ଫିଲ୍ମ ‘ଦି କାଶ୍ମୀର ଫାଇଲସ୍’ ଦେଖିବା ପରେ ବଦଳାଗଲା ସ୍କୁଲ’ର ନାଁ

1 min read

ନୂଆଦିଲ୍ଲୀ: ଫିଲ୍ମ ‘ଦି କାଶ୍ମୀର ଫାଇଲସ୍’ ରିଲିଜ ହେବା ପରେ ଦିନକୁ ଦିନ ଏହାକୁ ନେଇ ନୂଆ ନୂଆ କଥା ସାମ୍ନାକୁ ଆସୁଛି । ଏହାକୁ ନେଇ ଲଗାତାର ଦର୍ଶକ ପ୍ରତିକ୍ରିୟା ରଖୁଛନ୍ତି । କେବଳ ସେତିକି ନୁହେଁ ଏବେ ଏହି ଫିଲ୍ମ ପାଇଁ ସ୍କୁଲର ନାମକୁ ବଦଳା ଯାଇଛି । ସୂଚନା ଅନୁସାରେ, ଉତ୍ତର ଦିଲ୍ଲୀର ନଗର ପାଳିକା ସ୍କୁଲର ନାମ ବଦଳାଇ କାଶ୍ମୀର ପଣ୍ଡିତ ନେତା ଟୀକାଲାଲ ଟପଲୁଙ୍କ ନାଁରେ ରଖାଯାଇଛି । ତେବେ ତାଙ୍କର ମୃତ୍ୟୁ ୩୩ବର୍ଷ ପୂର୍ବରୁ ଶ୍ରୀନଗରରେ ହୋଇଥିଲା ।

ଉତ୍ତର ଦିଲ୍ଲୀର ନଗର ନିଗମ(ଏନଡିଏମସି)ଙ୍କ ତରଫରୁ ରବିବାର ଦିନ ଗୋଟିଏ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂ ଉପସ୍ଥିତ ଥିଲେ । ଏନଡିଏମସିର ଅଧ୍ୟକ୍ଷ ଡାକ୍ତର ଆଲୋକ ଶର୍ମା କହିଛନ୍ତି ଯେ, ଏନଡିଏମସି ପ୍ରାଇମେରୀ ସ୍କୁଲ’ର ନାମ ବଦଳାଇ ଟଶହୀଦ ଟିକାଲାଲ ଟପଲୁ’ କରି ଦିଆଯାଇଛି । ତାଙ୍କୁ ଆମ ତରଫରୁ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ସେ ଆଉ ମଧ୍ୟ କହିଛନ୍ତି ଯେ, ସେ କାଶ୍ମୀର ପଣ୍ଡିତ ନେତା ଟୀକାଲାଲ ଟପଲୁଙ୍କ ନାଁରେ ସ୍କୁଲ ରଖିବାର ପ୍ରସ୍ତାବ ମେୟରଙ୍କୁ ଦେଇଥିଲେ ଯାହାକୁ ପରେ ଅନୁମତି ମିଳିଥିଲା ।

ଟୀକା ଲାଲ ଟପଲୁ କିଏ ?

ସୂଚନା ଅନୁସାରେ ଟପଲୁଙ୍କୁ ୧୯୮୯ରେ ଶ୍ରୀନଗରରେ ଗୁଳି କରି ହତ୍ୟା କରି ଦିଆଯାଇଥିଲା । ଏହି ଘଟଣାର ଉଲ୍ଲେଖ ‘ଦି କାଶ୍ମୀର ଫାଇଲସ’ରେ ଦର୍ଶା ଯାଇଛି । ସେ କହିଛନ୍ତି ଯେ, ସ୍କୁଲର ନାମ ତାଙ୍କ ନାମ ଦ୍ୱାରା ରଖିଲେ ପିଲାଙ୍କୁ ପ୍ରେରଣା ମିଳିବ । ମନ୍ତ୍ରୀ ଜିତେନ୍ଦ୍ର ସିଂ କହିଛନ୍ତି ଯେ,  କାଶ୍ମୀର ପଣ୍ଡିତଙ୍କ ପଳାୟନ ଏବଂ ତାହା ପରେ ହୋଇଥିବା ହିଂସା ଚରମରେ ପହଞ୍ଚି ଥିଲା । ଯାହାକୁ ସେଠାରେ ଥିବା କାଶ୍ମୀର ପଣ୍ଡିତମାନେ ଅନୁଭବ କରିଛନ୍ତି ।