spot_img
Home Blog Page 4501

IPLରେ ପ୍ରଥମ ଥର ପାଇଁ ଦୌଡ଼ିକି ୪ ରନ୍ କଲେ ଖେଳାଳି

ନୂଆଦିଲ୍ଲୀ: ଟି -20 କ୍ରିକେଟରେ ଏହା କମ୍ ଦେଖାଯାଏ ଯେତେବେଳେ ବ୍ୟାଟ୍ସମ୍ୟାନମାନେ ଦୌଡ଼ି ଚାରି ରନ୍ ନେଇଥାନ୍ତି । ସୋମବାର ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ରେ  ମ୍ୟାଚରେ ମଧ୍ୟ ସମାନ ଘଟଣା ଦେଖିବାକୁ ମିଳିଥିଲା ​ । ସେହି ମ୍ୟାଚରେ ରାଜସ୍ଥାନର ଓପନର୍ ବଟଲର୍ ଏବଂ ଦେବଦତ୍ତ ପାଡ଼ିକଲ ଚାରି ରନ୍ ନେଇଥିଲେ। ଇନିଂସର ତୃତୀୟ ଓଭରରେ ଏମିତି ଦେଖିବାକୁ ମିଳିଥିଲା ।

ସେହି ଓଭରରେ ଉମେଶ ଯାଦବଙ୍କ ଶେଷ ବଲକୁ ବଟଲର ଖେଳିଥିଲେ । ଆଉ ଏହି ଶେଷ ବଲରେ ଭେଙ୍କଟେଶ ଆୟର୍ ଏକ ଭଲ ଫିଲ୍ଡିଂ କରିଥିଲେ ଏବଂ ବଲକୁ ସୀମା ବାହାରକୁ ଯିବାକୁ ରୋକିଥିଲେ । ତେବେ, ବଲଟି ୪ ବାଉଣ୍ଡ୍ରି ଛୁଇଁବା ପୂର୍ବରୁ ବଟଲର ଏବଂ ଦେବଦତ୍ତ ପାଦିକଲ ୪ ରନ ଦୌଡ଼ି ନେଇ ସାରିଥିଲେ । ଏବଂ ଭେଙ୍କଟେଶ ଆୟରଙ୍କ ଉଦ୍ୟମ ବୃଥା ହୋଇଯାଇଥିଲା ।

ଆଇପିଏଲ୍ ଇତିହାସରେ ଏହା ପ୍ରଥମ ଥର ପାଇଁ ବ୍ୟାଟ୍ସମ୍ୟାନ୍ମାନେ ରନରେ ଚାରି ରନ୍ ନେଇଛନ୍ତି । ଏହାପୂର୍ବରୁ ୨୦୧୭ରେ, ଗ୍ଲେନ୍ ମ୍ୟାକ୍ସୱେଲ ଚାରି ରନ୍ ପାଇଁ ଦୌଡ଼ିଥିଲେ, କିନ୍ତୁ ଏହି ସମୟରେ ତାଙ୍କୁ ଦୁଇ ରନରେ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା ।

ପ୍ରଥମେ ବ୍ୟାଟିଂ କରି ରାଜସ୍ଥାନ ରୟାଲ୍ସ ପାଞ୍ଚ ୱିକେଟ୍ ପାଇଁ ୨୧୭ ରନ୍ କରିଥିଲା। ବଟଲର ୬୧ଟି ବଲରେ ୧୦୩ ରନର ଏକ ଚମତ୍କାର ଇନିଂସ ଖେଳିଥିବାବେଳେ କେକେଆର ବୋଲରମାନଙ୍କୁ କଡ଼ା ଜବାବ ଦେଇଥିଲେ । ବଟଲର୍ ତାଙ୍କ ଇନିଂସରେ ୯ ଚୌକା ଓ ପାଞ୍ଚ ଛକା ମାରିଥିଲେ । ବଟଲରଙ୍କ ବ୍ୟତୀତ ସଞ୍ଜୁ ସାମସନ୍ ୩୮ ଏବଂ ଶିମ୍ରନ୍ ହେଟମିୟର ୨୬ ରନ କରିଥିଲେ । କୋଲକାତା ନାଇଟ୍ ରାଇଡର୍ସରୁ ସୁନୀଲ ନାର୍ନେ ସର୍ବାଧିକ ଦୁଇ ଖେଳାଳିଙ୍କୁ ମଇଦାନରୁ ବିଦା କରିଥିଲେ। ଏହା ବ୍ୟତୀତ ରସେଲ, ଶିବମ ଏବଂ କମିନ୍ସ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ ।

ପରିଣତ ବୟସରେ ବି ଚାଲିଛି ସମାଜସେବା

ଭଦ୍ରକ: ପରିଣତ ବୟସରେ ସମାଜସେବା । ପେନସନ ଟଙ୍କାରେ ଗାଧୁଆ ତୁଠ ନିର୍ମାଣ କଲେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ । ୮୪ ବର୍ଷିୟ ରାମଚନ୍ଦ୍ର ନଦୀଘାଟରେ କଂକ୍ରିଟ ପାହାଚ ତିଆରି କରିଛନ୍ତି । ବୃଦ୍ଧଙ୍କ ଏଭଳି କାମକୁ ଅଞ୍ଚଳବାସୀ ପ୍ରଶଂସା କରିଛନ୍ତି ।

ବୟସ ୮୪ ବର୍ଷ । ଚର୍ମ ଧୁଡୁ ଧୁଡୁ ହେଲାଣି । ଦୁଇପାଦ ଚାଲିବାକୁ ବି ବଳ ନାହିଁ । ତଥାପି ସମାଜ ସେବା କରିବାକୁ ଆଗ୍ରହ । ବୟସର ଅପରାହ୍ନରେ ପରୋପକାରରେ ମନ ବଳାଇଛନ୍ତି ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ ବନ୍ଦାଳ ଗାଁର ରାମଚନ୍ଦ୍ର ଦାସ । ଗାଁରେ ବର୍ଷ ବର୍ଷ ଧରି ଲାଗିରହିଥିବା ସମସ୍ୟାର ସମାଧାନ କରିଛନ୍ତି ଅବସର ପ୍ରାପ୍ତ ସରକାରୀ କର୍ମଚାରୀ । ନିଜ ପେନସନ ଟଙ୍କାରେ ନଦୀତୁଠକୁ କଂକ୍ରିଟ୍ କରିବା ସହ ଗାଁ ଲୋକଙ୍କ ସୁବିଧା ପାଇଁ ପାହାଚ ନିର୍ମାଣ କରିଛନ୍ତି ରାମଚନ୍ଦ୍ର ।

ନଦୀଘାଟକୁ କଂକ୍ରିଟ୍ କରିବା ପାଇଁ ପ୍ରଶାସନ ନିକଟରେ ବାରମ୍ବାର ଗୁହାରି କରି ବିଫଳ ହେବା ପରେ ତୁଠକୁ କଂକ୍ରିଟ୍ କରିବାକୁ ନିଷ୍ପତ୍ତି ନେଇଥିଲେ ରାମଚନ୍ଦ୍ର । ନିଜ ପେନସନ ଟଙ୍କାରୁ ୬୦ ହଜାର ଟଙ୍କା ଖର୍ଚ୍ଚକରି ପାହାଚ ନିର୍ମାଣ କରିଛନ୍ତି । ବୃଦ୍ଧଙ୍କ ଏଭଳି କାମକୁ ଅଞ୍ଚଳବାସୀ ପ୍ରଶଂସା କରିଛନ୍ତି ।

ଏଥିସହିତ ପଢ଼ନ୍ତୁ: ଧରାପଡିଲା ମହିଳାଙ୍କ ଚାଲାକି: ଖୋଲିଲା ସ୍ବାମୀ-ପୁଅ ଫେରାର ଗୁମର

‘ଓଡ଼ିଶାରେ କୃଷି’ ପୁସ୍ତକ ଉନ୍ମୋଚିତ

ଭୁବନେଶ୍ୱର: ଓଡ଼ିଶାରେ କୃଷି ପୁସ୍ତକ ଉନ୍ମୋଚିତ । ମାରୁତି ମିଡିଆ ଦ୍ଵାରା ପ୍ରକାଶିତ ସମ୍ବାଦ ସଂସ୍କରଣ `ଓଡ଼ିଶାରେ କୃଷି’ ପୁସ୍ତକ ଉନ୍ମୋଚିତ ହୋଇଛି । ପୁସ୍ତକରେ ରାଜ୍ୟରେ ଚାଷ ହେଉଥିବା ଶସ୍ୟ ଜାତୀୟ ଫସଲ, ଡାଲି ଜାତୀୟ ଫସଲ, ତୈଳବିଜ, ପନିପରିବା, ଫଳ, ଫୁଲ, ଅନ୍ୟାନ୍ୟ ଅର୍ଥକରୀ ଫସଲ ଚାଷ ସମ୍ପର୍କରେ ବିସ୍ତୃତ ତଥ୍ୟ ରହିଛି ।

ଏହା ସହ ପ୍ରାଣୀ ସମ୍ବଳ, ସାର, ଖତ, ଜଳସେଚନ ଆଦି ସମ୍ପର୍କରେ ମଧ୍ୟ ସ୍ବତନ୍ତ୍ର ଲେଖାମାନ ରହିଛି । ଯୁବ ଉଦ୍ୟୋଗୀମାନଙ୍କୁ କୃଷି କ୍ଷେତ୍ରରେ ପୁଞ୍ଜିନିବେଶ କରିବା ପାଇଁ ଉତ୍ସାହିତ କରିବା ଲକ୍ଷ୍ୟରେ ଏହି ପୁସ୍ତକଟି ପ୍ରସ୍ତୁତ କରାଯାଇଛି । ଉତ୍କଳ ଚାମ୍ବର ଅଫ୍‌ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି ଲିମିଟେଡ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟସଭା ସଦସ୍ୟ ସୁଜିତ୍ କୁମାର ପୁସ୍ତକ ଉନ୍ମୋଚନ କରିଛନ୍ତି । କାର୍ଯ୍ୟକ୍ରମରେ ରାଜ୍ୟ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ସ୍ବତନ୍ତ୍ର ସଚିବ ସଂଜୀବ କୁମାର ଚଢ଼ା, କୌଶଲ୍ୟାଗଙ୍ଗ ସ୍ଥିତ ସିଫାର ନିର୍ଦ୍ଦେଶକ ଡକ୍ଟର ସରୋଜ କୁମାର ସ୍ୱାଇଁ, ୟୁସିସିଆଇଏଲର ସଭାପତି ଶ୍ରୀଯୁକ୍ତ ବ୍ରହ୍ମାନନ୍ଦ ମିଶ୍ର ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ।

ଏଥିସହିତ ପଢ଼ନ୍ତୁ: ଆହୁରି ୨ରୁ ୩ଡିଗ୍ରୀ ବଢ଼ିବ ତାପମାତ୍ରା

ଆହୁରି ୨ରୁ ୩ଡିଗ୍ରୀ ବଢ଼ିବ ତାପମାତ୍ରା

ଭୁବନେଶ୍ୱର: ଆକାଶରୁ ବର୍ଷୁଛି ନିଆଁ । ଅସହ୍ୟ ତାତିରେ ଆଉଟୁପାଉଟୁ ହେଉଛନ୍ତି ଲୋକେ । ଓଡ଼ିଶାର ଅଧାରୁ ଅଧିକ ଜିଲ୍ଲାରେ ଏବେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି । ଆସନ୍ତା ୪ଦିନ ପର୍ଯ୍ୟନ୍ତ ତାତିରୁ ନିସ୍ତାର ମିଳିବନି ବୋଲି ସତର୍କ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଓଡ଼ିଶାକୁ ଆସୁଥିବା ସାମୁଦ୍ରିକ ପବନର ପ୍ରବାହ କମିଛି । ଫଳରେ ତାତି ବଢିବାରେ ଲାଗିଛି ।

No Respite From Heat Wave In Odisha - odishabytes

ଆଗକୁ ସ୍ବାଭାବିକଠାରୁ ୨ ରୁ ୩ ଡିଗ୍ରୀ ତାପମାତ୍ରା ବଢ଼ିବା ନେଇ ସତର୍କ ସୂଚନା ଜାରିକରିଛି ପାଣିପାଗ କେନ୍ଦ୍ର । ବିଶେଷ କରି ବଲାଙ୍ଗୀର, ଟିଟିଲାଗଡ, ସୋନପୁର, ବୌଦ୍ଧ, ଝାରସୁଗୁଡା, ଅନୁଗୁଳ, ଭବାନିପାଟଣାରେ ତାପମାତ୍ରା ୪୫ ଡିଗ୍ରୀ ଛୁଇଁପାରେ । ଆସନ୍ତା ୨୫ ତାରିଖ ବେଳକୁ ତାତି ଆହୁରି ବୃଦ୍ଧି ପାଇବା ସମ୍ଭାବନା ରହିଛି । ସେପଟେ ଦକ୍ଷିଣ ସମେତ ଉପକୂଳ ଏବଂ ଉତ୍ତର ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ଘଡଘଡି ବିଜୁଳି ସହ ବର୍ଷା ନେଇ ସତର୍କତା ଜାରି ହୋଇଛି । ୨୪ ଘଣ୍ଟା ମଧ୍ୟରେ କାଳବୈଶାଖୀ ନେଇ ୫ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି ।

heat wave in Odisha: Heatwave to continue till May 24 across Odisha: Met  department | Bhubaneswar News - Times of India

ଏଥିସହିତ ପଢ଼ନ୍ତୁ: ଦୁଇ ଦିନ ହେବ ଜଳୁଛି ଜଙ୍ଗଲ, ନିଆଁ ଲିଭାଇବାକୁ କୌଣସି ଚେଷ୍ଟା କରୁନାହିଁ ବନ ବିଭାଗ

 

ଦୁଇ ଦିନ ହେବ ଜଳୁଛି ଜଙ୍ଗଲ, ନିଆଁ ଲିଭାଇବାକୁ କୌଣସି ଚେଷ୍ଟା କରୁନାହିଁ ବନ ବିଭାଗ

ଅନୁଗୁଳ: ଦୁଇ ଦିନ ହେବ ଜଳୁଛି ଜଙ୍ଗଲ । ହୁତୁ ହୁତୁ ହୋଇ ଜଳିଯାଉଛି ମୂଲ୍ୟବାନ ଗଛପତ୍ର । ହେଲେ ବନ ବିଭାଗର ନାହି ନିଘା । ନିଆଁ ଆୟତ କରିବାକୁ କେହି ନାହିଁ । ଫଳରେ ନିଆଁ ଆହୁରି ଉଗ୍ର ରୂପ ନେବାରେ ଲାଗିଛି । ଏ ହେଉଛି ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବନଖଣ୍ଡ ଅଧିନ ପାତ୍ରପଡା ଠାରେ ଥିବା ଦେବୀ ନଗର ପାହାଡର ଦୃଶ୍ୟ । ଗତ ଦୁଇ ଦିନ ହେଲା ଏହି ପାହାଡରେ ଲାଗିଛି ନିଆଁ ।

ହେଲେ ବନ ବିଭାଗ ପକ୍ଷରୁ ଏହାକୁ ଲିଭାଇବାକୁ କୌଣସି ଚେଷ୍ଟା ନ କର ଯିବାରୁ ଧିରେ ଧିରେ ଏହି ନିଆଁ ବଢି ଚାଲିଛି । ଫଳରେ ବନ୍ୟ ଜୀବଜନ୍ତୁଙ୍କ ପାଇଁ ବିପଦ ଆଶଙ୍କା କରାଯାଉଛି । ଏହା ସହ ଏହି ନିଆଁର ପ୍ରଭାବରେ ଆଖପାଖ ଅଞ୍ଚଳରେ ତାପମାତ୍ରା ଅଧିକ ରହିବା ସହ ଧୂଆଁରେ ଅତିଷ୍ଠ ହେଉଛନ୍ତି ଲୋକେ । ବନ ବିଭାଗ ତୁରନ୍ତ ନିଆଁକୁ ଆୟତ୍ତ ନ କଲେ ଭୟଙ୍କର ପରିସ୍ଥିତି ଉପୁଜିବାର ଆଶଙ୍କା ରହିଛି ।

ମଙ୍ଗଳବାର ବଦଳିବ ଏହି ରାଶିର ବ୍ୟକ୍ତିଙ୍କ ଭାଗ୍ୟ…

ଜାଣନ୍ତୁ କେଉଁ ରାଶିମାନଙ୍କ ପାଇଁ ଆଜିର ଦିନଟି ଲାଭଦାୟକ ।

ମେଷ ରାଶି : ଧୈର୍ଯ୍ୟର ସହ କାମ କରନ୍ତୁ । ପରିବାର ଲୋକଙ୍କ ସହାୟତା ମିଳିବ । ଘରେ କୌଣସି ଧାର୍ମିକ କାର୍ଯ୍ୟକ୍ରମର ଆୟୋଜନ ହୋଇପାରେ । ଉପହାର ସ୍ୱରୂପ ବସ୍ତ୍ର ମିଳିପାରେ । ସ୍ୱାସ୍ଥ୍ୟ ପ୍ରତି ଯତ୍ନ ନିଅନ୍ତୁ । ମା’ଙ୍କ ସହାୟତା ଲୋଡ଼ିପାରନ୍ତି । କର୍ମକ୍ଷେତ୍ର ସହଯୋଗୀଙ୍କ ସହ ମତଭେଦ ଦେଖାଦେଇପାରେ ।

ବୃଷ ରାଶି : ଚାକିରିରେ ସ୍ଥାନ ପରିବର୍ତ୍ତନ କରିପାରନ୍ତି । ଅଧିକ ପରିଶ୍ରମ କରିବେ । ସନ୍ତାନସନ୍ତତିଙ୍କ ସ୍ୱାସ୍ଥ୍ୟ ବିଗିଡ଼ିପାରେ । କଥାବାର୍ତ୍ତାରେ ସଂଯମତା ରକ୍ଷା କରନ୍ତୁ ।

ମିଥୁନ ରାଶି : ସନ୍ତାନଙ୍କ ବ୍ୟବହାର ପାଇଁ ମନରେ ଅଶାନ୍ତି ଅସନ୍ତୋଷ ଦେଖାଦେବ । ଶିକ୍ଷା କ୍ଷେତ୍ରରେ ମାନସିକ ସ୍ଥିରତା ଦେଖାଦେବ । ପରିବାରରେ ମାନ ମନାନ୍ତର ଦୂର ହେବ ।

କର୍କଟ ରାଶି : ବିଦ୍ୟା କ୍ଷେତ୍ରରେ ଉନ୍ନତି ହେବ ଓ ମନ ଖୁସି ରହିବ । ସେୟାର ବଜାର ଓ ପୁଞ୍ଜି ନିବେଶ କରିଲେ ବହୁତ ଧନ ପ୍ରାପ୍ତ ହେବ । ଅଫିସରେ କରିଥିବା କାମର ଶୁଭ ସୂଚନା ଶୁଣିବାକୁ ପାଇବେ । ଶତୃ ଓ ବିରୋଧୀମାନେ ସାମ୍ନା କରିପାରିବେ ନାହିଁ ।

ସିଂହ : ବ୍ୟବସାୟରେ ଦୂରଯାତ୍ରାର ସୁଯୋଗ ପାଇ ସଫଳତା ଅର୍ଜନ କରିବେ । ମହିଳାମାନଙ୍କର କମ୍ ପରିଶ୍ରମରେ ଆଶାଜନକ ଫଳପ୍ରାପ୍ତି ହେବ ଓ ସ୍ୱାସ୍ଥ୍ୟ ଅନୁକୂଳ ରହିବ । ଶିଳ୍ପ, ବାଣିଜ୍ୟ ଓ ବ୍ୟବସାୟରେ ବିଭିନ୍ନ ପ୍ରକାରର ସମସ୍ୟା ଦେଖା ଦେଇପାରେ ।

କନ୍ୟା ରାଶି : ମହିଳାମାନେ ସାମାଜିକ କାର୍ଯ୍ୟରେ ଯୋଗଦେଇ ପ୍ରତିଷ୍ଠା, ପ୍ରତିପତ୍ତି, ମାନସମ୍ମାନ ବଜାୟ ରଖିବେ । ରାଜନୀତି କ୍ଷେତ୍ରରେ ପ୍ରସିଦ୍ଧ ବ୍ୟକ୍ତିମାନଙ୍କ ସହ ସମ୍ପର୍କ ସ୍ଥାପନ ହେବ ଓ ବୁଦ୍ଧିମତା କାରଣରୁ ପ୍ରଚୁର ଅର୍ଥ ଲାଭହେବ ।

ତୁଳା : ଜାଗା, ଜମି, ଉଚ୍ଚସ୍ତରୀୟ ବାହନ ଆଦି କ୍ରୟ କରିବେ । ରାଜନୀତିରେ ଉନ୍ନତି ହେବ । ମିତ୍ରଙ୍କ ଦ୍ଵାରା ସହାୟତା ମିଳିବ । ପ୍ରିୟଜନମାନେ ଆଗକୁ ବଢିବାରେ ସାହାଯ୍ୟ କରିବେ । ଆଧ୍ୟାତ୍ମିକ କ୍ଷେତ୍ରରେ ଉନ୍ନତି ହେବ ।

ବିଛା ରାଶି : ଲୋକ ସମ୍ପର୍କ ଆତ୍ମସନ୍ତୋଷ ବଢେଇବ ଓ ପାର୍ଟି ବା ସମାରୋହରେ ସମ୍ମିଳିତ ହେବାକୁ ପଡିପାରେ । ବାଦବିବାଦ, ମାଲିମୋକଦ୍ଦମା, ପରୀକ୍ଷା, ପ୍ରତିଯୋଗିତାରେ ସଫଳତା ମିଳିବ । ଜାଗା, ଜମି, ଉଚ୍ଚସ୍ତରୀୟ ବାହନ ଆଦି କ୍ରୟ କରିବେ ।

ଧନୁ ରାଶି : ସରକାରୀ କାମରେ ସଫଳତା ପାଇବେ । ପାରିବାରିକ ମାମଲା ବହୁତ ଶାନ୍ତି ପୂର୍ଣ୍ଣ ରହିବ । ସ୍ୱାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହୋଇ ଭଲ ରହିବ । ବହୁତ ଦିନରୁ ଯେଉଁ କାମ ପାଇଁ ଚିନ୍ତା କରୁଥିଲେ ତାହା ଆଜି ଅଳ୍ପ ପ୍ରୟାସରେ ପୂର୍ଣ୍ଣ ହୋଇଯିବ ।

ମକର ରାଶି :  ଆୟ ଉପାର୍ଜନ କ୍ଷେତ୍ରପ୍ରତି ସଙ୍କଟ ସୃଷ୍ଟି ହେବ ନାହିଁ । ଧାର୍ମିକ କାର୍ଯ୍ୟରେ ଯୋଗ ଦେଇ କଷ୍ଟ ଅନୁଭବ କରିବେ । କିଛି କାରଣ ନଥାଇ ବଦନାମ୍ ବା ମିଛ କେଶ୍ ରେ ଫଶିଯିବେ । ଶତୃପକ୍ଷ ଦୁର୍ବଳ ହୋଇ ଗୋଡ ଟାଣିବାର ପ୍ରଚେଷ୍ଠା କରିପାରନ୍ତି । ସନ୍ତାନ ଯୋଗେ ଚିନ୍ତିତ ରହିବେ । ସମ୍ପତ୍ତି ସମ୍ବନ୍ଧୀୟ ମାମଲାରେ ଲଢିପାରନ୍ତି ।

କୁମ୍ଭ ରାଶି : କୌଣସି ନୂତନ ବ୍ୟକ୍ତିଙ୍କ ସହିତ ଭେଟ ହେବାଫଳରେ ସୁଖ ସମୃଦ୍ଧି ବୃଦ୍ଧି ହେବ । ପାରିବାରିକ କ୍ଷେତ୍ରରେ ଧୈର୍ଯ୍ୟ ଓ ସହନ ଶୀଳତା କାଏମ ରହିବ । ପ୍ରବାସ ଯାତ୍ରାରେ ଲାଭବାନ ହେବେ ।

ମୀନ ରାଶି : ଟଙ୍କାର ଆବଶ୍ୟକତା ପୂରଣ ହେବ । ନିଜର ପ୍ରଭାବ ଓ ପରାକ୍ରମ ବୃଦ୍ଧି ପାଇବ । ଗୁରୁଜନଙ୍କ ସେବା ଓ ସହମତିରେ ଆଗକୁ ବଢିପାରିବେ । ଶିଳ୍ପ, ବାଣିଜ୍ୟ ଓ ବ୍ୟବସାୟରେ ବିଭିନ୍ନ ପ୍ରକାରର ସମସ୍ୟା ଦେଖା ଦେଇପାରେ ।

 

ଦାରିଦ୍ର୍ୟ ଓ କ୍ଷୁଧା ଭିତରକୁ ଠେଲି ହୋଇଯିବେ ୧୭୦ କୋଟି ଲୋକ

ନୂଆଦିଲ୍ଲୀ: ସାରା ବିଶ୍ବରେ ଅର୍ଥନୀତିର କଳାବାଦଲ । ଋଷ-ୟୁକ୍ରେନ ଯୁଦ୍ଧର ପ୍ରଭାବରେ ଘାଇଲା ଅଧିକାଂଶ ଦେଶର ଅର୍ଥନୀତି । ଆଗକୁ ଆସୁଛି ଘନସଙ୍କଟ । ଯୁଦ୍ଧକୁ ନେଇ ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସଙ୍କ ଚେତାବନୀ । ବିଶ୍ବ ଜନସଂଖ୍ୟାର ଏକପଞ୍ଚମାଂଶ ଅର୍ଥାତ ୧୭୦ କୋଟି ଲୋକ ଠେଲି ହୋଇଯିବେ ଦାରିଦ୍ର୍ୟ ଓ କ୍ଷୁଧାର ବଳୟ ଭିତରକୁ ।

ଯୁଦ୍ଧର ଭୟାବହତା, ବିଭିନ୍ନ ପଡ଼ୋଶୀ ରାଷ୍ଟ୍ରରେ ଏହାର ପ୍ରଭାବ ଆଦି କାରଣରୁ ବିଶ୍ବରେ ଜାରି ରହିବ ଦୁଃସ୍ଥିତି । କେବଳ ଋଷ ଓ ୟୁକ୍ରେନ ବିଶ୍ବର ମୋଟ ଗହମ ଓ ବାର୍ଲିର ୩୦ ପ୍ରତିଶତ ଏବଂ ମକା ଓ ସୂର୍ଯ୍ୟମୁଖୀ ତେଲର ୫୦ ପ୍ରତିଶତ ଉତ୍ପାଦନ କରିଥାନ୍ତି । ଏହି ଦୁଇଟି ରାଷ୍ଟ୍ର ପ୍ରାୟ ୪୫ଟି ଗରିବ ରାଷ୍ଟ୍ରକୁ ଗହମ ଯୋଗାଇଥାନ୍ତି । ମାତ୍ର ଯୁଦ୍ଧ ଯୋଗୁଁ ସବୁକିଛି ଗଡ଼ବଡ଼ ହୋଇଯାଇଛି ବୋଲି କହିଛନ୍ତି ଗୁଟେରସ ।

ଯୁଦ୍ଧ ଯୋଗୁଁ ମକା ଓ ଗହମ ଦର ୩୦ ପ୍ରତିଶତ ବୃଦ୍ଧି ପାଇଥିବାବେଳେ ତୈଳ ଦର ୬୦ ପ୍ରତିଶତ ବୃଦ୍ଧି ପାଇଛି । ଗ୍ୟାସ ଓ ସାର ଦର ହେଲାଣି ଦୁଇଗୁଣ । ସେପଟେ ଆନ୍ତର୍ଜାତିକ ମୁଦ୍ରାପାଣ୍ଠିର ପରିଚାଳନା ନିର୍ଦ୍ଦେଶକ କ୍ରିଷ୍ଟାଲିନା ଜର୍ଜିଭା ବି କରାଇଛନ୍ତି ସତର୍କ । ଯୁଦ୍ଧର ପ୍ରଭାବରେ ୧୪୩ ରାଷ୍ଟ୍ରର ଆର୍ଥିକ ଅବମୂଲ୍ୟାୟନ ଘଟିଲାଣି । ଏହି ୧୪୩ ରାଷ୍ଟ୍ର ବିଶ୍ବ ଜିଡିପିର ବହନ କରିଥାନ୍ତି ୮୬ ପ୍ରତିଶତ । ସେହିପରି ବିଶ୍ବବ୍ୟାଙ୍କ, ବିଶ୍ବ ଖାଦ୍ୟ କାର୍ଯ୍ୟକ୍ରମ, ବିଶ୍ବ ବାଣିଜ୍ୟ ସଂଗଠନ ବି ଖାଦ୍ୟ ନିରାପତ୍ତା ନେଇ ପ୍ରକାଶ କରିଛନ୍ତି ଉଦବେଗ ।

ସେପଟେ ମାରିୟୁପୋଲକୁ ନେଇ ସ୍ଥିତି ଅସ୍ପଷ୍ଟ । ଋଷର ସରେଣ୍ଡର ନଚେତ ମୃତ୍ୟୁ ପ୍ରସ୍ତାବକୁ ଅଗ୍ରାହ୍ୟ କରିଛନ୍ତି ୟୁକ୍ରେନ ସୈନ୍ୟ । ଶେଷ ଯାଏଁ ସଂଗ୍ରାମ ଚାଲିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ଦେନିସ ସିମାଲ । ତେଣେ ବିଭିନ୍ନ ସହରରେ ଜାରି ରହିଛି ଏୟାରଷ୍ଟ୍ରାଇକ । ପଶ୍ଚିମ ୟୁକ୍ରେନର ଲିଭିଭ୍ ସହରରେ ୫ଟି କ୍ଷେପଣାସ୍ତ୍ର ମାଡ କରିଛି ଋଷ । ଖାରକିଭରେ କ୍ଷେପଣାସ୍ତ୍ର ମାଡ଼ରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୩ ଜଣ ଆହତ ହୋଇଛନ୍ତି । ଖାରକିବର ଅଧା ଅଞ୍ଚଳକୁ କବଜା କରିଛନ୍ତି ଋଷ ସୈନ୍ୟ । ଓଡେଶା ନିକଟସ୍ଥ ମିକୋଲାଇଭ ସହରରେ ଲଗାତର ହୋଇଛି ରକେଟ ମାଡ଼ । ୟୁକ୍ରେନ ଆସିବା ଲାଗି ଫ୍ରାନ୍ସ ରାଷ୍ଟ୍ରପତି ଏମାନୁଏଲ ମାକ୍ରନଙ୍କୁ ଅନୁରୋଧ କରିଛନ୍ତି ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି ।

ଗୃହରେ ପ୍ରବେଶ କରିବା ପୂର୍ବରୁ କରନ୍ତୁ ଏହି କାମ, ବଦଳିଯିବ ଭାଗ୍ୟ

ମନୁଷ୍ୟର ବ୍ୟବହାର ହିଁ ତା’ର ଅଭ୍ୟାସର ପ୍ରତିମ୍ବିବ ହୋଇଥାଏ ।  ବ୍ୟବହାର ମନୁଷ୍ୟର ସଫଳତା କିମ୍ବା ବିଫଳତାକୁ ଦର୍ଶାଇଥାଏ । ତେଣୁ ବ୍ୟକ୍ତିର ସଫଳତା ଏବଂ ବିଫଳତା ବ୍ୟକ୍ତିର ଅଭ୍ୟାସ ଉପରେ ନିର୍ଭର କରିଥାଏ । ବ୍ୟକ୍ତିର ଅଭ୍ୟାସ ହିଁ ତାକୁ ଶୁଭ କିମ୍ବା ଅଶୁଭ ଫଳ ଦେଇଥାଏ । ତେବେ ଆସନ୍ତୁ ଜାଣିବା ଏପରି କିଛି ଖାସ କଥା ବିଷୟରେ, ଯାହା କରିବା ପୂର୍ବରୁ ପାଦକୁ ସଫା କରିବା ଜରୁରୀ ଅଟେ । ଯଦି ଏହି ନିୟମ ଗୁଡିକର ପାଳନ କରାନଯାଏ ତେବେ ଏହା ବ୍ୟକ୍ତିର ଦୁର୍ଭାଗ୍ୟର କାରଣ ହୋଇପାରେ । ତେବେ ଆସନ୍ତୁ ଜାଣିବା କେଉଁ କାର୍ଯ୍ୟ କରିବା ପୂର୍ବରୁ ପାଦକୁ ଧୋଇ ସଫା କରିବା ଆବଶ୍ୟକ ଅଟେ ।

  • ଘରେ ପ୍ରବେଶ କରିବା ପୂର୍ବରୁ
    ବାହାରୁ ଘରକୁ ପ୍ରବେଶ କରିବା ପୂର୍ବରୁ ପ୍ରଥମେ ପାଦକୁ ସଫା ପାଣିରେ ଧୋଇବା ଆବଶ୍ୟକ । ଏହା କରିବା ଦ୍ୱାରା କୌଣସି ନକରାତ୍ମକ ଶକ୍ତି ଆପଣଙ୍କ ସହିତ ଘରେ ପ୍ରବେଶ କରିପାରିବ ନାହିଁ ।
  • ପୂଜା କରିବା ପୂର୍ବରୁ
    ପୂଜା କରିବା ସମୟରେ ବ୍ୟକ୍ତିର ମନ ଏବଂ ଶରୀର ସ୍ୱଚ୍ଛ ରହିବା ଜରୁରୀ ଅଟେ । ପୂଜା କରିବା ପୂର୍ବରୁ ହାତ ତ ସମସ୍ତେ ଧୋଇଥାନ୍ତି କିନ୍ତୁ ପାଦ ଧୋଇବାର ଅଭ୍ୟାସ କମ ବ୍ୟକ୍ତିଙ୍କ ଠାରେ ଦେଖିବାକୁ ମିଳିଥାଏ । ପୂଜା କରିବା ପୂର୍ବରୁ ପାଦ ଧୋଇବା ସେତିକି ଜରୁରୀ ଯେପରି ହାତ ଧୋଇବା । ତେଣୁ ଧ୍ୟାନ ରଖନ୍ତୁ ପୂଜା କରିବା ପୂର୍ବରୁ ପାଦକୁ ମଧ୍ୟ ଭଲ ଭାବେ ଧୋଇବା ଆବଶ୍ୟକ ।
  • ଶୋଇବା ପୂର୍ବରୁ
    ଶୁଖ ନିଦ୍ରା ପୂରା ଦିନକୁ ପ୍ରଭାବିତ କରିଥାଏ । ଶୋଇବା ପୂର୍ବରୁ ପାଦ ଧୋଇବା କଥା ଶାସ୍ତ୍ରରେ ମଧ୍ୟ କୁହାଯାଇଛି । ଏହା କରିବା ଫଳରେ ଗଭୀର ନିଦ ଆସିଥାଏ ଏବଂ ଖରାପ ସ୍ୱପ୍ନ ମଧ୍ୟ ଆସିନଥାଏ ।
  • ଖାଇବା ପୂର୍ବରୁ
    ଶାସ୍ତ୍ର ଅନୁସାରେ ପ୍ରତ୍ୟେକଥର ଭୋଜନ କରିବା ପୂର୍ବରୁ ହାତ ସହିତ ପାଦ ମଧ୍ୟ ଧୋଇବା ଆବଶ୍ୟକ । ଏହା କରିବା ଶୁଭ ହୋଇଥାଏ ଏବଂ ଖାଦ୍ୟର ସପୂର୍ଣ୍ଣ ପୋଷକ ତତ୍ତ୍ୱ ଶରୀରକୁ ମିଳିଥାଏ ।

ମହିଳା ସଶକ୍ତିକରଣର ରୋଲ ମଡେଲ ନବୀନ

ଭୁବନେଶ୍ବର: ଯେଉଁ ମହିଳା ଘର ସମ୍ଭାଳି ପାରେ, ସେ ରାଜନୀତି ମଧ୍ୟ କରିପାରେ । ବାରମ୍ବାର ମହିଳାଙ୍କ ଉପରେ ଏହି ଭରସା ଦେଖାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେମାନଙ୍କୁ ଏସଏଚଜି ଜରିଆରେ ସ୍ବାବଲମ୍ବୀ କରିବା ହେଉ କି ସାମାଜିକ କ୍ଷେତ୍ରରେ ସଂରକ୍ଷଣ ରଖିବା । ସବୁଠି ସୁଫଳ ଆଣୁଛି ନବୀନଙ୍କ ଭିଜନ । ବିଜୁ ବାବୁ ପଞ୍ଚାୟତ ନିର୍ବାଚନରେ ଯେଉଁ ୩୩ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା କରିଥିଲେ, ତାକୁ ୫୦ ପ୍ରତିଶତ କରିଛନ୍ତି ନବୀନ । ଗତ ପଞ୍ଚାୟତ ଓ ପୌର ନିର୍ବାଚନରେ ୫୦ ପ୍ରତିଶତରୁ ଅଧିକ ମହିଳା ଜିତିଛନ୍ତି । ସେଥିରୁ ୯୦ ପ୍ରତିଶତ ବିଜୁ ଜନତା ଦଳର ପ୍ରାର୍ଥୀ । ମହିଳାଙ୍କ ବିକାଶକୁ ବିଜୁ ପଟ୍ଟନାୟକଙ୍କ ପାଇଁ ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ଭାବେ ନବୀନ ବର୍ଣ୍ଣନା କରିବା ପରେ ବିଜୁ ପ୍ରେମୀଙ୍କ ଭିତରେ ବିକାଶର ନୂତନ ଉର୍ଜା ସୃଷ୍ଟି ହୋଇଛି ।

୨୦୧୯ ନିର୍ବାଚନରେ ଏସଏଚଜି ମହିଳାଙ୍କୁ ଲୋକସଭା ପଠାଇ ଦେଶକୁ ମହିଳା ସଶକ୍ତିକରଣର ନୂଆ ଦିଗ ଦେଖାଇଥିଲେ ନବୀନ । ଉଭୟ ବିଧାନସଭା ଓ ଲୋକସଭାରେ ୩୩ ପ୍ରତିଶତ ମହିଳା ସଂରକ୍ଷଣର ନବୀନଙ୍କ ଦାବିକୁ ମିଳିଥିଲା ବିଭିନ୍ନ ରାଜ୍ୟର ସମର୍ଥନ । ହେଲେ କେନ୍ଦ୍ର କର୍ଣ୍ଣପାତ ନ କରିବାରୁ, ନିଜ ଆଡ଼ୁ ୩୩ ପ୍ରତିଶତ ମହିଳାଙ୍କୁ ଲୋକସଭା ପ୍ରାର୍ଥୀ କରିଥିଲେ ନବୀନ । ତାଙ୍କର ଏହି ସଂସ୍କାରମୂଳକ ବିଚାରକୁ ସାରା ଦେଶରୁ ମିଳିଥିଲା ସମର୍ଥନ ।

ବିଜୁ ବାବୁଙ୍କ ପରି ନବୀନ ପଟ୍ଟନାୟକ ମଧ୍ୟ ବାରମ୍ବାର ନାରୀ ଶକ୍ତି ଉପରେ ବିଶ୍ବାସ କରିଛନ୍ତି । ଯେଉଁଥି ପାଇଁ ରାଜ୍ୟର ୮୦ ଲକ୍ଷ ମହିଳା ଏବେ ସ୍ବାବଲମ୍ବୀ ହୋଇପାରିଛନ୍ତି । ଖୁବଶୀଘ୍ର ଏହା ଏକ କୋଟିରେ ପହଞ୍ଚିବାକୁ ଯାଉଛି ।

ବଡିଗାର୍ଡ଼ରୁ KGFର ଖତରନାକ୍‌ ଗୁଣ୍ଡା, କେମିତି ସୁପରଷ୍ଟାର ହେଲେ ରାମଚନ୍ଦ୍ର ରାଜୁ ?

ପ୍ରଶାନ୍ତ ନିଲଙ୍କ ସିନେମାରେ ଖତରନାକ୍‌ ଗୁଣ୍ଡା ଚରିତ୍ରରେ ନଜର ଆସିଥିବା ଗରୁଡ଼ାଙ୍କ ବାସ୍ତବ ନାଁ ହେଉଛି ରାମଚନ୍ଦ୍ର ରାଜୁ । KGF 1ରେ ସେ ସିନେମାରେ ଡେବ୍ୟୁ କରିଥିଲେ । ପରେ ତାମିଲ ଏବଂ ତେଲୁଗୁ ଫିଲ୍ମରେ ମଧ୍ୟ ଜଲଓ୍ୱା ଦେଖାଇଥିଲେ ଗରୁଡ଼ା, ମାନେ ରାମଚନ୍ଦ୍ର ରାଜୁ ।

KGFରେ ହୁଏତ ରାମଚନ୍ଦ୍ର ୟଶଙ୍କୁ ବିରୋଧ କରୁଥିଲେ, କିନ୍ତୁ ବାସ୍ତବ ଜୀବନରେ ସେ ଥିଲେ ଦିନେ ୟଶଙ୍କ ଅଙ୍ଗରକ୍ଷୀ ବା ବଡିଗାର୍ଡ଼ । କିନ୍ତୁ ବଡିଗାର୍ଡ଼ରୁ KGF ଭଳି ସୁପରହିଟ୍‌ ଫିଲ୍ମରେ କ୍ୟାରିଅର କରିଥିବା ରାଜୁଙ୍କୁ କେମିତି ମିଳିଲା ସୁଯୋଗ? କେମିତି ବଦଳିଲା ରାଜୁଙ୍କ ଭାଗ୍ୟ?

ଦିନେ ପ୍ରଶାନ୍ତ ନିଲ ଫିଲ୍ମ KGFର କାହାଣୀ କୁଣାଇବାକୁ ଯାଇଥିଲେ ୟଶଙ୍କ ଘରକୁ । ଆଉ ତାଙ୍କର ହଠାତ୍‌ ନଜର ପଡ଼ିଲା ୟଶଙ୍କ ବଡିଗାର୍ଡ଼ ରାଜୁଙ୍କ ଉପରେ । ତାଙ୍କୁ ରାଜୁଙ୍କ ଲୁକ୍‌ ଏତେ ପସନ୍ଦ ଆସିଲାଯେ, ତୁରନ୍ତ ସେ ତାଙ୍କ ଫିଲ୍ମରେ ରାଜୁଙ୍କୁ ନେଗେଟିଭ୍‌ ରୋଲ୍‌ ପାଇଁ ଅଫର ଦେଇଦେଲେ ।  ବାସ୍‌ କଥା ସେତିକି । ହାତୀ ସୁନା କଳସ ଢ଼ାଳିବା ଭଳି ସେଦିନ ଚମକିଗଲା ରାଜୁଙ୍କ ଭାଗ୍ୟ । ତା’ ପରେ ରାମଚନ୍ଦ୍ର ରାଜୁରୁ ସେ ପାଲଟିଗଲେ ଭିଲେନ୍‌ ଗରୁଡ଼ା ।

ଫିଲ୍ମରେ ଗୁଣ୍ଡା ଚରିତ୍ରରେ ନଜର ଆସିଥିବା ରାମଚନ୍ଦ୍ର ରାଜୁଙ୍କ କ୍ୟାରିଅର ରାତାରାତି ବଦଳିଗଲା । ଏବେ ତାଙ୍କ ନିକଟରେ ଫିଲ୍ମର ଅଭାବ ନାହିଁ ।

ନିକଟ ଅତୀତରେ ରାଜୁଙ୍କୁ  ପବନ କଲ୍ୟାଣ ଏବଂ ରାଣା ଦଗୁବତୀ ଷ୍ଟାରର ‘ମିମଲା ନାୟକ’ରେ ଦେଖିବାକୁ ମିଳିଥିଲା । ଫିଲ୍ମରେ ସେ ଏକ କଏଦୀ ଚରତ୍ରରେ ନଜର ଆସିଥିଲେ । କେବଳ ସେତିକି ନୁହେଁ ବରଂ ରଶ୍ମିକା ମନ୍ଦାନା ଷ୍ଟାରର ସୁଲତାନ୍‌ ଭଳି ତାମିଲ ଫିଲ୍ମରେ ଡେବ୍ୟୁ କରି ସାରିଛନ୍ତି ରାମଚନ୍ଦ୍ର ରାଜୁ ।  ‘ମହା ସମୁଦ୍ରମ’ ମାଧ୍ୟମରେ ତେଲୁଗୁ ଫିଲ୍ମରେ ମଧ୍ୟ ପାଦ ଥାପି ସାରିଛନ୍ତି । ଚଳିତ ଦିନରେ ରାମଚନ୍ଦ୍ର ‘ଜନ ଗଣ ମନ’ ଏବଂ ସ୍ତମ୍ଭମ ଟୁ’ ଭଳି ଫିଲ୍ମର ସୁଟିଂକୁ ନେଇ ବ୍ୟସ୍ତ ଅଛନ୍ତି ।