ବିପଜ୍ଜନକ ଅବସ୍ଥାରେ ଫସିଥିବା ୩୦ ନାଗରିକଙ୍କୁ ଉଦ୍ଧାର କଲା ଭାରତୀୟ ସେନା

1 min read

ଜମ୍ମୁ: ଭାରତୀୟ ସେନା ଦେଖାଇଲେ ମାନବିକତା । ବିପଜ୍ଜନକ ଅବସ୍ଥାରେ ଥିବା ୩୦ ନାଗରିକଙ୍କୁ କରିଛନ୍ତି ଉଦ୍ଧାର । ଜାମ୍ମୁ ଓ କାଶ୍ମୀରର ଚୋକିବାଲ- ଟଙ୍ଗଧର ରୋଡରେ ଯାଉଥିବାବେଳେ ୩୦ରୁ ଅଧିକ ଲୋକ ବରଫ ଖଣ୍ଡ ଭିତରେ ଚାପି ହୋଇଯାଇଥିଲେ । ଏହି ରୋଡର ଖୁନୀ ନାଳ ଓ ଏସଏମ ହିଲ ନିକଟରେ ଏହି ଦୁର୍ଘଟଣା ଘଟିଥିଲା । ବାରମ୍ବାର ବରଫ ସ୍ଖଳନ ହେବା ଯୋଗୁ ଲୋକମାନେ ଉଦ୍ଧାର ହୋଇପାରି ନଥିଲେ ।

ତେବେ ଭାରତୀୟ ସେନାର ଯବାନମାନେ ଜୀବନକୁ ବାଜି ଲଗାଇ ସେଠାରେ ପହଞ୍ଚି ସେମାନଙ୍କୁ ଉଦ୍ଧାର କରିଥିଲେ । ଯବାନଙ୍କୁ ସହାୟତା କରିଥିଲେ ଜେନେରାଲ ରିଜର୍ଭ ଇଞ୍ଜିନିୟର ଫୋର୍ସ । ଉଦ୍ଧାର ଯାତ୍ରୀମାନଙ୍କୁ ଚିକିତ୍ସା କରାଯିବା ସହ ସହାୟତା ପ୍ରଦାନ କରାଯାଇଛି । ସେପଟେ ଦେଶର ସୁରକ୍ଷା ଲାଗି ଯବାନମାନେ ଜାମ୍ମୁ ଓ କାଶ୍ମୀରରେ ପ୍ରବଳ ତୁଷାରପାତରେ ବି କରିଛନ୍ତି ପାଟ୍ରୋଲିଂ । ବରଫପାତ ସତ୍ତ୍ୱେ ସେମାନେ ଦିନରାତି ପାଟ୍ରୋଲିଂ କରୁଥିବା ଦେଖାଯାଇଛି ।

ଏଥିସହିତ ପଢ଼ନ୍ତୁ: ରାଜଧାନୀର କାକୁଡ଼ି ମଉସା: ଗୀତ ଶୁଣାନ୍ତି ଆଉ କାକୁଡ଼ି ଖୁଆନ୍ତି

Leave a Reply