spot_img
Home Blog Page 4502

ମନ୍ଦିର ସାମ୍ନାରେ କୁରାନ୍‌ ପଢ଼ିବା କଥା କହିଥିବା ରୁବିନା ଖାନମ୍‌ କିଏ ?

0

ଅଲିଗଡ଼: ଉତ୍ତରପ୍ରଦେଶରେ ମସଜିଦ ଗୁଡ଼ିକରେ ଲାଉଡସ୍ପିକରରେ ଖୁବ୍‌ ହଙ୍ଗାମା ସୃଷ୍ଟି ହୋଇଛି ।  ନିକଟ ଅତୀତତରେ କେତେକ ହିନ୍ଦୁ ସଙ୍ଗଠନ ଲୋକ ନିଜ ଘରେ ଏବଂ ମନ୍ଦିରରେ ଲାଉଡସ୍ପିକର ଲଗାଇ ହନୁମାନ ଚାଳିସା ପାଠ କରିବା କଥା କହିଥିଲେ । ଏହାକୁ ନେଇ ସମାଜବାଦୀ ପାର୍ଟିର ନେତା ରୁବିନା ଖାନମ୍‌ ବିରୋଧ କରି କଡ଼ା ଚେତାବନୀ ଦେଇଛନ୍ତି । ସେ କହିଛନ୍ତିଯେ ଟାର୍ଗେଟ କରି ଯଦି ମୁସଲମାନଙ୍କ ଦ୍ୱାରା ଜବରଦସ୍ତି  ମସଜିଦରେ ଲାଗିଥିବା ଲାଉଡସ୍ପିକର ହଟାଇବାକୁ ଚେଷ୍ଟା କରାଯିବ ତେବେ ମହିଳାମାନେ ଏହାକୁ ବିରୋଧ କରିବେ ।

କେବଳ ସେତିକି ନୁହେଁ ବରଂ ରୁବିନା ଏହା ମଧ୍ୟ କହିଛନ୍ତିଯେ, ଯଦି ଏଭଳି ହୁଏ ତେବେ ଶହଶହ କୋଟି କୋଟି ମହିଳା ମନ୍ଦିର ସାମ୍ନାରେ ବସି କୁରାନ୍‌ ପାଠ କରିବେ ।

ରୁବିନା ଖାନମ୍‌ ହେଉଛନ୍ତି ସମାଜବାଦୀ ପାର୍ଟିର ଜଣେ ନେତା । ଅଲିଗଡ଼ରେ ସେ ପାର୍ଟିର ମହାନଗର ଅଧ୍ୟକ୍ଷ । ନିକଟରେ କର୍ଣ୍ଣାଟକର ହିଜାବ ବିବାଦକୁ ନେଇ ଚର୍ଚ୍ଚାକୁ ଆସିଥିଲେ । ସେ କହିଥିଲେ ହିଜାବକୁ ଛୁଇଁଲେ ହାତ କାଟି ଦିଆଯିବ ।      

ବଢିଲା କରୋନା, ଫେରିଲା ଟେନସନ: ସଜାଗ ଓଡ଼ିଶା

ଭୁବନେଶ୍ବର: ବଢିଲାଣି ସଂକ୍ରମଣ, ପିଲାଙ୍କୁ ବିପଦ । ଆସିବ କି କରୋନାର ଚତୁର୍ଥ ଲହର ? ଦିଲ୍ଲୀ ଭୟା ଦେଇ ଓଡ଼ିଶାରେ ପଶିବ କି କରୋନା ? ଦିଲ୍ଲୀ ସମେତ କିଛି ରାଜ୍ୟରେ କରୋନା ସଂକ୍ରମଣ ଗ୍ରାଫ ଉପରମୁହାଁ ହେବା ପରେ ଏଭଳି ଆଶଙ୍କା ଦେଖାଦେଇଛି । ୨୪ ଘଣ୍ଟାରେ ଦେଶର ସଂକ୍ରମଣ ଉପରମୁହାଁ ହେବା ପରେ ସଜାଗ ହୋଇଛି ଓଡ଼ିଶା । ରାଜ୍ୟରେ ପଜିଟିଭ ସଂଖ୍ୟା ବହୁତ କମ୍ ରହିଛି । ତେଣୁ ସଂକ୍ରମଣ ବୃଦ୍ଧିକୁ ଦେଖି ଆତଙ୍କିତ ନହେବା ପାଇଁ ପରାମର୍ଶ ଦେଇଛି ସ୍ବାସ୍ଥ୍ୟ ବିଭାଗ ।

ସଂକ୍ରମଣ ବୃଦ୍ଧିକୁ ନଜରେ ରଖି ସ୍ବାସ୍ଥ୍ୟ ବିଭାଗ ଆଗୁଆ ପଦକ୍ଷେପ ନେଇଛି । ସ୍ଥିତି ଦେଖି ସମସ୍ତ ସର୍ତକତାମୂଳକ ପଦକ୍ଷେପ ନେବା ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଆଇସିଏମଆର ଗାଇଡଲାଇନ ଅନୁସାରେ ଟେଷ୍ଟିଂ ବଢାଇବାକୁ କୁହାଯାଇଛି । କ୍ଲଷ୍ଟର ଆଉଟ୍ ବ୍ରେକ ହେଲେ ତୀକ୍ଷ୍ଣ ନଜର ରଖିବାକୁ କୁହାଯାଇଛି । ସର୍ଭେଲାନ୍ସ ଜାରି ରଖିବା ସହ ହାଇରିକ୍ସ ପପୁଲେସନ ଉପରେ ନଜର ରଖିଛି ସ୍ବାସ୍ଥ୍ୟ ବିଭାଗ ।

ଦେଶରେ ଦୈନିକ ସଂକ୍ରମଣ ଗତ ୨୪ ଘଣ୍ଟା ମଧ୍ୟରେ ୯୦ ପ୍ରତିଶତ ବଢିଛି । ପଜିଟିଭ ସଂଖ୍ୟା ବୃଦ୍ଧିକୁ ଆଖିରେ ରଖି ଲକ୍ଷ୍ନୌ ଓ ୬ଟି ଏନସିଆର ଜିଲ୍ଲାରେ ମାସ୍କ ବାଧ୍ୟତାମୂଳକ କରିଛନ୍ତି ୟୁପି ସରକାର । ତେଣୁ ଥଣ୍ଡା, କାଶ, ଛିଙ୍କ ହେଉଥିବା ଲୋକମାନେ ସର୍ତକ ରହିବା ସହ ଆବଶ୍ୟକ ପଡ଼ିଲେ ଟେଷ୍ଟ କରିବାକୁ ସ୍ବାସ୍ଥ୍ୟ ବିଭାଗ ପରାମର୍ଶ ଦେଇଛି । ରାଜ୍ୟରେ ଟିକାକରଣ ଅନ୍ୟ ରାଜ୍ୟ ତୁଳନାରେ ଭଲ ହୋଇଥିବାରୁ ଓଡ଼ିଶା ସବୁ ସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ଥିବା ସ୍ବାସ୍ଥ୍ୟ ବିଭାଗ କହିଛି ।

ପୁଣି କଡ଼ା ହେଲା କଟକଣା: ଏହି ସବୁ ଜିଲ୍ଲାରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ

ଲକ୍ଷ୍ନୌ: ପୁଣି କଡ଼ ଲେଉଟେଇଲାଣି କି କରୋନା ? କାରଣ ଦେଶରେ ଏବେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ଆକ୍ରାନ୍ତଙ୍କ ସଂଖ୍ୟା । ପରିସ୍ଥିତି ଯେପରି ଜଟିଳ ନହୁଏ ସେଥିପାଇଁ ଏବେଠୁ ସଜାଗ ହେଲେଣି କିଛି ରାଜ୍ୟ । କିଛି ସ୍ଥାନରେ ଏବେଠୁ ମାସ୍କ ପିନ୍ଧିବା କଡ଼ାକଡ଼ି ହେଲାଣି ।

ବଢ଼ୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଉତ୍ତର ପ୍ରଦେଶ ସରକାର କଟକଣା କଡ଼ାକଡ଼ି କରିଛନ୍ତି । ଉତ୍ତରପ୍ରେଦଶ ରାଜଧାନୀ ଲକ୍ଷ୍ନୌ ଏବଂ ଦିଲ୍ଲୀ ଏନସିଆାରର ୬ଜିଲ୍ଲାରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । ଗାଜିଆାବାଦ, ମିରଠ, ବୁଲନ୍ଦସହର, ବାଘପତ ସମେତ ଲକ୍ଷ୍ନୌର ସବର୍ସାଧାରଣ ସ୍ଥାନରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି ।

କରୋନା ସଂକ୍ରମଣ କମିଥିବାରୁ ଯୋଗୀ ସରକାର ମାସ୍କ ପିନ୍ଧିବା ଉପରେ କିଛି ବି କଟକଣା ଲଗାଇ ନଥିଲେ । କିନ୍ତୁ ଏବେ ସଂକ୍ରମଣ ବଢ଼ୁଥିବାରୁ ଏହାକୁ ବାଧ୍ୟତାମୂଳକ କରାଯାଇଛି । ଗତ ରବିବାର ଦିଲ୍ଲୀରେ ୫୧୭ ନୂଆ କେସ୍ ସାମ୍ନାକୁ ଆାସିଛି । ଏବେ ଏହା ୪.୨୧ ପ୍ରତିଶତ ରହିଛି । ରବିବାର ଆାସିଥିବା ନୂଆ ସଂକ୍ରମଣକୁ ମିଶାଇ ଏବେ ଯାଏଁ ରାଜଧାନୀରେ ୧୮,୬୮,୫୫୦ ଲୋକ କରୋନା ଭାଇରସର ଶୀକାର ହୋଇଛନ୍ତି ଏବଂ ଏବେ ଯାଏଁ ୨୬,୧୬୦ ଲୋକଙ୍କ ମୃତ୍ୟୁ ହୋଇଛି । ଲୋକମାନଙ୍କର କରୋନା ପ୍ରତି ଢିଲା ମନୋଭବ ଯୋଗୁଁ ସଂକ୍ରମଣ ବଢ଼ିଥିବା କୁହାଯାଇଛି । ଏହାକୁ ଦୃଷ୍ଟିରେ ରଖି ଏବେଠୁ କଟକଣା କଡ଼ାକଡ଼ି କରାଯାଇଛି ।

ସ୍ବାମୀ ଶବ ପାଇଁ ସଉତୁଣୀ ହାତାହାତି, ଶବ ବ୍ୟବଚ୍ଛେଦ ଗୃହରେ ହାଇ ଡ୍ରାମା

ଭୁବନେଶ୍ବର: କ୍ୟାପିଟାଲ ହସ୍ପିଟାଲ ପରିସର । ଦୁଇ ମହିଳାଙ୍କ ମଧ୍ୟରେ ତୁମ୍ବିତୋଫାନ । ମୃତକଙ୍କୁ ନିଜର ସ୍ବାମୀ କହି ଦୁଇ ମହିଳାଙ୍କ ମଧ୍ୟରେ ହାତାହାତି ପର୍ଯ୍ୟନ୍ତ ଗଲା କଥା । ଦୁଇ ମହିଳାଙ୍କ ଏହି ହାଇଡ୍ରାମା କ୍ୟାପିଟାଲ ହସ୍ପିଟାଲ ପରିସରରେ କିଛି ସମୟ ପାଇଁ ଉତ୍ତେଜନା ପରିସ୍ଥିତି ସୃଷ୍ଟି କରିଥିଲା । ଏହାସହ ଦେଖଣାହାରୀଙ୍କ ପାଇଁ ମନୋରଞ୍ଜନର ଖୋରକ ମଧ୍ୟ ଯୋଗାଇ ଥିଲା ।

ଘଟଣା ବରଗଡ଼ ଥାନାରେ ମୃତ ପ୍ରଦୀପ ସାହୁଙ୍କ ମୃତ୍ୟୁ ମାମଲା । ଗତକାଲି ରାତିରେ ଏକ ଚୋରି ଯୋଜନା କରୁଥିବା ବେଳେ ପୋଲିସ ପ୍ରଦୀପକୁ ଧରିଥିଲା । ଅସୁସ୍ଥତା କାରଣରୁ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ଶବ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ବ୍ୟବଚ୍ଛେଦ ଗୃହକୁ ଅଣା ଯାଇଥିଲା ଶବ । ଏହି ସମୟରେ ବ୍ୟବଚ୍ଛେଦ ଗୃହ ପାଖରେ ପହଞ୍ଚି ଥିଲେ ଦୁଇ ମହିଳା । ଉଭୟ ମୃତ ପ୍ରଦୀପଙ୍କୁ ନିଜ ସ୍ବାମୀ ବୋଲି ଦାବି କରିଥିଲେ । ଏପରିକି ମୃତକ ତାଙ୍କ ସ୍ବାମୀ ବୋଲି ପ୍ରମାଣ ମଧ୍ୟ ଦେଖାଇବାକୁ ଲାଗିଥିଲେ । ଏଇଠି ଆରମ୍ଭ ହୋଇଥିଲା ଦୁଇ ମହିଳାଙ୍କ ମଧ୍ୟରେ ତୁମ୍ବିତୋଫାନ ।

ତେବେ ପୋଲିସ ସୂଚନା ଅନୁସାରେ ଚିଲିକା ଭୂଷଣ୍ଡପୁରର ପ୍ରଦୀପ ସାହୁ ସେହି ଗାଁ ନିକଟରେ ବିବାହ କରିଥିଲେ । ପ୍ରଥମ ସ୍ତ୍ରୀଙ୍କର ଦୁଇ ପୁଅ ଅଛନ୍ତି । ବଡ଼ପୁଅ ପୁରୀରେ ଫଳ ଦୋକାନ କରିବା ପରେ ପରିବାର ସହ ପ୍ରଦୀପ ପୁରୀରେ ରହୁଥିଲେ । ତେବେ ସେଠାରେ ତାଙ୍କ ନାଁରେ ମାମଲା ବଢିବା ପରେ ପରିବାରକୁ ଛାଡି ଭୁବନେଶ୍ବର ଚାଲି ଆସିଥିଲେ ।

ଭୁବନେଶ୍ବର ଆସିବା ପରେ ପ୍ରଥମେ ସତ୍ୟନଗର, ପରେ ରସୁଲଗଡ଼ ଓ ତା’ପରେ କପିଳେଶ୍ବର ଅଞ୍ଚଳରେ ଘରଭଡା ନେଇ ରହୁଥିଲେ । ଏହାସହ ଭୁବନେଶ୍ବରରେ ଦ୍ବିତୀୟ ବିବାହ କରିଥିଲେ ପ୍ରଦୀପ । ସେତିକି ନୁହେଁ ବିବାହ କରିବା ସହ ପରିଚୟ ଲୁଚାଇବା ପାଇଁ ଦେବେନ୍ଦ୍ର ଚୌଧୁରୀ ନାଁରେ ଆଧାର କାର୍ଡ କରିଥିଲେ । ଯାହାର ଗୁମର ଖୋଲିସ ପୋଲିସ ।

ମନୋଜ ପାଣ୍ଡେ ହେବେ ନୂଆ ସ୍ଥଳସେନା ମୁଖ୍ୟ

ନୂଆଦିଲ୍ଲୀ: ଭାରତୀୟ ଆର୍ମୀର ନୂଆ ସ୍ଥଳସେନା ମୁଖ୍ୟ ହେବେ ଲେଫ୍ଟନାଣ୍ଟ ଜେନେରାଲ ମନୋଜ ପାଣ୍ଡେ । ସେନାର କୋର୍ ଅଫ ଇଞ୍ଜିନିୟର ଅଫିସର ହେଉଛନ୍ତି ମନୋଜ । ସେ ୨୯ତମ ସେନାମୁଖ୍ୟ ଭାବେ କାର୍ଯ୍ୟଭାର ଗ୍ରହଣ କରିବେ । ବର୍ତ୍ତମାନର ସ୍ଥଳସେନା ମୁଖ୍ୟ ଏମ.ଏମ. ନରଓ୍ବାଣେଙ୍କ ସ୍ଥାନ ନେବେ ମନୋଜ । ୧୯୮୨ ମସିହାରେ ସେନାର ଇଞ୍ଜିନିୟର ରେଜିମେଣ୍ଟରେ ଭର୍ତ୍ତି ହୋଇଥିଲେ ମନୋଜ ।

ଆସନ୍ତା ୩୦ ତାରିଖରେ ମନୋଜ ଭାରତୀୟ ସ୍ଥଳସେନାର ଦାୟିତ୍ବ ଗ୍ରହଣ କରିବେ । ଦେଶର ପ୍ରଥମ ଇଂଜିନିୟର ଭାବେ ସେ ସ୍ଥଳସେନା ମୁଖ୍ୟ ହେବାକୁ ଯାଉଛନ୍ତି । ଚଳିତମାସ ଶେଷରେ ଏମ.ଏମ. ନରଓ୍ବାଣେ ଅବସର ନେବେ ।

ନରଓ୍ବାଣେଙ୍କ ପରେ ମନୋଜ୍ ହେଉଛନ୍ତି ସେନାର ସବୁଠାରୁ ବରିଷ୍ଠ ଅଧିକାରୀ । ଅନ୍ୟପକ୍ଷେ ଖାଲି ଥିବା  ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ ସିଡିଏସ ପଦ ଦୌଡରେ ନରଓ୍ବାଣେଙ୍କ ନାଁ ଆଗରେ ଥିବା ବିଶେଷ ସୂତ୍ରରୁ ଜଣାପଡୁଛି । ୨୦୨୧ ଡିସେମ୍ବର ୮ ତାରିଖରେ ବାୟୁସେନା ବିମାନ ଦୁର୍ଘଟଣାରୁ ଦେଶର ପ୍ରଥମ ସିଡିଏସ ବିପିନ ରାଓ୍ବତଙ୍କ ମୃତ୍ୟୁ ଘଟିଥିଲା । ସେବେଠାରୁ ଏହି ପଦବୀଟି ଖାଲି ରହିଛି ।

ବିପଦରେ କୋଟି କୋଟି କ୍ରୋମ୍‌ ୟୁଜର୍ସ

ନୂଆଦିଲ୍ଲୀ: ଇଣ୍ଟରନେଟ୍‌ ବ୍ରାଉଜର ଭାବରେ ଗୁଗଲ କ୍ରୋମ୍‌ ଖୁବ୍‌ ଲୋକପ୍ରିୟ । ଏହାର କୋଟି କୋଟି ଆରବ ୟୁଜର୍ସ ଅଛନ୍ତି । ଏବେ ଗୁଗଲ କ୍ରୋମ୍‌ ୟୁଜର୍ସଙ୍କୁ ଚେତାବନୀ ଦେଇଛି । ବାସ୍ତବରେ ଗୁଗଲ କ୍ରୋମରେ ଏକ ସମସ୍ୟା ଦେଖା ଦେଇଛି ।  ଯାହାକୁ ନେଇ ୩୨୦ କୋଟି ୟୁଜର୍ସ ବିପଦ ଆଶଙ୍କାରେ ।

ଗୁଗଲ କ୍ରୋମରେ ଏକ ନୂଆ ଜିରୋ-ଡେ-ହାଇ ଥ୍ରେଟ୍‌ ଲେବଲ ହ୍ୟାକ୍‌ ଠାବ ହୋଇଛି । ଏହାକୁ ନେଇ ନୂଆ କ୍ରୋମ୍‌ ବ୍ଲଗ୍‌ ପୋଷ୍ଟରେ ସୂଚନା ଦିଆଯାଇଛି । ତେବେ ହ୍ୟାକର୍ସ କ୍ରୋମ୍‌ ୟୁଜର୍ସଙ୍କୁ ଟାରଗେଟ୍‌ କରିପାରେ । କିନ୍ତୁ କମ୍ପାନୀ ଏହାର ଫିକ୍ସ ଜାରି କରିସାରିଛି ।

କ୍ରୋମର ସମସ୍ତ ମୁଖ୍ୟ ପ୍ଲାଟଫର୍ମ ଭଳି Windows,macos,Linux ଏବଂ Android ପାଇଁ ସମସ୍ୟା ନଜର ଆସିଛି । କ୍ରୋମ୍‌ ୟୁଜର୍ସଙ୍କ ସୁରକ୍ଷା ପାଇଁ ଗୁଗଲ ଏପର୍ଯ୍ୟନ୍ତ ଏହି ସମସ୍ୟା ବାବଦରେ ସମ୍ପୂର୍ଣ୍ଣ ବିବରଣୀ ଦେଇନାହିଁ । ଏହି ତିନି ସପ୍ତାହରେ ଦ୍ୱିତୀୟ ଥର ଯେତେବେଳେ, କ୍ରୋମ୍‌ କମ୍ପୋନେଟ୍‌ V8କୁ  ଜିରୋ ଡେ କ୍ୟାକରେ ବ୍ରିଜ୍‌ କରାଯାଇଛି । ଏହି ସମସ୍ୟାର ସମାଧାନ ପାଇଁ ଗୁଗଲ ନୂଆ ଭର୍ସନ ଜାରି କରିଛି । କିନ୍ତୁ ଏହା ତୁରନ୍ତ ସମସ୍ତଙ୍କ ପାଇଁ ଉପଲବ୍ଧ ହୋଇପାରିବନି ବୋଲି କହିଛି କମ୍ପାନୀ । ୟୁଜର୍ସ ଅପଡେଟକୁ ଚେକ୍‌ କରିବା ପାଇଁ କ୍ରୋମର ଟପ୍‌ ରାଇଟ୍‌ରେ ଡଟ୍‌ ମେନୁରେ କ୍ଲିକ୍‌ କରିପାରିବେ । ଏହାପରେ ସେଟିଂକୁ ଯିବାକୁ ପଡ଼ିବ । ଏହାପରେ ହେଲ୍ପ ସେକ୍ସନ । ଏହାପରେ about google chromeରେ ଟ୍ୟାପ୍‌ କରିବେ । ଏସବୁ କରିବା ପରେ ବ୍ରାଉଜରକୁ ରିଷ୍ଟାର୍ଟ କରନ୍ତୁ ।

ସ୍କୁଲ ପରେ କଲେଜରେ କମିଲା ଖରା ଛୁଟି

ଭୁବନେଶ୍ବର: ସ୍କୁଲ ପରେ କଲେଜରେ ବି କମିଲା ଖରା ଛୁଟି । ଜୁନ ୧ରୁ ୧୬ ତାରିଖ ଯାଏଁ ବନ୍ଦ ରହିବ ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟ । ଆବଶ୍ୟକ ପଡିଲେ ଏକ୍ସଟ୍ରା କ୍ଲାସ୍ କରାଯିବ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି । ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟକୁ ନିର୍ଦ୍ଦେଶ ଦିଆଯାଇଛି । କରୋନା ଯୋଗୁଁ ଶିକ୍ଷାବର୍ଷ ବ୍ୟାହତ ହୋଇଥିବାରୁ ଖରା ଛୁଟି ଅବଧି କମା ଯାଇଥିବା ବିଭାଗ ପକ୍ଷରୁ କୁହାଯାଇଛି ।

ପୂର୍ବରୁ ସ୍କୁଲରେ ମଧ୍ୟ ଖରା ଛୁଟି କାଣ୍ଟଛାଣ୍ଟ କରାଯାଇଥିଲା । ମେ’ ୬ରୁ ୧୬ ତାରିଖ ପର୍ଯ୍ୟନ୍ତ ସ୍କୁଲରେ ହେବ ଖରାଛୁଟି ।

ବଢିଲା ଜେଇଇ ମେନ ଅନଲାଇନ୍ ଫର୍ମପୂରଣ ତାରିଖ

ଭୁବନେଶ୍ବର: ଜେଇଇ ମେନ୍ ପାଇଁ ଅନଲାଇନ୍ ଫର୍ମପୂରଣ ତାରିଖ ବଢାଇ ଦିଆଯାଇଛି ।  ପିଲାଙ୍କ ଦାବିକୁ ଦୃଷ୍ଟିରେ ରଖି ତାରିଖ ବଢା ଯାଇଛି । ଏପ୍ରିଲ ୧୮ ତାରିଖ ଆଜିଠାରୁ ଜେଇଇ ମେନ୍ ସେକ୍ସନ-୧ ପାଇଁ ଅନଲାଇନ୍ ଫର୍ମପୂରଣ ପୁଣି ଆରମ୍ଭ ହୋଇଛି । ଆସନ୍ତା ୨୫ ତାରିଖ ରାତି ୯ଟା ପର୍ଯ୍ୟନ୍ତ ପିଲାମାନେ ଅନଲାଇନ ଫର୍ମପୂରଣ କରିପାରିବେ । ୨୫ ତାରିଖ ରାତି ୧୧ଟା ୫୦ ମଧ୍ୟରେ ଆବେଦନ ଫି’ ଦାଖଲ କରିବାକୁ କୁହାଯାଇଛି ।

ଜୁନ ୨୦ରୁ ୨୯ ତାରିଖ ମଧ୍ୟରେ ହେବ ଜେଇଇ ମେନ୍ ପରୀକ୍ଷା । ଛାତ୍ରଛାତ୍ରୀମାନେ ଅଫିସିଆଲ ଓ୍ୱେବସାଇଟ ’jeemain.nta.nic.in’ ରେ ଆବେଦନ କରିପାରିବେ ।

କେଜିଏଫର ଅସଲ ରକି ଭାଇ କିଏ?

ବକ୍ସ ଅଫିସରେ ଧମାଲ କରୁଛି  KGFର ସିକ୍ୱେଲ୍। କନ୍ନଡ ଅଭିନେତା ୟଶଙ୍କ ଅଭିନୟ ବି ଫ୍ୟାନ୍ସଙ୍କୁ ଖୁବ୍ ଆଟ୍ରାକ୍ଟ କରୁଛି । ହେଲେ ଆପଣ କ’ଣ ଜାଣିଛନ୍ତି କି KGF ନାମରେ ଅସଲ ଜୀବନରେ ଏକ ସ୍ଥାନ ଅଛି । ଆଉ ଫିଲ୍ମରେ ଅଭିନେତା ୟଶ ନିଭାଇଥିବା ଚରିତ୍ର ବି କାଳ୍ପନିକ ହୋଇନଥିବା ଚର୍ଚ୍ଚା। KGFର ପୂରା ନାମ ହେଉଛି ’କୋଲାର ଗୋଲ୍ଡ ଫିଲ୍ଡସ୍’ ।

କର୍ଣ୍ଣାଟକର ବେଙ୍ଗାଲୁରୁ ଠାରୁ ୧୦୦ କିଲୋମିଟର ଦୂରରେ ରହିଛି କୋଲାର। ବ୍ରିଟିଶ ରାଜୁତି ସମୟରେ ସୁନା ଉତ୍ପାଦନ ପାଇଁ ଏହି ସ୍ଥାନ ଖୁବ୍ ଚର୍ଚ୍ଚାରେ ଥିଲା । ଯାହା ବ୍ରିଟିଶରଙ୍କ ଥିଲା ‘ମିନି ଇଂଲଣ୍ଡ’ । ଯେଉଁଠି ୧୨୧ ବର୍ଷ ଧରି କରାଯାଇଥିଲା ସୁନା ଉତ୍ପାଦନ।

ଐତିହାସିକଙ୍କ ଅନୁଯାୟୀ, ଏହି ଖଣିରୁ ପ୍ରାୟ ୯00 ଟନ୍ ସୁନା ଉତ୍ପାଦିତ ହୋଇଛି |  ଯେଉଁ ସୁନା ୧୮୮୦ ରୁ ୨୦୦୧  ମଧ୍ୟରେ ବାହାର କରାଯାଇଥିଲା । KGF ହେଉଛି ଦୁନିଆର ସବୁଠାରୁ ଗଭୀର ଖଣି, ଏଠାରେ ୧୯୮୦ ଏବଂ ୧୯୯୦ ଦଶକରେ ଦଶନ୍ଧି ମଧ୍ୟରେ ପୃଥିବୀ ପୃଷ୍ଠରୁ ତିନି କିଲୋମିଟର ଗଭୀର ଯାଏଁ ଖନନ କରାଯାଇଥିଲା । ଆଉ ଅଧିକ ସୁନା ଉତ୍ପାଦନ କ୍ଷେତ୍ରରେ ଭାରତ ଦୁନିଆର ୬ ନଂ ସ୍ଥାନରେ ରହିଥିଲା।

ତେବେ ଆସନ୍ତୁ ଜାଣିବା ଫିଲ୍ମରେ ଅଭିନେତା ୟଶ ନିଭାଇଥିବା ଚରିତ୍ର ସତ ନା କାଳ୍ପନିକ?

କିଏ ଏହି ରାଉଡି ଥଙ୍ଗମ? ଯାହାକୁ କେଜିଏଫର ଅସଲ ରକି ଭାଇ କୁହାଯାଏ?

ଆସନ୍ତୁ ଜାଣିବା ଫିଲ୍ମରେ ଅଭିନେତା ୟଶ ନିଭାଇଥିବା ଚରିତ୍ର ସତ ନା କାଳ୍ପନିକ । ଫିଲ୍ମଟି କୁଖ୍ୟାତ ଅପରାଧି ଥଙ୍ଗମ ଉପରେ ଆଧାରିତ । ଥଙ୍ଗମକୁ କୁଖ୍ୟାତ ଚନ୍ଦନ ତସକର ବୀରପ୍ପନର ଜୁନିଅର ମଧ୍ୟ କୁହାଯାଇଥାଏ। ମିଡିଆ ରିପୋର୍ଟ ଅନୁଯାୟୀ,ଏନକାଉଣ୍ଟର ପୂର୍ବରୁ ତା ନାଁରେ ୪୨ଟି ଅପରାଧିକ ମାମଲା ରହିଥିଲା । ଏପରିକି ତା’ ନାମରେ ଲୁଟ୍ ଓ ଛିନତାଇ ମାମଲା ରହିଥିଲା । ତା’ର ନିଜର ଏକ ଗ୍ୟାଙ୍ଗ ମଧ ରହିଥିଲା ।

ଫିଲ୍ମରେ ରକି ଯେପରି କୋଲାର ଗୋଲ୍ଡ ଫିଲ୍ଡ କୁ ଓହ୍ଲାଇବା ପରେ ଲୋକଙ୍କ ସପୋର୍ଟ ପାଇଥିଲା, ଠିକ୍ ସେହିପରି ଥଙ୍ଗମଙ୍‌କୁ ବି ମିଳିଥିଲା ଜନତାଙ୍କ ସମର୍ଥନ । ଲୋକଙ୍‌କ ଗହଣରେ ରବିନ ହୁଡ୍ ଭାବେ ପରିଚିତ ଥିଲେ ଥଙ୍ଗମ । କାରଣ ଅସହାୟ ଓ ଗରିବଙ୍କୁ ସେ ଖୁବ୍ ସହାୟତା କରୁଥିଲା । ସେ  ୧୯୯୭ ମସିହାରେ ଥଙ୍ଗମଙ୍କୁ ଗୁଳି ମାରିଥିଲା ପୋଲିସ । ୨୦୦୩ରେ ଥଙ୍ଗମର ୩ ଭାଇ ମଧ୍ୟ ଏନକାଉଣ୍ଟରରେ ପ୍ରାଣ ହରାଇଥିଲେ। ଯାହା ଉପରେ ବସିଥିଲା ସିବିଆଇ ତଦନ୍ତ

ତେବେ ଏହି ଫିଲ୍ମଟି ରିଲିଜ ପରେ ବିବାଦ ଘେରକୁ ଆସିଥିଲା। ଅସଲ ଜୀବନରେ ଥଙ୍ଗମର ମା’ ପାଉଲି JMFC କୋର୍ଟରେ କେସ୍ ଦାଏର କରିଥିଲେ । ପାଉଲିଙ୍କ  କହିବାନୁଯାୟୀ, ଚଳଚ୍ଚିତ୍ରର ପ୍ରଥମ ଭାଗରେ ତାଙ୍କ ପୁଅର ଚରିତ୍ରକୁ ନକରାତ୍ମକ ଢଙ୍ଗରେ ପ୍ରଦର୍ଶିତ କରାଯାଇଛି । ଯାହା ପରେ  JMFC Second court ପ୍ରଯୋଜକ ବିଜୟ, ନିର୍ଦ୍ଦେଶକ ପ୍ରଶାନ୍ତ ନିଲ୍, ବିଜିଏମଏଲ୍ କମ୍ପାନୀ ଓ କର୍ଣ୍ଣାଟକ ଫିଲ୍ମ ଚାମ୍ବର ଅଫ୍ କମର୍ସର ସଭାପତିଙ୍କୁ ନୋଟିସ୍ କରିଥିଲେ। ପରେ ଫିଲ୍ମ ଉପରେ ତଳକୋର୍ଟ ଲଗାଇଥିବା ଷ୍ଟେ ଅର୍ଡରକୁ ଉଠାଇଥିଲେ କର୍ଣ୍ଣାଟକ ହାଇକୋର୍ଟ ।

କର୍ଣ୍ଣାଟକରେ ଜନ୍ମଗ୍ରହଣ କରିଥିବା ଥଙ୍ଗମ ଜଣେ କୁଖ୍ୟାତ ଅପରାଧି । ତାଙ୍କ ମା’ଙ୍କ ନାମ ପାଓଲି । Kgf Part 1 ର ନିର୍ଦ୍ଦେଶକ ପ୍ରଶାନ୍ତ ନିଲଙ୍କ ଫିଲ୍ମ ସହ ଥଙ୍ଗମର ଜୀବନାବଳୀ କିଛ ମାତ୍ରାରେ ସମାନ ହୋଇଥିବା ବେଳେ ଆଉ କିଛି ପାର୍ଟ କାଳ୍ପନିକ । ଠିକ୍ ଯେପରି ଫିଲ୍ମରେ ରକି ତାଙ୍କ ମା’ ପାଓଲିଙ୍କ ଠାରୁ ପ୍ରେରଣା ପାଇଥିଲା । ଆଉ ସତ ଜୀବନରେ ଥଙ୍ଗମର ଜୀବନରେ ତାଙ୍କ ମା’ଙ୍କ ବଳିଷ୍ଠ ଭୂମିକା ରହିଥିଲା ବୋଲି ଚର୍ଚ୍ଚା ।

 

 

 

ଏଇଠୁ ଆରମ୍ଭ ହୋଇଥିଲା KGFର କାହାଣୀ…

ବକ୍ସ ଅଫିସରେ KGF Chapter 2 ଧମାଲ କରୁଛି । କନ୍ନଡ ଅଭିନେତା ୟଶଙ୍କ ଅଭିନୟ ଦର୍ଶକଙ୍କୁ ଖୁବ୍ ପସନ୍ଦ ଆସିଛି। ଠିକ୍ ସେହିପରି ଦିନେ ଅସଲ ଜୀବନର KGFକୁ ପସନ୍ଦ କରୁଥିଲେ ବ୍ରିଟିଶର । ଯାହାକୁ ବ୍ରିଟିଶର ମାନେ ‘ମିନି ଇଂଲଣ୍ଡ’ ବି କହୁଥିଲେ ।  KGFର ପୂରା ନାମ ହେଉଛି ‘କୋଲାର ଗୋଲ୍ଡ ଫିଲ୍ଡସ୍’ । ଯାହା ସୁନା ଖଣି ଭାବେ ପରିଚିତ ଥିଲା । ହେଲେ ଖୁବ୍ ଲୋକ ଜାଣିଥିବେ KGFର ଇତିହାସ ସମ୍ପର୍କରେ । ଆସନ୍ତୁ ଜାଣିବା ଆମର ଏହି ସ୍ପେଶାଲ୍ ରିପୋର୍ଟରେ…

’କୋଲାର ଗୋଲ୍ଡ ଫିଲ୍ଡସ୍’ (KGF) ହେଉଛି କର୍ଣ୍ଣାଟକ କୋଲାର ଜିଲ୍ଲାର ଏକ ଖଣି ଅଞ୍ଚଳ । ବ୍ରିଟିଶ ରାଜୁତି ସମୟରେ ସୁନା ଉତ୍ପାଦନ ପାଇଁ ଏହି ସ୍ଥାନ ଖୁବ୍ ଚର୍ଚ୍ଚାରେ ଥିଲା । ଆଉ ଦୁନିଆର ଦ୍ୱୀତିୟ ଗଭୀର ଖଣି ହେଉଛି କୋଲାର । ଯେଉଁଠି ୧୨୧ ବର୍ଷ ଧରି ସୁନା ଉତ୍ପାଦନ କରାଯାଇଥିଲା । ଏକ ରିପୋର୍ଟ ଅନୁଯାୟୀ କୋଲାର ଗୋଲ୍ଡ ଫିଲ୍ଡସ୍ ରୁ ପାଖାପାଖି ୯୦୦ ଟନ୍ ସୁନା ବାହାର କରାଯାଇଛି।

ବେଙ୍ଗାଲୁରୁ ଠାରୁ ୧୦୦ କିଲୋମିଟର ଦୂରରେ ରହିଛି କୋଲାର । KGF ପିଲ୍ମ ଏବେ କୋଟି କୋଟି ଟଙ୍କାର ଇନକମ୍ କରୁଛି । ଠିକ୍ ଏହି ପରି ଦିନେ ୧୯୦୫ ମସିହାରେ କୋଲାର ଗୋଲ୍ଡ ଫିଲ୍ଡସ୍ ସୁନା ଉତ୍ପାଦନ କରୁଥିଲା । ଆଉ ଅଧିକ ସୁନା ଉତ୍ପାଦନ କ୍ଷେତ୍ରରେ ଭାରତ ଦୁନିଆର ୬ ନଂ ସ୍ଥାନରେ ରହିଥିଲା। ତେବେ ଭୁତତ୍ତ୍ୱ ବିଜ୍ଞାନୀଙ୍କ ମତରେ ସେ ସମୟରେ KGFରୁ ଭାରତର ୯୫% ସୁନା ବାହାରୁଥିଲା ।

କୁହାଯାଏ ୧୮୭୧ରେ ବ୍ରିଟିଶ ସୈନିକ ମାଇକେଲ୍ ଫିଟଜଗେରାଲ୍ଡ ଲେବଲି ’ଏସିଆଟିକ୍ ଜର୍ଣ୍ଣାଲ୍’ରୁ  କୋଲାର ଗୋଲ୍ଡ ଫଇଲ୍ଡ ସମ୍ପର୍କରେ ଜାଣିଥିଲେ । ଯାହାପରେ ଏଠାକୁ ଆସି ଯାଞ୍ଚ କରିଥିଲେ । ପରେ ୧୮୭୫ ମସିହାରେ ମୈସୁରର ରାଜାଙ୍କ ଠାରୁ ଖନନ ପାଇଁ ଅନୁମତି ମିଳିଯାଇଥିଲା ବ୍ରିଟିଶରଙ୍କୁ । ଯାହା ପରେ ସାରା ଦୁନିଆରେ ଚର୍ଚ୍ଚାକୁ ଆସିଥିଲା KGF ।

ଜାପାନ ପରେ କେଜିଏଫ୍ ଥିଲା ଏସିଆର ଦ୍ୱିତୀୟ ସହର ଯେଉଁଠି ପ୍ରଥମେ ବିଜୁଳି ବତି ଜଳିଥିଲା । ଏହା ଭାରତର ପ୍ରଥମ ବିଦ୍ୟୁତ ଶକ୍ତି ବ୍ୟବହାରକାରୀ ସହର ଥିଲା । ଏଠାରେ କାମ କରୁଥିବା ଲୋକଙ୍କ ସୁବିଧା ପାଇଁ ବ୍ରିଟିଶର ଏକ ହ୍ରଦର ନିର୍ମାଣ କରିଥିଲେ । ଆଉ ଏହି କୁତ୍ରିମ ହ୍ରଦ ଏବେ ପିକନିକ୍ ସ୍ପଟ୍ ପାଲଟଛି । ସେ ସମୟରେ ବିଜୁଳି ଓ ପାଣି ସୁବିଧା କେବଳ VVIPଙ୍କୁ ମିଳୁଥିଲା ।

ଭାରତର ଗୋଲ୍ଡ ମାଇନ୍ସରେ ହଜାର ହଜାର ଲୋକ କାମ କରୁଥିଲେ । ୨୦୦୧ ମସିହାରେ ଏହି ସରକାରୀ କମ୍ପାନୀ KGFରେ ଖନନ କାମ ବନ୍ଦ କରିଦେଇଥିଲେ । କାରଣ ସେ ସମୟରେ ସୁନାର ଦାମ୍ ଖସି ଯାଇଥିଲା । ଫଳରେ ଆୟ ଠାରୁ ଖନନ କାମରେ ଅଧିକ ଟଙ୍କା ଖର୍ଚ୍ଚ ହେଉଥିଲା। ସ୍ଥିତି ଏଭଳି ଥିଲା ଯେ ସରକାର କର୍ମଚାରୀ ମାନଙ୍କୁ ଦରମା ଦେବାକୁ ସକ୍ଷମ ନଥିଲେ । ପରେ ଶ୍ରମିକ ମାନଙ୍କୁ ପେନସନ୍ ଭାବେ କିଛି ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା ।

KGF ଠାରୁ ୧୩୧ କିଲୋମିଟର ଦୂର ଶିବନସମୁଦ୍ରରେ ଏସିଆର ପ୍ରଥମ ହାଇଡ୍ରୋ ଇଲୋକ୍ଟ୍ରିକ୍ ପାୱର ଷ୍ଟେସନ ସ୍ଥାପିତ କରାଯାଇଥିଲା । ତେବେ ୨୦୧୬ରେ ମୋଦି ସରକାର ଏହି ଖାଦାନର ପୁନରୁଦ୍ଧାର ପାଇଁ ଚେଷ୍ଟା କରିଥିଲେ । କୁହାଯାଏ ଆଜିବି କୋଲାର ଖଣିରେ ବହୁ ପରିମାଣର ସୁନା ଗଚ୍ଛିତ ରହିଛି।