spot_img
Home Blog Page 4506

ବାଣପୁର ଘଟଣା ବିଭତ୍ସ ଓ ଲୋମହର୍ଷଣକାରୀ, ଆହାତଙ୍କ ଆରୋଗ୍ୟ କାମନା କଲା ବିଜେଡି

ଭୁବନେଶ୍ୱର: ବାଣପୁରରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଘଟାଇଥିବା ବର୍ବରୋଚିତ କାଣ୍ଡକୁ ବିଜେଡି ଦୃଢ଼ ଭାଷାରେ ନିନ୍ଦା କରିଛି । ପ୍ରେସମିଟ୍ କରି ପ୍ରଶାନ୍ତ ଜଗଦ୍ଦେବଙ୍କ କାର୍ଯ୍ୟକୁ ନିନ୍ଦା କରିଛନ୍ତି ବିଜେଡି ସାଂସଦ ଡ. ସସ୍ମିତ ପାତ୍ର । ଗଣତନ୍ତ୍ରରେ ହିଂସାର କୌଣସି ସ୍ଥାନ ନାହିଁ । ଏଭଳି ବିଭତ୍ସ ଘଟଣା ଘଟାଇ ପ୍ରଶାନ୍ତ ଜଗଦ୍ଦେବ କରିଥିବା କାର୍ଯ୍ୟ ଦୁର୍ଭାଗ୍ୟଜନକ । ବିଜୁ ଜନତା ଦଳ ଏଭଳି କାର୍ଯ୍ୟକୁ ନିନ୍ଦା କରୁଛି ।

BJD MP Sasmit Patra Slams Chilika MLA Prashant Jagadev

ପୋଲିସ ଓ ପ୍ରଶାସନ ଦୃଢ଼ତାର ସହିତ ଆଇନଗତ କାର୍ଯ୍ୟାନୁଷ୍ଠାନ ଅଭିଯୁକ୍ତଙ୍କ ବିରୋଧରେ ଗ୍ରହଣ କରିବେ । ଏଭଳି କାର୍ଯ୍ୟ ପାଇଁ ପ୍ରଶାନ୍ତ ଜଗଦ୍ଦେବ ପୂର୍ବରୁ ବିଜେଡିରୁ ନିଲମ୍ବିତ ହୋଇଛନ୍ତି । ଘଟଣାରେ ଆହାତ ହୋଇଥିବା ଲୋକଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ବିଜେଡି ସାଂସଦ ଡ. ସସ୍ମିତ ପାତ୍ର ।

ବିଗତ ଦିନରେ ପ୍ରଶାନ୍ତ ଜଗଦ୍ଦେବ ଏଭଳି କାର୍ଯ୍ୟ ପାଇଁ ବିଜେଡି ନିଲମ୍ବିତ କରିଥିଲା । ଠିକ୍ ସମୟରେ ଉଚିତ୍ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ସସ୍ମିତ । ଆଜିର ଘଟଣା ଲୋମହର୍ଷକାରୀ, ଅତ୍ୟନ୍ତ ବିଭତ୍ସ । ଏଭଳି ଘଟଣାକୁ ଯେତେ ନିନ୍ଦା କଲେ ବୋଲି କମ୍ ହେବ । ପୋଲିସ ଅଭିଯୁକ୍ତ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେଉ ବୋଲି ବିଜେଡି କହିଛି ।

ବଦଳିଲା କ୍ରିକେଟ୍ ସହ ଜଡ଼ିତ ନିୟମ, ବଲରେ ଛେପ ଲଗାଇ ପାରିବେନି ବୋଲର

ନୂଆଦିଲ୍ଲୀ: କ୍ରିଜରେ ଚଳିବନି ଚାଲବାଜି । ବଲକୁ ଚମକାଇବା ପାଇଁ ଆଉ ଲଗାଇ ପାରିବେନି ଛେପ । ଅନ୍ତର୍ଜାତୀୟ କ୍ରିକେଟ୍ ନିୟମରେ ସଂଶୋଧନ କରିଛି ମେରିଲବୋନ କ୍ରିକେଟ୍ କ୍ଲବ । ପରିବର୍ତ୍ତିତ ନିୟମ ଚଳିତ ବର୍ଷ ଅକ୍ଟୋବର ୧ ପରେ ହିଁ ଲାଗୁ ହେବ । ଅର୍ଥାତ୍ ଅଷ୍ଟ୍ରେଲିଆରେ ଖେଳାଯିବାକୁ ଥିବା ଟି-ଟ୍ୱେଣ୍ଟି ବିଶ୍ୱକପ୍ ପୂର୍ବରୁ ବଦଳିଯିବ କ୍ରିକେଟର ଅନେକ ନିୟମ ।

କ୍ରିକେଟ୍ ବଲରେ ଛେପ ଲଗାଇବା ଉପରେ ଏମସିସି ପ୍ରତିବନ୍ଧକ ଲଗାଇଛି । ପୂର୍ବରୁ କରୋନା ପାଇଁ ଏହି ପ୍ରତିବନ୍ଧକ ଲାଗିଥିବା ବେଳେ, ଏବେ ଏମସିସି ଆଇନ୍ ଆଣୁଛି । ବଲକୁ ଚମକାଇବା ଲାଗି ଖେଳାଳି ଝାଳ ବି ବ୍ୟବହାର କରୁଥିଲେ, ଯାହା ଫାଇଦା ମଧ୍ୟ ଦେଉଥିଲା । ଏବେ ନୂଆ ଆଇନରେ ଏଥିଲାଗି ଅନୁମତି ନାହିଁ । କାରଣ ବଲ୍ ଉପରେ ଲାଳ ଲଗାଇବା ପାଇଁ ଖେଳାଳି ସୁଗର ସାମଗ୍ରୀ ଉପଯୋଗ କରିଥାନ୍ତି । ଏମିତିରେ ବଲରେ ଲାଳର ବ୍ୟବହାର ବଲର ସ୍ଥିତିକୁ ଅନୁଚିତ୍ ଉପାୟରେ ପରିବର୍ତ୍ତନ ଭଳି ।

ICC Rules Now Bowlers Will Not Be Able To Spit On The Ball

ଆଉଟ୍ ହେଲେ ବ୍ୟାଟିଂ କରିବେ ନୂଆ ପ୍ଲେୟାର 

ଏମସିସିର ନୂଆ ନିୟମ ଅନୁସାରେ, କୌଣସି ବି ଖେଳାଳି ଆଉଟ୍ ହେଲେ କ୍ରିଜକୁ ଆସିବାକୁ ଥିବା ବ୍ୟାଟ୍ସମ୍ୟାନ୍ ବ୍ୟାଟିଂ କରିବେ । ପୂର୍ବରୁ ଆଉଟ୍ ହୋଇଥିବା ଖେଳାଳି ବ୍ୟାଟିଂ କରୁନଥିଲେ ବି କ୍ରିଜକୁ ଆସୁଥିବା ଖେଳାଳି ଷ୍ଟ୍ରାଇକରେ ରହିବେ । କୌଣସି ଖେଳାଳି କ୍ୟାଚ୍ ଆଉଟ୍ ହେଲେ, ବ୍ୟାଟିଂ କରୁଥିବା ଖେଳାଳି ବୋଲିଂ ଷ୍ଟମ୍ପ ଯାଏ ପହଞ୍ଚୁଥିଲେ କ୍ରିଜକୁ ଆସୁଥିବା ଖେଳାଳିଙ୍କୁ ତୁରନ୍ତ ବ୍ୟାଟିଂ ସୁଯୋଗ ମିଳୁନଥିଲା । ଏବେ କୌଣସି ପ୍ରକାରେ ମଧ୍ୟ ଆଉଟ୍ ହେଲେ କ୍ରିଜକୁ ଆସୁଥିବା ନୂଆ ଖେଳାଳି ଷ୍ଟ୍ରାଇକରେ ରହିବେ ।

ICC Rules Now Bowlers Will Not Be Able To Spit On The Ball

ଏହାଛଡ଼ା ଆଇସିସି ମାଙ୍କଡିଙ୍ଗ ନିୟମରେ ପରିବର୍ତ୍ତନ ଆଣିଛି । ପୂର୍ବରୁ ଏହା କ୍ରିକେଟ୍ ଆଇନ୍ ୪୧ ଅନୁସାରେ, ଖେଳ ଭାବନାର ପରିପନ୍ଥୀ ବୋଲି କୁହାଯାଉଥିଲା । ଏବେ ଏହି ଆଇନକୁ ରନ୍ ଆଉଟ୍ ପରିସରଭୁକ୍ତ କରାଯିବ । ବୋଲର ବଲ୍ ଫିଙ୍ଗିବା ପୂର୍ବରୁ ରନ୍ ପୋଷ୍ଟରେ ଥିବା ଖେଳାଳି କ୍ରିଜ୍ ଛାଡ଼ିଦେଲେ ବୋଲର ବଲକୁ ନେଇ ୱିକେଟର ଷ୍ଟମ୍ପ ଖସାଇ ଦେବାକୁ ମାଙ୍କଡିଙ୍ଗ କୁହାଯାଏ ।

ବଦଳିଲା ଡେଡ୍ ବଲ୍ ନିୟମ

ଡେଡ୍ ବଲ୍ ନିୟମରେ ବି ପରିବର୍ତ୍ତନ ଅଣାଯାଇଛି । ମ୍ୟାଚ୍ ଚାଲିଥିବା ବେଳେ କୌଣସି ବ୍ୟକ୍ତି, ଜୀବ କିମ୍ବା ସାମଗ୍ରୀ କୌଣସି ପକ୍ଷକୁ ବି କ୍ଷତି ପହଞ୍ଚାଇଲେ ତାହାକୁ ଡେଡ୍ ବଲ୍ ଭାବେ ପରିଗଣିତ କରାଯିବ । କ୍ରିଜକୁ ଅଚାନକ କୌଣସି ଫ୍ୟାନ୍ ପଶି ଆସିବ ଅଥବା କୁକୁର ପଶିବାରୁ ଖେଳ ଉପରେ ପ୍ରଭାବ ପଡ଼ିଲେ ଅମ୍ପିୟାର ତାହାକୁ ଡେଡ୍ ବୋଲ୍ ସଂକେତ ଦେବେ ।

ICC Rules Now Bowlers Will Not Be Able To Spit On The Ball

ଏହାଛଡ଼ା ଫିଲ୍ଡିଂ କରୁଥିବା ଟିମର ଖେଳାଳି ଅନୁଚିତ୍ ଭାବେ ଗତି କରିବା ଦେଖାଗଲେ ବ୍ୟାଟିଂ କରୁଥିବା ଟିମକୁ ପେନାଲ୍ଟିରେ ୫ ରନ୍ ମିଳିବ । ପୂର୍ବରୁ ଏହାକୁ ଡେଡ୍ ବଲ୍ କରି ଦିଆଯାଉଥିଲା । ଏଭଳି ସ୍ଥିତିରେ ବ୍ୟାଟ୍ସମ୍ୟାନ୍ ଭଲ ସଟ୍ ଖେଳିଲେ ମଧ୍ୟ ତାହାକୁ ରନରେ ପରିଗଣିତ କରାଯାଉ ନଥିଲା । ଏବେ ଆଉ ସେମିତି ହେବନାହିଁ ।

ଇପିଏଫଓ ହିତାଧିକାରୀଙ୍କୁ ଝଟକା: ୪୦ ବର୍ଷ ପରେ କମିବ ସୁଧ ହାର

ନୂଆନିଲ୍ଲୀ: କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (ଇପିଏଫଓ)ର ୬ କୋଟି କମର୍ଚାରୀଙ୍କ ପାଇଁ ଖରାପ ଖବର । ଇପିଏଫଓର କେନ୍ଦ୍ରୀୟ ଟ୍ରଷ୍ଟି ବୋର୍ଡ ପିଏଫରେ ମିଳୁଥିବା ସୁଧ ହାର କମାଇ ଦେଇଛନ୍ତି । ନିଷ୍ପତ୍ତି ଅନୁସାରେ ୨୦୨୧-୨୨ ଆର୍ଥିକ ବର୍ଷରେ ମିଳିବ ୮.୧ ପ୍ରତିଶତ ସୁଧ । ଏହି ନିଷ୍ପତ୍ତିରେ ବର୍ତ୍ତମାନ ସୁଦ୍ଧା ସରକାରୀ ମୋହର ବାଜି ନଥିଲେ ବି ଏମିତି ହୋଇପାରେ । ଯଦି ଏମିତି ହୁଏ, ୪୦ ବର୍ଷ ପରେ ଇପିଏଫଓ ହିତାଧିକାରୀଙ୍କୁ ସବୁଠାରୁ କମ ସୁଧ ମିଳିବାକୁ ଯାଉଛି ।

ସୂଚନାଯୋଗ୍ୟ, କର୍ମଚାରୀଙ୍କ ଭବିଷ୍ୟତର ସୁରକ୍ଷା ପାଇଁ ସେମାନଙ୍କ ଦରମାରୁ କିଛି ପ୍ରତିଶତ କଟାଯାଇ ପିଏଫ ଖାତାରେ ଜମା କରାଯାଇଥାଏ । କର୍ମଚାରୀଙ୍କ ଦରମାରୁ ଯେତିକି ଟଙ୍କା କଟିଥାଏ, କମ୍ପାନୀଙ୍କୁ ସେତିକି ପରିମାଣର ଟଙ୍କା କର୍ମାଚାରୀଙ୍କ ଖାତାରେ ଜମା କରିବାକୁ ପଡିଥାଏ । ଇପିଏଫଓ ଏହି ଫଣ୍ଡର ପରିଚାଳନା କରିଥାଏ ଓ ପ୍ରତିବର୍ଷ ଏହା ଉପରେ ସୁଧ ଦେଇଥାଏ । ୧୯୭୭-୭୮ ଆର୍ଥିକ ବର୍ଷରେ ଇପିଏଫଓ ପିଏଫ ଜମା ଉପରେ ୮ ପ୍ରତିଶତ ସୁଧ ଦେଇଥିଲା । ସେବେଠାରୁ ଏହି ପରିମାଣ କିମ୍ବା ଏହାଠାରୁ ଅଧିକ ସୁଧ ମିଳି ଆସୁଛି ।

ପିଟିଆଇ ରିପୋର୍ଟ ଅନୁସାରେ ୨୦୧୯-୨୦ ଓ ୨୦୨୦-୨୧ ଆର୍ଥିକ ବର୍ଷରେ ପିଏଫ ଖାତାରେ ୮.୫ ପ୍ରତିଶତ ସୁଧ ଜମା ହୋଇଥିଲା । ଏହା ପୂର୍ବରୁ ୨୦୧୮-୧୯ ଆର୍ଥିକ ବର୍ଷରେ ୮.୬୫ ପ୍ରତିଶତ, ୨୦୧୭-୧୮ ଆର୍ଥିକ ବର୍ଷରେ ୮.୫୫ ପ୍ରତିଶତ, ୨୦୧୬-୧୭ ଆର୍ଥିକ ପର୍ଷରେ ୮.୬୫ ପ୍ରତିଶତ ଓ ୨୦୧୫-୧୬ ଆର୍ଥିକ ବର୍ଷରେ ୮.୮ ପ୍ରତିଶତ ସୁଧ ମିଳିଥିଲା ।

ଶନିବାର ଇପିଏଫଓର ହୋଇଥିବା ଟ୍ରଷ୍ଟି ବୋର୍ଡ ବୈଠକରେ ପିଏଫ ସୁଧ କମାଇବାକୁ ନିଷ୍ପତ୍ତି ନିଆଯାଇଛି । ଏଥିରେ ଏପର୍ଯ୍ୟନ୍ତ ସରକାରୀ ମୋହର ବାଜି ନଥିବା ବେଳେ ଇଫଏଫଓର ଟ୍ରେଡ ୟୁନିୟନମାନଙ୍କ ତରଫରୁ ବିରୋଧ ଆରମ୍ଭ ହୋଇଯାଇଛି ।

ଖୁବ୍ ଶୀଘ୍ର ଆସିବ ଭାରତର ପ୍ରଥମ m-RNA କୋଭିଡ ଟିକା

ନୂଆଦିଲ୍ଲୀ: ଖୁବ୍ ଶୀଘ୍ର ଆସିବ ଭାରତର ପ୍ରଥମ ଏମ-ଆରଏନଏ କୋଭିଡ ଟିକା । ଜେନୋଭା ବାୟୋଫାର୍ମା ପକ୍ଷରୁ ପ୍ରସ୍ତୁତ ଏହି ଟିକାର ଟ୍ରାଏଲ ସମ୍ପର୍କିତ ତଥ୍ୟକୁ ଭାରତର ଔଷଧ ମହାନିୟନ୍ତ୍ରକ ବା ଡିସିଜିଆଇଙ୍କ ନିକଟରେ ଉପସ୍ଥାପିତ କରାଯାଇଛି । ପୁଣେ ସ୍ଥିତ ଜେନୋଭା ବାୟୋଫାର୍ମାସ୍ୟୁଟିକାଲ୍ସ ପକ୍ଷରୁ ପ୍ରସ୍ତୁତ ଏହି ଟିକାକୁ ଅନୁମତି ମିଳିଲେ ଦେଶରେ ଖୁବ୍ ଶୀଘ୍ର ଏମ-ଆରଏନଏ ଟିକା ପ୍ରଚଳନ ଆରମ୍ଭ ହେବ । ପୂର୍ବରୁ ଜେନୋଭା କମ୍ପାନି ପକ୍ଷରୁ ଓମିକ୍ରନ ମୁକାବିଲା ପାଇଁ ମଧ୍ୟ ଟିକା ପ୍ରସ୍ତୁତ କରିଛି । ଓମିକ୍ରନ ଟିକାର ସଫଳ ପରୀକ୍ଷଣ ପରେ ଏହାକୁ ବି ଭାରତରେ ପ୍ରଚଳନ କରାଯିବ । ମେସେଞ୍ଜର ଆରଏନଏ ବା ଏମ-ଆରଏନଏ ହେଉଛି ଏପରି ଏକ ଟିକା ଯାହାକି ମାନବ ଶରୀରର ବିଭିନ୍ନ କୋଷରେ ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ । ଯାହାଫଳରେ ବାହ୍ୟ ଜୀବାଣୁର ମୁକାବିଲା କରିବାକୁ ସକ୍ଷମ ହୋଇଥାଏ । ବିଭିନ୍ନ କୋଷରେ ଏକ ଶକ୍ତିଶାଳୀ ପ୍ରୋଟିନ ପ୍ରସ୍ତୁତ କରିଥାଏ ଏହି ଏମ-ଆରଏନଏ ଟିକା ।

‘ଗୁପ୍ତ ଭାବେ କାଠମାଣ୍ଡୁରେ ମୋଦିଙ୍କୁ ଭେଟିଥିଲେ ନୱାଜ ସରିଫ’

ଇସଲାମାବାଦ: ପାକିସ୍ତାନର ଇମ୍ରାନ ସରକାର ବିରୋଧରେ ବିରୋଧୀ ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି । ସରକାର ବିରୋଧୀରେ ବିରୋଧୀଙ୍କ ଏକତା ଦେଖି ଘବରେଇ ଯାଇଛନ୍ତି ଇମ୍ରାନ । ଆଉ ସରକାରକୁ ବଞ୍ଚାଇବାକୁ ଯାଇ ଇମ୍ରାନଙ୍କ ମନ୍ତ୍ରୀ ବୟାନବାଜିରେ ଲାଗିଛନ୍ତି । ଇମ୍ରାନଙ୍କ ସରକାରରେ ମନ୍ତ୍ରୀ ଥିବା ଫବାଦ ଚୌଧୁରୀ ଅଭିଯୋଗ କରିଛନ୍ତି, ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫ ଗୁପ୍ତ ଭାବେ ମୋଦିଙ୍କୁ କାଠମାଣ୍ଡୁରେ ଭେଟିଥିଲେ । ଏପରିକି ସରିଫ ଭାରତକୁ ଡରୁଥିବାରୁ ମନ୍ତ୍ରୀମାନଙ୍କୁ ମଧ୍ୟ ଭାରତ ବିରୋଧରେ ନକହିବା ଲାଗି କହିଥିଲେ ।

ଇମ୍ରାନଙ୍କ ବିଶ୍ୱସ୍ତ ଫବାଦ ଚୌଧୁରୀ ପାକିସ୍ତାନର ସୂଚନା ମନ୍ତ୍ରୀ ଅଛନ୍ତି । ଗୁରୁବାର ଏକ ସାମ୍ବାଦିକ ସମ୍ମିଳନୀ କରି ବିରୋଧୀଙ୍କ ଉପରେ ଅଭିଯୋଗ ଆଣିଛନ୍ତି । କହିଛନ୍ତି, ସରିଫ ଭାରତକୁ ଡରୁଥିଲେ । ସେଥିପାଇଁ ଭାରତ ବିରୋଧରେ କିଛି ନ କହିବାକୁ ମନ୍ତ୍ରୀମାନଙ୍କୁ ନିର୍ଦ୍ଦେଶ ବି ଦେଇଥିଲେ । କାଠମାଣ୍ଡୁରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଗୁପ୍ତ ଭାବରେ ଭେଟିଥିଲେ ନୱାଜ ସରିଫ । ଯଦି ଏ ଅଭିଯୋଗ ମିଛ ତାହେଲେ ଏତେ ବର୍ଷ ଧରି କେହି କାହିଁକି ଖଣ୍ଡନ କରୁନାହାନ୍ତି ବୋଲି ଚୌଧୁରୀ ପ୍ରଶ୍ନ କରିଛନ୍ତି । ମୋଦି ଏମିତିରେ ନୱାଜଙ୍କ ଘରେ ଥିବା ବିବାହ ଉତ୍ସବକୁ ଆସିନଥିଲେ । ମୋଦି ଓ ସରିଫଙ୍କ ଭିତରେ ଭଲ ବନ୍ଧୁତା ରହିଛି ।

Nawaz Sharif Secret Meeting In Kathmandu With PM Narendra Modi

୨୦୧୪ରେ ମୋଦି ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ । ସେହିବର୍ଷ ନେପାଳ ରାଜଧାନୀ କାଠମାଣ୍ଡୁରେ ସାର୍କ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଜଣେ ଭାରତୀୟ ସାମ୍ବାଦିକ ଏକ ବହି ଲେଖିଥିଲେ । ଯେଉଁଥିରେ ଦାବି କରାଯାଇଥିଲା, ମୋଦି ଓ ନୱାଜ ଘଣ୍ଟାଏ ଧରି ଗୁପ୍ତ ଭାବରେ ଭେଟିଥିଲେ । କାଠମାଣ୍ଡୁର ଏକ ବଡ଼ ହୋଟେଲରେ ଏହି ଆଲୋଚନା କରିଥିଲେ ।

ଏହି ଅଭିଯୋଗ ୨୦୧୮ରେ ହୋଇଥିଲା । ସେତେବେଳେ ଇମ୍ରାନ ନିର୍ବାଚନ ଲଢ଼ୁଥିଲେ । ପରେ ପ୍ରଧାନମନ୍ତ୍ରୀ ହେଲେ । ତେବେ ଏନେଇ ଆଜି ଯାଏ କୌଣସି ପକ୍ଷ ଏନେଇ କିଛି ପ୍ରତିକ୍ରିୟା ଦେଇ ନାହାନ୍ତି । ଏବେ ପାକିସ୍ତାନର ସମସ୍ତ ବିରୋଧୀ ଇମ୍ରାନ ସରକାର ବିରୋଧରେ ଏକାଠି ହୋଇଛନ୍ତି ।

ମର୍ଣ୍ଣିଂ ଓ୍ବାକ ହେଲା କାଳ, ଟ୍ରକ୍ ଧକ୍କାରେ ଆଇନଜୀବୀଙ୍କ ମୃତ୍ୟୁ

ସମ୍ବଲପୁର: ମର୍ଣ୍ଣିଂ ଓ୍ବାକ ହେଲା କାଳ । ସଡ଼କ ଦୁର୍ଘଟଣାରେ ଆଇନଜୀବୀଙ୍କ ମୃତ୍ୟୁ । ସମ୍ବଲପୁର ସାକ୍ଷୀପଡା ବାଇପାସ ସରଲାକାନୀ ଛକରେ ଘଟିଛି ଏହି ଦୁର୍ଘଟଣା । ଦୁର୍ଘଟଣାରେ ମୃତ୍ୟବରଣ କରିଥିବା ଆଇନଜୀବୀ ଜଣଙ୍କ ହେଉଛନ୍ତି ଉମେଶ ପ୍ରଧାନ । ଆଜି ସକାଳୁ ସେ ମର୍ଣ୍ଣିଂ ଓ୍ବାକରେ ଯାଉଥିବା ସମୟରେ ଏକ ଟ୍ରକ ତାଙ୍କୁ ପଛପଟୁ ଧକ୍କା ଦେଇଥିଲା । ଘଟଣା ସ୍ଥଳରେ ହିଁ ଉମେଶ ପ୍ରଧାନଙ୍କର ମୃତ୍ୟୁ ହୋଇଥିଲା । ବାରମ୍ବାର ଏହି ସ୍ଥାନରେ ଦୁର୍ଘଟଣା ଘଟୁଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି । ତେବେ ଏହି ଦୁର୍ଘଟଣା ପରେ ତୀବ୍ର ପ୍ରତିକ୍ରିୟା ରଖିଛନ୍ତି ଓକିଲ ସଂଘ । ଓକିଲ ସଂଘ ପକ୍ଷରୁ ଜାତୀୟ ରାଜପଥ ୫୩ ଅବରୋଧ କରାଯାଇଛି । ଜାତୀୟ ରାଜପଥ ଅବରୋଧ କରିବା ସହ ଉତ୍ତ୍ୟକ୍ତ ଲୋକ ଦୁର୍ଘଟଣା ଘଟାଇଥିବା ଟ୍ରକରେ ନିଆଁ ଲଗାଇ ଦେଇଛନ୍ତି ।

ଏହି ଦିନ ଶପଥ ନନେଲେ ମାସେ ମୁଖ୍ୟମନ୍ତ୍ରୀ ହୋଇପାରିବେନି ଯୋଗୀ

ବାରଣାସୀ: ଉତ୍ତରପ୍ରଦଶ ନିର୍ବାଚନରେ ବିଜେପିକୁ ମିଳିଛି ବହୁଳ ସଫଳତା । ମ୍ୟାଜିକ୍ ନମ୍ବରଠାରୁ ଢେର ଆସନରେ ବିଜୟୀ ହୋଇ ବିଜେପି ଆରମ୍ଭ କରିବାକୁ ଯାଉଛି 2.0 ସରକାର । ୪୦୩ ଆସନରୁ ବିଜେପି ୨୭୩ ଆସନରେ ଜିତିଛି । ଏବେ ସମସ୍ତଙ୍କ ନଜର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାତଙ୍କ ଶପଥ ଗ୍ରହଣ ଉପରେ । କେବେ ଯୋଗୀ ଶପଥ ନେବେ ତାକୁ ଅନାଇ ବସିଛନ୍ତି ସମର୍ଥକ । ହେଲେ ଯୋଗୀଙ୍କ ଶପଥକୁ ନେଇ ସସପେନ୍ସ ଲାଗି ରହିଛି । ଯାହା ଦେଶବ୍ୟାପୀ ବିଜେପି କର୍ମୀଙ୍କୁ ବ୍ୟାକୁଳ କରିବାରେ ଲାଗିଛି ।

ଯୋଗୀ ପ୍ରଭୁ ରାମଙ୍କ ପରମ ଭକ୍ତ ଓ ଜ୍ୟାତିଷଶାସ୍ତ୍ର ଉପରେ ବହୁତ ବିଶ୍ବାସ କରିଥାନ୍ତି । ଜ୍ୟୋତିଷଶାସ୍ତ୍ରକୁ ବିଚାରକୁ ନେଲେ ଯୋଗୀଙ୍କ ପାଇଁ ଦୁଇଦିନ ପରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ଶୁଭ ମୁର୍ହୂତ୍ତ ରହିଛି । ଯଦି ଏହି ଦିନ ଯୋଗୀ ଶପଥ ନେଇ ନପାରୁଛନ୍ତି ତେବେ ତାଙ୍କୁ ମୁଖ୍ୟମନ୍ତ୍ରୀ ହେବାକୁ ଆହୁରି ମାସେ ଅପେକ୍ଷା କରିବାକୁ ପଡିପାରେ ।

ବାରଣାସୀର ଜ୍ୟୋତିଷଙ୍କ ଅନୁସାରେ ମାର୍ଚ୍ଚ ୧୪ରେ ପଡୁଛି ରଙ୍ଗଭରା ଏକାଦଶୀ । ଏହିଦିନ ଦୁଇଟି ସମୟ ଯୋଗୀଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ଶୁଭ ମୁର୍ହୂତ୍ତ ରହିଛି । କାଶୀ ବିଶ୍ବନାଥ ମନ୍ଦିର ଟ୍ରଷ୍ଟି ତଥା ଜ୍ୟୋତିଷ ବିଶାରଦ ପଣ୍ଡିତ ଦୀପକ ମାଲବିୟଙ୍କ ଅନୁସାରେ ୧୪ ମାର୍ଚ୍ଚ ସକାଳେ କିମ୍ବା ସନ୍ଧ୍ୟାରେ ଯୋଗୀ ଶପଥ ନେବାକୁ ଉତ୍ତମ ସମୟ ରହିଛି ।

ପଣ୍ଡିତ ଦୀପକଙ୍କ ଅନୁସାରେ ୧୪ ମାର୍ଚ୍ଚରେ ଶପଥ ନନେଲେ ଯୋଗୀଙ୍କୁ ପ୍ରାୟ ଏକ ମାସ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିପାରେ । କାରଣ ୧୪ ଓ ୧୫ ତାରିଖ ମଧ୍ୟରାତ୍ରୀରୁ ମଳମାସ ଆରମ୍ଭ ହେଉଛି । ପଣ୍ଡିତ ଦୀପକଙ୍କ ଅନୁସାରେ ମାର୍ଚ୍ଚ ୧୪ ଦିନ ସାଢେ ୧୧ଟାରୁ ସାଢେ ୧୨ଟା ମଧ୍ୟରେ ଅଭିଜାତ ମୁର୍ହୂତ୍ତ ରହୁଛି । ଏହାକୁ ଶାସ୍ତ୍ରରେ ଅତ୍ୟନ୍ତ ଶୁଭ ମନା ଯାଇଥାଏ । ଏହି ମୁର୍ହୂତ୍ତରେ ପ୍ରଭୁ ଶ୍ରୀରାମଙ୍କ ଜନ୍ମ ହୋଇଥିଲା ।

ସେହିପରି ଏହିଦିନ ଅପରାହ୍ଣ ୩ଟା ୪୯ ମିନିଟରୁ ସନ୍ଧ୍ୟା ୬ଟା ୩ ମିନିଟ ମଧ୍ୟରେ ସିଂହ ଲଗ୍ନ ରହୁଛି । ଯାହା ଶପଥ ଗ୍ରହଣ ପାଇଁ ଉତ୍ତମ ସମୟ । ଦୀପକଙ୍କ ଅନୁସାରେ ସକାଳ ୧୦ଟାରୁ ୪୭ ମିନିଟ ପର୍ଯ୍ୟନ୍ତ ଭଦ୍ରା ସମୟ ରହୁଛି । ଯେଉଁଥିରେ କୌଣସି ଶୁଭ କାମ କରାଯାଇନଥାଏ । ୧୪ରୁ ୧୫ ତାରିଖ ରାତି ୨ଟା ୧୦ ମିନିଟରୁ ସୂର୍ଯ୍ୟଦେବ ମୀନ ରାଶିରେ ପ୍ରବେଶ କରୁଛନ୍ତି ଓ ମାସ ପର୍ଯ୍ୟନ୍ତ ମଳମାସ ଆରମ୍ଭ ହେଉଛି । ଏହି ସମୟରେ କୌଣସି ଶୁଭ କାମ କରାଯାଉ ନଥିବାରୁ ଯୋଗୀ ଶପଥ ନେବାକୁ ଇଚ୍ଛା ପ୍ରକାଶ କରିନପାରନ୍ତି ।

ପ୍ରୋ ଲିଗ୍ ହକି: ଆଜି କଳିଙ୍ଗରେ ମୁହାଁମୁହିଁ ହେବେ ଭାରତ-ଜର୍ମାନୀ

ଭୁବନେଶ୍ୱର: ଆଜି କଳିଙ୍ଗରେ ଦେଖିବାକୁ ମିଳିବ କଡ଼ା ଟକ୍କର । କଳିଙ୍ଗ ଷ୍ଟାଡିୟମରେ ପ୍ରୋ ଲିଗ ହକିରେ ସାମ୍ନା ସାମ୍ନି ହେବେ ଭାରତ ଓ ଜର୍ମାନୀ ମହିଳା ହକି ଟିମ୍‌ । ସ୍ପେନ୍‌ ବିପକ୍ଷରେ ଘରୋଇ ପ୍ରୋ ଲିଗ୍‌ ହକି ଅଭିଯାନ ଆରମ୍ଭ କରିଥିବା ଭାରତୀୟ ମହିଳା ଦଳ ଆଜି ଓ ଆସନ୍ତାକାଲି ବିଶ୍ୱର ୫ ନମ୍ବର ଟିମ୍‌ ଜର୍ମାନୀକୁ ଭେଟିବ । ଆଜି ସଂଧ୍ୟା ୫ଟାରେ ଖେଳାଯିବ ଏହି ମ୍ୟାଚ୍‌ । ଭାରତ ଶେଷ ଥର ଲାଗି ଜର୍ମାନୀ ବିପକ୍ଷରେ ଟୋକିଓ ଅଲିମ୍ପିକ୍ସରେ ଖେଳିଥିଲା । ୨୦୦୬ ପରଠାରୁ ଉଭୟ ଦଳ ୫ ଥର ମୁହାଁମୁହିଁ ହୋଇଛନ୍ତି । ଏହି ୫ଟି ମୁକାବିଲାରେ ଭାରତ କେବଳ ଗୋଟିଏ ମ୍ୟାଚ୍‌ ଜିତିଛି । ଚଳିତ ପ୍ରୋ ଲିଗ୍‌ରେ ଭାରତ ପ୍ରଥମେ ଚୀନ୍‌ ବିପକ୍ଷରେ ଖେଳିଥିଲା ଏବଂ ଦୁଇଟି ଯାକ ମ୍ୟାଚ୍‌ ଜିତିଥିଲା । କଳିଙ୍ଗ ଷ୍ଟାଡିୟମରେ ସ୍ପେନ୍‌ ବିପକ୍ଷ ପ୍ରଥମ ମ୍ୟାଚରେ ୨-୧ରେ ଜିତିଥିଲା ବେଳେ ଦ୍ବିତୀୟ ମ୍ୟାଚକୁ ୩-୪ରେ ହାରିଥିଲା । ତେବେ ଆଜି କଳିଙ୍ଗ ଷ୍ଟାଡିୟମରେ ସ୍ପେନ ବିପକ୍ଷରେ ମ୍ୟାଚରେ ବିଜୟ ଲାଭ କରି ଅଲମ୍ପିକ୍ସର ପରାଜୟର ବଦଲା ନେବାକୁ ଚେଷ୍ଟା କରିବ ଟିମ୍ ଇଣ୍ଡିଆ ।

ବିଧାୟକ ପଦରୁ ଇସ୍ତଫା ଦେବେ ଅଖିଳେଶ ଏବଂ ଆଜମ୍

ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ପୁଣି ଚାଲିଲା ଯୋଗୀ ଆଦିତ୍ୟନାଥଙ୍କ ବୋଲଡୋଜର୍ । ଯୋଗୀ ହାଉଆରେ ବିରୋଧୀ ସଫା । ବିଶେଷ କରି ଦ୍ବିତୀୟ ଥର ମୁଖ୍ୟମନ୍ତ୍ରୀ ହେବାକୁ ଅଖିଳେଶ ଦେଖିଥିବା ସ୍ବପ୍ନ ଚୂନା ହୋଇଯାଇଛି । ସମାଜବାଦୀ ପାର୍ଟି ଗତ ନିର୍ବାଚନ ତୁଳନାରେ ଭଲ କରିଥିଲେ ବି ସରକାର ଗଠନଠାରୁ ବହୁ ଦୂରରେ ରହିଯାଇଛନ୍ତି ଅଖିଳେଶ ।

ସ୍ବପ୍ନ ଭାଙ୍ଗି ପରେ ପୁଣି ଥରେ ଅଖିଳେଶ ଦିଲ୍ଲୀ ମୁହାଁ ହେବାକୁ ଯୋଜନା କରୁଛନ୍ତି । ସେ ବିଧାୟକ ପଦରୁ ଇସ୍ତଫା ଦେଇ ସାଂସଦ ରହିବାକୁ ମନ ସ୍ଥିର କରିଥିବା ଶୁଣିବାକୁ ମିଳୁଛି । କେବଳ ସେ ନୁହଁନ୍ତି, ସାମାଜବାଦୀ ପାର୍ଟିର ଅନ୍ୟତମ ତୁଙ୍ଗ ନେତା ଆଜମ ଖାନ୍ ମଧ୍ୟ ବିଧାୟକ ପଦରୁ ଇସ୍ତଫା ଦେଇ ପୂର୍ବ ପରି ସାଂସଦ ରହିବାକୁ ମନସ୍ଥ କରିଛନ୍ତି ।

ଉଭୟ ଅଖିଳେଶ ଏବଂ ଆଜମ ସାଂସଦ ଥାଇ ଚଳିତ ନିର୍ବାଚନରେ ବିଧାୟକ ଭାବେ ନିର୍ବାଚନ ଲଢି ବିଜୟୀ ହୋଇଛନ୍ତି । ଏବେ ସେମାନଙ୍କୁ ସାଂସଦ ଭାବେ ରହିବାକୁ ହେଲେ ବିଧାୟକ ପଦରୁ ଇସ୍ତଫା ଦେବାକୁ ପଡିବ ।

ସୂଚନାଯୋଗ୍ୟ, ଏବେ ଲୋକସଭାରେ ସମାଜବାଦୀ ପାର୍ଟିର ୫ ଜଣ ସଦସ୍ୟ ରହିଛନ୍ତି । ବର୍ତ୍ତମାନର ରାଜନୈତିକ ସ୍ଥିତିକୁ ଦେଖିଲେ ସାପା ଜାତୀୟ ସ୍ତରରେ ଦୁର୍ବଳ ହେବାକୁ ଚାହୁଁନାହିଁ । ଏମିତିରେ ଅଖିଳେଶ ଏବଂ ଆଜମ୍ ବିଧାୟକ ପଦରୁ ଇସ୍ତଫା ଦେଇପାରନ୍ତି ।

ମହିଳା ବିଶ୍ୱକପ: ଚମକିଲେ ସ୍ମୃତି ଓ ହରମନପ୍ରୀତ, ଓ୍ୱେଷ୍ଟଇଣ୍ଡିଜକୁ ଦେଲେ ୩୧୮ ରନର ବିଜୟ ଲକ୍ଷ୍ୟ

ହାମିଲଟନ: ମହିଳା ବିଶ୍ୱକପରେ ଇତିହାସ ରଚିଲା ଭାରତ । ଓ୍ୱେଷ୍ଟଇଣ୍ଡିଜ ବିପକ୍ଷରେ ଖେଳାଯାଇଥିବା ମ୍ୟାଚରେ ଭାରତର ଦୁଇ ଜଣ ବ୍ୟାଟ୍ସମ୍ୟାନ ଶତକ ହାସଲ କରିଛନ୍ତି । ସ୍ମୃତି ମାନ୍ଧାନାଙ୍କ ବ୍ୟତୀତ ହରମନପ୍ରୀତ କୈର ଏହି ମ୍ୟାଚରେ ଶତକ ଲଗାଇଛନ୍ତି । ମହିଳା ବିଶ୍ୱକପ ଆରମ୍ଭ ପୂର୍ବରୁ ଏହି ଦୁଇ ଖେଳାଳିଙ୍କ ଫର୍ମକୁ ନେଇ ବେଶ୍ ଟାର୍ଗେଟରେ ଥିଲେ । କିନ୍ତୁ ଆଜି ଏହି ଦୁଇ ଖେଳାଳି ଦମଦାର ଶତକ ହାସଲ କରି ସମାଲୋଚକଙ୍କୁ ମୁହଁତୋଡ ଜବାବ ଦେଇଛନ୍ତି ।

ଆଜି ମହିଳା ବିଶ୍ୱକପରେ ତୃତୀୟ ମ୍ୟାଚରେ ଓ୍ୱେଷ୍ଟଇଣ୍ଡିଜକୁ ଭେଟିଥିଲା ଟିମ୍ ଇଣ୍ଡିଆ । ଏହି ମ୍ୟାଚରେ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଟିମ୍ ଇଣ୍ଡିଆ । ଆରମ୍ଭ ଭାରତର ଦୁଇ ଓପନର ୟସିକା ଭାଟିଆ ଓ ସ୍ମୃତି ମାନ୍ଧାନା ଦମଦାର ପ୍ରଦର୍ଶନ କରିଥିଲେ । ପ୍ରଥମ ଓ୍ୱିକେଟ ପାଇଁ ଏହି ଦୁଇ ବ୍ୟାଟ୍ସମ୍ୟାନ ୪୯ ରନର ପାର୍ଟନରସିପ୍ କରିଥିଲେ । ଏହା ପରେ ୟସିକା ଭାଟିଆଙ୍କ ଆଉଟ ହେବା ପରେ ଅଧିନାୟକ ମିତାଲି ରାଜ୍ ଓ ଦିପ୍ତି ଶର୍ମା ଶୀଘ୍ର ଆଉଟ ହୋଇ ପ୍ୟାଭିଲିୟନ ଫେରିଥିଲେ । ୭୮ ରନରେ ତିନୋଟି ଓ୍ୱିକେଟ ଯିବା ପରେ ପାରି ସମ୍ଭାଳିଥିଲେ ଉପ-ଅଧିନାୟକ ହରମନପ୍ରୀତ କୌର ।

ସ୍ମୃତି ମନ୍ଧାନା ଏହି ମ୍ୟାଚରେ ଦମଦାର ଶତକ ହାସଲ କରିଥିଲେ । ସେ ୧୧୯ ବଲରୁ ୧୨୩ ରନର ଦମଦାର ଇନିଂସ ଖେଳିଥିଲେ । ସ୍ମୃତିଙ୍କ ଦମଦାର ଶତକ ପରେ ହରମନପ୍ରୀତ ମଧ୍ୟ ଧୁଆଁଧାର ଶତକ ହାସଲ କରିଥିଲେ । ହରମନପ୍ରୀତ କୌର ୧୦୭ ବଲରୁ ୧୦୯ ରନର ଧୁଆଁଧାର ପାଳି ଖେଳିଥିଲେ । ଉଭୟ ବ୍ୟାଟ୍ସମ୍ୟାନଙ୍କ ଶତକ ଫଳରେ ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୮ ଓ୍ୱିକେଟ ହରାଇ ୩୧୭ ରନର କରିଛି । ଯାହା ଫଳରେ ଏହି ମ୍ୟାଚରେ ଓ୍ୱେଷ୍ଟଇଣ୍ଡିଜ୍ ଆଗରେ ୩୧୮ ରନର ବଡ଼ ସ୍କୋର ରଖିଛି ।