ଆଜିଠୁ ଭାରତ-ଦକ୍ଷିଣ ଆଫ୍ରିକା ଦିନିକିଆ ସିରିଜ ଆରମ୍ଭ, ଡେବ୍ୟୁ କରିପାରନ୍ତି ଭେଙ୍କଟେଶ ଆୟର

1 min read

କେପଟାଉନ: ଟେଷ୍ଟ ପରେ ଆଜିଠୁ ଆରମ୍ଭ ହେବ ଭାରତ-ଦକ୍ଷିଣ ଆଫ୍ରିକା ଦିନିକିଆ ସିରିଜ୍ । ୩ ଟିକିଆ ସିରିଜର ପ୍ରଥମ ମ୍ୟାଚ ଆଜି ଖେଳାଯିବ । ଭାରତୀୟ ସମୟ ଅପରାହ୍ନ ୨ଟାରେ ଖେଳାଯିବ ଏହି ମ୍ୟାଚ । ଆହତ ପାଇଁ ରୋହିତ ଶର୍ମା ଏହି ସିରିଜରୁ ବାଦ୍ ପଡ଼ିବା ପରେ ଦଳର ମଙ୍ଗ ଧରିବେ ରାହୁଲ । ଟେଷ୍ଟ ସିରିଜରେ ପରାଜୟର ବଦଲା ନେବା ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବ ବ୍ଲୁ ବ୍ରିଗେଡ । ସେହିପରି ୨୦୧୬ ମସିହା ପରେ ପ୍ରଥମ ଥର ପାଇଁ ବିନା ଅଧିନାୟକତ୍ୱରେ ଖେଳିବେ ବିରାଟ କୋହଲି । ଏପରି ସ୍ଥିତିରେ ବିରାଟଙ୍କ ପ୍ରଦର୍ଶନ ଉପରେ ସମସ୍ତଙ୍କର ନଜର ରହିବ ।

ଭାରତର ଚୁଡାନ୍ତ ଏକାଦଶ କଥା କହିବା ତାହାଲେ ଅଧିନାୟକ କେଏଲ ରାହୁଲ ଓ ଶିଖର ଧାଓ୍ୱନ ପାରି ଆରମ୍ଭ କରିବେ । ତୃତୀୟ ସ୍ଥାନରେ ବିରାଟ କୋହଲି ଖେଳିବ । ସେହିପରି ଚତୁର୍ଥ ସ୍ଥାନରେ ସୂର୍ଯ୍ୟକୁମାର ଯାଦବ କିମ୍ବା ଶ୍ରେୟସ ଆୟରଙ୍କ ମଧ୍ୟରୁ ଜଣଙ୍କୁ ଚୂଡାନ୍ତ ଏକାଦଶରେ ସ୍ଥାନ ମିଳିପାରେ । ଋଷଭ ପନ୍ତ ପଞ୍ଚମରେ ବ୍ୟାଟିଂ କରିବେ ଏବଂ ଘରୋଇ ସିଜିନରେ ଦମଦାର ପ୍ରଦର୍ଶନ ପରେ ଦଳରେ ସ୍ଥାନ ପାଇଥିବା ଅଲରାଉଣ୍ଡର ଭେଙ୍କଟେଶ ଆୟର ଷଷ୍ଠ କ୍ରମରେ ବ୍ୟାଟିଂ କରି ପାରନ୍ତି । ସେହିପରି ଦୀର୍ଘ ପାଞ୍ଚ ବର୍ଷ ପରେ ରବିଚନ୍ଦ୍ରନ ଅଶ୍ଵିନୀ ଦିନିକିଆ କ୍ରିକେଟକୁ ଫେରିବେ । ଦ୍ରୁତ ବୋଲରରେ ଜଶପ୍ରୀତ ବୁମ୍ରା, ଭୁବନେଶ୍ଵର କୁମାରଙ୍କ ସହ ଶାର୍ଦ୍ଦୁଳ ଠାକୁର ଖେଳିବାର ସମ୍ଭାବନା ଅଧିକ ରହିଛି।

ଭାରତ ସମ୍ଭାବିତ ଏକାଦଶ:

କେ.ଏଲ ରାହୁଲ (ଅଧିନାୟକ), ଶିଖର ଧାଓ୍ଵନ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ/ଶ୍ରେୟସ ଆୟର, ଋଷଭ ପନ୍ତ (ଓ୍ଵିକେଟ୍ କିପର), ଭେଙ୍କଟେଶ ଆୟର, ଶାର୍ଦ୍ଦୁଳ ଠାକୁର, ଆର ଅଶ୍ଵିନୀ, ୟୁଜବେନ୍ଦ୍ର ଚହଲ, ଭୁବନେଶ୍ଵର କୁମାର, ଯଶପ୍ରୀତ ବୁମ୍ରା

Leave a Reply