ଅର୍ଥନୈତିକ ପରିଚାଳନାରେ ଓଡ଼ିଶା ୧ ନମ୍ୱର ରାଜ୍ୟ ହେବ : ଅର୍ଥମନ୍ତ୍ରୀ

1 min read

ଭୁବନେଶ୍ୱର:ଅର୍ଥନୈତିକ ପରିଚାଳନାରେ ଓଡ଼ିଶା ଦେଶର ଏକ ନମ୍ବର ରାଜ୍ୟ । ମାର୍ଚ୍ଚ 31ରେ କର୍ଣ୍ଣାଟକକୁ ପଛରେ ପକାଇ ଓଡ଼ିଶା ଏକ ନମ୍ବର ରାଜ୍ୟ ହେବ । ବିଧାନସଭାରେ କଂଗ୍ରେସ ବିଧାୟକ ସୁରେଶ ରାଉତରାୟଙ୍କ ପ୍ରଶ୍ନର ଉତ୍ତର ଦେଇ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଏହା କହିଛନ୍ତି । ରାଜ୍ୟ ସରକାର ଯେତିକି ଋଣ କରୁଛନ୍ତି, ସେ ସବୁ କେବଳ ରାଜ୍ୟର ବିକାଶମୂଳକ କାର୍ଯ୍ୟରେ ଖର୍ଚ୍ଚ କରାଯାଉଛି । ଏହି ଟଙ୍କାରେ କର୍ମଚାରୀଙ୍କୁ ଦରମା ଦିଆଯାଉ ନାହିଁ । ବର୍ତ୍ତମାନ ସୁଦ୍ଧା ରାଜ୍ୟ ସରକାର ବିଭିନ୍ନ ଉତ୍ସରୁ 1 ଲକ୍ଷ 6 ହଜାର କୋଟି ଟଙ୍କା ଋଣ କରିଛନ୍ତି ।

ବର୍ତ୍ତମାନ ରାଜ୍ୟର ମୁଣ୍ଡ ପିଛା ଋଣ ଭାର 22 ହଜାର 827 ଟଙ୍କା ରହିଛି । । ଫିସକାଲ ରେସପନସିବିଲିଟି ଆଣ୍ଡ ବଜେଟ ମ୍ୟାନେଜମେଣ୍ଟ ବା FRBM ଆକ୍ଟ ଅନୁଯାୟୀ 25 ପ୍ରତିଶତ ଋଣ କରିବାର ଧାର୍ଯ୍ୟଠୁ ଆମେ ବହୁତ ତଳେ ରହିଛୁ ବୋଲି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଛନ୍ତି । ବିଧାନସଭା ବଜେଟ୍ ଅଧିବେଶନର ତୃତୀୟ ଦିନରେ ଏହି ପ୍ରସଙ୍ଗରେ ସରଗରମ ଆଲୋଚନା ହୋଇଛି । ବିଜୁ ବିସ୍ଥ୍ୟ କଲ୍ୟାଣ ଯୋଜନାର କାର୍ଯ୍ୟକାରୀତାକୁ ନେଇ ବିଧାନସଭାରେ ବିରୋଧୀ ଉଠାଇଛନ୍ତି ପ୍ରଶ୍ନ । ତେବେ ଏହି ଯୋଜନାରେ ରାଜ୍ୟ ଭିତରେ 315 ବେସରକାରୀ ହସ୍ପିଟାଲ ଓ ରାଜ୍ୟ ବାହାରେ 15 ଟି ହସ୍ପିଟାଲକୁ ଅନ୍ତର୍ଭୁକ୍ତ କରାଯାଇଛି । ସେପ୍ଟେମ୍ବର 2021 ରୁ ଆଜି ସୁଦ୍ଧା 1 ଲକ୍ଷ 20552 ପରିବାର ଆବେଦନ କରିଛନ୍ତି । ରାଜ୍ୟ ସରକାର 231 କୋଟି 38 ଲକ୍ଷ 63 ହଜାର 98 ହଜାର ଟଙ୍କା ପଇଠ କରିଥିବା ନେଇ ଗୃହରେ ଉତ୍ତର ରଖିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ।

ଏଥିସହିତ ପଢ଼ନ୍ତୁ: ବିଜେପି ରାଜ୍ୟ ନେତୃତ୍ୱକୁ ନେଇ ଅସନ୍ତୋଷ ବ୍ୟକ୍ତ କଲେ ଅପରାଜିତା