IPL ୨୦୨୨: ବିଫଳ ମୁମ୍ବାଇ ଇଣ୍ଡିଆନ୍ସ, ଅଧିନାୟକ ପଦ ଛାଡ଼ିବେ ରୋହିତ ଶର୍ମା!

1 min read

ମୁମ୍ବାଇ: ଇଣ୍ଡିଆନ ପ୍ରିମିୟର ଲିଗ ଇତିହାସରେ ସବୁଠାରୁ ସଫଳ ଦଳ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଚଳିତ ସିଜିନ୍ ସବୁଠାରୁ ଖରାପ ରହିଛି । ୫ ଥରର ଚମ୍ପିଆନ ମୁମ୍ବାଇ ଚଳିତ ସିଜିନରେ ୬ଟି ମ୍ୟାଚରୁ ଗୋଟିଏ ବି ମ୍ୟାଚରେ ବିଜୟ ଲାଭ କରିପାରିନାହିଁ ରୋହିତ ଶର୍ମାଙ୍କ ନେତୃତ୍ୱଧୀନ ମୁମ୍ବାଇ ଇଣ୍ଡିଆନ୍ସ । IPL ଇତିହାସରେ ପ୍ରଥମ ଥର ମୁମ୍ବାଇ ୬ ମ୍ୟାଚରୁ ୬ ମ୍ୟାଚରେ ବିଜୟ ଲାଭ କରିଛି ।

୬ ମ୍ୟାଚରେ ୬ ପରାଜୟ ପରେ ଏବେ ପ୍ରଶ୍ନ ଉଠୁଛି କି ମୁମ୍ବାଇ ଇଣ୍ଡିଆନ୍ସର ଏହି କ୍ରମାଗତ ପରାଜୟ ପାଇଁ କିଏ ଦାୟୀ । ଏଭଳି ପରିସ୍ଥିତିରେ ଅଧିନାୟକ ରୋହିତ ଶର୍ମାଙ୍କ ନାମ ପ୍ରଥମ ଆସୁଛି । ରୋହିତ ଶର୍ମା ଆଇପିଏଲ ଇତିହାସରେ ସବୁଠାରୁ ସଫଳ ଅଧିନାୟକ ଅଟନ୍ତି । ରୋହିତଙ୍କ ନେତୃତ୍ୱରେ ମୁମ୍ବାଇ ୫ ଥର ଟାଇଟଲ ନିଜ ନାମରେ କରିଛି । କିନ୍ତୁ ଚଳିତ ସିଜିନରେ ସବୁଠାରୁ ଦୁର୍ବଳ ଦଳ ମନେ ହେଉଛି ମୁମ୍ବାଇ ଇଣ୍ଡିଆନ୍ସ ।

ରୋହିତ ଶର୍ମା ଚଳିତ ସିଜିନରେ ଓପନିଂ ଭାର ସମ୍ଭାଳୁଛନ୍ତି । ତାଙ୍କ ଭଲ ଆରମ୍ଭ ମିଳିଛି କିନ୍ତୁ ସେ ଏହାକୁ ବଡ଼ ସ୍କୋରରେ କନର୍ଭଟ କରିପାରୁ ନାହାନ୍ତି । ଯାହା ଫଳରେ ଚଳିତ ସିଜିନରେ ମୁମ୍ବାଇ ତା’ର ମିଡିଲ ଅର୍ଡର ଉପରେ ଅଧିକ ନିର୍ଭର କରୁଛି । ଏପର୍ଯ୍ୟନ୍ତ ମୁମ୍ବାଇ ଖେଳିଥିବା ୬ ମ୍ୟାଚରେ ମାତ୍ର ୧୧୪ ରନ କରିଛନ୍ତି ରୋହିତ ଶର୍ମା । ମୁମ୍ବାଇର ଏହି ଶୋଚନୀୟ ପ୍ରଦର୍ଶନ ପାଇଁ ଅଧିନାୟକ ଭାବରେ ନିଜକୁ ଦାୟୀ କରିଛନ୍ତି ରୋହିତ ଶର୍ମା ।

ତେବେ ମୁମ୍ବାଇ ଇଣ୍ଡିଆନ୍ସ ସହ ଏହା ପ୍ରଥମ ଥର ପାଇଁ ହୋଇନାହିଁ କି ଯେତେବେଳେ ତାଙ୍କ ଅଧିନାୟକ ଖରାଫ ଫର୍ମ ସହ ସଂଘର୍ଷ କରୁଛନ୍ତି । ୨୦୧୩ ମସିହାରେ ମୁମ୍ବାଇ ଇଣ୍ଡିଆନ୍ସ ରିକି ପଣ୍ଟିଂଙ୍କୁ ଅଧିନାୟକ ଭାବରେ ନିଯୁକ୍ତି ଦେଇଥିଲେ । କିନ୍ତୁ ଯେତେବେଳେ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହୋଇଥିଲା ସେ ସମୟରେ ପଣ୍ଟିଂ ଖରାପ ଫର୍ମ ସହ ସଂଘର୍ଷ କରୁଥିଲେ । ସେହି ସିଜିନରେ ଆରମ୍ଭ ୬ ମ୍ୟାଚରେ ପଣ୍ଟିଂଙ୍କ ବ୍ୟାଟରୁ ମାତ୍ର ୫୨ ରନ ଆସିଥିଲା । ଖରାଫ ଫର୍ମ ପାଇଁ ପଣ୍ଟିଂ ସେ ସମୟରେ ଏକ ବଡ଼ ପଦକ୍ଷେପ ନେଇଥିଲେ । ପଣ୍ଟିଂ ନିଜକୁ ଦଳର ଚୁଡାନ୍ତ ଏକାଦଶରୁ ବାହାରି ଥିଲେ । ରିକି ପଣ୍ଟିଂ ରୋହିତ ଶର୍ମାଙ୍କ ଦଳର ଅଧିନାୟକ କରିବାକୁ ପରାମର୍ଶ ଦେଇଥିଲେ ଏବଂ ସେ ଦଳ ସହ ମେଣ୍ଟର ଭାବରେ ରହିବାକୁ ନିଷ୍ପତ୍ତି ନେଇଥିଲେ । ପଣ୍ଟିଂଙ୍କ ଏହି ନିଷ୍ପତ୍ତି ଠିକ୍ ପ୍ରମାଣିତ ହୋଇଥିଲା । ସେହି ସିଜିନରେ ମୁମ୍ବାଇ ଇଣ୍ଡିଆନ୍ସ ପ୍ରଥମ ଥର ପାଇଁ ଆଇପିଏଲ ଟ୍ରଫି ହାତେଇଥିଲା ।

ତେବେ ଚଳିତ ସିଜିନରେ ନିଜ ଫର୍ମ ପାଇଁ ସଂଘର୍ଷ କରୁଥିବା ରୋହିତ ଶର୍ମାଙ୍କ ନିକଟରେ ମଧ୍ୟ ଏଭଳି ଅନେକ ପ୍ରଶ୍ନ ରହିଛି । ପଣ୍ଟିଂ ପରି ରୋହିତ ଏପରି କିଛି ନିଷ୍ପତ୍ତି ନେବେ କି? ମୁମ୍ବାଇ ଇଣ୍ଡିଆନ୍ସର ଯୁବ ଖେଳାଳିଙ୍କୁ ଅଧିନାୟକତ୍ୱ ଦାୟିତ୍ୱ ଦେଇ ପୁଣି ଇତିହାସ ଦୋହରାଇବେ କି ରୋହିତ ? ତେବେ ରୋହିତ ଶର୍ମା ଦଳର ଅଧିନାୟକ ପଦରେ ରହିବେ ନା ରିକି ପଣ୍ଟିଂଙ୍କ ପରି ସିଜିନ ଅଧାରୁ ଅଧିନାୟକ ପଦ ଛାଡ଼ିବେ ତାହାର ନିଷ୍ପତ୍ତି କେବଳ ରୋହିତ ଶର୍ମା ହିଁ ନେଇପାରିବେ ।