ଦେଶରେ ପୁଣି ବଢ଼ିଲା କରୋନା, ୨୪ ଘଣ୍ଟାରେ ୨ ଲକ୍ଷ ୮୨ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ

1 min read

ନୂଆଦିଲ୍ଲୀ: ଦେଶରେ ବେକାବୁ କରୋନା । ଗତକାଲିଠାରୁ ପୁଣି ଥରେ ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଇଛି । ଗତକାଲିଠାରୁ ୪୪ ହଜାର ୮୮୯ ଅଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁସାରେ ୨୪ ଘଣ୍ଟାରେ ୨ ଲକ୍ଷ ୮୨ ହଜାର ୯୭୦ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ୨୪ ଘଣ୍ଟାରେ ୪୪୧ ଆକ୍ରାନ୍ତଙ୍କ ଜୀବନ ନେଇଛି କିଲର କରୋନା । ଦେଶର ଦୈନିକ ପଜିଟିଭ ରେଟ୍ ୧୫.୧୩ ପ୍ରତିଶତ ରହିଛି । ଯଦି ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା କହିବା ତାହାଲେ ଦେଶରେ ମୋଟ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୮ ହଜାର ୯୬୧ରେ ପହଞ୍ଚିଛି ।

ଦେଶରେ ମଙ୍ଗଳବାର ୨ ଲକ୍ଷ ୩୮ ହଜାର ୦୧୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । କିନ୍ତୁ ଆଜି ଏହି ସଂଖ୍ୟା ବୃଦ୍ଧି ପାଇ ୨ ଲକ୍ଷ ୮୨ ହଜାର ୯୭୦ରେ ପହଞ୍ଚିଛି । ଆକ୍ଟିଭ୍ କେସ୍ କଥା ଯଦି କହିବା ତାହାଲେ ଦେଶରେ ବର୍ତ୍ତମାନ ଆକ୍ଟିଭ୍ କେସ୍ ୧୮ ଲକ୍ଷ ୩୧ ହଜାର ୬୨୮ ରହିଛି । ସେହିପରି ୨୪ ଘଣ୍ଟାରେ ଦେଶରେ ୧ ଲକ୍ଷ ୮୮ ହଜାର ୧୫୭ ଜଣ ସୁସ୍ଥ ହୋଇଛନ୍ତି ।

Leave a Reply