ଆଜିଠୁ ପୁଣି ଥରେ ରିମାଣ୍ଡରେ ଯିବେ ନକଲି ଡାକ୍ତର ରମେଶ ସ୍ୱାଇଁ

ଭୁବନେଶ୍ୱର: ଆଜିଠାରୁ ପୁଣି ଥରେ ରିମାଣ୍ଡରେ ଯିବେ ରସିକିଆ ଡାକ୍ତର ରମେଶ ସ୍ୱାଇଁ । ଆଜିଠୁ ରମେଶଙ୍କୁ ୫ ଦିନିଆ ରିମାଣ୍ଡରେ ନେବ କମିଶନରେଟ ପୋଲିସ । ତୃତୀୟ ଥର ପାଇଁ ରିମାଣ୍ଡରେ ନେଇ ଅଧିକ ଗୁମର ଖୋଲିପାରେ ପୋଲିସ । ମହିଳା ଥାନା ପୋଲିସ ଓ ଆଣ୍ଟି ଫ୍ରଡ ସେଲ୍ ତଦନ୍ତ କରିବ । ରମେଶଙ୍କୁ ରିମାଣ୍ଡରେ ନେବା ଲାଗି କୋର୍ଟ ଅନୁମତି ଦେଇଛନ୍ତି । ରମେଶଙ୍କୁ ୭ ଦିନିଆ ରିମାଣ୍ଡରେ ନେଇ ପଚରାଉଚରା କରିବାକୁ ଭୁବନେଶ୍ୱର ମହିଳା ଥାନା ପକ୍ଷରୁ ଆବେଦନ କରାଯାଇଥିଲା । କିନ୍ତୁ କୋର୍ଟ ୫ ଦିନ ରିମାଣ୍ଡ ପାଇଁ ଅନୁମତି ଦେଇଥିଲେ । ଗୌହାଟୀର ଜଣେ ମହିଳା ଡାକ୍ତରଙ୍କୁ ବିବାହ ନାଁରେ ଠକେଇ ଅଭିଯୋଗ ମାମଲାରେ ମହିଳା ଥାନା ପୋଲିସ ତାଙ୍କୁ ଜେରା କରିବ । ଗୌହାଟୀ ମହିଳାଙ୍କୁ ବିବାହ ନାଁରେ ୨୧ ଲକ୍ଷ ଟଙ୍କା ଠକେଇ ମାମଲା ରହିଛି । ଏହାସହ ତାଙ୍କ ପଲିଗ୍ରାଫ୍ ଟେଷ୍ଟ କରାଯିବ ବୋଲି ଡିସିପି ସୂଚନା ଦେଇଛନ୍ତି । ପୂର୍ବରୁ ଦୁଇଟି ପର୍ଯ୍ୟାୟରେ ୮ ଦିନ ପାଇଁ ରିମାଣ୍ଡରେ ନେଇଥିଲା କମିସନରେଟ୍ ପୋଲିସ ।

 

Leave a Reply