INS ରଣବୀରରେ ବିସ୍ଫୋରଣ, ୩ ନୌସୈନିକ ମୃତ

1 min read

ମୁମ୍ବାଇ: ମୁମ୍ବାଇ INS ରଣବୀରରେ ବଡ ଧରଣର ବିସ୍ଫୋରଣ । ଯାହା ଫଳରେ ୩ ନୌସେନା କର୍ମଚାରୀଙ୍କ ମୃତ୍ୟୁ ହୋଇଛି । ଗତକାଲି ସନ୍ଧ୍ୟାରେ ହଠାତ୍‌ ଏହି ବିସ୍ଫୋରଣ ହୋଇଥିଲା । ରାଜପୁତ କ୍ଲାସ ବିଧ୍ୱଂସକାରୀ ଆଇଏନଏସ୍‌ ରଣବୀର ନୌସେନାର ମୁମ୍ବାଇ ଡକୟାର୍ଡରେ ଥିବା ବେଳେ ଅଘଟଣ ଘଟିଛି । ଯୁଦ୍ଧ ତୋପର ଆଭ୍ୟନ୍ତରୀଣ କମ୍ପାର୍ଟମେଣ୍ଟରେ ବିସ୍ଫୋରଣ ହୋଇଛି । ବିସ୍ଫୋରଣ ପରେ ତୋପରେ ନିଆଁ ଲାଗି ଯାଇଥିଲା । କ୍ରୁ ସଦସ୍ୟଙ୍କ ଉପଯୁକ୍ତ ପଦକ୍ଷେପ ଯୋଗୁ ସ୍ଥିତି ନିୟନ୍ତ୍ରଣ ହୋଇଥିଲା । ବିସ୍ଫୋରଣ ସତ୍ତ୍ୱେ ତୋପରେ କୌଣସି ପ୍ରକାରର ବିଶେଷ ସାମଗ୍ରୀ ଜନିତ କ୍ଷତି ହୋଇନାହିଁ ।

INS ରଣବୀରରେ କାହିଁକି ଏତେ ବଡ଼ ବିସ୍ଫୋରଣ ହେଲା ତାହାର କାରଣ ଜଣାପଡ଼ିନାହିଁ । କିନ୍ତୁ ଘଟଣାର ବୋର୍ଡ ଅଫ ଇନକ୍ୱାରୀ ନିର୍ଦ୍ଦେଶ ଦିଆଯାଇଥିବା ନୌସେନା ପକ୍ଷରୁ କୁହାଯାଇଛି । ଇଷ୍ଟର୍ଣ୍ଣ ନାଭାଲ କମାଣ୍ଡ ପକ୍ଷରୁ ଆଇଏନଏସ୍‌ ରଣବୀର ୨୦୨୧ ନଭେମ୍ବର ମାସରୁ କ୍ରସ କଷ୍ଟ ଅପରେସନାଲ କାମରେ ନିୟୋଜିତ ଥିଲା । ଏହା ଖୁବଶୀଘ୍ର ବେସ୍ ପୋର୍ଟକୁ ଫେରିଥାନ୍ତା । ହେଲେ ଏହା ପୂର୍ବରୁ ଡକୟାର୍ଡରେ ଥିବା ବେଳେ ଏପରି ଅଘଟଣ ଘଟିଛି । ଘଟଣାର ତଦନ୍ତ ପରେ ପୂରା ତଥ୍ୟ ଆସିବ ବୋଲି ନୌସେନା ସୂତ୍ରରୁ ଜଣାପଡ଼ିଛି।

Leave a Reply