ପରିଣତ ବୟସରେ ବି ଚାଲିଛି ସମାଜସେବା

1 min read

ଭଦ୍ରକ: ପରିଣତ ବୟସରେ ସମାଜସେବା । ପେନସନ ଟଙ୍କାରେ ଗାଧୁଆ ତୁଠ ନିର୍ମାଣ କଲେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ । ୮୪ ବର୍ଷିୟ ରାମଚନ୍ଦ୍ର ନଦୀଘାଟରେ କଂକ୍ରିଟ ପାହାଚ ତିଆରି କରିଛନ୍ତି । ବୃଦ୍ଧଙ୍କ ଏଭଳି କାମକୁ ଅଞ୍ଚଳବାସୀ ପ୍ରଶଂସା କରିଛନ୍ତି ।

ବୟସ ୮୪ ବର୍ଷ । ଚର୍ମ ଧୁଡୁ ଧୁଡୁ ହେଲାଣି । ଦୁଇପାଦ ଚାଲିବାକୁ ବି ବଳ ନାହିଁ । ତଥାପି ସମାଜ ସେବା କରିବାକୁ ଆଗ୍ରହ । ବୟସର ଅପରାହ୍ନରେ ପରୋପକାରରେ ମନ ବଳାଇଛନ୍ତି ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ ବନ୍ଦାଳ ଗାଁର ରାମଚନ୍ଦ୍ର ଦାସ । ଗାଁରେ ବର୍ଷ ବର୍ଷ ଧରି ଲାଗିରହିଥିବା ସମସ୍ୟାର ସମାଧାନ କରିଛନ୍ତି ଅବସର ପ୍ରାପ୍ତ ସରକାରୀ କର୍ମଚାରୀ । ନିଜ ପେନସନ ଟଙ୍କାରେ ନଦୀତୁଠକୁ କଂକ୍ରିଟ୍ କରିବା ସହ ଗାଁ ଲୋକଙ୍କ ସୁବିଧା ପାଇଁ ପାହାଚ ନିର୍ମାଣ କରିଛନ୍ତି ରାମଚନ୍ଦ୍ର ।

ନଦୀଘାଟକୁ କଂକ୍ରିଟ୍ କରିବା ପାଇଁ ପ୍ରଶାସନ ନିକଟରେ ବାରମ୍ବାର ଗୁହାରି କରି ବିଫଳ ହେବା ପରେ ତୁଠକୁ କଂକ୍ରିଟ୍ କରିବାକୁ ନିଷ୍ପତ୍ତି ନେଇଥିଲେ ରାମଚନ୍ଦ୍ର । ନିଜ ପେନସନ ଟଙ୍କାରୁ ୬୦ ହଜାର ଟଙ୍କା ଖର୍ଚ୍ଚକରି ପାହାଚ ନିର୍ମାଣ କରିଛନ୍ତି । ବୃଦ୍ଧଙ୍କ ଏଭଳି କାମକୁ ଅଞ୍ଚଳବାସୀ ପ୍ରଶଂସା କରିଛନ୍ତି ।

ଏଥିସହିତ ପଢ଼ନ୍ତୁ: ଧରାପଡିଲା ମହିଳାଙ୍କ ଚାଲାକି: ଖୋଲିଲା ସ୍ବାମୀ-ପୁଅ ଫେରାର ଗୁମର