ଆଜି ବି ଜାରି ରହିବ ଗ୍ରୀଷ୍ମଲହରୀ, ୫ ଜିଲ୍ଲାରେ ଜାରି ହୋଇଛି ସତର୍କ

1 min read

ଭୁବନେଶ୍ୱର: ଆଜି ବି ରାଜ୍ୟରେ ଜାରି ରହିବ ଗ୍ରୀଷ୍ମଲହରୀ । ଏଥିପାଇଁ ୫ଟି ଜିଲ୍ଲାରେ ଜାରି ହୋଇଛି ସତର୍କ ସୂଚନା । ବିଶେଷ କରି ଅନୁଗୁଳ, ସମ୍ବଲପୁର, ସୋନପୁର, ବୌଦ୍ଧ ଓ ବଲାଙ୍ଗୀରରେ ଅଧିକ ଖରା ଅନୁଭୂତ ହେବ । ତେବେ ଆସନ୍ତାକାଲିଠାରୁ ପାଗରେ ପରିବର୍ତ୍ତନ ହେବା ସହିତ ତାତି କମିବ । ଏହା ସହିତ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରୁ ବହୁଥିବା ଉତ୍ତପ୍ତ ବାୟୁ କ୍ରମେ ଦୁର୍ବଳ ହୋଇଯିବ । ସମୁଦ୍ର ମଧ୍ୟରୁ ରାଜ୍ୟକୁ ଶୀତଳପବନ ପ୍ରବେଶ କରିବ । ଯାହା ଫଳରେ ତାପମାତ୍ରା ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବ ।

ଗତ ୨୪ ଘଣ୍ଟାରେ ରାଜ୍ୟର ୨ଟି ସହରର ତାପମାତ୍ରା ୪୦ ଡିଗ୍ରୀ ପାର କରିଛି । ୪୦.୬ ସହିତ ବଲାଙ୍ଗୀର ସବୁଠୁ ଉତ୍ତପ୍ତ ସହର ପାଲଟିଛି । ସେପଟେ ଆସନ୍ତା ୨୩ ମାର୍ଚ୍ଚରେ ବାତ୍ୟା ଆସାନୀ ବାଂଲାଦେଶ ଏବଂ ପାର୍ଶ୍ୱବର୍ତ୍ତୀ ଉତ୍ତର ମିଆଁମାର ଉପକୂଳରେ ସ୍ଥଳଭାଗ ଛୁଇଁବ । ତେବେ ଏହାର କୌଣସି ପ୍ରଭାବ ରାଜ୍ୟ ଉପରେ ପଡିବ ନାହିଁ ବୋଲି ସ୍ପଷ୍ଟ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।