ଭୁବନେଶ୍ୱର: ଅସହ୍ୟ ଜାଡ଼ ସହ ଘନ କୁହୁଡି ରାଜ୍ୟବାସୀଙ୍କୁ କଲବଲ କରିବ । ୨୮ ତାରିଖରୁ ରାଜ୍ୟରେ ପ୍ରବଳ ଶୀତ ଲହରୀ ଅନୁଭୂତ ହେବ । ଗତ କିଛି ଦିନ ଧରି କୁହୁଡି ଚାଦରରେ ଆଚ୍ଛାଦିତ ଥିବା ରାଜ୍ୟର ଅଧିକାଂଶ ଜିଲ୍ଲାରେ ଆଜି ବି ଅଧା ଦିନ କୁହୁଡି ବଳୟରେ ଥିଲା । ତେବେ ଆସନ୍ତା ୨୪ ଘଣ୍ଟା ଯାଏଁ ଏପରି ସ୍ଥିତି ଲାଗି ରହିବା ନେଇ ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଆଜିଠାରୁ ଆସନ୍ତାକାଲି ସକାଳ ପର୍ଯ୍ୟନ୍ତ ଦକ୍ଷିଣ ଉପକୂଳ ଓଡିଶାର ୮ଟି ଜିଲ୍ଲାକୁ ଘନ କୁହୁଡି ସତର୍କତା ଜାରି ହୋଇଛି । ଆସନ୍ତା ୩ ଦିନ ମଧ୍ୟରେ ରାତିର ସର୍ବନିମ୍ନ ତାପମାତ୍ରା ୩ ରୁ ୫ ଡିଗ୍ରୀ ହ୍ରାସ ପାଇବା ସହ ଆସନ୍ତା ୨୮ ତାରିଖରୁ ଶୀତ ଲହରି ଫେରିବା ନେଇ କିଛି ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରିଛି କେନ୍ଦ୍ର । ଏଥିପାଇଁ ୨୮ରୁ ୨୯ ତାରିଖ ସକାଳ ପର୍ଯ୍ୟନ୍ତ ୪ ଜିଲ୍ଲା ଝାରସୁଗୁଡା, ବରଗଡ଼, ବଲାଙ୍ଗୀର ଏବଂ ସୋନପୁରକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ୨୯ ତାରିଖରୁ ୩୦ ତାରିଖ ସକାଳ ପର୍ଯ୍ୟନ୍ତ ୭ ଜିଲ୍ଲା ଝାରସୁଗୁଡା, ବରଗଡ଼, ବଲାଙ୍ଗୀର, ସମ୍ବଲପୁର, ଅନୁଗୁଳ, ଦେବଗଡ ଏବଂ ସୋନପୁର କୁ ପ୍ରବଳ ଶୀତ ନେଇ ୟେଲୋ ଆଲର୍ଟ ଜାରି କରାଯାଇଛି ।
୧୫ ବର୍ଷ ପୁରୁଣା ଅଶ୍ଲୀଳତା ମାମଲାରେ ଶିଳ୍ପା ସେଟ୍ଟୀ ଦୋଷମୁକ୍ତ
ମୁମ୍ୱାଇ: କିସ୍ ମାମଲାରେ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ଦୋଷମୁକ୍ତ । ଦୀର୍ଘ ୧୫ବର୍ଷ ପରେ ବହୁଚର୍ଚ୍ଚିତ ଶିଳ୍ପା-ରିଚାର୍ଡ ଗେରେ ମାମଲାରେ କୋର୍ଟ ଶୁଣାଇଛନ୍ତି ରାୟ । କହିଛନ୍ତି ଏହି ଘଟଣାରେ ଶିଳ୍ପା ଜଣେ ପୀଡ଼ିତା । ୨୦୦୭ ମସିହାରେ ରାଜସ୍ଥାନରେ ଆୟୋଜିତ ଏଡସ୍ ସଚେତନତା କାର୍ଯ୍ୟକ୍ରମରେ ଖୋଦ୍ ମଞ୍ଚ ଉପରେ ଶିଳ୍ପାଙ୍କୁ କିସ୍ କରିଥିଲେ ହଲିଉଡ ଅଭିନେତା ରିଚାର୍ଡ ଗେରେ ।
ଏହି ଘଟଣାକୁ ନେଇ ରାଜସ୍ଥାନ ଓ ଉତ୍ତରପ୍ରଦେଶରେ ଦୁହିଁଙ୍କ ନାମରେ ତିନିଟି ମାମଲା ରୁଜୁ ହୋଇଥିଲା । ମାମଲାର ଶୁଣାଣି କରି ମୁମ୍ବାଇ ମେଟ୍ରୋପଲିଟାନ ମାଜିଷ୍ଟ୍ରେଟ କେତକୀ ଚଭନ ଦର୍ଶାଇଛନ୍ତି ଏହି ଘଟଣା ପରେ ଶିଳ୍ପା ନିଜ ଯୁକ୍ତି ଦର୍ଶାଇଥିଲେ । ସମସ୍ତ ଯୁକ୍ତି ଓ ଅଭିଯୋଗକୁ ଆଧାର କରି ଏହା ପ୍ରମାଣିତ ହୋଇଥିଲା ଯେ ଶିଳ୍ପାଙ୍କ ବିରୋଧରେ ହୋଇଥିବା ଅଭିଯୋଗ ଭିତ୍ତିହୀନ । ଏହି ଘଟଣାରେ ସେ ଜଣେ ପୀଡିତା । ୨୦୧୭ରେ ଏହି ମାମଲା ରାଜସ୍ଥାନରୁ ମୁମ୍ବାଇକୁ ନେବା ଲାଗି ଶିଳ୍ପା ଯେଉଁ ଆବେଦନ କରିଥିଲେ ତାହାକୁ ସୁପ୍ରିମକୋର୍ଟ ମଞ୍ଜୁରୀ ଦେଇଥିଲେ ।
ଏଥିସହିତ ପଢ଼ନ୍ତୁ: ଆଇପିଏସ୍ ଅସିତ୍ କୁମାର ପାଣିଗ୍ରାହୀଙ୍କ ସମେତ ୨୦ ପୋଲିସ କର୍ମଚାରୀଙ୍କୁ ମିଳିବ ରାଜ୍ୟପାଳ ପଦକ
ବୁଲିବାଠୁ ନେଇ ଭିଡିଓ ଦେଖିବା ଯାଏ, ଆପଣଙ୍କ ଉପରେ ନଜର ରଖିଛି ଗୁଗଲ୍
ନୂଆଦିଲ୍ଲୀ: ବିଶ୍ୱର ସବୁଠୁ ବଡ଼ ସର୍ଚ୍ଚ ଇଞ୍ଜିନ୍ ଗୁଗଲ ଆପଣଙ୍କ ଡାଟା ସଂଗ୍ରହ କରୁଛି । ଗୁଗଲ୍ ସଂଗ୍ରହ କରୁଥିବା ଡାଟା ଆପଣଙ୍କ ଭାବନା ଠାରୁ ଢ଼େର୍ ଅଧିକ । ଆପଣ ୟୁଟ୍ୟୁବରେ ଦେଖୁଥିବା ଭିଡିଓଠୁ ନେଇ ଆପଣ କେଉଁ ଆଡ଼େ, କେଉଁ ରାସ୍ତାରେ ଯାଉଛନ୍ତି ତାର ଟିକିନିଖି ଡିଟେଲ୍ସ ରଖୁଛି ଗୁଗଲ୍ ମ୍ୟାପ୍ । ତେବେ ଆପଣ ଏସବୁ ତଥ୍ୟକୁ ଡିଲିଟ୍ କରି ଆପଣଙ୍କ ଗୋପନୀୟତାକୁ ସୁରକ୍ଷିତ ରଖିପାରିବେ ।
ଆପଣଙ୍କ ହାତରେ ଆଇଫୋନ୍ କିମ୍ବ ଏଣ୍ଡ୍ରୟଡ୍ ଯାହା ବି ଥାଉ । କିନ୍ତୁ ଆପଣଙ୍କ ବ୍ୟକ୍ତିଗତ ସୂଚନା ଗୁଗଲ୍ ସର୍ଭରରେ ରହୁଛି । ୨୦୧୯ରିୁ ଗୁଗଲ୍ ଲୋକେସନ୍ ଡାଟାରେ ପରିବର୍ତ୍ତନ ଆଣିଛି । ଯେଉଁଥିରେ ରହିଛି ଅଟୋଡିଲିଟ୍ ବିକଳ୍ପ । ଯାହାଦ୍ୱାରା ଆପଣ ଲୋକେସନ୍ ଡାଟାକୁ ସ୍ୱତଃପ୍ରବୃତ ସମୟାନୁସାରେ ଡିଲିଟ୍ କରିପାରିବେ । ଏଥିସହ ଗୁଗଲ୍ ମ୍ୟାପରେ ଇକୋଗ୍ନିଟୋ ମୋଡ୍ ରହିଛି ।

ତେବେ ଗୁଗଲ୍ ନିକଟରେ ଥିବା ଆପଣଙ୍କ ତଥ୍ୟକୁ ଆକ୍ସେସ୍ କରି ହଟାଇ ହେବ । ସେଥିପାଇଁ ସର୍ବପ୍ରଥମେ ଆପଣଙ୍କୁ ଦେଖିବାକୁ ପଡ଼ିବ ଆପଣଙ୍କ ବିଷୟରେ ଇଣ୍ଟରନେଟ୍ ୟୁଜର୍ସଙ୍କୁ କଣ ଦେଖାଉଛି । ଏଥିପାଇଁ ବ୍ରାଉଜରରେ ଗୁଗଲ୍ ଆକାଉଣ୍ଟ ପେଜରେ କ୍ଲିକ୍ କରନ୍ତୁ । ଆଉ ସେଠାରେ ଆପଣଙ୍କ ୟୁଜରନେମ୍ ଟାଇପ୍ କରନ୍ତୁ । ଏହାପରେ ଆପଣଙ୍କୁ ମେନ୍ୟୁ ବାର ଦେଖାଯିବ । ସେଥିରୁ ଆପଣ ପର୍ସନାଲ ଇନଫୋ ଚୟନ କରି ସୂଚନା ଦେଖନ୍ତୁ । ସେଠାରେ ଆପଣଙ୍କ ଫଟୋ, ନାଁ, ଇମେଲ ଆଡ୍ରେସ, ଲିଙ୍ଗ, ଜନ୍ମଦିନ ଆଦିକୁ ପରିବର୍ତ୍ତନ ସହ ଡିଲିଟ୍ କରିପାରିବେ ।
ଆଉ ଯଦି ଆପଣଙ୍କ କିଛି ସୂଚନା ସର୍ବସାଧାରଣରେ ଉପଲବ୍ଧ ହେଉଛି ତାକୁ ପରିବର୍ତ୍ତନ କରି ବ୍ୟକ୍ତିଗତ କରିପାରିବେ । ଆଉ ଆପଣଙ୍କ ତଥ୍ୟକୁ ଡିଲିଟ୍ କରିବାକୁ ଚାହୁଁଥିଲେ ଗୁଗଲ୍ ଆକାଉଣ୍ଟରୁ ସାଇନ୍ ଇନ୍ କରି ଡାଟା ଆଣ୍ଡ ପ୍ରାଇଭେସୀକୁ ଯାଇ ଅଟୋ ଡିଲିଟ୍ ବିକଳ୍ପ ଚୟନ କରନ୍ତୁ ।
ଆଇପିଏସ୍ ଅସିତ୍ କୁମାର ପାଣିଗ୍ରାହୀଙ୍କ ସମେତ ୨୦ ପୋଲିସ କର୍ମଚାରୀଙ୍କୁ ମିଳିବ ରାଜ୍ୟପାଳ ପଦକ
ଭୁବନେଶ୍ୱର: ସାଧାରଣତନ୍ତ୍ର ଦିବସ ଅବସରରେ ଉଲ୍ଲେଖନୀୟ ସେବା ନେଇ ରାଜ୍ୟ ପୋଲିସ କର୍ମଚାରୀଙ୍କୁ ପ୍ରଦାନ କରାଯିବ ରାଜ୍ୟପାଳ ପଦକ । ବର୍ଷ ୨୦୨୧ ପାଇଁ ୪ଜଣ ଆଇପିଏସ୍ ଅଧିକାରୀଙ୍କ ସମେତ ମୋଟ ୨୦ ଜଣ ପାଇବେ ଆଓ୍ୱାର୍ଡ । ପୋଲିସ ଆଇଜି ଏସ. ପ୍ରବୀଣ କୁମାର, ଅସିତ ପାଣିଗ୍ରାହୀ, ଭଦ୍ରକ ଏସପି ଚରଣ ସିଂ ମୀନା, ବ୍ରହ୍ମପୁର ଏସପି ପିନାକ ମିଶ୍ର ପାଇବେ ପଦକ । ଏ ନେଇ ଗୃହ ବିଭାଗରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

ଅନ୍ୟମାନେ ହେଲେ ସମ୍ୱଲପୁର ଅତିରିକ୍ତ ଏସ୍ପି ତପନ କୁମାର ମହାନ୍ତି, ଓଏପିଏସ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ମାଧବାନନ୍ଦ ପ୍ରଧାନ, ରାଜ୍ୟ ଗୁଇନ୍ଦା ବିଭାଗ ଇନ୍ସପେକ୍ଟର ଏ.ଶ୍ରୀନିବାସ ଦୋରା, ସିଆଇଡି ଇନ୍ସପେକ୍ଟର ରତ୍ନାପ୍ରଭା ଶତପଥୀ, ବ୍ରହ୍ମପୁର ଇନ୍ସପେକ୍ଟର ସୁରେଶ କୁମାର ତ୍ରିପାଠୀ, ସିଆଇଡି ସବ୍ ଇନ୍ସପେକ୍ଟର ପ୍ରଦ୍ୟୁମ୍ନ କୁମାର ନନ୍ଦ, କୋରାପୁଟ ସବ୍ ଇନ୍ସପେକ୍ଟର ସୁଦର୍ଶନ ଅଧିକାରୀ, ଡେପୁଟୀ ସୁବେଦାର ଓଏସ୍ଏପି ସେକେଣ୍ଡ ବାଟାଲିୟନ୍ , କୋରାପୁଟ ପୋଲିସ ଏଏସ୍ଆଇ ସୀମାଞ୍ଚଳ ବେହେରା, ଭିଜିଲାନ୍ସ ଏଏସ୍ଆଇ ପ୍ରଣବ କୁମାର ନାୟକ, ଟିଟିଆଇ ଭୁବନେଶ୍ୱର ହାବିଲଦାର ଅଶୋକ କୁମାର ସାମନ୍ତରାୟ, କନେଷ୍ଟବଳ କିରଣ ଚନ୍ଦ୍ର ପାତ୍ର, କନେଷ୍ଟବଳ ଗୌତମ ପାତ୍ର, ଅନୁଗୁଳ କନେଷ୍ଟବଳ ସୁକେଶ ପ୍ରଧାନ, ଗୁଇନ୍ଦା କନେଷ୍ଟବଳ ସୁଶାନ୍ତ କୁମାର ରାଉତରାୟ, ଭିଜିଲାନ୍ସ କନେଷ୍ଟବଳ ରଶ୍ମୀରେଖା ପଣ୍ଡା ସମ୍ମାନଜନକ ରାଜ୍ୟପାଳ ପୁରସ୍କାର ପାଇବେ ।
ଲୋକସେବା ଭବନରେ ଜାତୀୟ ଭୋଟର ଦିବସ ସଂକଳ୍ପ ପାଠ
ଭୁବନେଶ୍ୱର: ଆଜି ଜାତୀୟ ମତଦାତା ଦିବସ ଅବସରରେ ରାଜ୍ୟ ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଏବଂ ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନା ସମସ୍ତ ଅଧିକାରୀ ଓ କର୍ମଚାରୀମାନଙ୍କୁ ସଂକଳ୍ପ ପାଠ କରାଇଥିଲେ ।
ଜାତୀୟ ଭୋଟର ଦିବସର ସଂକଳ୍ପ ଥିଲା ଆମେ ଭାରତର ନାଗରିକବୃନ୍ଦ, ଗଣତନ୍ତ୍ରରେ ନିଜର ପୂର୍ଣ୍ଣ ଆସ୍ଥା ରଖି ଏହି ଶପଥ ନେଉଛୁ କି ଆମେ ନିଜ ଦେଶର ଗଣତାନ୍ତ୍ରିକ ପରମ୍ପରାର ମର୍ଯ୍ୟାଦା ବଜାୟ ରଖିବୁ ତଥା ମୁକ୍ତ, ଅବାଧ, ଏବଂ ଶାନ୍ତିପୂର୍ଣ୍ଣ ନିର୍ବାଚନର ଗରିମାକୁ ଅକ୍ଷୁର୍ଣ୍ଣ ରଖି ନିର୍ଭିକ ହୋଇ, ଜାତି, ବର୍ଣ୍ଣ, ଗୋଷ୍ଠୀ, ଭାଷା ଅଥବା ଅନ୍ୟ କୌଣସି ପ୍ରଲୋଭନରେ ପ୍ରଭାବିତ ନ ହୋଇ ପ୍ରତ୍ୟେକ ନିର୍ବାଚନରେ ନିଜ ମତାଧିକାରର ପ୍ରୟୋଗ କରିବୁ । ମୁଖ୍ୟ ଶାସନ ସଚିବଙ୍କ ଲୋକ ସମ୍ପର୍କ ଅଧିକାରୀ ଡ ଉମାକାନ୍ତ ମହାପାତ୍ର ଏହି ସଂକଳ୍ପପାଠ ସଭାର ସଂଯୋଜନା କରିଥିଲେ ।


