ରାଉରକେଲା ଗସ୍ତ କରିବେ ଫାଇଭ୍‌-ଟି ସଚିବ ଭି.କେ ପାଣ୍ଡିଆନ୍

1 min read

ରାଉରକେଲା: ହକି ଷ୍ଟାଡିୟମ୍ ନିର୍ମାଣ କାର୍ଯ୍ୟ ତଦାରଖ କରିବେ ଫାଇଭ୍‌-ଟି ସଚିବ । ରାଉରକେଲା ଗସ୍ତ କରିବେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଓ ଫାଇଭ୍‌-ଟି ସଚିବ ଭି.କେ ପାଣ୍ଡିଆନ୍  । ବିପିୟୁଟି ପରିସରରେ ନିର୍ମିତ ହେଉଥିବା ଅନ୍ତର୍ଜାତୀୟ ସ୍ତରର ଦେଶର ସର୍ବବୃହତ ହକି ଷ୍ଟାଡିୟମ୍ ନିର୍ମାଣ କାର୍ଯ୍ୟ ତଦାରଖ କରିବେ ।  ଏହାସହ ବିଭାଗୀୟ ଓ ପ୍ରଶାସନିକ ଅଧିକାରୀଙ୍କ ସହ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟର ସମୀକ୍ଷା କରିବାର କାର୍ଯ୍ୟକ୍ରମ ରହିଛି ।

ଏନେଇ ଶୁକ୍ରବାର ସକାଳ ୧୦ ଟା ୧୫ରେ  ରାଉରକେଲା ଏୟାରପୋର୍ଟରେ ପହଞ୍ଚିବେ । ସକାଳ ୧୦ ଟା ୨୫ ସମୟରେ ବିପିୟୁଟି ପରିସରରେ ନିର୍ମିତ ହେଉଥିବା ଆନ୍ତର୍ଜାତୀୟ ସ୍ତରର ଦେଶର ସର୍ଵ ଵୃହତ ହକି ଷ୍ଟାଡିୟମ୍ ନିର୍ମାଣ କାର୍ଯ୍ୟ ଅନୁଧ୍ୟାନ କରିଵେ । ୨୦୨୨ ଜୁଲାଇ ସୁଦ୍ଧା ହକି ଷ୍ଟାଡିୟମ୍ ନିର୍ମାଣ କାର୍ଯ୍ୟ ଶେଷ କରିବା ପାଇଁ ଲକ୍ଷ୍ୟଧାର୍ଯ୍ୟ କରାଯାଇଛି ।

ସେହିପରି ଶିଳ୍ପ ସଚିବ ହେମନ୍ତ ଶର୍ମା, ରାଜ୍ୟ କ୍ରୀଡ଼ା ଓ ଯୁବ ବ୍ୟାପାର ସଚିବ ଆର ଭିନିଲ କ୍ରୀଷ୍ଣା ଓ ଇଡକୋ ଏମଡି ଭୁପିନ୍ଦ୍ର ସିଂ ପୁନିଆ ମଧ୍ୟ ରାଉରକେଲା ଗସ୍ତ କରିବା କାର୍ଯ୍ୟକ୍ରମ ରହିଛି ।