ପୋଖରୀରେ ବୁଡ଼ି ଇସ୍ରୋ ବୈଜ୍ଞାନିକଙ୍କ ମୃତ୍ୟୁ

ବରଗଡ଼: ପୋଖରୀରେ ବୁଡ଼ି ଇସ୍ରୋର ଯୁବ ବୈଜ୍ଞାନିକଙ୍କ ମୃତ୍ୟୁ । ବରଗଡ଼ ଜିଲାର ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଝାରପାଲି ଗାଁରେ ଏହି ଘଟଣା ଘଟିଛି । ମୃତ ବୈଜ୍ଞାନିକ ହେଲେ ନିହାର ରଞ୍ଜନ ପ୍ରଧାନ । ଆଜି ଗାଁର ଏକ ପୋଖରୀରେ ଗାଧୋଉ ଥିବାବେଳେ ବୁଡ଼ି ଯାଇଥିଲେ । ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ନିହାରଙ୍କ ବୟସ ମାତ୍ର ୨୭ ବର୍ଷ । ଇସ୍ରୋ ବୈଜ୍ଞାନିକ ଭାବେ ସେ କେରଳରେ କାର୍ଯ୍ୟରତ ଥିଲେ । ଗତ ୧୫ ତାରିଖ ଛୁଟିରେ ସେ ନିଜ ଗାଁକୁ ଆସିଥିଲେ । ତାଙ୍କର ଅକାଳ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ମେ’ ପହିଲାରେ ସେ କେରଳ ଫେରିଯିବାର ଥିଲା । ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିବା ବେଳେ ଶବକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି ।