ବିପଦରେ ୟୁରୋପ: ସବୁଠାରୁ ବଡ଼ ପରମାଣୁ ପ୍ଲାଣ୍ଟରେ ଋଷର ଆକ୍ରମଣ

1 min read

କିଭ୍: ଋଷ-ୟୁକ୍ରେନ ମଧ୍ୟରେ ଜାରି ରହିଛି ଲଢ଼େଇ । କିଭକୁ ଦଖଲ କରବା ପାଇଁ ଜୋରଦାର ଆକ୍ରମଣ ଜାରି ରଖିଛି ଋଷ । ୟୁକ୍ରେନର ବିଭିନ୍ନ ସହରକୁ କବ୍ଜା କରିବା ପରେ ଏବେ ଋଷ ଟାର୍ଗେଟରେ ୟୁକ୍ରେନ ରାଜଧାନୀ କିଭ୍ । କିଭକୁ ଦଖଲ କରିବା ପାଇଁ ଘନଘନ ରକେଟ ମାଡ଼ କରୁଛି ଋଷ । ତେବେ ଏହାରି ଭିତରେ ଋଷ ୟୁରୋପର ସବୁଠାରୁ ବଡ଼ ପରମାଣୁ ପ୍ଲାଣ୍ଟ ଉପରେ ଆକ୍ରମଣ କରିଛି । ଏହି ପରମାଣୁ ପ୍ଲାଣ୍ଟଟି ୟୁକ୍ରେନର ଜାପୋରିଝଝିଆରେ ରହିଛି ।

ଋଷର ଏହି ଆକ୍ରମଣ ଫଳରେ ପ୍ଲାଣ୍ଟର ଆଡମିନଷ୍ଟ୍ରେଟିଭ୍ ଅଫିସରେ ନିଆଁ ଲାଗିଯାଇଛି । ନିଆଁ ଲିଭାଇକୁ ଅଗ୍ନିଶମ କର୍ମଚାରୀମାନେ ଉଦ୍ୟମ କରୁଥିଲେ ହେଁ ଏଥିରେ ସଫଳ ହୋଇନାହାନ୍ତି । କାରଣ ପ୍ଲାଣ୍ଟ ଉପରେ ବୋମା ମାଡ଼ କରିବା ପରେ ସ୍ଥାନୀୟ ଅଞ୍ଚଳରେ ରୁଷ ସୈନ୍ୟମାନେ ଆଖିବୁଜା ଗୁଳି ଚଳାଉଛନ୍ତି । ଫଳରେ ନିଆଁ ଲିଭାଇବାରେ ଅଗ୍ନିଶମ କର୍ମଚାରୀମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେଣୁ ୟୁକ୍ରେନ ବୈଦେଶିକ ମନ୍ତ୍ରୀ ନିଆଁ ଲିଭାଇ ପାଇଁ ସହଯୋଗ କରିବାକୁ ଋଷକୁ ଅନୁମତି ମାଗିଛନ୍ତି ।

ଏହି ବିସ୍ଫୋରଣ ପରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ତୁରନ୍ତ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କ ସହ କଥା ହୋଇଛନ୍ତି । ବାଇଡେନ ଜେଲେନସ୍କିଙ୍କୁ କହିଥିଲେ କି ଋଷର ଏହି ଆକ୍ରମଣକୁ ରୋକିବାକୁ ହେବ ଏବଂ ନିଆଁକୁ ଲିଭାଇବା ପାଇଁ ଅଗ୍ନିଶମ ବିଭାଗକୁ ନିର୍ଦ୍ଦେଶ ଦେବାକୁ ବାଇଡେନ କହିଛନ୍ତି । ଏହା ବ୍ୟତୀତ ବାଇଡେନ NNSAରେ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଥିଲେ । ଏହି ବୈଠକରେ ଜାପୋରିଝଝିଆରେ ହୋଇଥିବା ପରମାଣୁ ବ୍ଲାଷ୍ଟ ବିଷୟରେ ଆଲୋଚନା କରିଥିଲେ ।

Leave a Reply