ବଡିଗାର୍ଡ଼ରୁ KGFର ଖତରନାକ୍‌ ଗୁଣ୍ଡା, କେମିତି ସୁପରଷ୍ଟାର ହେଲେ ରାମଚନ୍ଦ୍ର ରାଜୁ ?

1 min read

ପ୍ରଶାନ୍ତ ନିଲଙ୍କ ସିନେମାରେ ଖତରନାକ୍‌ ଗୁଣ୍ଡା ଚରିତ୍ରରେ ନଜର ଆସିଥିବା ଗରୁଡ଼ାଙ୍କ ବାସ୍ତବ ନାଁ ହେଉଛି ରାମଚନ୍ଦ୍ର ରାଜୁ । KGF 1ରେ ସେ ସିନେମାରେ ଡେବ୍ୟୁ କରିଥିଲେ । ପରେ ତାମିଲ ଏବଂ ତେଲୁଗୁ ଫିଲ୍ମରେ ମଧ୍ୟ ଜଲଓ୍ୱା ଦେଖାଇଥିଲେ ଗରୁଡ଼ା, ମାନେ ରାମଚନ୍ଦ୍ର ରାଜୁ ।

KGFରେ ହୁଏତ ରାମଚନ୍ଦ୍ର ୟଶଙ୍କୁ ବିରୋଧ କରୁଥିଲେ, କିନ୍ତୁ ବାସ୍ତବ ଜୀବନରେ ସେ ଥିଲେ ଦିନେ ୟଶଙ୍କ ଅଙ୍ଗରକ୍ଷୀ ବା ବଡିଗାର୍ଡ଼ । କିନ୍ତୁ ବଡିଗାର୍ଡ଼ରୁ KGF ଭଳି ସୁପରହିଟ୍‌ ଫିଲ୍ମରେ କ୍ୟାରିଅର କରିଥିବା ରାଜୁଙ୍କୁ କେମିତି ମିଳିଲା ସୁଯୋଗ? କେମିତି ବଦଳିଲା ରାଜୁଙ୍କ ଭାଗ୍ୟ?

ଦିନେ ପ୍ରଶାନ୍ତ ନିଲ ଫିଲ୍ମ KGFର କାହାଣୀ କୁଣାଇବାକୁ ଯାଇଥିଲେ ୟଶଙ୍କ ଘରକୁ । ଆଉ ତାଙ୍କର ହଠାତ୍‌ ନଜର ପଡ଼ିଲା ୟଶଙ୍କ ବଡିଗାର୍ଡ଼ ରାଜୁଙ୍କ ଉପରେ । ତାଙ୍କୁ ରାଜୁଙ୍କ ଲୁକ୍‌ ଏତେ ପସନ୍ଦ ଆସିଲାଯେ, ତୁରନ୍ତ ସେ ତାଙ୍କ ଫିଲ୍ମରେ ରାଜୁଙ୍କୁ ନେଗେଟିଭ୍‌ ରୋଲ୍‌ ପାଇଁ ଅଫର ଦେଇଦେଲେ ।  ବାସ୍‌ କଥା ସେତିକି । ହାତୀ ସୁନା କଳସ ଢ଼ାଳିବା ଭଳି ସେଦିନ ଚମକିଗଲା ରାଜୁଙ୍କ ଭାଗ୍ୟ । ତା’ ପରେ ରାମଚନ୍ଦ୍ର ରାଜୁରୁ ସେ ପାଲଟିଗଲେ ଭିଲେନ୍‌ ଗରୁଡ଼ା ।

ଫିଲ୍ମରେ ଗୁଣ୍ଡା ଚରିତ୍ରରେ ନଜର ଆସିଥିବା ରାମଚନ୍ଦ୍ର ରାଜୁଙ୍କ କ୍ୟାରିଅର ରାତାରାତି ବଦଳିଗଲା । ଏବେ ତାଙ୍କ ନିକଟରେ ଫିଲ୍ମର ଅଭାବ ନାହିଁ ।

ନିକଟ ଅତୀତରେ ରାଜୁଙ୍କୁ  ପବନ କଲ୍ୟାଣ ଏବଂ ରାଣା ଦଗୁବତୀ ଷ୍ଟାରର ‘ମିମଲା ନାୟକ’ରେ ଦେଖିବାକୁ ମିଳିଥିଲା । ଫିଲ୍ମରେ ସେ ଏକ କଏଦୀ ଚରତ୍ରରେ ନଜର ଆସିଥିଲେ । କେବଳ ସେତିକି ନୁହେଁ ବରଂ ରଶ୍ମିକା ମନ୍ଦାନା ଷ୍ଟାରର ସୁଲତାନ୍‌ ଭଳି ତାମିଲ ଫିଲ୍ମରେ ଡେବ୍ୟୁ କରି ସାରିଛନ୍ତି ରାମଚନ୍ଦ୍ର ରାଜୁ ।  ‘ମହା ସମୁଦ୍ରମ’ ମାଧ୍ୟମରେ ତେଲୁଗୁ ଫିଲ୍ମରେ ମଧ୍ୟ ପାଦ ଥାପି ସାରିଛନ୍ତି । ଚଳିତ ଦିନରେ ରାମଚନ୍ଦ୍ର ‘ଜନ ଗଣ ମନ’ ଏବଂ ସ୍ତମ୍ଭମ ଟୁ’ ଭଳି ଫିଲ୍ମର ସୁଟିଂକୁ ନେଇ ବ୍ୟସ୍ତ ଅଛନ୍ତି ।