କେଉଁ ସହରରେ ଖେଳାଯିବ ଆଇପିଏଲ ଲିଗ୍ ମ୍ୟାଚ? ଭେନ୍ୟୁର ଖୁଲାସା କଲେ ଗାଙ୍ଗୁଲି

1 min read

ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗ୍ ସିଜିନ-୧୫ କେଉଁ ସହରରେ ଖେଳାଯିବ ତାହା ସ୍ପଷ୍ଟ କରିଛନ୍ତି ଭାରତୀୟ କ୍ରିକେଟ ବୋର୍ଡ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି । ଗାଙ୍ଗୁଲି କହିଛନ୍ତି କି ଚଳିତ ବର୍ଷ ଆଇପିଏଲ ଭାରତରେ କରିବାକୁ ଚାହୁଁଛି ବୋର୍ଡ । ଲିଗ୍ ରାଉଣ୍ଡ ମ୍ୟାଚ୍ ମୁମ୍ବାଇ ଓ ପୁଣେଠାରେ ଖେଳାଯିବ ବୋଲି କହିଛନ୍ତି ଗାଙ୍ଗୁଲି । କିନ୍ତୁ ନକ୍‌ ଆଉଟ ମୁକାବିଲା ପାଇଁ ଏପର୍ଯ୍ୟନ୍ତ ଭେନ୍ୟୁ ସ୍ଥିର ହୋଇ ନାହିଁ ବୋଲି କହିଛନ୍ତି ଗାଙ୍ଗୁଲି ।

ଏକ ଗଣମାଧ୍ୟମ ସଂସ୍ଥା ସହ ଆଲୋଚନା କରିବା ସମୟରେ ସୌରଭ ଗାଙ୍ଗୁଲି କହିଛନ୍ତି ଯେ ଚଳିତ ବର୍ଷ ଆଇପିଏଲ ଭାରତରେ ଖେଳାଯିବ । ଗାଙ୍ଗୁଲି କହିଛନ୍ତି ଯେ ଆମେ ମହାରାଷ୍ଟ୍ରର ମୁମ୍ବାଇ ଓ ପୁଣେରେ ଲିଗ୍ ପର୍ଯ୍ୟାୟ ମୁକାବିଲା କରିବାକୁ ବିଚାର କରୁଛୁ । ତେବେ ନକଆଉଟ ମୁକାବିଲା କେଉଁଠାରେ ଖେଳାଯିବ ତାହାକୁ ନେଇ ଆମେ ଆଗାମୀ କିଛି ଦିନରେ ନିଷ୍ପତ୍ତି ନେବୁ ବୋଲି କହିଛନ୍ତି ଗାଙ୍ଗୁଲି ।

ସେହିପରି ରଣଜୀ ଟ୍ରଫିକୁ ନେଇ ମଧ୍ୟ କହିଛନ୍ତି ଗାଙ୍ଗୁଲି । ବୋର୍ଡ ଅଧ୍ୟକ୍ଷ ଗାଙ୍ଗୁଲି କହିଛନ୍ତି କି ଆମେ ଗତ ବର୍ଷ ରଣଜୀ ଟ୍ରଫିକୁ ମିସ୍ କରିଥିଲୁ । ରଣଜୀ ଟ୍ରଫି ଭାରତୀୟ କ୍ରିକେଟ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟ ଅଟେ ।  ତେଣୁ ଚଳିତ ବର୍ଷ ପୁଣି ଥରେ ଆମେ ରଣଜୀ ଟ୍ରଫି ଆରମ୍ଭ କରିବାକୁ ଯାଉଛୁ ବୋଲି କହିଛନ୍ତି ଗାଙ୍ଗୁଲି । ସୂଚନା ଅନୁସାରେ ଆଇପିଏଲ ସିଜିନ-୧୫ ପାଇଁ ଫେବ୍ରୁଆରୀ ୧୨ ଓ ୧୩ରେ ମେଗା ନିଲାମ ହେବ । ଚଳିତ ନିଲାମରେ ୫୯୦ ଖେଳାଳୀଙ୍କ ନାଁକୁ ସର୍ଟଲିଷ୍ଟ କରିଛି ବିସିସିଆଇ । ସେହିପରି ଚଳିତ ଆଇପିଏଲରେ ୧୦ଟି ଖେଳୁଥିବାରୁ ଚଳିତ ଥର ଟୁର୍ଣ୍ଣାମେଣ୍ଟ ଅଧିକ ଦିନ ଚାଲିବ ବୋଲି ଆଶା କରାଯାଉଛି ।

Leave a Reply