ବଲାଙ୍ଗୀରରେ ସ୍ଵାଧୀ ନିରଞ୍ଜନ ଜ୍ୟୋତି, ପ୍ରଶ୍ନ ଉଠାଇଲେ ନରସିଂହ

ଭୁବନେଶ୍ୱର: ଆକାଂକ୍ଷୀ ଜିଲ୍ଲା ବଲାଙ୍ଗୀର ଗସ୍ତରେ ଆସିଛନ୍ତି କେନ୍ଦ୍ର ଖାଦ୍ୟ ରାଷ୍ଟ୍ର ମନ୍ତ୍ରୀ ସ୍ଵାଧୀ ନିରଞ୍ଜନ ଜ୍ୟୋତି । କେନ୍ଦ୍ରମନ୍ତ୍ରୀ ଜିଲ୍ଲାରେ ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରିଥିବା ବେଳେ ବୈଠକରେ ଜିଲ୍ଲାପାଳଙ୍କ ସମେତ ଜିଲ୍ଲା ପ୍ରଶାସନର ଅଧିକାରୀ ଉପସ୍ଥିତ ଥିଲେ । ହେଲେ ଆକାଂକ୍ଷୀ ଜିଲ୍ଲା ପାଇଁ କୌଣସି ସ୍ବତନ୍ତ୍ର ଅନୁଦାନ କେନ୍ଦ୍ର ସରକାର ଦେଉନଥିବା ବେଳେ ଆଦିବାସୀ ବହୁଳ ଜିଲ୍ଲା ପାଇଁ ଥିବା କେନ୍ଦ୍ରୀୟ ଯୋଜନାରେ ଅଂଶଧନ କମାଇଦେଇଛନ୍ତି ।

ଏପରିକି କିଛି ଯୋଜନାକୁ ମଧ୍ୟ କେନ୍ଦ୍ର ସରକାର ସମ୍ପୂର୍ଣ୍ଣ ବନ୍ଦ କରିଦେଇଛନ୍ତି । ଏଭଳି ସ୍ଥିତିରେ ସମୀକ୍ଷା କେବଳ ବାହାନା, ଅସଲ ଉଦ୍ଦେଶ୍ୟ ଦଳୀୟ ରାଜନୀତି ବୋଲି ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର କହିଛନ୍ତି । ପଞ୍ଚାୟତ ଓ ପୌର ନିର୍ବାଚନରେ ବିଜେପିର ଶୋଚନୀୟ ପରାଜୟ ପରେ କେନ୍ଦ୍ରମନ୍ତ୍ରୀମାନେ ନିଜ ଦଳର ସ୍ଥିତି ପରଖିବାକୁ ଆସୁଛନ୍ତି ବୋଲି ନରସିଂହ ଅଭିଯୋଗ କରିଛନ୍ତି ।