ରାଜ୍ୟରେ ବେକାବୁ କରୋନା, ୨୪ ଘଣ୍ଟାରେ ୧୧ ହଜାର ୬୦୭ ଆକ୍ରାନ୍ତ ଚିହ୍ନଟ

1 min read

ଭୁବନେଶ୍ୱର: ରାଜ୍ୟରେ ହୁ ହୁ ହୋଇ ବଢ଼ିବାରେ ଲାଗିଛି କରୋନା ସଂକ୍ରମଣ । ପ୍ରତିଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁସାରେ ରାଜ୍ୟରେ ୨୪ ଘଣ୍ଟାରେ ୧୧ ହଜାର ଟପିଛି କରୋନା ସଂକ୍ରମଣ । ୨୪ ଘଣ୍ଟାରେ ରାଜ୍ୟରେ ୧୧ ହଜାର ୬୦୭ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହୋଇଥିବା ମୋଟ ସଂକ୍ରମିତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୬ ହଜାର ୭୨୮ କେସ୍ ଚିହ୍ନଟ ହୋଇଥିବାବେଳେ ଲୋକାଲ୍ କେସ୍ ୪ ହଜାର ୮୭୯ ଜଣ ଚିହ୍ନଟ ହୋଇଛନ୍ତି । ସେହିପରି ୦ରୁ ୧୮ ବର୍ଷ ମଧ୍ୟରେ ରାଜ୍ୟରେ ୯୯୧ ଜଣ ଚିହ୍ନଟ ହୋଇଛନ୍ତି ।

୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ ୪ ହଜାର ୩୪୭ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ଅନୁଗୁଳରୁ ୧୮୫, ବାଲେଶ୍ୱରରୁ ୩୦୫, ବରଗଡ଼ରୁ ୧୪୫, ଭଦ୍ରକରୁ ୧୫୩, ବଲାଙ୍ଗୀରରୁ ୨୨୯, ବୌଦ୍ଧରୁ ୭୮, କଟକରୁ ୮୯୮, ଦେଓଗଡ଼ରୁ ୭୫, ଢେଙ୍କାନାଳରୁ ୭୧, ଗଜପତିରୁ ୮୭, ଗଞ୍ଜାମରୁ ୯୩, ଜଗତସିଂହପୁରରୁ ୧୩୪, ଯାଜପୁରରୁ ୨୩୧, ଝାରସୁଗୁଡ଼ାରୁ ୨୧୯, କଳାହାଣ୍ଡିରୁ ୧୦୩, କନ୍ଧମାଳରୁ ୮୦, କେନ୍ଦ୍ରାପଡ଼ାରୁ ୧୧୯, କେନ୍ଦୁଝରରୁ ୧୨୧, କୋରାପୁଟରୁ ୧୬୮, ମାଲକାନଗିରିରୁ ୮୫, ମୟୁରଭଞ୍ଜରୁ ୧୭୪, ନବରଙ୍ଗପୁରରୁ ୧୪୯, ନୟାଗଡ଼ରୁ ୨୦୬, ନୂଆପଡ଼ାରୁ ୧୬୬, ପୁରୀରୁ ୧୫୭, ରାୟଗଡ଼ାରୁ ୨୨୯, ସମ୍ବଲପୁରରୁ ୩୯୦, ସୋନପୁରରୁ ୧୧୪, ସୁନ୍ଦରଗଡ଼ରୁ ୧୨୧୯, ଷ୍ଟେଟ ପୁଲରୁ ୮୭୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ୨୪ ଘଣ୍ଟାରେ ରାଜ୍ୟରେ ୭୭୪୫ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

Leave a Reply