ୟୁକ୍ରେନକୁ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ ଡକାଇଲେ ପ୍ରଧାନମନ୍ତ୍ରୀ

1 min read

ନୂଆଦିଲ୍ଲୀ: ୟୁକ୍ରେନରେ ପରିସ୍ଥିତି ଦେଖି ବୈଠକ ଡକାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କୁହାଯାଉଛି ଏହି ବୈଠକରେ ୟୁକ୍ରେନରେ ଫସି ଥିବା ଭାରତୀୟମାନଙ୍କୁ ଦେଶକୁ ଫେରାଇ ଆଣିବାକୁ ନେଇ ଆଲୋଚନା ହେଉଛି । ସୂଚନା ଥାଉ କି, ଋଷ ୟୁକ୍ରେନ ଯୁଦ୍ଧ ମଧ୍ୟରେ ପ୍ରଧାନମନ୍ତ୍ରୀ ଘନ ଘନ ବୈଠକ ଡାକୁଛନ୍ତି । କାରଣ ୟୁକ୍ରେନରେ ଭାରତର ପ୍ରାୟ ୨୦ହଜାର ଛାତ୍ରଛାତ୍ରୀ ଫଶି ରହିଛନ୍ତି । ପ୍ରତ୍ୟେକ ଦିନ ଶତାଧିକ ଛାତ୍ରଛାତ୍ରୀଙ୍କୁ ଭାରତ ଅଣାଯାଉଛି ।

ପ୍ରଧାନମନ୍ତ୍ରୀ ଏଭଳି ବୈଠକ ଏମିତି ସମୟରେ ଡାକିଛନ୍ତି ଯେଉଁଠି ଋଷ ୟୁକ୍ରେନ ଉପରେ ଯୁଦ୍ଧ ତୀବ୍ର କରିଛି । ଏହି ଆକ୍ରମଣରେ ଲଗାତାର ମଙ୍ଗଳବାର ଓ ବୁଧବାର ଜଣେ ଲେଖାଏଁ ଭାରତୀୟ ଛାତ୍ରଙ୍କ ଜୀବନ ଯାଇଛି । ଏହାବ୍ୟତୀତ ଆଜି ଆଉ ଜଣେ ଭାରତୀୟ ଛାତ୍ରଙ୍କ ଦେହରେ ଗୁଳି ଲାଗିଛି ।

ଅନ୍ୟପଟେ ଶୁକ୍ରବାର ଦିନ ସକାଳୁ ବାୟୁସେନାର ୨ଟି C-17  ବିମାନରେ ୟୁକ୍ରେନରେ ଫସିଥିବା ୨୧୦ ଛାତ୍ରଙ୍କୁ ଭାରତକୁ ଅଣାଯାଇଛି । ଏହି ଦୁଇଟି ବିମାନ ନୂଆଦିଲ୍ଲୀର ଏୟାରବେସରେ ଓହ୍ଲାଇଛି । ଏହି ଦୁଇଟି ବିମାନ ଛାତ୍ରଙ୍କୁ ନେଇ ରୋମାନିୟାର ରାଜଧାନୀ ବୁଖରେଷ୍ଟ ଏବଂ ହଙ୍ଗରୀରର ରାଜଧାନୀରୁ ଆସିଛି ।

Leave a Reply