ବଡ଼ ଠକ ଦୀପକ କିଣ୍ଡୋଙ୍କ ନାଁରେ ଲୁକ୍‌ଆଉଟ୍ ସର୍କୁଲାର

1 min read

ଭୁବନେଶ୍ୱର: ଶହେ କୋଟି ଋଣ ଜାଲିଆତି ମାମଲା । ମୁଖ୍ୟ ଅଭିଯୁକ୍ତ ଦୀପକ କିଣ୍ଡୋଙ୍କ ନାଁରେ ଲୁକ୍‌ଆଉଟ୍ ସର୍କୁଲାର ଜାରି । EOWର ଅନୁରୋଧ କ୍ରମେ ସମ୍ବନ୍ଧ ଫିନଜର୍ଭର ଏମଡି ଦୀପକଙ୍କ ନାଁରେ ଲୁକ୍‌ଆଉଟ୍‌ ସର୍କୁଲାର ଜାରି କରିଛି ଇମିଗ୍ରେସନ ବ୍ୟୁରୋ । ଦୀପକ ଦେଶ ଛାଡ଼ି ଚାଲିଥିବା ଆଶଙ୍କା ଥିବାରୁ ବିମାନ ବନ୍ଦର ଓ ସାମୁଦ୍ରିକ ବନ୍ଦରଗୁଡ଼ିକୁ ସତର୍କ କରାଯାଇଛି । ପୂର୍ବରୁ ଏହି ଜାଲିଆତି ମାମଲାରେ ଦୀପକଙ୍କ ସ୍ତ୍ରୀ ଅମ୍ରିତା କିଣ୍ଡୋଙ୍କୁ ଭୁବନେଶ୍ବରରୁ ଗିରଫ କରିଥିଲା EOW ।

ଜାଲ କାଗଜପତ୍ର ଦେଇ ଅନ୍ନପୂର୍ଣ୍ଣା ଫାଇନାନ୍ସରୁ ୫କୋଟି ଟଙ୍କା ଋଣ ଆଣିଥିଲେ ଦୀପକ । ୨୦୧୫ରୁ ୨୦୨୦ ମଧ୍ୟରେ ଦୀପକ ଓ ତାଙ୍କ କମ୍ପାନୀ ଜାଲ ଡକ୍ୟୁମେଣ୍ଟ ଦେଇ ବିଭିନ୍ନ ଇନଭେଷ୍ଟରଙ୍କଠାରୁ ପ୍ରାୟ ଶହେ କୋଟି ଟଙ୍କାର ଋଣ ଆଣିଥିଲେ । ବିଭିନ୍ନ କମ୍ପାନୀରୁ ଟଙ୍କା ଉଠାଇ ପରିଶୋଧ ନକରିବା ଯୋଗୁ ଦୀପକଙ୍କ ନାଁରେ ଜାଲିଆତି ମାମଲା ରୁଜୁ ହୋଇଥିଲା । ଦୀପକଙ୍କ ସମ୍ପର୍କରେ ସୂଚନା ପାଇଁ ମୋବାଇଲ ନମ୍ବର ୯୪୩୭୪୪୪୪୮୦ ଜାରି କରାଯାଇଛି । ଏ ନମ୍ବରରେ ସୂଚନା ଦେବା ବ୍ୟକ୍ତିଙ୍କ ନାମ ସମ୍ପୂର୍ଣ୍ଣ ଭାବେ ଗୋପନୀୟ ରହିବ ବୋଲି EOW ପକ୍ଷରୁ କୁହାଯାଇଛି ।

Leave a Reply