ମେ’ ୩ ପରେ ସମସ୍ତେ ପ୍ରସ୍ତୁତ ରୁହନ୍ତୁ, ରାଜ ଠାକରେଙ୍କ ଚେତାବନୀ

2 min read

ମୁମ୍ବାଇ: ମହାରାଷ୍ଟ୍ର ନବନିର୍ମାଣ ସେନା ମୁଖ୍ୟ ରାଜ୍ ଠାକରେ ଜୁନ୍ ୫ ଅଯୋଧ୍ୟା ଗସ୍ତ କରିବେ । ଏହା ସହିତ ସେ ଆସନ୍ତା ମେ’ ୧ରେ ଐରଙ୍ଗାବାଦରେ ତାଙ୍କର ପରବର୍ତ୍ତୀ ସାଧାରଣ ସଭା କରିବାକୁ ଘୋଷଣ କରିଛନ୍ତି । ରାଜ୍ ଠାକରେ କହିଛନ୍ତି ଆମେ ମହାରାଷ୍ଟ୍ରରେ ଦଙ୍ଗା ଚାହୁଁନାହୁଁ । ନମାଜ କରିବାକୁ ଆମେ କେହି ବିରୋଧ କରୁନାହୁଁ । କିନ୍ତୁ ଯଦି ଆପଣ ଏହାକୁ ଲାଉଡ ସ୍ପିକରରେ କରନ୍ତି ତେବେ ଆମେ ମଧ୍ୟ ଲାଉଡ ସ୍ପିକର ବ୍ୟବହାର କରିବୁ ।

ରାଜ ଠାକେର କହିଛନ୍ତି ଯେ ମୁସଲମାନମାନେ ବୁଝିବା ଉଚିତ୍ ଯେ କୌଣସି ଧର୍ମ ଆଇନଠାରୁ ବଡ଼ ନୁହେଁ । ସେ ଆହୁରି କହିଛନ୍ତି ଯେ ମେ’ ୩ ପରେ ମୁଁ କ’ଣ କରିବି ଦେଖିବି । ହନୁମାନ ଜୟନ୍ତୀ ଅବସରରେ ଦିଲ୍ଲୀର ଜାହାଙ୍ଗୀରପୁରରେ ହୋଇଥିବା ହିଂସା ଉପରେ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି ରାଜ୍ ଠାକରେ । ସେ କହିଛନ୍ତି ଏହି ସବୁ ଘଟଣାରେ ଏହି ପରି ଭାବରେ ଉତ୍ତର ଦିଆଯିବା ଉଚିତ୍ । ନଚେତ ଏହି ଲୋକମାନେ ବୁଝିବେ ନାହିଁ ।

ରାଜ ଠାକରେ ଦେଶର ସମସ୍ତ ହିନ୍ଦୁମାନଙ୍କୁ ପ୍ରସ୍ତୁତ ରହିବାକୁ ନିବେଦନ କରିଛନ୍ତି । ଯଦି ମୁସଲିମ୍ ସମାଜର ଲୋକମାନେ ୧’ ୩ ସୁଦ୍ଧା ମସଜିଦରୁ ଲାଉଡ ସ୍ପିକର ହଟାନ୍ତି ନାହିଁ, ତେବେ ଆମେ ବି ହନୁମାନ ଚାଳିସା ଲାଉଡ ସ୍ପିକରରେ ବଜାଇବୁ । ତେବେ ଏହି ଲାଉଡ ସ୍ପିକର ପାଇଁ କେବଳ ହିନ୍ଦୁ ସମାଜର ଲୋକ ଅସୁବିଧାର ସମ୍ମୁଖୀନ ହେଉନାହିଁନ୍ତି ବରଂ ମୁସଲିମ୍ ସମ୍ପ୍ରଦାୟର ଲୋକମାନେ ମଧ୍ୟ ଏହାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ଏଥିସହ ଶିବସେନା ମନ୍ତ୍ରୀ ତଥା ମନ୍ତ୍ରୀ ଆଦିତ୍ୟ ଠାକରେ ହିନ୍ଦୁତ୍ୱ ପ୍ରସଙ୍ଗରେ ନିଜର ଗଡ଼କୁ ଯାଇ ବିଜେପିକୁ ଉତ୍ତର ଦେବାକୁ ପ୍ରସ୍ତୁତ ହେଉଛନ୍ତି । ସେ ଖୁବ୍ ଶୀଘ୍ର ଅଯୋଧ୍ୟା ପରିଦର୍ଶନ କରିବେ ବୋଲି ଆଦିତ୍ୟ ଠାକରେ ଶନିବାର ଘୋଷଣା କରିଛନ୍ତି । ସେ ମେ’ ମାସ ଆରମ୍ଭରେ ଅଯୋଧ୍ୟା ଯାଇପାରନ୍ତି । ସେ କହିଛନ୍ତି ଯେ ଅଯୋଧ୍ୟା ଯାତ୍ରା ସମ୍ପର୍କରେ ସାଂସଦ ସଞ୍ଜୟ ରାଉତଙ୍କ ସହ ତାଙ୍କର ଆଲୋଚନା ହୋଇଛି । ଅଯୋଧ୍ୟା ଯାତ୍ରା ସମ୍ବନ୍ଧୀୟ କାର୍ଯ୍ୟକ୍ରମ ଖୁବ୍ ଶୀଘ୍ର ଘୋଷଣା କରାଯିବ ।