛି ।

‘ଜୱାଦ’ ପ୍ରଭାବରେ ଚାଷ ନଷ୍ଟ ଆଶଙ୍କା, ୭ ଦିନ ଭିତରେ ହେବ କ୍ଷୟକ୍ଷତି ଆକଳନ: SRC

ଭୁବନେଶ୍ୱର: ଦୁର୍ବଳ ହେଉଛି ବାତ୍ୟା ‘ଜୱାଦ’ । ଏବେ ବାତ୍ୟା ବିଶାଖାପାଟ୍ଟମ ଠାରୁ ଦକ୍ଷିଣ-ଦକ୍ଷିଣପୂର୍ବ ଦିଗରେ ୨୧୦ କିଲୋମିଟର ଦୂରରେ ରହିଛି । ଗୋପାଳପୁର ଠାରୁ ଦକ୍ଷିଣରେ ୩୨୦ କିଲୋମିଟର, ପୁରୀ ଠାରୁ ଦକ୍ଷିଣ-ଦକ୍ଷିଣପଶ୍ଚିମରେ ୩୯୦ କିଲୋମିଟର ଦୂରରେ ରହିଛି । ବାତ୍ୟା ବିଗତ ୬ ଘଣ୍ଟା ହେଲା ଘଣ୍ଟାପ୍ରତି ୬ କିଲୋମିଟର ବେଗରେ ଗତି କରୁଛି । ରାତି ୯ଟାରୁ ମଧ୍ୟରାତ୍ରୀ ମଧ୍ୟରେ ବାତ୍ୟା ଉତ୍ତର-ଉତ୍ତରପୂର୍ବ ଦିଗକୁ ରିକର୍ଭ କରିବ ।

ଏଥିସହ ପଢ଼ନ୍ତୁ: ସମୁଦ୍ରରେ ଶକ୍ତି ହରାଉଛି ‘ଜୱାଦ’, ଆଜି ଓ କାଲି ଉପକୂଳରେ ଲାଗି ରହିବ ବର୍ଷା

ଓଡ଼ିଶା ଉପକୂଳ ଆଡ଼କୁ ଗତି କରିବ । ବାତ୍ୟାର ତୀବ୍ରତା ହ୍ରାସ ପାଉଛି । ଆସନ୍ତାକାଲି ବାତ୍ୟା ‘ଜୱାଦ’ ପୁରୀ ଉପକୂଳ ଛୁଇଁବା ବେଳକୁ ଗଭୀର ଅବପାତରେ ପରିଣତ ହୋଇଥିବ । ସେତେବେଳେ ପବନର ବେଗ ଘଣ୍ଟାପ୍ରତି ୬୦ରୁ ୭୦ କିଲୋମିଟର ରହିବ । କ୍ରମଶଃ ତାହା ଦୁର୍ବଳ ହୋଇ ପଶ୍ଚିମବଙ୍ଗ ଆଡ଼କୁ ଗତି କରିବ ବୋଲି କହିଛନ୍ତି ଏସଆରସି ।

 Cyclone Jawad May Hampered Farming In Coastal District Says SRC

ପ୍ରଭାବରେ ଗତକାଲି ଠାରୁ ବର୍ଷା ଜାରି ରହିଛି । ପାଣିପାଗ ବିଭାଗ ସୂଚନା ଅନୁସାରେ, ଆଜି ଗଞ୍ଜାମ, ପୁରୀ, ଜଗତସିଂହପୁର ଓ ଖୋର୍ଦ୍ଧା ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ । ଟ୍ୱିନସିଟିରେ ମଧ୍ୟ ୨ଶହ ମିଲିମିଟରରୁ ଅଧିକ ବର୍ଷା ହୋଇପାରେ । ଉପକୂଳବର୍ତ୍ତୀ ଜିଲ୍ଲା ଗୁଡ଼ିକରେ ଫସଲ ନଷ୍ଟ ହେବ । ବର୍ଷା ଓ ପବନ ଯୋଗୁଁ ଚାଷ ଅଧିକ କ୍ଷତିଗ୍ରସ୍ତ ହେବ । ଚାଷ ଓ ଫସଲ କ୍ଷୟକ୍ଷତିର ଆକଳନ ୭ ଦିନ ମଧ୍ୟରେ କରାଯିବ ବୋଲି କହିଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର । ଗଭୀର ଅବପାତ ରବିବାର ପ୍ରଭାବ ଓଡ଼ିଶା ଉପରୁ ହ୍ରାସ ପାଇବ ।

ଏଥିସହ ପଢ଼ନ୍ତୁ: ବାତ୍ୟା ନୁହେଁ ଗଭୀର ଅବପାତ ରୂପରେ ପୁରୀ ଉପକୂଳ ଛୁଇଁବ ‘ଜୱାଦ’

ପବନ କମୁଥିବାରୁ ବିଶେଷ ସ୍ଥାନାନ୍ତରଣ ଆବଶ୍ୟକତା ନାହିଁ । କେବଳ ବର୍ଷାକୁ ଦେଖି ତଳିଆ ଅଞ୍ଚଳରୁ ଲୋକଙ୍କୁ ସ୍ଥାନାନ୍ତରଣ କରାଯିବ । ସମୁଦ୍ର ଜୁଆର ଦେଖି ଜିଲ୍ଲା ସ୍ତରରେ ଲୋକଙ୍କୁ ବାତ୍ୟା ଆଶ୍ରୟ ସ୍ଥଳୀକୁ ନିଆଯାଉଛି । ଗଞ୍ଜାମ, କେନ୍ଦ୍ରାପଡ଼ା ଓ ପୁରୀ ଜିଲ୍ଲାରେ ଗର୍ଭବତୀ ମହିଳାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସବୁ ଜିଲ୍ଲାରେ ଓଡ୍ରାଫ୍, ଏନଡିଆରଏଫ୍ ଓ ଅଗ୍ନିଶମ ବାହିନୀ ନିୟୋଜିତ ହୋଇଛନ୍ତି । ପବନ ସମୟରେ ଲୋକମାନେ ଘରୁ ବାହାରନ୍ତୁ ନାହିଁ । କଚ୍ଚା ଘରେ ରହୁଥିଲେ ପକ୍କା ଘରକୁ ଚାଲିଯିବାକୁ ଏସଆରସି ଅପିଲ୍ କରିଛନ୍ତି ।

ଭିଜିଲାନ୍ସ ଜାଲରେ ଜିଲ୍ଲା ଅତିରିକ୍ତ ଯୋଗାଣ ଅଧିକାରୀ, ଘରୁ ୨ ଲକ୍ଷ ୭୪ ହଜାର ଟଙ୍କା ଜବତ

ନୟାଗଡ଼: ଭିଜିଲାନ୍ସ ଜାଲରେ ନୟାଗଡ଼ ଜିଲ୍ଲା ଅତିରିକ୍ତ ଯୋଗାଣ ଅଧିକାରୀ ଜୟନ୍ତ କୁମାର ଦାସ । ଜୟନ୍ତଙ୍କ ବାସଭବନ ସମେତ ୫ଟି ସ୍ଥାନରେ ଚଢ଼ାଉ କରିଛି ଭିଜିଲାନ୍ସ । ରେଡ୍ ବେଳେ ନଗଦ ୨ ଲକ୍ଷ ୭୪ ହଜାର ୭୫ ଟଙ୍କା ସହ ଗୋଟିଏ ଚାରି ଚକିଆ ଗାଡ଼ି ଓ ୩ଟି ବାଇକ୍ ଜବତ ହୋଇଛି । ନୟାଗଡ଼ ଜିଲ୍ଲା ଲେଙ୍କୁଡିପଡ଼ାରେ ୪ ମହଲା ବିଶିଷ୍ଟ କୋଠା, ଓଡ଼ଗାଁ ଗାନ୍ଧିସାହି ଲେନ୍‌ରେ ୨ ମହଲା କୋଠା, ପୈତୃକ ଗାଁ ବିରୁଡ଼ାରେ ଥିବା ଘରେ ରେଡ୍ କରିଛି ଭିଜିଲାନ୍ସ ।

Nayagarh ACSO Jayanta Kumar Das In Vigilance Net

ନୟାଗଡ଼ ଜିଲ୍ଲା ଅତିରିକ୍ତ ଯୋଗାଣ ଅଧିକାରୀ ଜୟନ୍ତ ଦାସଙ୍କ ନୟାଗଡ଼ ଟାଉନ ସ୍ଥିତ ଅଫିସ କାର୍ଯ୍ୟାଳୟରେ ମଧ୍ୟ ଚଢାଉ ହୋଇଛି । ଚଢାଉରେ ୪ ଜଣ ଡିଏସପି, ୮ ଇନସ୍ପେକ୍ଟର, ଜଣେ ଏସଆଇ, ୪ଜଣ ଏଏସଆଇ ସାମିଲ ହୋଇଛନ୍ତି । ଭୁବନେଶ୍ୱର ଭିଜିଲାନ୍ସ ସ୍ୱତନ୍ତ୍ର କୋର୍ଟ ପକ୍ଷରୁ ସର୍ଚ୍ଚ ୱାରେଣ୍ଟ ଜାରି ପରେ ଚଢ଼ାଉ କରାଯାଇଛି ।

Nayagarh ACSO Jayanta Kumar Das In Vigilance Net

ନୟାଗଡ଼ ଜିଲ୍ଲା ଅତିରିକ୍ତ ଯୋଗାଣ ଅଧିକାରୀ ଜୟନ୍ତ ଦାସଙ୍କ ବିରୋଧରେ ନିମ୍ନମାନର ଚାଉଳ ଓ ଗହମ ଯୋଗାଣ ସହ ଅର୍ଥ ହଡ଼ପ, ମିଲରମାନଙ୍କୁ ଅହେତୁକ ଅନୁକମ୍ପା ପ୍ରଦର୍ଶନ, ଯୋଗାଣ ବିଭାଗର ଟେଣ୍ଡର ଫିକ୍ସିଂ କରିବା ଭଳି ବହୁ ଅଭିଯୋଗ ହୋଇଥିଲା ।

ସର୍ଭିସ୍ ବନ୍ଧୁକରୁ ଗୁଳି କରି ଯବାନଙ୍କ ଆତ୍ମହତ୍ୟା

ମାଲକାନଗିରି: ନିଜ ସର୍ଭିସ ବନ୍ଧୁକରୁ ଗୁଳି କରି ଆତ୍ମହତ୍ୟା କଲେ ଯବାନ । ମାଲକାନଗିରି ଜିଲ୍ଲା ପୋଟେରୁ ଫାଣ୍ଡିରେ ଘଟିଛି ଅଭାବନୀୟ ଘଟଣା । ମୃତ ଯବାନ ଜଣଙ୍କ ହେଉଛନ୍ତି ଚତୁର୍ଥ ଏସଏସ ବାଟାଲିଅନର ଦୁର୍ଯ୍ୟୋଧନ ମାଝୀ । ଦୁର୍ଯ୍ୟୋଧନ ନିଜ ସର୍ଭିସ ବନ୍ଧୁକରୁ ନିଜକୁ ଗୁଳି କରି ଆତ୍ମହତ୍ୟା କରିଥିବା ଜଣାପଡ଼ିଛି ।

 Malkangiri Police Cop Fired Himself

ମୃତ ଯବାନଙ୍କ ଘର ବରଗଡ଼ ଜିଲ୍ଲାର ହୋଇଥିବା ବେଳେ ସେ କାହିଁକି ଆତ୍ମହତ୍ୟା କରିଛନ୍ତି ତାହା ଜଣାପଡ଼ିନାହିଁ । ଗୁରୁତର ଅବସ୍ଥାରେ ଦୁର୍ଯ୍ୟୋଧନଙ୍କୁ ମାଲକାନଗିରି ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।

ଏଥିସହ ପଢ଼ନ୍ତୁ: ସମୁଦ୍ରରେ ଶକ୍ତି ହରାଉଛି ‘ଜୱାଦ’, ଆଜି ଓ କାଲି ଉପକୂଳରେ ଲାଗି ରହିବ ବର୍ଷା

ସମୁଦ୍ରରେ ଶକ୍ତି ହରାଉଛି ‘ଜୱାଦ’, ଆଜି ଓ କାଲି ଉପକୂଳରେ ଲାଗି ରହିବ ବର୍ଷା

ଭୁବନେଶ୍ୱର: ସ୍ଥଳଭାଗ ଛୁଇଁବା ପୂର୍ବରୁ ସମୁଦ୍ରରେ ଶକ୍ତି ହରାଉଛି ‘ଜୱାଦ’ । ଆସନ୍ତାକାଲି ବାତ୍ୟା ‘ଜୱାଦ’ ଦୁର୍ବଳ ହୋଇ ଗଭୀର ଅବପାତ ରୂପରେ ପୁରୀ ଉପକୂଳ ପହଞ୍ଚିବ । ବର୍ଷା ଉପକୂଳ ଓଡ଼ିଶାରେ ଲାଗି ରହିବ । ଧିରେ ଧିରେ ଉତ୍ତର ଓଡ଼ିଶାରେ ମଧ୍ୟ ବର୍ଷା ହେବ । ୬ ତାରିଖରେ କିଛି ସ୍ଥାନରେ ବର୍ଷାକୁ ଛାଡ଼ି ଦେଲେ ପାଗ ଶୁଖିଲା ରହିବ । ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ ଏ ସୂଚନା ଦେଇଛନ୍ତି ।

ତେବେ ବାତ୍ୟା କାହିଁକି ଦୁର୍ବଳ ହେଲା ? ଏନେଇ ପ୍ରତିକ୍ରିୟା ରଖିଛନ୍ତି ଉମାଶଙ୍କର । ସାଧାରଣତଃ ଡିସେମ୍ବରରେ ସମୁଦ୍ର ପୃଷ୍ଠର ତାପମାତ୍ରା ଉପକୂଳ ଅଞ୍ଚଳରେ କମ୍ ରହିଥାଏ । ବାୟୁ ମଣ୍ଡଳର ଉପରି ଭାଗରେ ବାୟୁ ପ୍ରଭାବର ତୀବ୍ରତା (ଅପସାରଣ) ବାତ୍ୟାକୁ ଶକ୍ତିଶାଳୀ କରୁଥିଲା । ବାତ୍ୟା ଉପକୂଳ ମୁହାଁ ହେବା ସହ କମ୍ ତାପମାତ୍ରା ଏବଂ ପୃଷ୍ଠରୁ ଗଭୀରତା ମଧ୍ୟରେ ଥିବା ଥର୍ମାଲ ଏନର୍ଜି କମିବାରୁ ବାତ୍ୟା ଧିରେ ଧିରେ ଦୁର୍ବଳ ହେଉଛି ।

ଏଥିସହ ପଢ଼ନ୍ତୁ: ବାତ୍ୟା ନୁହେଁ ଗଭୀର ଅବପାତ ରୂପରେ ପୁରୀ ଉପକୂଳ ଛୁଇଁବ ‘ଜୱାଦ’

ବାତ୍ୟା ପୁରୀ ପହଞ୍ଚିବା ବେଳକୁ ଦୁର୍ବଳ ହୋଇଯିବ । ଆଜି ରାତି ୧୧ଟା ୩୦ ସୁଦ୍ଧା ବାତ୍ୟା ଗଭୀର ଅବପାତରେ ପରିଣତ ହେବା ନେଇ ପାଣିପାଗ ବିଭାଗ ଆକଳନ କରିଛି । ସେତେବେଳେ ପବନର ବେଗ ଘଣ୍ଟାପ୍ରତି ୫୫ରୁ ୬୫ କିଲୋମିଟର ଓ ଝଟକା ପବନର ବେଗ ଘଣ୍ଟାପ୍ରତି ୭୫ କିଲୋମିଟର ରହିବ । ପୁରୀ ପହଞ୍ଚିଲା ବେଳକୁ ପବନର ବେଗ ୫୦ରୁ ୬୦ କିଲୋମିଟର ଓ ଝଟକା ପବନର ବେଗ ଘଣ୍ଟାପ୍ରତି ୭୦ କିଲୋମିଟର ରହିବ । ପବନ ମୁଖ୍ୟତଃ ଉପକୂଳରେ ହେବ ଆଭ୍ୟନ୍ତରୀଣ ଅଞ୍ଚଳରେ ପବନ ପ୍ରଭାବ ନାହିଁ ।

ବାତ୍ୟା ବିପଦ ଟଳିଥିବା ବେଳେ ବର୍ଷା କମିବ ନାହିଁ । ଗଞ୍ଜାମ, ଜଗତସିଂହପୁର ଓ ପୁରୀ ଜିଲ୍ଲାରେ ବର୍ଷାର ପ୍ରଭାବ ଲାଗି ରହିବ । ଚାଷ ପ୍ରତି ଏବେ ବି ବର୍ଷା ବିପଦ ରହିଛି । ଅନ୍ୟପଟେ ୧୮୯୧ରୁ ୨୦୨୦ ମଧ୍ୟରେ ଡିସେମ୍ବର ମାସରେ ଏଯାଏଁ ବଙ୍ଗୋପସାଗରରୁ କୌଣସି ବାତ୍ୟା ଓଡ଼ିଶା ଉପକୂଳ ଛୁଇଁ ନଥିବା ବେଳେ ଉକ୍ତ ରେକର୍ଡ ବଜାୟ ରହିବାକୁ ଯାଉଛି ।  ଅମାବାସ୍ୟା ପାଇଁ ସମୁଦ୍ରରେ ଉଚ୍ଚ ଜୁଆର ଆସିବ, ବାତ୍ୟାର ପ୍ରଭାବ ରହିବ ନାହିଁ ।

ଚତୁର୍ଥ ଦିନ ବି ଚାଲି ପାରିଲାନି ଗୃହ, ବିଧାନସଭା ଅପରାହ୍ଣ ୪ଟା ଯାଏଁ ମୁଲତବି

ଭୁବନେଶ୍ୱର: ପୁଣି ବିଧାନସଭା ଅଚଳ । ଚତୁର୍ଥ ଦିନରେ ଆରମ୍ଭରୁ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଚାଲି ପାରିଲାନି ବିଧାନସଭା । ଆଜି ପ୍ରଶ୍ନକାଳ ଆରମ୍ଭରୁ ବିରୋଧୀ ବିଧାୟକ ବାଚସ୍ପତିଙ୍କ ପୋଡ଼ିୟମ୍ ତଳେ ଘଣ୍ଟ ବଜାଇ ହୋହଲ୍ଲା କରିଥିଲେ । ବାରମ୍ବାର ବାଚସ୍ପତିଙ୍କ ଅନୁରୋଧ ସତ୍ତ୍ୱେ ବିରୋଧୀ ହଟ୍ଟଗୋଳ ବନ୍ଦ କରି ଆସନରେ ନ ବସିବାରୁ ବାଚସ୍ପତି ଗୃହକୁ ଅପରାହ୍ଣ ୪ଟା ଯାଏଁ ମୁଲତବି ରଖିଛନ୍ତି । ବାଚସ୍ପତି କହିଛନ୍ତି, ବିଧାନସଭାରେ ନାଟକର ସ୍ଥାନ ନାହିଁ ।

Odisha Assembly Adjourned For Fourth Day As Opposition Rocks

ଏଥିସହ ପଢ଼ନ୍ତୁ: ବାତ୍ୟା ନୁହେଁ ଗଭୀର ଅବପାତ ରୂପରେ ପୁରୀ ଉପକୂଳ ଛୁଇଁବ ‘ଜୱାଦ’ 

ବାତ୍ୟା ନୁହେଁ ଗଭୀର ଅବପାତ ରୂପରେ ପୁରୀ ଉପକୂଳ ଛୁଇଁବ ‘ଜୱାଦ’

ଭୁବନେଶ୍ୱର: ପୁରୀକୁ ନାହିଁ ବାତ୍ୟା ବିପଦ । ପୁରୀ ଉପକୂଳ ଛୁଇଁବା ବେଳକୁ ଦୁର୍ବଳ ହୋଇଯିବ ବାତ୍ୟା ‘ଜୱାଦ’ । ଗଭୀର ଅବପାତ ରୂପରେ ଆସନ୍ତାକାଲି ମଧ୍ୟାହ୍ନରେ ‘ଜୱାଦ’ ପୁରୀ ଉପକୂଳରେ ପହଞ୍ଚିବା ନେଇ ଆକଳନ କରିଛି ପାଣିପାଗ ବିଭାଗ । ସାମୁଦ୍ରିକ ଝଡ଼ ‘ଜୱାଦ’ ଏବେ ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରରେ ଉତ୍ତରଦିଗକୁ ଆଂଶିକ ଭାବରେ ଘଣ୍ଟାପ୍ରତି ୪ କିଲୋମିଟର ବେଗରେ ଗତି କରୁଛି ।

ବାତ୍ୟା ‘ଜୱାଦ’ ଏବେ ବିଶାଖାପାଟ୍ଟଣମ୍ ଠାରୁ ଦକ୍ଷିଣପୂର୍ବ ଦିଗରେ ୨୩୦ କିଲୋମିଟର ଦୂରରେ ରହିଛି । ଗୋପାଳପୁର ଠାରୁ ଦକ୍ଷିଣରେ ୩୪୦ କିଲୋମିଟର, ପୁରୀଠାରୁ ଦକ୍ଷିଣ-ଦକ୍ଷିଣପଶ୍ଚିମ ଦିଗରେ ୪୧୦ କିଲୋମିଟର ଓ ପାରାଦୀପ ଠାରୁ ସମାନ ଦିଗରେ ୪୯୦ କିଲୋମିଟର ଦୂରରେ ରହିଛି ସାମୁଦ୍ରିକ ଝଡ଼ ‘ଜୱାଦ’ ।

ଏଥିସହ ପଢ଼ନ୍ତୁ: ବାତ୍ୟା ‘ଜୱାଦ’ ପାଇଁ ବାତିଲ୍ ହେଲା ଆଉ ୩୮ଟି ଟ୍ରେନ୍

ଏହା କ୍ରମଶଃ ଦୁର୍ବଳ ହେବ ଏବଂ ଉତ୍ତର ଦିଗକୁ ଗତି କରି ଆଗାମୀ ୧୨ ଘଣ୍ଟାରେ ଉତ୍ତର-ଉତ୍ତରପୂର୍ବ ଦିଗରେ ଓଡ଼ିଶା ଉପକୂଳରେ ପୁରୀ ପହଞ୍ଚିବ । ୫ ତାରିଖ ମଧ୍ୟାହ୍ନରେ ‘ଜୱାଦ’ ପୁରୀ ପହଞ୍ଚିବା ବେଳକୁ ବାତ୍ୟାରୁ ଦୁର୍ବଳ ହୋଇ ଗଭୀର ଅବପାତରେ ପରିଣତ ହେବ । କ୍ରମଶଃ ଏହା ଦୁର୍ବଳ ହୋଇ ଉତ୍ତର-ଉତ୍ତରପୂର୍ବ ଦିଗରେ ଓଡ଼ିଶା ଉପକୂଳ ଦେଇ ପଶ୍ଚିମବଙ୍ଗ ଉପକୂଳ ମୁହାଁ ହେବ ।

ବାତ୍ୟା ପାଇଁ ଆଜି ଗଜପତି, ଗଞ୍ଜାମ, ପୁରୀ ଓ ଜଗତସିଂହପୁର ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଦିଆଯାଇଛି । ଏହି ୪ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ୨୦ ସେଣ୍ଟିମଟରରୁ ଅଧିକ ବର୍ଷା ହେବ । ସେହିଭଳି ପ୍ରବଳ ବର୍ଷା ନେଇ କେନ୍ଦ୍ରାପଡ଼ା, କଟକ, ଖୋର୍ଦ୍ଧା, ନୟାଗଡ଼, କନ୍ଧମାଳ ଓ ରାୟଗଡ଼ା ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି । ବାଲେଶ୍ୱର, ଭଦ୍ରକ, ଯାଜପୁର, କୋରାପୁଟ ଓ ମାଲକାନଗିରି ଜିଲ୍ଲାକୁ ବର୍ଷା ନେଇ ରହିଛି ୟେଲୋ ୱାର୍ଣ୍ଣିଂ ।

ଏଥିସହ ପଢ଼ନ୍ତୁ: ସାମୁଦ୍ରିକ ଝଡ଼ ପ୍ରଭାବରେ ସ୍ଥଳ ଭାଗରେ କେତେ ଦୂର ଯାଏଁ ମାଡ଼ି ଆସିବ ସମୁଦ୍ର ଜଳ ?

ସେହିଭଳି ୫ ତାରିଖ ପାଇଁ ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର, କଟକ ଓ ପୁରୀ ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ଅରେଞ୍ଜ ୱାର୍ଣ୍ଣିଂ ରହିଛି । କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, ନୟାଗଡ଼, ଖୋର୍ଦ୍ଧା, ଗଞ୍ଜାମ ଓ ଗଜପତି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି । ବାତ୍ୟା ପାଇଁ ୪ ତାରିଖ ଅପରାହ୍ଣ ଯାଏଁ ପବନର ବେଗ ଘଣ୍ଟାପ୍ରତି ୪୫ରୁ ୫୫ କିଲୋମିଟର ଏବଂ ଝଟକା ପବନର ବେଗ ଘଣ୍ଟାପ୍ରତି ୬୫ କିଲୋମିଟର ରହିବ । କ୍ରମଶଃ ପବନର ବେଗ ଘଣ୍ଟାପ୍ରତି ୬୫ରୁ ୭୫ କିଲୋମିଟର ଓ ଝଟକା ପବନର ଘଣ୍ଟପ୍ରତି ବେଗ ୮୫ କିଲୋମିଟରକୁ ବୃଦ୍ଧି ପାଇବ ।

ସମୁଦ୍ର ଅଶାନ୍ତ ରହିବ, ଉଚ୍ଚ ଜୁଆର ଆସିବ । ମତ୍ସ୍ୟଜୀବୀଙ୍କୁ ୫ ତାରିଖ ଯାଏଁ ସମୁଦ୍ର ବାରଣ କରାଯାଇଛି । ଆଜି ଅମାବାସ୍ୟା ଥିବାରୁ ସମୁଦ୍ରରେ ୨ରୁ ୪ ମିଟର ଯାଏଁ ଇଚ୍ଚ ଜୁଆର ଆସିବା ଆଶଙ୍କା କରାଯାଉଛି । ଗୋପାଳପୁର ବନ୍ଦର ଓ ପୁରୀ ଉପକୂଳ ପାଇଁ ୭ ନମ୍ବର ବିପଦ ସଂକେତ ଦିଆଯାଇଥିବା ବେଳେ ଧାମରା ଓ ପାରାଦୀପ ବନ୍ଦରରେ ସ୍ଥାନୀୟ ସତର୍କ ନମ୍ବର ୪ ଦିଆଯାଇଛି । ବାତ୍ୟା ପାଇଁ ଆଜି ୧୯ ଜିଲ୍ଲାରେ ସ୍କୁଲ୍ ବନ୍ଦ ଘୋଷଣା କରାଯାଇଛି ।

ବାତ୍ୟା ‘ଜୱାଦ’ ପାଇଁ ବାତିଲ୍ ହେଲା ଆଉ ୩୮ଟି ଟ୍ରେନ୍

ଭୁବନେଶ୍ୱର: ମାଡ଼ି ଆସୁଛି ବାତ୍ୟା ‘ଜୱାଦ’ । ବାତ୍ୟାକୁ ନଜରରେ ରଖି ସତର୍କତାମୂଳକ ପଦକ୍ଷେପ ନେଇଛି ପୂର୍ବତଟ ରେଳବାଇ । ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ୪ ଓ ୫ ତାରିଖରେ ଟ୍ରେନ୍ ବାତିଲ୍ କରାଯାଇଛି । ୪ ତାରିଖରେ ପୂର୍ବତଟ ରଳେବାଇ ୩୬ଟି ଟ୍ରେନ୍ ବାତିଲ୍ କରିଥିବା ବେଳେ ୫ ତାରିଖରେ ୩୮ଟି ଟ୍ରେନକୁ ବାତିଲ୍ କରିଛି । ସେହିଭଳି ୬ ତାରିଖରେ ଗୁଣୁପୁର-ପୁରୀ ଏକ୍ସପ୍ରେସକୁ ବାତିଲ୍ କରାଯାଇଛି ।

୪ ଡିସେମ୍ବରରେ ବାତିଲ୍ ହୋଇଥିବା ଟ୍ରେନ୍

01. 18045 ହାୱଡ଼ା-ହାଇଦ୍ରାବାଦ ପୂର୍ବତଟ ଏକ୍ସପ୍ରେସ୍

02. 12841 ଚେନ୍ନାଇ ସେଣ୍ଟ୍ରାଲ କରମଣ୍ଡଳ ଏକ୍ସପ୍ରେସ୍ 

03. 22877 ହାୱଡ଼ା-ଏର୍ଣ୍ଣାକୁଲମ ଏକ୍ସପ୍ରେସ୍

04. 18420 ଜୟନଗର – ଜୟନଗରରୁ ପୁରୀ ଏକ୍ସପ୍ରେସ୍

05. 18409 ହାୱଡ଼ା-ପୁରୀ ଶ୍ରୀ ଜଗନ୍ନାଥ ଏକ୍ସପ୍ରେସ୍

06. 12837 ହାୱଡ଼ା-ପୁରୀ ଏକ୍ସପ୍ରେସ୍

07. 12863 ହାୱଡ଼ା ଯଶୱନ୍ତପୁର ଏକ୍ସପ୍ରେସ୍

08. 18532 ବିଶାଖାପାଟ୍ଟଣମ୍-ପାଲାସା ଏକ୍ସପ୍ରେସ୍ 

09. 18451 ହାଟିଆ-ପୁରୀ ତପସ୍ୱିନୀ ଏକ୍ସପ୍ରେସ୍

10. 18047  ହାୱଡ଼ା-ଭାସ୍କୋ-ଡା-ଗାମା ଅମରାବତୀ ଏକ୍ସପ୍ରେସ୍

11. 12839 ହାୱଡ଼ା-ଚେନ୍ନାଇ ମେଲ୍ 

12. 22820 ବିଶାଖାପାଟ୍ଟଣମ-ଭୁବନେଶ୍ୱର ଇଣ୍ଟର ସିଟି ଏକ୍ସପ୍ରେସ୍

13. 17481 ବିଳାସପୁର-ତିରୁପତି ଏକ୍ସପ୍ରେସ୍

14. 18517 କୋରବା-ବିଶାଖାପାଟ୍ଟଣମ୍ ଏକ୍ସପ୍ରେସ୍ 

15. 13351 ଧନବାଦ-ଆଲେପି ଏକ୍ସପ୍ରେସ୍ 

16. 18447 ଭୁବନେଶ୍ୱର-ଜଗଦଲପୁର ହୀରାଖଣ୍ଡ ଏକ୍ସପ୍ରେସ୍

17. 20837 ଭୁବନେଶ୍ୱର-ଜୁନାଗଡ଼ ରୋଡ୍ ଏକ୍ସପ୍ରେସ୍

18. 18426 ଦୁର୍ଗ-ପୁରୀ ଏକ୍ସପ୍ରେସ୍ 

19. 08461 କଟକ-ପାରାଦୀପ ସ୍ପେସିଆଲ୍

20. 12704 ସିକିନ୍ଦରାବାଦ-ହାୱଡ଼ା ଫାଲକନାମା ଏକ୍ସପ୍ରେସ୍ 

21. 12513 ସିକିନ୍ଦରାବାଦ-ଗୁଆହାଟି ଏକ୍ସପ୍ରେସ୍ 

22. ତିରୁପତି-ବିଳାସପୁର ଏକ୍ସପ୍ରେସ୍

23.  22606 ଭିଲୁପୁରମ୍-ପୁରଲିଆ ଏକ୍ସପ୍ରେସ୍ 

24. ସିକିନ୍ଦରବାଦ-ଭୁବନେଶ୍ୱର ବିଶାଖା ଏକ୍ସପ୍ରେସ୍

25. 12840 ଚେନ୍ନାଇରୁ ଚେନ୍ନାଇ-ହାୱଡ଼ା ମେଲ୍ 

26. 18464 ବେଙ୍ଗଳୁରୁ-ଭୁବନେଶ୍ୱର ପ୍ରଶାନ୍ତି ଏକ୍ସପ୍ରେସ୍

27. 11019 CSMT, ମୁମ୍ବାଇ-ଭୁବନେଶ୍ୱର କୋଣାର୍କ ଏକ୍ସପ୍ରେସ୍

28. 17243 ଗୁଣ୍ଟୁର-ରାୟାଗଡା ଏକ୍ସପ୍ରେସ୍

29. 18518 ବିଶାଖାପାଟ୍ଟଣମ୍-କୋରବା ଏକ୍ସପ୍ରେସ୍ 

30. 13352 ଆଲେପି-ଧନବାଦ ଏକ୍ସପ୍ରେସ୍

31. 12375 ତାମ୍ବରମ୍-ଜସିଡିହ ଏକ୍ସପ୍ରେସ୍

32. 18448 ଜଗଦଲପୁର-ଭୁବନେଶ୍ୱର ହୀରାଖଣ୍ଡ ଏକ୍ସପ୍ରେସ୍ 

33. 20838 ଜୁନାଗଡ ରୋଡରୁ ଭୁବନେଶ୍ୱର ଏକ୍ସପ୍ରେସ୍

34. 08462 ପାରାଦୀପରୁ ପାରାଦୀପ-କଟକ ବିଶେଷ 

35. 08454 କଟକରୁ କଟକ-ଭଦ୍ରକ ସ୍ପେଶାଲ୍ 

36. 08453 ଭଦ୍ରକରୁ ଭଦ୍ରକ-କଟକ ବିଶେଷ 

ବାତ୍ୟା ‘ଜୱାଦ’ ପ୍ରଭାବରେ ପୁରୀରେ ବଢ଼ୁଛି ପବନ ସହ ବର୍ଷା

ଭୁବନେଶ୍ୱର: ବାତ୍ୟା ‘ଜୱାଦ’ ପ୍ରଭାବରେ ଉପକୂଳ ଓଡ଼ିଶାରେ ଲାଗି ରହିଛି ବର୍ଷା । ସକାଳ ୭ଟା ୩୦ ସୁଦ୍ଧା ରାଜ୍ୟର ପାରାଦୀପରେ ସର୍ବାଧିକ ୬୨ ମିଲିମିଟର ବର୍ଷା ରେକର୍ଡ ହୋଇଛି । ଏନେଇ ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ସେହିଭଳି ଗୋପାଳପୁରରେ ୪୩.୩ ମିଲିମଟର, ପୁରୀରେ ୪୦ ମିଲିମିଟର, ଭୁବନେଶ୍ୱରରେ ୧୦.୪ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ରାଜ୍ୟର ପ୍ରାୟ ସ୍ଥାନରେ ବର୍ଷା ହେଉଛି ।

ଏଥିସହ ପଢ଼ନ୍ତୁ: ସାମୁଦ୍ରିକ ଝଡ଼ ପ୍ରଭାବରେ ସ୍ଥଳ ଭାଗରେ କେତେ ଦୂର ଯାଏଁ ମାଡ଼ି ଆସିବ ସମୁଦ୍ର ଜଳ ?

ବାତ୍ୟା ପ୍ରଭାବରେ ଏବେ ପୁରୀରେ ଘଣ୍ଟାପ୍ରତି ୨୬ କିଲୋମିଟର ବେଗରେ ପବନ ବୋହୁଛି । ସେହିଭଳି ପାରାଦୀପରେ ଘଣ୍ଟାପ୍ରତି ୧୦ କିଲୋମିଟର ଓ ଗୋପାଳପୁରରେ ଘଣ୍ଟାପ୍ରତି ୧୫ କିଲୋମିଟର ବେଗରେ ପବନ ବୋହୁଛି । ବାତ୍ୟା ପୁରୀ ଠାରୁ ୪୩୦ କିଲୋମିଟର ଦୂରରେ ରହିଛି । କିଛି ସମୟ ପରେ ବାତ୍ୟା ‘ଜୱାଦ’ ରିକର୍ଭ କରି ଉତ୍ତର-ଉତ୍ତର ପୂର୍ବ ଦିଗରେ ଗତି କରିବ । ପ୍ରଭାବରେ ବର୍ଷା ସହ ପବନର ବେଗ ବଢ଼ିବ ।

ଏଥିସହ ପଢ଼ନ୍ତୁ: ଘଣ୍ଟାପ୍ରତି ୬ କିମି ବେଗରେ ମାଡ଼ି ଆସୁଛି ବାତ୍ୟା, ପୁରୀ ଠାରୁ ୪୩୦ କିମି ଦୂରରେ ‘ଜୱାଦ’

ଗଞ୍ଜାମ, ପୁରୀ ଓ ଜଗତସିଂହପୁର ଜିଲ୍ଲାରେ ସର୍ବାଧିକ ପବନ ହେବ । ପବନର ବେଗ ଘଣ୍ଟାପ୍ରତି ୭୫ରୁ ୮୫ କିଲୋମିଟର ରହିବ । ଟ୍ୱିନସିଟିରେ ଦିନ ତମାମ୍ ବର୍ଷା ଲାଗି ରହିବ । ଘଣ୍ଟାପ୍ରତି ୨ରୁ ୩ ସେଣ୍ଟିମିଟର ବର୍ଷା ହୋଇପାରେ । ବାତ୍ୟା ‘ଜୱାଦ’ ପ୍ରଭାବରେ ସମୁଦ୍ରରେ ଉଚ୍ଚ ଜୁଆର ଆସିବ । ୨ରୁ ୪ ମିଟର ଉଚ୍ଚରେ ଜୁଆର ଆସିବ । ପୁରୀ ଓ ଗୋପାଳପୁର ବନ୍ଦରରେ ୭ ନମ୍ବର ବିପଦ ସଂକେତ ଦିଆଯାଇଥିବା ବେଳେ ପାରାଦୀପ ଓ ଧାମରାରେ ୪ ନମ୍ବର ବିପଦ ସଂକେତ ଦିଆଯାଇଛି ।