spot_img
Home Blog Page 4593

ସାର ଜୀବନ ରାଜା ଭଳି ଜୀବନ ବିତାଏ, ଶେଷରେ କରେ ଆତ୍ମହତ୍ୟା

ଭୁବନେଶ୍ବର: ଜଙ୍ଗଲର ରାଜା ସିଂହ । ଯାହାର ଗୋଟିଏ ଗର୍ଜନରେ ଥରି ଯାଏ ପୂରା ଜଙ୍ଗଲ । ଜାଣିଲେ ଆଶ୍ଚର୍ଯ୍ୟ ହେବେ ଦୁଇବର୍ଷର ହୋଇଯିବା ପରେ ଗୋଟିଏ ସିଂହ ଜଙ୍ଗଲରେ ରାଜୁତି କରିବା ଆରମ୍ଭ କରିଥାଏ । ହେଲେ ଏହି ମହାବଳି ରାଜା ଶେଷ ଜୀବନରେ କରିଥାଏ ଆତ୍ମହତ୍ୟା । ଏହା ହିଁ ଜଙ୍ଗଲ ନିୟମ । ବୃଦ୍ଧାବସ୍ଥାରେ ଗୋଟିଏ ସିଂହ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ଦିନ କଟିଥାଏ । ପୂରା ପରିବାର ଦଳରୁ ବହିଷ୍କାର କରି ତାକୁ ଏକା ଏକା ମରିବାକୁ ଛାଡି ଚାଲି ଯାଇଥାନ୍ତି । ବାର୍ଦ୍ଧକ୍ୟ ଅବସ୍ଥାରେ ଦଳରୁ ବିଦା ହୋଇ ଜଙ୍ଗଲ ରାଜା ଦାନା ଟିକେ ପାଇଁ ଡହଳବିକଳ ହୋଇଥାଏ । ସ୍ଥିତି ଏମିତି ହୋଇଥାଏ ଯେ, ଖାଇବାକୁ ନପାଇ ଗୋଟିଏ ସ୍ଥାନରେ ପଡି ପଡି ଚାଲି ଯାଇଥାଏ ତା’ ଜୀବନ । କହିବାକୁ ଗଲେ ଏକ ପ୍ରକାର ଆତ୍ମହତ୍ୟା କରି ଦେଇଥାଏ ସିଂହ । ସିଂହଙ୍କ ଏମିତି ଦୟନୀୟ ଅନ୍ତକୁ ନେଇ ଆମର ବିଶେଷ ଉପସ୍ଥାପନା ‘ଜଙ୍ଗଲ ରାଜାଙ୍କ ଆତ୍ମହତ୍ୟା’ ।

ବୁଢା ସିଂହକୁ ମରିବାକୁ ଛାଡି ଚାଲି ଯାଆନ୍ତି ପରିବାର

ଚିଡିଆଖାନାରେ ତ ସିଂହ ଦେଖିଥିବେ । କେବେ ଜଙ୍ଗଲରେ ସିଂହ ଦେଖିଛନ୍ତି କି ? ଜଙ୍ଗଳରେ ସିଂହ ହାବୁଡରେ ପଡିବା କଥା ଚିନ୍ତା କରିଛନ୍ତି କି ? ଏମିତି କଥା ଭାବିବା ବେଳକୁ ଦେହ ଶିହରି ଉଠୁଛି । ଯଦି ଭାବନା ସତ ହୋଇଯିବ ତେବେ ମଣିଷର ଅବସ୍ଥା ଜଙ୍ଗଲର ଏହି ବାହୁବଳୀ ଆଗରେ କ’ଣ ହେବ ? ମଣିଷ କଥା ଛାଡ଼ନ୍ତୁ, ସିଂହର ଗୋଟିଏ ଗର୍ଜନରେ ପୂରା ଜଙ୍ଗଲ ଥରି ଯାଇଥାଏ । ହେଲେ ଏହି ବଳଶାଳୀ ଜୀବ ଅନ୍ତିମ ସମୟରେ କରିଥାଏ ଆତ୍ମହତ୍ୟା ।

ସିଂହ ଯେବେ ବୁଢ଼ା ହୋଇଯାଏ ତା’ ଶରୀରରେ ପୂର୍ବ ଭଳି ଶକ୍ତି ରହି ନଥାଏ । ନିଜ ଅନ୍ତିମ ସମୟରେ ବହୁତ ଖରାପ ସମୟ ଦେଇ ଗତି କରିଥାଏ ଜଙ୍ଗଲର ରାଜା । ଅନ୍ତିମ ସମୟରେ ଶିକାର ବି ମିଳିନଥାଏ । ଦିନ ଦିନ ଧରି ସିଂହକୁ ଭୋକିଲା ରହିବାକୁ ପଡିଥାଏ । ଏମିତି ସ୍ଥିତିରେ ସିଂହ ଜୀବନରୁ ମୋହ ତୁଟାଇ ଆତ୍ମହତ୍ୟା କରିଦେଇଥାଏ ।

କିଶୋର ସିଂହ ଦଳରୁ କରନ୍ତି ବହିଷ୍କାର

ସିଂହ ସବୁ ବେଳେ ଦଳରେ ରହିଥାଏ । ଗୋଟିଏ ଗୋଟିଏ ଦଳରେ ୧୫ରୁ ୨୦ଟି ସିଂହ ରହିଥାନ୍ତି । ଗୋଟିଏ ଦଳରେ ୩ରୁ ଅଧିକ ସିଂହୀ ଓ ପିଲା ଥାନ୍ତି ।  ବାକି ସବୁ ସିଂହ । ସିଂହୀ ପିଲା ଦେବାର ପ୍ରାୟ ଦୁଇ ସପ୍ତାହ ପରେ ସେମାନଙ୍କ ଆଖି ଖୋଲିଥାଏ ଓ ୪ ସପ୍ତାହ ପରେ ଏମାନେ ଚାଲିବା ଆରମ୍ଭ କରିଥାନ୍ତି । ଏହାପରେ ସେମାନେ ମାତା ସିଂହ ଓ ଦଳ ସହ ଶିକରକୁ ଯାଇଥାନ୍ତି । ସିଂହ ଓ ସିଂହୀଙ୍କ ଶିକାର ଦେଖି ଏମାନେ ଭବିଷ୍ୟତ ପାଇଁ ନିଜକୁ ପ୍ରସ୍ତୁତ କରିଥାନ୍ତି ଓ ପ୍ରାପ୍ତ ବୟସର ହେବା ବେଳକୁ ନିଜ ଜାତି ଭଳି ଜଣେ ଜଣେ ପରିପକ୍ବ ଶିକାରୀ ହୋଇଯାଇଥାନ୍ତି । ଏହି ସମୟରେ ବୁଢା ହୋଇ ଯାଇଥିବା ସିଂହଙ୍କୁ ଏହି ପିଲାମାନେ ସେମାନଙ୍କ ଦଳରୁ ବାହାର କରିଦେଇଥାନ୍ତି । ସିଂହଙ୍କ ପରିବାରର ଏହି ପରମ୍ପରା କାହିଁ କେତେ ଦିନରୁ ଚାଲି ଆସୁଛି ।

ଦଳରୁ ବାହାର ହେବା ପରେ ବୁଢା ସିଂହ ସମ୍ପୂର୍ଣ୍ଣ ଏକା ହୋଇଯାଇଥାଏ । ଶିକାର ପଛରେ ଦୌଡ଼ି ତାକୁ ଧରିବା ତା’ପକ୍ଷେ ସମ୍ଭବ ହୋଇନଥାଏ । ଏମିତି ସ୍ଥିତିରେ ମଲା ଜୀବ ଖାଇବା ଆରମ୍ଭ କରିଥାଏ । ହେଲେ ବୁଢା ସିଂହର ଭାଗ୍ୟ ଏତେ ବି ଭଲ ନଥାଏ ଯେ, ସହଜରେ ତାକୁ ମଲା ଜୀବ ମିଳିଯିବେ । ଦିନ ଦିନ ଧରି ଭୋକିଲା ରହିବା ପରେ ଏମିତି ଜୀବନକୁ ନେଇ ଅତିଷ୍ଠ ହୋଇଯିବା ସହ ସିଂହ ଆତ୍ମହତ୍ୟା ଭଳି ପନ୍ଥା ବାଛି ନେଇଥାଏ । କାରଣ ସିଂହ ଏମିତି ଏକ ଜୀବ, ଯିଏ ଭୋକ ସହି ପାରିନଥାଏ । ଅଧିକାଂଶ ସିଂହ ଭୋକରେ ଅତିଷ୍ଠ ହୋଇ ଶେଷ ସମୟରେ ଆତ୍ମହତ୍ୟା କରି ଦେଇଥାନ୍ତି ।

ଆମେ ଯେମିତି ସାମାଜିକ ନିୟମରେ ବନ୍ଧା, ପ୍ରତ୍ୟେକ ଜୀବ ମଧ୍ୟ ସେମାନଙ୍କ ଦ୍ବାରା ନିର୍ଦ୍ଧାରିତ ନିୟମରେ ବନ୍ଧା । ସିଂହ ଏଥିରୁ ବାଦ ପଡିବ ବା କେମିତି ? ଯୁବାବସ୍ଥାରେ ଦଳରେ ରହି ଜଙ୍ଗଲରେ ରାଜ କରୁଥିବା ସିଂହକୁ ବୁଢା ବୟସରେ ଏକା ଏକା ଜୀବନ ବିତାଇବା ଓ ଖାଇବାକୁ ନପାଇ ଆତ୍ମହତ୍ୟା ଭଳି ପନ୍ଥା ଆପଣାଇବା ଜଙ୍ଗଲ ନିୟମ ଓ ଏହା ଆଗକୁ ଜାରି ରହିବ ।

ଆଜିଠୁ ମାର୍ଚ୍ଚ ୧୬ ପର୍ଯ୍ୟନ୍ତ ଖୋଲା ରହିବ ମୁଗଲ ଗାର୍ଡେନ, କେବଳ ଅନଲାଇନରେ ବୁକିଂ କରିପାରିବେ ଟିକେଟ

ନୂଆଦିଲ୍ଲୀ: ଆଜିଠାରୁ ସର୍ବସାଧାରଣଙ୍କ ଲାଗି ଖୋଲିବ ମୁଗଲ ଗାର୍ଡେନ । ଆସନ୍ତା ମାର୍ଚ୍ଚ ୧୬ ପର୍ଯ୍ୟନ୍ତ ଖୋଲା ରହିବ ରାଷ୍ଟ୍ରପତି ଭବନ ଅନ୍ତର୍ଗତ ପୁଷ୍ପ ଉଦ୍ୟାନ । ତେବେ କେବଳ ଅନଲାଇନ ଜରିଆରେ ଟିକେଟ ବୁକିଂ କରିବାକୁ କୁହାଯାଇଛି । ଚଳିତବର୍ଷର ମୁଖ୍ୟ ଆକର୍ଷଣ ହେବ ୧୧ ପ୍ରକାରର ଟୁଲିପ । ଏହି ଫୁଲ ଫେବ୍ରୁଆରୀରେ ଫୁଟିବା ଆରମ୍ଭ ହୋଇଥାଏ । ଗତ ଗୁରୁବାର ରାଷ୍ଟ୍ରପତି ରାମନାଥ କୋବିନ୍ଦ ବାର୍ଷିକ ଉଦ୍ୟାନୋତ୍ସବକୁ ଉଦଘାଟନ କରିଥିଲେ । ସକାଳ ୧୦ଟାରୁ ଅପରାହ୍ଣ ୫ଟା ପର୍ଯ୍ୟନ୍ତ ଉଦ୍ୟାନ ଖୋଲା ରହିବ । ପ୍ରତ୍ୟେକ ସ୍ଲଟରେ ସର୍ବାଧିକ ୧୦୦ ଲୋକଙ୍କୁ ଅନୁମତି ମିଳିବ । ସାଥୀରେ ମୋବାଇଲ ନେଇପାରିବା ଲାଗି ଦର୍ଶକଙ୍କୁ ଅନୁମତି ଦିଆଯିବ । ତେବେ କ୍ୟାମେରା, ରେଡିଓ, ଟ୍ରାଞ୍ଜିଷ୍ଟର, ବ୍ୟାଗ, ପାଣି ବୋତଲକୁ ନିଷିଦ୍ଧ କରାଯାଇଛି । ଥର୍ମାଲ ସ୍କ୍ରିନିଂ ପରେ ଦର୍ଶକଙ୍କୁ ପ୍ରବେଶ ପାଇଁ ଅନୁମତି ମିଳିବ ଏବଂ ମାସ୍କକୁ ବାଧ୍ୟତାମୂଳକ କରାଯିବ । ପ୍ରାୟ ୧୫ ଏକର ପରିମିତ ସ୍ଥାନରେ ପ୍ରତିଷ୍ଠିତ ମୁଗଲ ଗାର୍ଡେନରେ ୧୫୯ ପ୍ରକାର ଗୋଲାପ ଫୁଲ ଗଛ ରହିଛି ।

ପୁରୀରେ ୫-ଟି ସଚିବ ଭି.କେ ପାଣ୍ଡିଆନ, ଶ୍ରୀଜିଉଙ୍କୁ କଲେ ଦର୍ଶନ

ପୁରୀ: ଆଜି ପୁରୀ ଆସି ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି ୫-ଟି ସଚିବ ଭି.କେ ପାଣ୍ଡିଆନ। ସପରିବାର ସେ ଆଜି ସକାଳୁ ପୁରୀ ପହଂଚି ଶ୍ରୀମନ୍ଦିରକୁ ଯାଇଥିଲେ। ଶ୍ରୀମନ୍ଦିରରେ ସେ ୪୫ ମିନିଟ ରହିବା ସହ ଶ୍ରୀଜିଉଙ୍କୁ ଦର୍ଶନ କରିଥିଲେ। ଶ୍ରୀମନ୍ଦିର ଭିତରେ ବେଡ଼ା ପରିକ୍ରମା କରିବା ସହ ଦର୍ଶନ ସାରି ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରିଛନ୍ତି ୫-ଟି ସଚିବ । ତାଙ୍କ ସହିତ ତାଙ୍କ ପତ୍ନୀ ସୁଜାତା କାର୍ତ୍ତିକେୟାନ ମଧ୍ୟ ଶ୍ରୀଜିଉଙ୍କ ଦର୍ଶନ କରିଥିଲେ।

ଆଜିଠୁ IPL ମେଗା ନିଲାମ, ନିଲାମୀରେ ସାମିଲ ହୋଇଛନ୍ତି ୫୯୦ ଖେଳାଳି

ବାଙ୍ଗାଲୋର: ଆଜିଠୁ ଦୁଇଦିନ ଧରି ବାଙ୍ଗଲୋରରେ ଅନୁଷ୍ଠିତ ହେବ ଆଇପିଏଲ୍ ମେଗା ଅକ୍ସନ । ବାଙ୍ଗାଲୋରରେ ହେବାକୁ ଥିବା ଏହି ଦୁଇ ଦିନିଆ ନିଲାମ ପ୍ରକିୟାରେ ୧୦ ଦଳ ସେମାନଙ୍କ ବଳକା ରାଶି ବିନିଯୋଗ କରି ଖେଳାଳିଙ୍କୁ କିଣିବା ପାଇଁ ଚେଷ୍ଟା କରିବ । ଇଣ୍ଡିଆନ ପ୍ରିମିୟର ଲିଗ୍ ସିଜନ-୧୫ ମେଗା ଅକ୍ସନରେ ସାମିଲ ହେବେ ମୋଟ ୫୯୦ ଜଣ ଖେଳାଳି । ସେମାନଙ୍କ ମଧ୍ୟରେ ମୋଟ ୨୨୭ ଜଣ ବିଦେଶୀ ଖେଳାଳି ରହିଛନ୍ତି । ଏହି ମେଗା ଅକ୍ସନରେ ସାମିଲ ହୋଇଥିବା ସମସ୍ତ ଖେଳାଳିଙ୍କ ନାଁ ଜାରି କରିଛି ବିସିସିଆଇ । ତେବେ ଭାରତୀୟଙ୍କ ମଧ୍ୟରେ ଶ୍ରେୟସ ଆୟର, ଓ୍ୱିକେଟକିପର ବ୍ୟାଟ୍ସମ୍ୟାନ ଇଶାନ କିଶାନ ଓ ଅଲରାଉଣ୍ଡର ଶାର୍ଦ୍ଦୁଳ ଠାକୁରଙ୍କ ବେଶ୍ ଚାହିଦା ରହିଛି । ଚଳିତ ମେଗା ନିଲାମରେ ୧୦ରୁ ଅଧିକ ଭାରତୀୟ ଖେଳାଳି ୧୦ କୋଟିରୁ ଅଧିକରେ ବିକ୍ରି ହୋଇପାରନ୍ତି । ଯଦି ବିଦେଶୀ ଖେଳାଳିଙ୍କ କଥା ଯଦି କହିବା ତାହାଲେ ଚଳିତ ନିଲାମରେ ଡେଭିଡ୍ ଓ୍ୱାର୍ଣ୍ଣର, କ୍ୱିଣ୍ଟନ ଡି’କକ, ପ୍ୟାଟ କମିନ୍ସଙ୍କ ଭଳି ଖେଳାଳିଙ୍କ ଉପରେ ସମସ୍ତ ଫ୍ରାଞ୍ଚାଇଜଙ୍କ ନଜର ରହିବ ।

ଚଳିତ ଥର ମେଗା ନିଲାମରେ ଦୁଇ ଜଣ ଓଡ଼ିଆ ଖେଳାଳି ସାମିଲ ହୋଇଛନ୍ତି । ସେମାନେ ହେଲେ ଶୁଭ୍ରାଂଶୁ ସେନାପତି ଓ ଅଭିଷେକ ରାଉତ । ଶୁଭ୍ରାଂଶୁ ସେନାପତି ଓଡ଼ିଶା ରଣଜୀ ଟିମର ଅଧିନାୟକ ଅଛନ୍ତି । ସେହିପରି ଅଭିଷେକ୍ ରାଉତ ୨୦୦୮ରେ ରାଜସ୍ଥାନ ରୟାଲ୍ସ ପକ୍ଷରୁ IPL ଖେଳି ସାରିଛନ୍ତି । ଏବେ ସେ ଓଡ଼ିଶା ପାଇଁ ରଣଜୀ ଖେଳୁଛନ୍ତି । ଦୁଇଜଣଙ୍କ ବେସ୍ ପ୍ରାଇସ୍ ୨୦ ଲକ୍ଷ ଟଙ୍କା ରହିଛି । ଓଡିଶାରୁ ମୋଟ ୫ ଖେଳାଳି ନିଲାମୀ ପାଇଁ ନାଁ ରେଜିଷ୍ଟ୍ରେସନ କରିଥିଲେ । ହେଲେ ଶୁଭ୍ରାଂଶୁ ଓ ଅଭିଷେକଙ୍କୁ ନିଲାମୀରେ ସାମିଲ କରାଯିବ ବୋଲି BCCI ପକ୍ଷରୁ ଲିଷ୍ଟ ଜାରି କରାଯାଇଛି ।

ଯୋଗୀ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ଚେତାବନୀ, ’ପ୍ରତ୍ୟାହାର କର ନହେଲେ ଭୋଗିବ’

ନୂଆଦିଲ୍ଲୀ: ପୁଣି ଉତ୍ତରପ୍ରଦେଶ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ଛାଟ । CAA ବା ନାଗରିକତ୍ୱ ସଂଶୋଧନ ଆଇନକୁ ବିରୋଧ କରୁଥିବା ଆନ୍ଦୋଳକାରୀଙ୍କ ବିରୋଧ ଜାରି ହୋଇଥିବା ନୋଟିସକୁ ତୁରନ୍ତ ପ୍ରତ୍ୟାହାର ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ । ଆନ୍ଦୋଳନ ପରେ ରିକଭରି ସମ୍ବନ୍ଧୀୟ ନୋଟିସକୁ ପ୍ରତ୍ୟାହାର ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ନହେଲେ ସୁପ୍ରିମକୋର୍ଟ ଏହାକୁ ରଦ୍ଦ କରିଦେବେ । ରାଜ୍ୟ ସରକାର ଆଇନ ବିରୋଧୀ କାମ କରିଛନ୍ତି । ଯଦି ଏହି ନୋଟିସକୁ ପ୍ରତ୍ୟାହାର ନ କରାଯାଏ ତାହେଲେ ପରିଣାମ ଭୋଗିବାକୁ ପ୍ରସ୍ତୁତ ରୁହନ୍ତୁ ରାଜ୍ୟ ସରକାର । ନିର୍ଦ୍ଦେଶ କେମିତି ପାଳନ କରାଯିବ ତାହା ସୁପ୍ରିମକୋର୍ଟ ଶିଖାଇଦେବେ ।

୨୦୧୯ ଡିସେମ୍ବରରେ CAA ବିରୋଧରେ ଆନ୍ଦୋଳନ କରିଥିବା ବ୍ୟକ୍ତିଙ୍କ ବିରୋଧରେ ରିକଭରି ନୋଟିସ୍‌ ଲଗାଯାଇଥିଲା । ଆନ୍ଦୋଳନ ସମୟରେ ଯାହା କ୍ଷତି ହୋଇଥିଲା ତାହା ଆନ୍ଦୋଳନକାରୀଙ୍କ ସମ୍ପତ୍ତିରୁ ହିଁ ଭରଣ କରାଯାଇଥାନ୍ତା । କିନ୍ତୁ ସୁପ୍ରିମକୋର୍ଟ ଏହାକୁ ବେଆଇନ୍‌ ବୋଲି କହିଛନ୍ତି । ବିଚାରପତିଙ୍କ ରାୟ ଅନୁସାରେ ଏହି ମାମଲାରେ ରାଜ୍ୟ ସରକାର ନିଜେ ଅଭିଯୋଗକାରୀ ହେବା ସହ ନିଜେ ନିଜେ ଦୋଷୀଙ୍କୁ ଦଣ୍ଡ ଦେଉଛନ୍ତି । ଯାହା ସମ୍ପୂର୍ଣ୍ଣ ଆଇନ ବିରୋଧୀ । ଆନ୍ଦୋଳନବେଳେ ମୃତ୍ୟୁ ହୋଇଥିବା ଲୋକଙ୍କ ନାଁରେ ମଧ୍ୟ ରାଜ୍ୟ ସରକାର ନୋଟିସ୍‌ ଜାରି କରିଥିଲେ । ଯାହାକୁ ନେଇ କୋର୍ଟ ଅସନ୍ତୋଷ ପ୍ରକାଶ କରିଛନ୍ତି ।

ସଂସଦରେ ଉଠିଲା ପଶ୍ଚିମ ଓଡ଼ିଶାର ସଂସ୍କୃତି ସମ୍ପନ୍ନ ପୀଠର ସୁରକ୍ଷା ଦାବି

ଭୁବନେଶ୍ୱର: ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ଐତିହାସିକ, ସଂସ୍କୃତି ସମ୍ପନ୍ନ ପୀଠର ସୁରକ୍ଷା, ସଂରକ୍ଷଣ ଏବଂ ସାମଗ୍ରୀକ ଉନ୍ନତି କଥା ସଂସଦରେ ଉଠାଇଛନ୍ତି ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ । ରାଜ୍ୟସଭା ସଚିବଙ୍କୁ ଚିଠି ଲେଖି ସ୍ପେଶାଲ ମେନସନ୍ ଜରିଆରେ ଏହି ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉଠାଇଛନ୍ତି ସାଂସଦ ।

ମହାନଦୀ କୂଳରେ ଥିବା ସମ୍ବଲପୁର ଜିଲ୍ଲାର ହୁମା ମନ୍ଦିର, ୧୬ଶହ ଶତାବ୍ଦୀର ପୁରାତନ ସମଲେଶ୍ବରୀ ପୀଠ, ଗନ୍ଧମାର୍ଦ୍ଧନ ପାହାଡ଼ ତଳେ ୧୩ଶହ ଶତାବ୍ଦୀର ନୃସିଂହନାଥ ମନ୍ଦିର ଭଳି ଅନେକ ମନ୍ଦିରର ସୁରକ୍ଷା ପାଇଁ ଦୃଷ୍ଟି ଆକର୍ଷଣ କରିଛନ୍ତି ପ୍ରସନ୍ନ । ଏହା ସହ ବୌଦ୍ଧ ଜିଲ୍ଲାର ବୌଦ୍ଧସ୍ତୁପ, ରେଢାଖାଲର ଭୀମ ମଣ୍ଡାଳୀ, ଆଠମଲ୍ଲିକ ଅଂଚଳର ଦେଉଳଝରୀ ଝରଣା, ବଲାଙ୍ଗୀରର ହରିଶଙ୍କର ଜଳପ୍ରପାତ ଏବଂ ଶିବ ମନ୍ଦିର ସହିତ ସନ୍ଥ କବି ଭୀମଭୋଇଙ୍କ ଜନ୍ମସ୍ଥାନ, ବରଗଡ଼ ଜିଲ୍ଲାର ପପଙ୍ଗା ପାହାଡ଼ର ସୁରକ୍ଷା ଓ ସଂରକ୍ଷଣ ପାଇଁ ଦାବି କରିଛନ୍ତି ।

ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି ଯଦିଓ ରାଜ୍ୟ ସରକାର ଏସବୁ ପୀଠର ବିକାଶ ପାଇଁ କାମ କରୁଛନ୍ତି, ହେଲେ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରାଳୟ ସହଯୋଗ କରିବାର ଆବଶ୍ୟକତା ରହିଛି  । କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟ ରାଜ୍ୟ ସରକାରଙ୍କ ସହ ଆଲୋଚନା କରି ସାମଗ୍ରୀକ ବିକାଶ ସହ ଉପଯୁକ୍ତ ଭିତ୍ତିଭୂମି ଯୋଗାଇବାକୁ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ଦାବି କରିଛନ୍ତି ।

ବିନା ଭକ୍ତରେ ହେବ ମହାଶିବରାତ୍ରୀ

ଭୁବନେଶ୍ୱର: ଚଳିତବର୍ଷ କୋଭିଡ କଟକଣାରେ ପାଳିତ ହେବ ମହାଶିବରାତ୍ରୀ । ଲିଙ୍ଗରାଜ ମହାପ୍ରଭୁଙ୍କ ମହାଶିବରାତ୍ରୀ ନେଇ ଟ୍ରଷ୍ଟ ବୋର୍ଡର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି । ଟ୍ରଷ୍ଟବୋର୍ଡ ସଭାପତି ତଥା ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏନେଇ ନିଷ୍ପତ୍ତି ନିଆଯାଇଛି । ଗତବର୍ଷ ଭଳି ଚଳିତବର୍ଷ ମଧ୍ୟ କଟକଣାରେ ମହାଶିବରାତ୍ରୀ ପାଳିତ ହେବ। ଭକ୍ତଙ୍କ ପ୍ରବେଶକୁ ଅନୁମତି ନଥିବାବେଳେ ପୁଣିଥରେ ଏନେଇ ଆଲୋଚନା ହେବ ।

ପାଇଁ ଚୂଡାନ୍ତ ପ୍ରସ୍ତୁତି ହୋଇଛି । ରାତି ୧୦ଟାରେ ଉଠିବ ମହାଦୀପ । ଅନ୍ୟପଟେ ନିଯୋଗ ମାନଙ୍କ ଦାବି ନେଇ ମଧ୍ୟ ବୈଠକରେ ଆଲୋଚନା ହୋଇଛି । ଦାବି ସମ୍ପର୍କରେ ଆଲୋଚନା କରି ସମାଧାନ କରିବାକୁ ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାୟିତ୍ୱ ଦିଆଯାଇଛି । ଭକ୍ତଙ୍କ ପ୍ରବେଶ ନେଇ ପୁଣିଥରେ ଆଲୋଚନା ହେବ ।

ମମିତା ମେହେର ହତ୍ୟାକାଣ୍ଡ: ପୋଲିସ ଦାଖଲ କଲା ଚାର୍ଜସିଟ୍

ବଲାଙ୍ଗୀର: ବହୁଚର୍ଚ୍ଚିତ ମମିତା ମେହେର ହତ୍ୟାକାଣ୍ଡ ମାମଲାରେ କୋର୍ଟରେ ଚାର୍ଜସିଟ୍ ଦାଖଲ କରିଛି ପୋଲିସ । ୧୨୦ ଦିନ ପୂର୍ବରୁ କୋର୍ଟରେ ଚାର୍ଜସିଟ୍ ଦାଖଲ କରାଯାଇଛି । ବଙ୍ଗୋମୁଣ୍ଡା JMFC କୋର୍ଟରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଓ ସହଯୋଗୀ ରାଧେଶ୍ୟାମ ଚଣ୍ଡିଙ୍କ ନାଁରେ ଚାର୍ଜସିଟ ଦାଖଲ ହୋଇଛି  ।

ପୋଲିସ ପକ୍ଷରୁ ପାଖାପାଖି ଦୁଇ ହଜାର ପୃଷ୍ଠାର ଚାର୍ଜସିଟ୍ ଦାଖଲ ହୋଇଥିବା ସୂଚନା ମିଳିଛି  । ଗତ ଅକ୍ଟୋବର ୮ ତାରିଖରେ ଅଧ୍ୟାପିକା ମମିତା ମେହେରକୁ କଲେଜ ଅଧ୍ୟକ୍ଷ ଗୋବିନ୍ଦ ସାହୁ ହତ୍ୟା କରିଥିଲେ  । ଏହି ହତ୍ୟାରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ସହ ତାର ସହଯୋଗୀ ରାଧେ ମଧ୍ୟ ସଂଶ୍ଲିଷ୍ଟ ରହିଥିଲା  । ମାମଲାରେ ଉଭୟଙ୍କୁ ଗିରଫ କରି ତଦନ୍ତ ଜାରି ରଖିଛି ପୋଲିସ।

 

‘ମୋ ସ୍କୁଲ୍‌’ ଅଭିଯାନ ନିରପେକ୍ଷତା ଓ ସ୍ୱଚ୍ଛତାକୁ ଗୁରୁତ୍ୱ ଦେଉଛି: ସୁସ୍ମିତା ବାଗଚି

0

ଭୁବନେଶ୍ୱର: କାର୍ଯ୍ୟରେ ନିରପେକ୍ଷତା ଓ ସ୍ୱଚ୍ଛତାକୁ ଗୁରୁତ୍ୱ ଦେଉଛି ମୋ ସ୍କୁଲ୍‌ । ମୋ ସ୍କୁଲ୍‌ ରାଜ୍ୟରେ ଶିକ୍ଷା କ୍ଷେତ୍ରରେ ଏକ ବୈପ୍ଳବିକ ପରିବର୍ତ୍ତନ ଆଣିଛି ବୋଲି ପ୍ରକାଶ କରିଛନ୍ତି ମୋ ସ୍କୁଲ୍‌ ଅଧ୍ୟକ୍ଷା ସୁସ୍ମିତା ବାଗ୍‌ଚୀ । ଏହି ଅଭିଯାନ ମାଧ୍ୟମରେ ଓଡ଼ିଶା ଅନ୍ୟ ରାଜ୍ୟଗୁଡ଼ିକ ପାଇଁ ଉଦାହରଣ ସୃଷ୍ଟିକରିଛି ।

ଅଧିକରୁ ଅଧିକ ପୁରାତନ ଛାତ୍ରଛାତ୍ରୀଙ୍କୁ କିଭଳି ମୋ ସ୍କୁଲ୍‌ ମାଧ୍ୟମରେ ସେମାନେ ପଢିଥିବା ବିଦ୍ୟାଳୟ ସହ ଯୋଡ଼ାଯାଇ ପାରିବ ତାହା ଆମର ପ୍ରାଥମିକତା ରହିବ । ଶୁକ୍ରବାର ଭର୍ଚୁଆଲରେ ଅନୁଷ୍ଠିତ ମୋ ସ୍କୁଲ୍‌ ଅଭିଯାନର ୯ମ ପରିଳନା ପରିଷଦ ବୈଠକରେ ଯୋଗଦେଇ ଶ୍ରୀମତୀ ବାଗ୍‌ଚୀ କହିଛନ୍ତି।

ସିଧାସଳଖ BSKYରେ ଲାଭ ଉଠାଇବେ ହିତାଧିକାରୀ, BMC ଗଢିଲା କମିଟି

ଭୁବନେଶ୍ୱର: ବିଏସକେୱାଇ କାର୍ଡ ମାଧ୍ୟମରେ ଆଉ ଚିକିତ୍ସାରେ ସମସ୍ୟା ହେବ ନାହିଁ । ରାଜଧାନୀରେ ଏହି ସମସ୍ୟାର ପ୍ରତିକାର ପାଇଁ ବିଏମସି ପକ୍ଷରୁ ୧୧ଜଣିଆ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇ ଗ୍ରାଉଣ୍ଡ ଜିରୋରେ ତଦନ୍ତ କରିବାକୁ କୁହାଯାଇଛି । ଏଥିସହ ମୋ ସରକାର ମାଧ୍ୟମରେ ଲୋକଙ୍କ ବିଭିନ୍ନ ସମସ୍ୟା ନଜରକୁ ଆସୁଥିବା ବେଳେ କିଭଳି ସମାଧାନ ହେବ ସେ ନେଇ ବିଏମସି ଅତିରିକ୍ତ କମିଶନରଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି ।

ଲୋକଙ୍କୁ ମାଗଣାରେ ଉନ୍ନତମାନର ସ୍ୱାସ୍ଥ୍ୟସେବା ଯୋଗାଇବାକୁ ଆରମ୍ଭ ହୋଇଛି ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା । ମହିଳାଙ୍କୁ ବାର୍ଷିକ ୧୦ଲକ୍ଷ ଓ ପୁରୁଷଙ୍କ ପାଇଁ ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସେବା ଯୋଗାଇ ଦେବାକୁ ବ୍ୟବସ୍ଥା ରହିଛି । ଏହି କ୍ରମରେ ଭୁବନେଶ୍ୱରରେ ୧ଲକ୍ଷ ୫ହଜାର ହିତାଧିକାରୀଙ୍କୁ ସ୍ମାର୍ଟକାର୍ଡ ବଣ୍ଟନ କରାଯାଇଥିବା ବେଳେ ସ୍ବାସ୍ଥ୍ୟସେବା ଯୋଗାଇ ଦେବାକୁ ୪୩ଟି ହସ୍ପିଟାଲକୁ ପଞ୍ଜିକୃତ କରାଯାଇଛି ।

ତେବେ ବିଭିନ୍ନ ସମୟରେ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ଦ୍ୱାରା ହିତାଧିକାରୀ ଶୋଷଣର ଶୀକାର ହେଉଥିବା ଅଭିଯୋଗ ହୋଇଛି । ଏଭଳି ସମସ୍ୟାର ପ୍ରତିକାର ପାଇଁ ବିଏମସି ପକ୍ଷରୁ ପଦକ୍ଷେପ ନିଆଯାଉଛି । ସାଧାରଣ ହିତାଧିକାରୀ ଯେପରି ଯୋଜନାରେ ସଠିକ ରୂପାୟନ କରିପାରିବେ  । ଏବଂ ବିନା ଦଲାଲରେ ଯୋଜନାରେ ଲାଭ ଉଠାଇ ପାରିବେ ସେନେଇ ଏହି କମିଟି କାର୍ଯ୍ୟ କରିବ  ।