Jioର ବମ୍ଫର ଅଫର ! ଖୁବ୍ କମ୍ ଟଙ୍କା ବିନିମୟରେ ମିଳିବ ଡାଟା ଲୋନ୍

1 min read

ନୂଆଦିଲ୍ଲୀ: ରିଲାଏନ୍ସ ଦେଶର ସବୁଠାରୁ ବଡ଼ ଟେଲିକମ୍ କମ୍ପାନୀମାନଙ୍କ ମଧ୍ୟରୁ ଗୋଟିଏ । ଦେଶରେ ଏହାର ବ୍ୟବହାରକାରୀ ମଧ୍ୟ ଅନେକ । କମ୍ପାନୀ ତାର ଉପଭୋକ୍ତାମାନଙ୍କ ସୁବିଧା ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ସର୍ଭିସ ଦେଇଥାଏ । ଏମିତି ଏକ ସର୍ଭିସ ହେଉଛି ଡାଟା ଲୋନ । ଟେଲିକମ୍ ଅପରେଟର ଜିଓ ଏମରଜେନ୍ସି ଡାଟା ଭାଉଚର ସୁବିଧାକୁ ପୂର୍ବରୁ ଲଞ୍ଚ କରିଥିଲା । ଏହି ସୁବିଧା ମାଧ୍ୟମରେ ଉପଭୋକ୍ତାମାନେ ଡାଟା ଲୋନ ନେଇ ପାରିବେ ।

ଅର୍ଥାତ୍ ଯେଉଁ ଉପଭୋକ୍ତାମାନେ ଡାଟା ଚାହୁଁଛନ୍ତି ଏବଂ ସେମାନଙ୍କ ପାଖରେ କୌଣସି ଅର୍ଥ ରାଶି ନାହିଁ ତେବେ ସେମାନେ ଏହି ସୁବିଧାର ବ୍ୟବହାର କରି ଡାଟା ଧାର ନେଇପାରିବେ । ତେବେ ଜିଓ ଡାଟା ଲୋନ ପାଇଁ ଆପଣଙ୍କ ପାଖରେ MY Jio ଆପ୍ ରହିବା ନିହାତି ଆବଶ୍ୟକ । ଏଠାରେ ଲଗ୍ ଇନ୍ କରି ଜିଓ ୟୁଜର୍ସ ଲୋନ କରିପାରିବେ ।

କେମିତି କରିବେ ଲୋନ ?

ଜିଓ ଡାଟା ଲୋନ ପାଇଁ ଉପଭୋକ୍ତାମାନଙ୍କୁ ପ୍ରଥମେ  My Jio ଆପ୍ ଡାଉନଲୋଡ କରିବାକୁ ପଡ଼ିବ । ଏହାପରେ ଏଥିରେ ଲଗଇନ କରିବାକୁ ପଡ଼ିବ । ଏବଂ ପରେ ଆପଣଙ୍କ ସ୍କ୍ରିନର ଉପରେ ଥିବା ବିକଳ୍ପ ଉପରେ କ୍ଲିକ କରି ମୋବାଇଲ ସର୍ଭିସକୁ ଯାଇପାରିବେ ।  ଏଠାରେ ଆପଣଙ୍କୁ Emergency Data Voucherର ବିକଳ୍ପ ମିଳିବ । ଏହାପରେ ଆପଣଙ୍କୁ Get Emergency Data ଉପରେ କ୍ଲିକ କରିବାକୁ ପଡ଼ିବ  । ଏବଂ ସେଠାରେ ଥିବା ଆପଣଙ୍କୁ Activate Now ଉପରେ କ୍ଲିକ୍ କରିବାକୁ ପଡ଼ିବ । ଏମିତି ଭାବେ ଆପଣଙ୍କୁ ଜିଓ ଡାଟା ଲୋନ ମିଳିପାରିବ ।

ଏହି ସୁବିଧା ଅନୁସାରେ ଆପଣ ୨୫ଟଙ୍କା ମୂଲ୍ୟରେ 2GBର ଡାଟା ନେଇ ପାରିବେ । ଏହି ଅର୍ଥକୁ ଆପଣ My JIo ସାହାଯ୍ୟରେ ଦେଇପାରିବେ । ଏହି ସୁବିଧା ସବୁ ପ୍ରିପେଡ଼ ଉପଭୋକ୍ତାଙ୍କ ପାଇଁ ଉପଲବ୍ଧ । ଯଦି ଆପଣ ଏହି ଲୋନ ପରିଶୋଧ ନ କରନ୍ତି ତେବେ ଆପଣ ଦ୍ୱିତୀୟ ଥର ଏହି ସୁବିଧା ପାଇପାରିବେ ନାହିଁ ଏବଂ ଜିଓ  ଏନେଇ କାର୍ଯ୍ୟାନୁଷ୍ଠାନ ମଧ୍ୟ ନେବ ।

Leave a Reply