spot_img
Home Blog Page 4699

ରେକର୍ଡ ଭାଙ୍ଗୁଛି କୋଭିଡ୍ ସଂକ୍ରମଣ, ୫% ଟପିଲା ରାଜ୍ୟର ଟିପିଆର୍

ଭୁବନେଶ୍ୱର(ସୁଶାନ୍ତ କୁମାର ସାହୁ): ରାଜ୍ୟରେ କୋଭିଡ୍ ସଂକ୍ରମଣ ପ୍ରତିଦିନ ନୂଆ ରେକର୍ଡ କରୁଛି । ଗତ ୫ ତାରିଖରେ ରାଜ୍ୟରେ କୋଭିଡ୍ ଟେଷ୍ଟ ପଜିଟିଭ୍ ରେଟ୍ ୧.୭୭ ପ୍ରତିଶତ ଥିଲା । ମାତ୍ର ୫ ଦିନ ଭିତରେ ସଂକ୍ରମଣ ବଢ଼ିବା ସହ ଟିପିଆର୍ (ଟେଷ୍ଟ ପଜିଟିଭ୍ ରେଟ୍) ୫.୧୫ ପ୍ରତିଶତକୁ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ଆଉ ୪ ହଜାର ୭୧୪ ଜଣ କୋଭିଡ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

Test Positivity Rate Of Three District Of Odisha Crossed 10 Percentage

ତେବେ ରାଜ୍ୟରେ ଟେଷ୍ଟ ପଜିଟିଭ୍ ରେଟ୍ ୫.୧୫ ପ୍ରତିଶତ ରହିଥିବା ବେଳେ ୩ ଜିଲ୍ଲା ଚିନ୍ତାର କାରଣ ସାଜିଛି । ଖୋର୍ଦ୍ଧା, ସମ୍ବଲପୁର ଓ ସୁନ୍ଦରଗଡ଼ ଜିଲ୍ଲାରେ ଟେଷ୍ଟ ପଜିଟିଭ୍ ରେଟ୍ ରାଜ୍ୟ ଠାରୁ ୨ ଗୁଣ ଅଧିକ ରହିଛି । ଖୋର୍ଦ୍ଧାରେ ଟେଷ୍ଟ ପଜିଟିଭ୍ ରେଟ୍ ୧୧.୯ ପ୍ରତିଶତ ରହିଥିବା ବେଳେ ସମ୍ବଲପୁରରେ ୧୦.୯ ପ୍ରତିଶତ ଓ ସୁନ୍ଦରଗଡ଼ରେ ୧୦.୬ ପ୍ରତିଶତ ରହିଛି । ଅର୍ଥାତ୍ ଏସବୁ ଜିଲ୍ଲାରେ କୋଭିଡ୍ ଟେଷ୍ଟ କରୁଥିବା ପ୍ରତି ଶହେ ଜଣରେ ୧୦ରୁ ଅଧିକ ଲୋକ କୋଭିଡ୍ ପଜିଟିଭ୍ ଚିହ୍ନଟ ହେଉଛନ୍ତି ।

Test Positivity Rate Of Three District Of Odisha Crossed 10 Percentage
ଟେଷ୍ଟ ପଜିଟିଭିଟି ରେଟ୍

ଏବେ ଖୋର୍ଦ୍ଧା ଜିଲ୍ଲାରେ ୫ ହଜାର ୬୭୧ଟି ସକ୍ରିୟ କୋଭିଡ୍ ମାମଲା ଥିବାବେଳେ ସୁନ୍ଦରଗଡ଼ରେ ୨୨୧୬, ସମ୍ବଲପୁରରେ ୧୨୯୪ ଓ କଟକରେ ୧୨୫୮ ସକ୍ରିୟ କେସ୍ ରହିଛି । ଖୋର୍ଦ୍ଧା କୋଭିଡ୍ ରେଡ୍ ଜୋନରେ ଥିବାବେଳେ ସୁନ୍ଦରଗଡ଼, ସମ୍ବଲପୁର ଓ କଟକ ଜିଲ୍ଲା ୟେଲୋ ଜୋନରେ ରହିଛି । କଟକରେ ଚିପିଆର୍ ୫.୦୯ ପ୍ରତିଶତ ରହିଥିବା ବେଳେ ଝାରସୁଗୁଡ଼ାରେ ୫.୬୯ ପ୍ରତିଶତ ଓ ପୁରୀରେ ୩.୮୧ ପ୍ରତିଶତ ରହିଛି ।

ଏଥିସହ ପଢ଼ନ୍ତୁ: ରାଜ୍ୟରେ ୫ ହଜାର ମୁହାଁ ଦୈନିକ କରୋନା ସଂକ୍ରମଣ, ଖୋର୍ଦ୍ଧାରେ ଟପିଲା ୧୬୦୦

ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୦ ଲକ୍ଷ ୭୦ ହଜାର ୮୬୯କୁ ବୃଦ୍ଧି ପାଇଛି । ଏବେ ରାଜ୍ୟରେ ୧୬ ହଜାର ୧୧୭ ଜଣ ସକ୍ରିୟ କୋଭିଡ୍ ମାମଲା ରହିଥିବା ବେଳେ ମୋଟ ୮ ହଜାର ୪୬୮ ଜଣଙ୍କ କୋଭିଡରେ ମୃତ୍ୟୁ ହୋଇଛି । ରାଜ୍ୟରେ ଓମିକ୍ରନ୍ ସଂକ୍ରମିତଙ୍କ ସଂଖ୍ୟା ୬୦ ଉପରେ ରହିଥିବା ବେଳେ ୫ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ବଢ଼ୁଥିବା ସଂକ୍ରମଣ ମାମଲାକୁ ଦେଖି ସହରାଞ୍ଚଳରେ ରାତୀକାଳୀନ କର୍ଫ୍ୟୁ ଲାଗୁ କରାଯାଇଛି ।

ଦେଶରୁ ଆଜି ଦେଢ଼ଲକ୍ଷରୁ ଅଧିକ ସଂକ୍ରମିତ ଚିହ୍ନଟ, ୩୨୭ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଦେଶରେ ବଢୁଛି କରୋନା ସଂକ୍ରମଣ ମାମଲା । ଓମିକ୍ରନ୍ ମାମଲା ମଧ୍ୟ ବଢ଼ି ବଢ଼ି ଚାଲିଛି । ବିଗତ ୨୪ ଘଣ୍ଟାରେ କରୋନାର ୧ ଲକ୍ଷ ୫୯ ହଜାର ୬୩୨ଟି ନୂଆ ମାମଲା ଚିହ୍ନଟ ହୋଇଛି । ୨୪ ଘଣ୍ଟାରେ ୩୨୭ ଜଣଙ୍କ କୋଭିଡରେ ମୃତ୍ୟୁ ହୋଇଛି । ଏଥିସହ ଦେଶରେ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ୩ ହଜାର ୬୨୩କୁ ବୃଦ୍ଧି ପାଇଛି ।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ପ୍ରକାରେ, ଦେଶରେ ଏବେ କରୋନାର ୫ ଲକ୍ଷ ୯୦ ହଜାର ୬୧୧ ସକ୍ରିୟ ସଂକ୍ରମଣ ମାମଲା ରହିଛି । କୋଭିଡରେ ମୋଟ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୮୩ ହଜାର ୭୯୦କୁ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟାରେ ୪୦ ହଜାର ୮୬୩ ଜଣ କୋଭିଡ୍ ରୋଗୀ ସୁସ୍ଥ ହୋଇଛନ୍ତି । ଦେଶରେ ଏବେ ଯାଏ ମୋଟ ୩ କୋଟି ୪୪ ଲକ୍ଷ ୬୦୩ ଜଣ ସଂକ୍ରମିତ ହୋଇଛନ୍ତି ।

ଏଥିସହ ପଢ଼ନ୍ତୁ: ରାଜ୍ୟରେ ୫ ହଜାର ମୁହାଁ ଦୈନିକ କରୋନା ସଂକ୍ରମଣ, ଖୋର୍ଦ୍ଧାରେ ଟପିଲା ୧୬୦୦

କୂଅରେ ପଡ଼ିଛି ହାତୀଛୁଆ, ଜଗି ରହିଛନ୍ତି ହାତୀପଲ  

ବାରିପଦା: ପରିତ୍ୟକ୍ତ କୂଅରେ ପଡ଼ିଛି ହାତୀଛୁଆ । ହାତୀ ଛୁଆଟିକୁ ଜଗି ରହିଛନ୍ତି ହାତୀପଲ । ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ରେଞ୍ଜ ଜାମଶୁଳ ଜଙ୍ଗଲ ଭିତରେ ଥିବା ଏକ କୂଅରେ ହାତୀଛୁଆଟି ପଡ଼ି ଯାଇଛି । ହାତୀ ଛୁଆକୁ ଜଗି ବସିଛନ୍ତି ହାତୀ ପଲ । ଏଣୁ ହାତୀ ଛୁଆକୁ ଉଦ୍ଧାର କରିବାରେ ସମସ୍ୟା ହୋଇଛି ।

Child Elephant Fall In Well

କୂଅଟି କମ୍ ଗଭୀର ହୋଇଥିବାରୁ ହାତୀ ଛୁଆର ବିଶେଷ କ୍ଷତି ହେବନାହିଁ ବୋଲି ବନ ବିଭାଗ ଅଧିକାରୀ କହିଛନ୍ତି । ସ୍ଥିତି ଉପରେ ନଜର ରଖିଛନ୍ତି ବନ କର୍ମଚାରୀ । ହାତୀମାନେ ବନ ବିଭାଗର ଗାଡ଼ି ଭାଙ୍ଗି ଦେଇଥିବା ସୂଚନା ମିଳିଛି ।

ଏଥିସହ ପଢ଼ନ୍ତୁ: ବିଳମ୍ବିତ ରାତିରେ କଂଗ୍ରେସ ଭବନରେ ବୋମାମାଡ଼

ବିଳମ୍ବିତ ରାତିରେ କଂଗ୍ରେସ ଭବନରେ ବୋମାମାଡ଼

ଭୁବନେଶ୍ୱର: କଂଗ୍ରେସ ଭବନରେ ବୋମାମାଡ଼ । ଗୋଷ୍ଠୀ କନ୍ଦଳକୁ ନେଇ ବିଳମ୍ବିତ ରାତିରେ ବୋମାମାଡ଼ ହୋଇଥିବା ଜଣାପଡ଼ିଛି । ଶନିବାର ସନ୍ଧ୍ୟାରେ ଦୁର୍ଗା ମାଧବ ମହଲା ନାମକ ଜଣେ ଯୁବକକୁ କଂଗ୍ରେସ ଭବନ ସାମ୍ନାରେ ଆକ୍ରମଣ ହୋଇଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

Bomb Hurled In Odisha Congress Bhawan

ଏହାପରେ ବିଳମ୍ବିତ ରାତିରେ ବୋମାମାଡ଼ ହୋଇଥିବା ଜଣାପଡ଼ିଛି । ଶନିବାର ଅଲ୍ ଇଣ୍ଡିଆ ଛାତ୍ର କଂଗ୍ରେସ ଉପସ୍ଥିତିରେ ହୋଇଥିଲା ହଟ୍ଟଗୋଳ । ଛାତ୍ର ଓ ଯୁବ କଂଗ୍ରେସ ମଧ୍ୟରେ ମୁହାଁମୁହିଁ ସ୍ଥିତି ଉପୁଜିଥିଲା । କଂଗ୍ରେସ ଭବନରେ ଗଣ୍ଡଗୋଳକୁ ନିନ୍ଦା କରିଛନ୍ତି କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ।

ରାଜ୍ୟରେ ୫ ହଜାର ମୁହାଁ ଦୈନିକ କରୋନା ସଂକ୍ରମଣ, ଖୋର୍ଦ୍ଧାରେ ଟପିଲା ୧୬୦୦

ଭୁବନେଶ୍ୱର: ରାଜ୍ୟରେ ବଢ଼ୁଛି କୋଭିଡ୍ ସଂକ୍ରମଣ । ଗତ ୨୪ ଘଣ୍ଟାରେ ରାଜ୍ୟରୁ ଆଉ ୪ ହଜାର ୭୧୪ କୋଭିଡ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଶୂନରୁ ୧୮ ବର୍ଷ ମଧ୍ୟରେ ୪୧୬ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ କ୍ୱାରେଣ୍ଟାଇନରୁ ୨ ହଜାର ୭୫୫ଟି ମାମଲା ଆସିଛି । ସେହିଭଳି ୧ ହଜାର ୯୫୯ ଜଣ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ଖୋର୍ଦ୍ଧାରୁ ସର୍ବାଧିକ ୧୬୧୯ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଅନୁଗୁଳରୁ ୨୨, ବାଲେଶ୍ୱରରୁ ୧୨୩, ବରଗଡ଼ରୁ ୫୬, ଭଦ୍ରକରୁ ୭, ବଲାଙ୍ଗିରରୁ ୯୯, ବୌଦ୍ଧରୁ ୬, କଟକରୁ ୩୬୦, ଦେବଗଡ଼ରୁ ୩୬, ଢେଙ୍କାନାଳରୁ ୯, ଗଜପତିରୁ ୩୨, ଗଞ୍ଜାମରୁ ୭୦, ଜଗତସିଂହପୁରରୁ ୬୩, ଯାଜପୁରରୁ ୮୩, ଝାରସୁଗୁଡ଼ାରୁ ୧୫୪, କଳାହାଣ୍ଡିରୁ ୧୫, କନ୍ଧମାଳରୁ ୧୩, କେନ୍ଦ୍ରାପଡ଼ାରୁ ୧୦, କେନ୍ଦୁଝରରୁ ୪୩ ଓ କୋରାପୁଟରୁ ୬୫ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ମାଲକାନଗିରିରୁ ୩, ମୟୂରଭଞ୍ଜରୁ ୧୧୩, ନବରଙ୍ଗପୁରରୁ ୩୭, ନୟାଗଡ଼ରୁ ୩୪, ନୂଆପଡ଼ାରୁ ୩୨, ପୁରୀରୁ ୧୧୯, ରାୟଗଡ଼ାରୁ ୩୧, ସମ୍ବଲପୁରରୁ ୪୩୭, ସୋନପୁରରୁ ୪୬, ସୁନ୍ଦରଗଡ଼ରୁ ୬୬୨ ଓ ଷ୍ଟେଟପୁଲରୁ ୩୧୫ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥିସହ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୦ ଲକ୍ଷ ୭୦ ହଜାର ୮୬୯କୁ ବୃଦ୍ଧି ପାଇଛି । ଏବେ ରାଜ୍ୟରେ ୧୬ ହଜାର ୧୧୭ ଜଣ ସକ୍ରିୟ କୋଭିଡ୍ ମାମଲା ରହିଛି । ଖୋର୍ଦ୍ଧା, ସୁନ୍ଦରଗଡ଼, ସମ୍ବଲପୁର ଜିଲ୍ଲା ରେଡ୍ ଜୋନରେ ଥିବାବେଳେ ଝାରସୁଗୁଡ଼ା ଓ କଟକ ଜିଲ୍ଲା ୟେଲୋ ଜୋନରେ ରହିଛି ।

ସଂକ୍ରମଣ ବୃଦ୍ଧି ପରେ ରାଜଧାନୀରେ ବଢ଼ିଲା କୋଭିଡ୍ ହସ୍ପିଟାଲ୍ ସଂଖ୍ୟା

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ବଢ଼ିଲା କୋଭିଡ୍ ହସ୍ପିଟାଲ ଓ ଶଯ୍ୟା ସଂଖ୍ୟା । ବଢ଼ୁଥିବା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ବିଏମସି ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି । ପୂର୍ବରୁ ସମ୍ ଓ ଆଦିତ୍ୟ ଅଶ୍ୱିନୀ ହସ୍ପିଟାଲକୁ ଅନୁମତି ମିଳିଥିବା ବେଳେ ଏବେ ହାଇଟେକ ଓ କିମ୍ସ ହସ୍ପିଟାଲ ସହ ବିଏମସି ରାଜିନାମା ସ୍ୱାରକ୍ଷ କରିଛି । କିମ୍ସ କୋଭିଡ ହସ୍ପିଟାଲରେ ୫୦୦ ଓ ହାଇଟେକ୍ କୋଭିଡ୍ ହସ୍ପିଟାଲରେ ୨୩୯ ଶଯ୍ୟା ସହିତ ଖୋଲିଛି ।

ପୂର୍ବରୁ ସମ୍ କୋଭିଡ୍ ହସ୍ପିଟାଲରେ ୮୧୦ ଓ ଆଦିତ୍ୟ ଅଶ୍ୱିନୀ କୋଭିଡ୍ ହସ୍ପିଟାଲରେ ୧୫୦ଟି ଶଯ୍ୟାର ସୁବିଧା ଥିଲାଯ । ଫଳରେ କୋଭିଡ୍ ହସ୍ପିଟାଲ ସଂଖ୍ୟା ୪କୁ ବୃଦ୍ଧି ପାଇବା ସହ ଶଯ୍ୟା ସଂଖ୍ୟା ୧୬୯୯କୁ ବୃଦ୍ଧି ପାଇଛି । ଏଥିସହିତ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ପଟିଆ ଓ ଡୁମଡୁମା ଠାରେ ୧୦୦ ଶଯ୍ୟା ବିଶିଷ୍ଟ ୨ଟି କୋଭିଡ୍ କେୟାର ସେଣ୍ଟର ଖୋଲାଯାଇଛି । ଆଗକୁ ଆବଶ୍ୟକ ସ୍ଥଳେ କୋଭିଡ୍ ହସ୍ପିଟାଲ ଓ ଶଯ୍ୟା ସଂଖ୍ୟା ବୃଦ୍ଧି କରାଯିବ ବୋଲି ବିଏମସି କମିଶନର ସଂଜୟ ସିଂ ସୂଚନା ଦେଇଛନ୍ତି ।

BMC Adds 2 More Covid Hospital As Cases Increased

ଶନିବାର ବିଏମସି ଅଞ୍ଚଳରୁ ୫୮୧ ଜଣ କୋଭିଡ୍ ସଂକ୍ରମିତ ଚିହ୍ନଟ ହୋଇଥିଲେ । କ୍ୱାରେଣ୍ଟାଇନରୁ ୮୨ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୪୯୯ଟି ମାମଲା ସ୍ଥାନୀୟ ସଂକ୍ରମଣ । ବିଏମସି ଅଞ୍ଚଳରେ ଥିବା କୋଭିଡ୍ ହସ୍ପିଟାଲରେ ଖୋର୍ଦ୍ଧା ଜିଲ୍ଲା ସହ ବାହାର ଜିଲ୍ଲାର ରେଫର୍ ରୋଗୀଙ୍କୁ ମଧ୍ୟ ରଖାଯାଉଛି ।

ସଂସଦରେ କରୋନା ବିସ୍ଫୋରଣ, ୪୦୦ରୁ ଅଧିକ ସଂକ୍ରମିତ

ନୂଆଦିଲ୍ଲୀ: ଦିଲ୍ଲୀରେ ଭୟଙ୍କର ରୂପ ନେଲାଣି କରୋନା । ସଂସଦ ଭବନର ସଂଖ୍ୟାଧିକ କର୍ମଚାରୀ ହେଲେ କୋଭିଡ୍ ପଜିଟିଭ୍ । ଜାନୁଆରୀ ୬ ଓ ୭ ତାରିଖରେ ସଂସଦ ଭବନରେ କାମ କରୁଥିବା କର୍ମଚାରୀ, ସୁରକ୍ଷାକର୍ମୀଙ୍କ କୋଭିଡ୍ ଟେଷ୍ଟ କରାଯାଇଥିଲା । ଯେଉଁଥିରେ ୪୦୦ରୁ ଅଧିକ ଲୋକଙ୍କ ରିପୋର୍ଟ କରୋନା ସଂକ୍ରମିତ ବୋଲି ଜଣାପଡ଼ିଛି ।

ଦେଶରେ ସଂକ୍ରମଣ ମାମଲା ବଢ଼ୁଥିବା ବେଳେ ଗତ ୨୪ ଘଣ୍ଟାରେ ୧ ଲକ୍ଷ ୪୧ ହଜାର ୯୮୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ନୂଆ ମାମଲା ଆସିବା ପରେ ଦେଶରେ ସକ୍ରିୟ ସଂକ୍ରମଣ ମାମଲା ୪ ଲକ୍ଷ ୭୨ ହଜାର ୧୬୯କୁ ବୃଦ୍ଧି ପାଇଛି ।

ଗୋଟିଏ ଦିନ ପୂର୍ବରୁ ଶୁକ୍ରବାର ୧ ଲକ୍ଷ ୧୭ ହଜାର ୧୦୦ ସଂକ୍ରମଣ ମାମଲା ଆସିଥିଲା । ସ୍ୱାସ୍ଥ୍ୟ ବିଭାଗ ଅନୁସାରେ, ବିଗତ ୧୧ ଦିନରେ ଦୈନିକ ସଂକ୍ରମଣ ମାମଲା ୨୧ ପ୍ରତିଶତ ଯାଏ ବଢ଼ିଛି । ଦିଲ୍ଲୀରେ ମଧ୍ୟ ସଂକ୍ରମଣ ବୃଦ୍ଧି ପାଇଛି । ଦେଶରେ ସଂକ୍ରମଣ ମାମଲାରେ ମହାରାଷ୍ଟ୍ର ଶୀର୍ଷରେ ରହିଛି । ଗତ ୨୪ ଘଣ୍ଟାରେ ମହାରାଷ୍ଟ୍ରରେ ୪୧ ହଜାର ୪୩୪ ମାମଲା ଆସିଛି ।

ରାତି ସାଢ଼େ ୮ଟାରୁ ବନ୍ଦ ହେଲା ସାଧାରଣ ଦର୍ଶନ: ଶ୍ରୀମନ୍ଦିର ସାମ୍ନାରେ ଚାପା ଉତ୍ତେଜନା

ପୁରୀ: କୋଭିଡ୍‌ ସଂକ୍ରମଣକୁ ଦୃଷ୍ଟିରେ ଆସନ୍ତା ସୋମବାରଠୁ ଶ୍ରୀମନ୍ଦିରରେ ବନ୍ଦ ରହିବ ଶ୍ରୀଜିଉଙ୍କ ଦର୍ଶନ । ସେହିପରି ରବିବାର ସାନିଟାଇଜେସନ ପାଇଁ ସାଧାରଣ ବନ୍ଦ ହେବାକୁ ଥିବାରୁ ଆଜି ଶ୍ରୀମନ୍ଦିରରେ ଲାଗିଥିଲା ପ୍ରବଳ ଗହଳି ଚହଳି । ଦିନ ସାରା ୭ ଲକ୍ଷ ୪୦ ହଜାରରୁ ଅଧିକ ଶ୍ରଦ୍ଧାଳୁ ଶ୍ରୀଜିଉଙ୍କ ଦର୍ଶନ କରିଛନ୍ତି । ରାତି ୮:୩୦ରେ ସାଧାରଣ ଦର୍ଶନ ବନ୍ଦ କରାଯାଇଥିବା ବେଳେ, ମନ୍ଦିର ବାହାରେ ଦର୍ଶନ ଅପେକ୍ଷାରେ ହଜାର ହଜାର ଶ୍ରଦ୍ଧାଳୁ ଦେଖିବାକୁ ମିଳିଛି । ଏନେଇ ମନ୍ଦିର ବାହାରେ କିଛି ସମୟ ପାଇଁ ଉତ୍ତେଜନା ପରିସ୍ଥିତି ଦେଖିବାକୁ ମିଳିଥିବା ବେଳେ, ପୋଲିସର ହସ୍ତକ୍ଷେପ ପରେ ସ୍ଥିତି ଶାନ୍ତ ପଡ଼ିଛି ।

ସୂଚନା ଯୋଗ୍ୟ ଯେ, ସୋମବାରଠାରୁ ବନ୍ଦ ରହିବ ଜଗା ଦର୍ଶନ  । ଶ୍ରୀଜିଉଙ୍କୁ ଦର୍ଶନ କରିବା ଉପରେ ରୋକ ଲାଗିଛି ।  ଜାନୁଆରୀ ୧୦ ତାରିଖରୁ ୩୧ ତାରିଖ ପର୍ଯ୍ୟନ୍ତ ଶ୍ରଦ୍ଧାଳୁଙ୍କ ପାଇଁ ବନ୍ଦ ରହିବ ମନ୍ଦିର  । ଶୁକ୍ରବାର ଛତିଶାନିଯୋଗ ବୈଠକ ବସିଥିବାବେଳେ, ଏ ସଂକ୍ରାନ୍ତରେ ନିଷ୍ପତ୍ତି ଚୂଡ଼ାନ୍ତ ହୋଇଥିଲା । ସେବାୟତଙ୍କ ପ୍ରସ୍ତାବକ୍ରମେ ଜାନୁୟାରୀ ୩୧ଯାଏ ଜଗା ଦର୍ଶନ ବନ୍ଦ ରହିବ  ।

ଭର୍ଚୁଆଲ ମୋଡରେ ଏହି ବୈଠକ ଆହୁତ ହୋଇଥିଲା  । ଛତିଶା ନିଯୋଗ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ରାଜ୍ୟରେ କୋଭିଡ ସଂକ୍ରମଣ ମାମଲା ଦୈନିକ ବୃଦ୍ଧି ଘଟୁଥିବାବେଳେ ଓମିକ୍ରନ କେସ ମଧ୍ୟ ବଢି ଚାଲିଛି  । ଏଥିସହିତ ପ୍ରତିଦିନ ଶ୍ରୀମନ୍ଦିରକୁ ଅନ୍ୟ ରାଜ୍ୟରୁ ଶ୍ରଦ୍ଧାଳୁ ଆସୁଥିବା ବେଳେ କୌଣସି ନିର୍ଦ୍ଦେଶାବଳୀ ନଥିଲା  । ତେବେ ଏପରି ସ୍ଥିତିରେ କୋଭିଡ ସଂକ୍ରଣ ମାମଲା ବୃଦ୍ଧି ଘଟୁଛି  । ତେଣୁ ସମସ୍ତ କଥାକୁ ବିଚାରକୁ ନେଇ ଛତିଶାନିଯୋଗ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିଲା । ମନ୍ଦିର ବନ୍ଦ ହେବାକୁ ଥିବା ଜଗା ଦର୍ଶନ ପାଇଁ ଲୋକଙ୍କ ଅସମ୍ଭାଳ ଭିଡ଼ ଦେଖିବାକୁ ମିଳିଛି ।

ପଞ୍ଚାୟତ ନିର୍ବାଚନ ନେଇ ଆଉ ପାଦେ ଆଗେଇଲେ ରାଜ୍ୟ ସରକାର: ୩ ଗେଜେଟ୍ ବିଜ୍ଞପ୍ତି ପ୍ରକାଶ

ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ପୂର୍ବରୁ ଆଉ ପାଦେ ଆଗକୁ ଗଲେ ରାଜ୍ୟ ସରକାର । ପଞ୍ଚାୟତିରାଜ ବିଭାଗ ପକ୍ଷରୁ ଏକକାଳୀନ ୩ଟି ଗେଜେଟ୍ ବିଜ୍ଞପ୍ତି ଜାରି ହୋଇଛି । ଯେଉଁଥିରେ ଓଡ଼ିଶା ଜିଲ୍ଲା ପରିଷଦ ଆକ୍ଟ ପ୍ରାବଧାନ ଅନୁସାରେ ସମସ୍ତ ଜିଲ୍ଲା ପରିଷଦରେ ସଭ୍ୟ ନିର୍ବାଚନ କରିବାକୁ ସମ୍ମତି ଦେଇଛନ୍ତି । ସେହିପରି ପଞ୍ଚାୟତ ସମିତି ଆକ୍ଟ ଓ ଓଡ଼ିଶା ପଞ୍ଚାୟତ ସମିତି ନିର୍ବାଚନ ରୁଲସ ପ୍ରାବଧାନ ଅନୁସାରେ ସମସ୍ତ ପଞ୍ଚାୟତ ସମିତିରେ ସଭ୍ୟ ନିର୍ବାଚନ କରିବାକୁ ଘୋଷଣା କରିଛନ୍ତି ।

ଓଡ଼ିଶା ଗ୍ରାମ ପଞ୍ଚାୟତ ଆକ୍ଟ-୧୯୬୪ର ଧାରା ଅନୁସାରେ ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକର ଢ଼ିଙ୍କିଆ ଗ୍ରାମ ପଞ୍ଚାୟତକୁ ଛାଡ଼ି ରାଜ୍ୟର ଅନ୍ୟ ସମସ୍ତ ପଞ୍ଚାୟତରେ ୱାର୍ଡ ସଭ୍ୟ ଓ ପଞ୍ଚାୟତ ନିର୍ବାଚନ କରିବାକୁ ଘୋଷଣା କରିଛନ୍ତି । ଏପଟେ ରାଜ୍ୟର ସଂକ୍ରମଣ ସ୍ଥିତି, ମୁକାବିଲା ପାଇଁ ପଦକ୍ଷେପ ଏବଂ ଟିକାକରଣ ସ୍ଥିତି ବାବଦରେ ରାଜ୍ୟ ନିର୍ବାଚନ ଆୟୋଗ ସରକାରଙ୍କଠାରୁ ନେଇଛନ୍ତି ଅପଡେଟ । ବରିଷ୍ଠ ଅଧିକାରୀଙ୍କ ସହିତ ଆଲୋଚନା ସରିଥିବାବେଳେ ସୋମବାର ସର୍ବଦଳୀୟ ବୈଠକ ଏବଂ ୧୨ ତାରିଖରେ ଅଫିସରସ୍ତରୀୟ ବୈଠକରେ ବିସ୍ତୃତ ଆଲୋଚନା କରିବେ ଆୟୋଗ । ନିର୍ବାଚନରେ ମତଦାତାଙ୍କ ଠାରୁ ଆରମ୍ଭ କରି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଥିବା ପ୍ରାର୍ଥୀଙ୍କ ସୁରକ୍ଷା ଉପରେ ଗୁରୁତ୍ୱ ଦିଆଯାଇଛି

ଏଥିସହିତ ପଢ଼ନ୍ତୁ: ୫ ରାଜ୍ୟରେ ବିଧାନସଭା ନିର୍ବାଚନ ତାରିଖ ଘୋଷଣା କଲେ CEC, ଜାଣନ୍ତୁ କେବେ କେଉଁଠି ମତଦାନ

 

ବିନା ଟିକା ପ୍ରମାଣପତ୍ରରେ ଦିଅଁ ଦର୍ଶନ ମନା

ବ୍ରହ୍ମପୁର: ଓମିକ୍ରନ ମୁକାବିଲା ନେଇ ତତ୍ପର ଗଞ୍ଜାମ ଜିଲା ପ୍ରଶାସନ । ବିନା ଟିକାକରଣ ପ୍ରମାଣ ପତ୍ରରେ ମନ୍ଦିର ମଧ୍ୟରେ ପ୍ରବେଶ ମନା । ବସରେ ଯାତ୍ରୀ ଟିକାକରଣ ପ୍ରମାଣପତ୍ର ଦେଖାଇ ଯାତ୍ରା କରିବାକୁ ବସ୍ ଆସୋସିଏସନକୁ ଜଣାଇବା ପାଇଁ ଆଞ୍ଚଳିକ ପରିବହନ ଅଧିକାରୀଙ୍କୁ ନିର୍ଦେଶ ଦିଆଯାଇଛି । ସପ୍ତାହକ ମଧ୍ୟରେ ଜିଲ୍ଲାର ସମସ୍ତ ହସ୍ପିଟାଲକୁ ପ୍ରସ୍ତୁତ କରିବାକୁ ନିର୍ଦେଶ । ଏମକେସିଜିରେ ୯୦ ଅକ୍ସିଜେନ୍ ଯୁକ୍ତ ଶଯ୍ୟା ପ୍ରସ୍ତୁତ । ଭଞ୍ଜନଗର, ହିଞ୍ଜିଳି, ଆସିକା ଏବଂ ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟ ଗୁଡିକରେ ଅକ୍ସିଜେନଯୁକ୍ତ ଶଯ୍ୟା ପ୍ରସ୍ତୁତ ଅଛି । ବ୍ରହ୍ମପୁର ସିଟି ହସ୍ପିଟାଲରେ ୧୫୦ଟି ଅକ୍ସିଜେନ ରହିତ ଶଯ୍ୟା ପ୍ରସ୍ତୁତ କରି ରଖିବା ପାଇଁ ଜିଲ୍ଲାପାଳଙ୍କ ନିର୍ଦେଶ ଦେଇଛି ।

ଅନ୍ୟ ପକ୍ଷରେ ସୋମବାରଠାରୁ ବନ୍ଦ ରହିବ ଜଗା ଦର୍ଶନ  । ଶ୍ରୀଜିଉଙ୍କୁ ଦର୍ଶନ କରିବା ଉପରେ ଲାଗିଲା ରୋକ  ।  ଜାନୁଆରୀ ୧୦ ତାରିଖରୁ ୩୧ ତାରିଖ ପର୍ଯ୍ୟନ୍ତ ଶ୍ରଦ୍ଧାଳୁଙ୍କ ପାଇଁ ବନ୍ଦ ରହିବ ମନ୍ଦିର  । ସଂଧ୍ୟାରେ ଛତିଶାନିଯୋଗ ବୈଠକ ବସିଥିବାବେଳେ, ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି  । ସେବାୟତଙ୍କ ପ୍ରସ୍ତାବକ୍ରମେ ଜାନୁୟାରୀ ୩୧ ଯାଏଁ ଜଗା ଦର୍ଶନ ବନ୍ଦ ରହିବ  । ଭର୍ଚୁଆଲ ମୋଡରେ ଏହି ବୈଠକ ଆହୁତ ହୋଇଥିଲା  । ଛତିଶା ନିଯୋଗ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି  । ରାଜ୍ୟରେ କୋଭିଡ ସଂକ୍ରମଣ ମାମଲା ଦୈନିକ ବୃଦ୍ଧି ଘଟୁଥିବାବେଳେ ଓମିକ୍ରନ କେସ ମଧ୍ୟ ବଢି ଚାଲିଛି  ।

ତେବେ ରାଜ୍ୟ ସରକାରଙ୍କ ଏହି ଘୋଷଣା ପରେ ଶନିବାର ପୁରୀରେ ମହାପ୍ରଭୁଙ୍କ ଦର୍ଶନ ନେଇ ଅସମ୍ଭବ ଭିଡ଼ ଜମିଥିଲା ।

ଏଥିସହିତ ପଢ଼ନ୍ତୁ: ରାଜଧାନୀର କାନ୍ଥରେ ଶୋଭା ପାଉଛି ପୁରୁଣା ସିନେମାର ଅଭୁଲା ସ୍ମୃତି