ପେରୁ ମରୁଭୂମୀରୁ ମିଳିଲା ସାଢେ ୩କୋଟି ବର୍ଷ ତଳର ହ୍ୱେଲ

1 min read

ନୂଆଦିଲ୍ଲୀ: ଗବେଷକମାନେ ଗୁରୁବାର ଦିନ ଗୋଟିଏ ପ୍ରାଚୀନ ହ୍ୱେଲ ମାଛର କଙ୍କାଳ ଚିହ୍ନଟ କରିଛନ୍ତି । ଏହି ମାଛଟି ପ୍ରାୟ ସାଢେ ୩କୋଟି ବର୍ଷ ତଳେ ସମୁଦ୍ରରେ ଦେଖିବାକୁ ମିଳୁଥିଲା । ଗତ ବର୍ଷ ଏହି ମାଛଟିର ଜୀବାଶ୍ମ ପେରୁର ମରୁଭୂମୀରେ ଦେଖିବାକୁ ମିଳିଥିଲା ।

କଙ୍କାଳକୁ ନେଇ ଗବେଷଣଆ କରୁଥିବା ଦଳର ମୁଖ୍ୟ ମାରିୟା ଉର୍ବିନା କହିଛନ୍ତି ଯେ, ଆମେ ନୂଆ ପେରୁବିୟନ ବେସିଲୋସୋରସ୍ ବାହାର କରିଛୁ, ଏହା ଏକ ପୂରାତନ ହ୍ୱେଲ ମାଛର ଖପୁରି ଯିଏ ସାଢେ ୩କୋଟି ବର୍ଷ ପୂର୍ବରୁ ବାସ କରୁଥିଲେ । ୨୦୨୧ର ଶେଷ ଆଡ଼କୁ ଲୀମାଠାରୁ ପାଖାପାଖି ୩୫୦ କିଲୋମିଟର ଦକ୍ଷିଣରେ ମରୁଭୂମୀରେ ଏହାର ଜୀବାଶ୍ମକୁ ଉଦ୍ଧାର କରାଯାଇଥିଲା । ଲକ୍ଷାଧିକ ବର୍ଷ ପୂର୍ବରୁ ଏଠାରେ ଏକ ଅସ୍ଥାୟୀ ସମୁଦ୍ର ଥିଲା, ତେଣୁ ଏଠାରୁ ବହୁ ସଂଖ୍ୟାରେ ଆଦିମ ସାମୁଦ୍ରିକ ଜୀବାଶ୍ମ ମିଳିଛି ।

ମାର୍କୋସ ନ୍ୟାସନାଲ ୟୁନିଭରସିଟିର ଗବେଷକ ଉର୍ବିନା କହିଛନ୍ତି ଯେ ଏହି ଗବେଷଣା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ କାରଣ ଦୁନିଆରେ ଅନ୍ୟ କୌଣସି ସ୍ଥାନରୁ ଏମିତି ନମୁନା ସଂଗ୍ରହ କରାଯାଇପାରିନାହିଁ । ଦଳର ସଦସ୍ୟ ରୋଡୋଲଫୋ ସାଲାସ୍-ଜିସମୋଣ୍ଡି କରିଛନ୍ତି ଯେ, ବେସିଲୋସୋରସ୍ ର ଆକାର ଏବଂ ଦାନ୍ତର ବିକାଶ ଅନ୍ୟ ଜଣାଶୁଣା ପ୍ରାଚୀନ ହ୍ୱେଲ ପ୍ରଜାତିଠାରୁ ସମ୍ପୂର୍ଣ୍ଣ ଭିନ୍ନ, ତେଣୁ ଏହି ଜୀବର ଖାଦ୍ୟ ସମ୍ପର୍କରେ ସ୍ପଷ୍ଟ ଜଣାପଡ଼େ । ସେ ଏହା ଏକ ଅସାଧାରଣ ଗବେଷଣା ବୋଲି ମଧ୍ୟ କହିଛନ୍ତି ।

ତେବେ ଏହି ପ୍ରକାର ଜୀବାଶ୍ମ ଯୋଗୁଁ ପେରୁ ସମୁଦ୍ରର ଇତିହାସକୁ ପୁନଃ  ନିର୍ମାଣ କରିପାରିବ ବୋଲି ଗବେଷକମାନେ କହିଛନ୍ତି । ବେସିଲୋସରସ୍ ପରି ପ୍ରଥମେ କେଟେସିୟନ ପାଖାପାଖି ୫କୋଟି ବର୍ଷ ପୂର୍ବେ ସ୍ଥଳ ପ୍ରାଣୀମାନଙ୍କଠାରୁ ଉତ୍ପନ୍ନ ହୋଇଥିଲେ ।