ସ୍କୁଲ ପରେ କଲେଜରେ କମିଲା ଖରା ଛୁଟି

ଭୁବନେଶ୍ବର: ସ୍କୁଲ ପରେ କଲେଜରେ ବି କମିଲା ଖରା ଛୁଟି । ଜୁନ ୧ରୁ ୧୬ ତାରିଖ ଯାଏଁ ବନ୍ଦ ରହିବ ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟ । ଆବଶ୍ୟକ ପଡିଲେ ଏକ୍ସଟ୍ରା କ୍ଲାସ୍ କରାଯିବ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି । ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟକୁ ନିର୍ଦ୍ଦେଶ ଦିଆଯାଇଛି । କରୋନା ଯୋଗୁଁ ଶିକ୍ଷାବର୍ଷ ବ୍ୟାହତ ହୋଇଥିବାରୁ ଖରା ଛୁଟି ଅବଧି କମା ଯାଇଥିବା ବିଭାଗ ପକ୍ଷରୁ କୁହାଯାଇଛି ।

ପୂର୍ବରୁ ସ୍କୁଲରେ ମଧ୍ୟ ଖରା ଛୁଟି କାଣ୍ଟଛାଣ୍ଟ କରାଯାଇଥିଲା । ମେ’ ୬ରୁ ୧୬ ତାରିଖ ପର୍ଯ୍ୟନ୍ତ ସ୍କୁଲରେ ହେବ ଖରାଛୁଟି ।