ଦିଲ୍ଲୀ ହିଂସା: ଗିରଫ ହେଲେ ୧୪, ଗୋଟିଏ ସମ୍ପ୍ରଦାୟକୁ ନେଇ ଉଠିଲା ପ୍ରଶ୍ନ

ନୂଆଦିଲ୍ଲୀ: ଦିଲ୍ଲୀ ଜହାଁଗୀରପୁରୀ ହିଂସା ଘଟଣାରେ ପୋଲିସର କାର୍ଯ୍ୟାନୁଷ୍ଠାନ ।  ୧୪ ଜଣ ବ୍ୟକ୍ତିଙ୍କ ବିରୋଧରେ ଏଫଆଇଆର ଋଜୁ କରିଛି ଦିଲ୍ଲୀ ପୋଲିସ  । ଉକ୍ତ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଭାବେ ପୋଲିସ ଅଂସାରକୁ ସୂଚିତ କରିଛି  ।  ସେପଟେ ପୋଲିସ ଗୋଟିଏ ସଂପ୍ରଦାୟର ସମସ୍ତଙ୍କୁ ଗିରଫ କରିଛି  । ଯାହାକୁ ନେଇ ଏବେ ପୋଲିସ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି  ।

 ରାଜଧାନୀ ଦିଲ୍ଲୀରେ ଦେଖାଦେଇଛି ସାଂପ୍ରଦାୟିକ ଉତ୍ତେଜନା ଓ ଅଶାନ୍ତିର ବାତାବରଣ  । ଦିଲ୍ଲୀର ଜାହାଙ୍ଗୀରପୁରୀ ଅଞ୍ଚଳରେ ଏକ ଧାର୍ମିକ ଶୋଭାଯାତ୍ରା ବେଳେ ଦୁଇ ସଂପ୍ରଦାୟ ମଧ୍ୟରେ ଘଟିଛି ସଂଘର୍ଷ  । ପୋଲିସ କହିବା ଅନୁସାରେ ସଂଘର୍ଷ ବେଳେ ଦୁଇ ଗୋଷ୍ଠୀ ମଧ୍ୟରେ ଟେକାପଥର ମାଡ ହୋଇଥିଲା  । କିଛି ଗାଡିରେ ନିଆଁ ଲଗାଇ ଦେଇଥିଲେ ଦୁର୍ବୃତ୍ତ  । ସଂଘର୍ଷ ପରେ  ଜାହାଙ୍ଗୀରପୁରୀ ଓ ଅନ୍ୟ ସମ୍ବେଦନଶୀଳ ଅଞ୍ଚଳରେ କଡା ନଜର ରଖିଛି ପୋଲିସ  । ଅଧିକ ଫୋର୍ସ ମୁତୟନ କରାଯାଇଛି । ଦଙ୍ଗାକାରୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ପାଇଁ ପୋଲିସ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ମନ୍ତ୍ରୀ ଗୃହ ଅମିତ ଶାହ । ହିଂସାରେ ସଂପୃକ୍ତ ଥିବା ଅଭିଯୋଗରେ ୧୪ ଜଣଙ୍କୁ ଗିରଫ କରାଯାଇଛି  । ଘଟଣାର ଯାଞ୍ଚ ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍ କରିବ  ।

 ସେପଟେ ପୋଲିସ ଶାନ୍ତି କମିଟି ସହ ଆଲୋଚନା ଜାରି ରଖିଛି । ପ୍ରତ୍ୟେକ ସାହିର ଶାନ୍ତି କମିଟି ମଧ୍ୟ ପୋଲିସ କଥା ଅନୁସାରେ ଶାନ୍ତି ଫେରାଇବା ଉଦ୍ଦେଶ୍ୟରେ କାର୍ଯ୍ୟ କରୁଛନ୍ତି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ନିର୍ଦ୍ଦେଶ ଅନୁସାରେ ପୋଲିସ କଠୋର କାର୍ଯ୍ୟାନୁଷ୍ଠାନ ଲଗ୍ରହଣ କରିଛି  । ସମସ୍ତ ଅଭିଯୁକ୍ତଙ୍କୁ ଖୋଜି ଖୋଜି ଗିରଫ କରିଛି  । ସାଂପ୍ରଦାୟିକ ହିଂସା, ହତ୍ୟା ଅଭିଯୋଗରେ ଗିରଫ କରାଯାଇଛି  । ସେପଟେ ପୋଲିସର କାର୍ଯ୍ୟାନୁଷ୍ଠାନକୁ ନେଇ ପ୍ରଶ୍ନ ଉଠିଛି । କାହିଁକି କେବଳ ଗୋଟିଏ ସମୁଦାୟର ଲୋକଙ୍କୁ ଗିରଫ କରାଯାଉଛି ବୋଲି କୁହାଯାଉଛି  ।

ସେପଟେ ଏହି ପ୍ରଶ୍ନକୁ ନେଇ ସିପି ଦୀପେନ୍ଦ୍ର ପାଠକ ପ୍ରତିକ୍ରିୟା ଦେଇଛନ୍ତି  । କହିଛନ୍ତି ଦିଲ୍ଲୀ ହିଂସାରେ ପୋଲିସ ତଦନ୍ତ  ଚଳାଇଛି ଏବଂ ସିସିଟିଭି ଫୁଟେଜ ଅନୁଯାୟୀ ଗିରଫ ପକ୍ରିୟା ଜାରି ରହିଛି  । ଏହା କେବଲ ପ୍ରାରମ୍ଭିକ ତଦନ୍ତ  । ତେଣୁ ଆଗାମୀ ଦିନରେ ଯେଉଁମାନେ ସଂଶ୍ଲିଷ୍ଟ ଥିବେ ସେମାନଙ୍କ ବିରୋଧରେ ମଧ୍ୟ ଦୃଢ କାର୍ଯ୍ୟାନୁଷ୍ଠା  ଗ୍ରହଣ କରାଯିବ ବୋଲି କହିଛନ୍ତି ସିପି ଦିପେନ୍ଦ୍ର ପାଠକ  ।