ଶୌଚାଳୟରେ ଶିଶୁକୁ ଜନ୍ମଦେଇ ମାଆ ଫେରାର

ପୁରୀ: ଜିଲ୍ଲା ବଡ଼ଡାକ୍ତର ଖାନାରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା । ଡାକ୍ତରଖାନା ଆଉଟଡୋର ଶୌଚାଳୟରେ ନବଜାତ ଶିଶୁ କନ୍ୟାକୁ ପ୍ରସବ କରାଇ ମା’ କେଉଁ ଆଡେ ଛାଡି ପଳାଇ ଯାଇଥିବା ଘଟଣା ସାମ୍ନାକୁ ଆସିଛି । ଶିଶୁ କନ୍ୟାଟିକୁ ଉଦ୍ଧାର କରାଯାଇ ଚିକିତ୍ସା କରାଯାଉଥିବା ବେଳେ ଅବସ୍ଥା ସଙ୍କଟାପର୍ଣ୍ଣ ଥିବାରୁ ଆବଶ୍ୟକ ପଡିଲେ ପରବର୍ତ୍ତୀ ସମୟରେ ସ୍ଥାନାନ୍ତର କରାଯାଇପାରେ ବୋଲି ଡାକ୍ତର କହିଛନ୍ତି ।

ସେପଟେ ଏହି ଘଟଣାରେ ପୁରୀ ଚାଇଲଡଲାଇନ ପକ୍ଷରୁ ଆବଶ୍ୟକୀୟ ତଦନ୍ତ ଆରମ୍ଭ ହୋଇଥିବା ବେଳେ ଶିଶୁଟିର ସୁରକ୍ଷା ପାଇଁ ବିହିତ ପଦକ୍ଷେପ ନିଆଯିବ ବୋଲି କୁହାଯାଇଛି । ଆଜି ସକାଳେ ସଫେଇ କର୍ମଚାରୀ ଶୌଚାଳୟ ସଫା କରିବାକୁ ଯାଇଥିବା ବେଳେ ଏଭଳି ଘଟଣା ସାମ୍ନାକୁ ଆସିଥିଲା । ଶିଶୁ କନ୍ୟାଟି ୨୫ ସପ୍ତାହର ହୋଇଥିବା ବେଳେ ଶିଶୁ ଯତ୍ନ ପ୍ରକୋଷ୍ଠରେ ଚିକିତ୍ସାଧିନ ରହିଛି । ଘଟଣାର ଅଧିକ ତଦନ୍ତ ଚାଲିଥିବା ଚାଇଲ୍ଡ ଲାଇନ ପକ୍ଷରୁ ସୂଚନା ଦିଆଯାଇଛି ।

Leave a Reply