‘ଓଡ଼ିଶାରେ କୃଷି’ ପୁସ୍ତକ ଉନ୍ମୋଚିତ

ଭୁବନେଶ୍ୱର: ଓଡ଼ିଶାରେ କୃଷି ପୁସ୍ତକ ଉନ୍ମୋଚିତ । ମାରୁତି ମିଡିଆ ଦ୍ଵାରା ପ୍ରକାଶିତ ସମ୍ବାଦ ସଂସ୍କରଣ `ଓଡ଼ିଶାରେ କୃଷି’ ପୁସ୍ତକ ଉନ୍ମୋଚିତ ହୋଇଛି । ପୁସ୍ତକରେ ରାଜ୍ୟରେ ଚାଷ ହେଉଥିବା ଶସ୍ୟ ଜାତୀୟ ଫସଲ, ଡାଲି ଜାତୀୟ ଫସଲ, ତୈଳବିଜ, ପନିପରିବା, ଫଳ, ଫୁଲ, ଅନ୍ୟାନ୍ୟ ଅର୍ଥକରୀ ଫସଲ ଚାଷ ସମ୍ପର୍କରେ ବିସ୍ତୃତ ତଥ୍ୟ ରହିଛି ।

ଏହା ସହ ପ୍ରାଣୀ ସମ୍ବଳ, ସାର, ଖତ, ଜଳସେଚନ ଆଦି ସମ୍ପର୍କରେ ମଧ୍ୟ ସ୍ବତନ୍ତ୍ର ଲେଖାମାନ ରହିଛି । ଯୁବ ଉଦ୍ୟୋଗୀମାନଙ୍କୁ କୃଷି କ୍ଷେତ୍ରରେ ପୁଞ୍ଜିନିବେଶ କରିବା ପାଇଁ ଉତ୍ସାହିତ କରିବା ଲକ୍ଷ୍ୟରେ ଏହି ପୁସ୍ତକଟି ପ୍ରସ୍ତୁତ କରାଯାଇଛି । ଉତ୍କଳ ଚାମ୍ବର ଅଫ୍‌ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି ଲିମିଟେଡ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟସଭା ସଦସ୍ୟ ସୁଜିତ୍ କୁମାର ପୁସ୍ତକ ଉନ୍ମୋଚନ କରିଛନ୍ତି । କାର୍ଯ୍ୟକ୍ରମରେ ରାଜ୍ୟ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ସ୍ବତନ୍ତ୍ର ସଚିବ ସଂଜୀବ କୁମାର ଚଢ଼ା, କୌଶଲ୍ୟାଗଙ୍ଗ ସ୍ଥିତ ସିଫାର ନିର୍ଦ୍ଦେଶକ ଡକ୍ଟର ସରୋଜ କୁମାର ସ୍ୱାଇଁ, ୟୁସିସିଆଇଏଲର ସଭାପତି ଶ୍ରୀଯୁକ୍ତ ବ୍ରହ୍ମାନନ୍ଦ ମିଶ୍ର ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ।

ଏଥିସହିତ ପଢ଼ନ୍ତୁ: ଆହୁରି ୨ରୁ ୩ଡିଗ୍ରୀ ବଢ଼ିବ ତାପମାତ୍ରା