ଓଡ଼ିଶାରେ ପହଞ୍ଚିଲା ଓମିକ୍ରନ ଟେଷ୍ଟିଂ କିଟ୍ ଓମିସିୟୋର

ଭୁବନେଶ୍ୱର: ଓଡ଼ିଶାରେ ପହଞ୍ଚିଲା ଓମିକ୍ରନ ଟେଷ୍ଟିଂ କିଟ୍ ଓମିସିୟୋର । ରାଜ୍ୟରେ ଏଣିକି ସହଜ ହେବ ଓମିକ୍ରନ ଟେଷ୍ଟ । ଓମିକ୍ରନ ଟେଷ୍ଟିଂ କିଟ୍ ଓଡ଼ିଶାରେ ପହଞ୍ଚିବା ପରେ ଆଉ ଜେନମ ସିକ୍ୱେନ୍ସିଂ କରିବା ଆବଶ୍ୟକ ପଡିବନି । ପ୍ରଥମ ପର୍ଯ୍ୟାୟରେ କିଛି ପରିମାଣର କିଟ୍ ରାଜ୍ୟକୁ ଆସିଛି । ମେଡିକାଲ ଆଣ୍ଡ ଡାଇଗ୍ନୋଷ୍ଟିକ୍ସ ଲିମିଟେଡ୍ ଟାଟା ଏମଡି ଓଡ଼ିଶାକୁ ଏହି କିଟ୍ ପଠାଇଛି । ଓମିକ୍ରନ କିଟ୍ ଓମିସିୟୋରର ୫ ଲକ୍ଷ କିଟ୍ ପାଇଁ ଅର୍ଡର ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ । ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ଓମିସିୟୋର କିଟ୍ ଆଣିଛି । ଓମିକ୍ରନର ଲକ୍ଷଣ ଥିଲେ ସଙ୍ଗେ ସଙ୍ଗେ ଏହି କିଟ୍‌ରେ ଟେଷ୍ଟ କରିବା ଦ୍ୱାରା ଓମିକ୍ରନ ଭୂତାଣୁ ଚିହ୍ନଟ ହୋଇପାରିବ ।

ପ୍ରଥମ ପର୍ଯ୍ୟାୟରେ ୩୦ ହଜାର ଓମିସିୟୋର କିଟ୍ ବ୍ରହ୍ମପୁର, କଟକ, ରାଉରକେଲା ଓ ଭୁବନେଶ୍ୱରରେ ବ୍ୟବହାର ହେବ । ଟେଷ୍ଟିଂ କିଟ୍ ଆସିବା ପରେ ଡ୍ରାଏ ରନ ଚାଲିଛି । କିଟ୍ ଠିକ ଅଛି କି ନା ନାହିଁ ଟେଷ୍ଟ କରାଯାଉଛି । ଇଣ୍ଟରନାଲ ଷ୍ଟଡି ପାଇଁ ବ୍ୟବହାର କରାଯିବ । ଯେଉଁ ଜିଲ୍ଲାରେ ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି ସେହି ଜିଲ୍ଲାକୁ କିଟ୍ ପଠାଯିବ ।

Leave a Reply