ଖଲିସ୍ତାନୀ ଆତଙ୍କବାଦୀ ଯଶବିନ୍ଦର ସିଂ ମୁଲତାନିର ସୂଚନା ଦେଲେ ମିଳିବ ୧୦ ଲକ୍ଷ, ଘୋଷଣା କଲା NIA

ନୂଆଦିଲ୍ଲୀ: କୁଖ୍ୟାତ ଖଲିସ୍ତାନୀ ଆତଙ୍କବାଦୀ ଯଶବିନ୍ଦର ସିଂ ମୁଲତାନି ଲାଗି ୧୦ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କଲା ଜାତୀୟ ତଦନ୍ତକାରୀ ସଂସ୍ଥା ବା ଏନଆଇଏ । ବହୁଚର୍ଚ୍ଚିତ ଲୁଧିଆନା କୋର୍ଟ ବ୍ଲାଷ୍ଟ ମାମଲାରେ ଜଡିତ ଥିଲା ମୁଲତାନି । ଆସନ୍ତା ମାସରେ ପଞ୍ଜାବରେ ବିଧାନସଭା ନିର୍ବାଚନ ହେବାକୁ ଯାଉଥିବା ବେଳେ ମୁଲତାନି ହିଂସାକାଣ୍ଡ ଘଟାଇପାରେ ବୋଲି ଆଶଙ୍କା ବ୍ୟକ୍ତ କରିଛି ଏନଆଇଏ । ପାକିସ୍ତାନରୁ ପଞ୍ଜାବକୁ ବିପୁଳ ବିସ୍ଫୋରକ ଯୋଗାଇବା ଲାଗି ସେ ଯୋଜନା କରୁଛି ବୋଲି ସୂଚନା ମିଳିବା ପରେ ଏନଆଇଏ ତତ୍ପରତା ପ୍ରକାଶ କରିଛି । ଡିସେମ୍ବର ୨୩  ଲୁଧିଆନା କୋର୍ଟ ବିସ୍ଫୋରଣ ଘଟଣାରେ ଜଣେ ବ୍ୟକ୍ତି ପ୍ରାଣ ହରାଇଥିବା ବେଳେ ୫ ଜଣ ଆହତ ହୋଇଥିଲେ ।

ଆତଙ୍କବାଦ କାର୍ଯ୍ୟକଳାପ ପାଇଁ ଅର୍ଥ ଯୋଗାଡ କରିବା, ଷଡଯନ୍ତ୍ର, ଭାରତ ବିରୋଧରେ ଆକ୍ରମଣ ଯୋଜନା ଆଦି ଅଭିଯୋଗ ପରେ ଗୃହ ମନ୍ତ୍ରଣାଳୟ ନିର୍ଦ୍ଦେଶରେ ମୁଲତାନି ବିରୋଧରେ ଏନଆଇଏ ମାମଲା ରୁଜୁ କରିଛି । ଗତ ମାସରେ ମୁଲତାନିକୁ ଜର୍ମାନୀରୁ ଗିରଫ କରାଯାଇଥିବା ବେଳେ ତାକୁ ଖଲାସ କରି ଦିଆଯାଇଥିଲା । ନିଷିଦ୍ଧ ଘୋଷିତ ସଂଗଠନ ଶିଖସ୍ ଫର ଜଷ୍ଟିସ ସହ ସେ ସମ୍ପୃକ୍ତ ଥିଲା । ୨୦୦୭ରେ ପ୍ରତିଷ୍ଠିତ ଏସଏଫଜେ ସଂଗଠନ ପଞ୍ଜାବରେ ସ୍ୱତନ୍ତ୍ର ଶିଖ୍ ଭୂଖଣ୍ଡ ଦାବି କରିଆସୁଛି ।

Leave a Reply