ନୂଆଦିଲ୍ଲୀ: ମିଳିଲା ଆଉ ଏକ ପୃଥିବୀର ସନ୍ଧାନ । ପୃଥିବୀର ସୋଲାର ସିଷ୍ଟମରେ ଲୁଚି ରହିଛି ଦ୍ୱିତୀୟ ପୃଥିବୀ । ଶନି ଗ୍ରହ ନିକଟରେ ପୃଥିବୀ ଭଳି ଏକ ଗ୍ରହ ଥିବା ସନ୍ଧାନ ମିଳିଛି । ଶନି ଗ୍ରହ ଚାରିପଟେ ଘୂରି ବୁଲୁଥିବା ୮୨ଟି ଚନ୍ଦ୍ର ମଧ୍ୟରୁ ସବୁଠାରୁ ଆକର୍ଷଣୀୟ ହେଉଛି ଟାଇଟାନ । ଯାହା ପୃଥିବୀ ସହ ପ୍ରୟାତଃ ସମାନ । ଟାଇଟାନରେ ନଦୀ, ହ୍ରଦ ଏବଂ ସମୁଦ୍ର ଅଛି । ମାତ୍ର ଏହା ପୃଥିବୀ ଅପେକ୍ଷା ଭିନ୍ନ ସାମଗ୍ରୀରେ ପରିପୂର୍ଣ୍ଣ । ଟାଇଟାନରେ ତରଳ ମିଥେନ ଷ୍ଟ୍ରିମ୍ ବରଫ ପୃଷ୍ଠ ତିଆରି କରୁଥିବା ବେଳେ ନାଇଟ୍ରୋଜେନ୍ ପବନ ଓ ହାଇଡ୍ରୋକାର୍ବନ୍ ବାଲୁକା ଗଦା ନିର୍ମାଣ କରୁଛି । ଷ୍ଟାନଫୋର୍ଡ ୟୁନିଭରସିଟିର ଭୂବିଜ୍ଞାନୀ ମାଥିଉ ଲାପୋଟ୍ରେଙ୍କ ନେତୃତ୍ୱରେ ଏକ ଅନୁସନ୍ଧାନକାରୀ ଏହି ତଥ୍ୟ ହାସଲ କରିଛନ୍ତି । ଟାଇଟାନରେ ସମତଳ ଭୂମି ଏବଂ ସବୁଜିମା ସୃଷ୍ଟି ହୋଇପାରିବ ବୋଲି ଏହି ଅନୁସନ୍ଧାନରୁ ଜଣାପଡ଼ିଛି । ବୈଜ୍ଞାନିକମାନେ ଦୀର୍ଘଦିନ ଧରି ଏହି ରହସ୍ୟମୟ ଦୁନିଆର ଅନୁସନ୍ଧାନରେ ଲାଗିଥିଲେ ।
ଅକ୍ଷୟ ତୃତୀୟାରେ ଅଖି ମୁଠି ଅନୁକୂଳ କଲେ କୃଷି ମନ୍ତ୍ରୀ ଅରୁଣ ସାହୁ
ଭୁବନେଶ୍ୱର: ଅକ୍ଷୟ ତୃତୀୟା । ଅନୁକୂଳର ମହାପର୍ବ । ସୁଖ, ସମୃଦ୍ଧି ଓ ସୌଭାଗ୍ୟ ସହିତ ବହୁଳ ଭାବେ ଜଡିତ ଆଜିର ଦିନ । ଚାଷ ଜମିରେ ପୂଜାର୍ଚ୍ଚନା ସହ ଅଖି ମୁଠି ଅନୁକୂଳ କରିଛନ୍ତି ଚାଷୀ । ନୂଆ ଧାନ ନେଇ କ୍ଷେତରେ ବୁଣି ହଳ କରିଛନ୍ତି ଚାଷୀମାନେ । ଆଜିଠୁ କୃଷିଭିତ୍ତିକ କାମର ମୂଳଦୁଆ ପଡିଥାଏ । ହଳଦୀ, ଚନ୍ଦନ, ସିନ୍ଦୂର ଲଗାଇ ଧାନ ବିହନପୂର୍ଣ୍ଣ ନୂଆ ଗଉଣି ଓ ଟୋକେଇକୁ ପାଟବସ୍ତ୍ରରେ ସଜାଇ ଜମିରେ ଅଖି ମୁଠି ଅନୁକୂଳ ହୋଇଛି ।
ଅକ୍ଷୟ ତୃତୀୟା ଅବସରରେ କୃଷିମନ୍ତ୍ରୀ ଅରୁଣ ସାହୁ କୃଷି ଯନ୍ତ୍ରପାତି ଓ ତାଲିମ କେନ୍ଦ୍ର ପରିସରରେ ଅଖି ମୁଠି ଅନୁକୂଳ କରିଛନ୍ତି । ଏଥିପାଇଁ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯାଇଥିଲା । ଏହା ବିଧି ମୁତାବକ ବିହନ ଅନୁକୂଳ କରିଥିଲେ କୃଷିମନ୍ତ୍ରୀ । ଅକ୍ଷୟ ତୃତୀୟାରେ ସୁନା କିଣିବାର ପରମ୍ପରା ରହିଛି । ତେଣୁ ସୁନା ଦୋକାନରେ ଗ୍ରାହକଙ୍କ ଭିଡ଼ ଦେଖିବାକୁ ମିଳିଛି ।
ଅନ୍ୟପକ୍ଷରେ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ସାଜିଛନ୍ତି ଚଷା ପୁଅ । ସେ ମୁଣ୍ଡରେ ଗାମୁଛା ଭିଡି, ଚାଷ କ୍ଷେତରେ ହଳ ବୁଲାଇବା ସହ ବିହନ ବୁଣିଛନ୍ତି । ସେହିଭଳି ଓଡିଶା ପ୍ରଦେଶ କିଷାନ କଂଗ୍ରେସ ଓ ଯାଜପୁର ଜିଲ୍ଲା ଧର୍ମଶାଳା କିଷାନ କଂଗ୍ରେସ ମିଳିତ ଆନୁକୂଲ୍ୟରେ ରାଜ୍ୟ ସ୍ତରୀୟ ଅଖିମୁଠି ଅନୁକୂଳ ଉତ୍ସବ ନରସିଂହପୁର ଠାରେ ପାଳିତ ହୋଇଛି ।
ମୁଖ୍ୟ ଅତିଥି ଭାବେ ପ୍ରଦେଶ କଂଗ୍ରେସ କୃଷକ ସେଲ ଅଧକ୍ଷ ଅମିୟ କୁମାର ପଟ୍ଟନାୟକ ଯୋଗଦେଇ ଅଖିମୁଠି ଅନୁକୂଳ କରିଥିଲେ । ପ୍ରଥମେ ବାଜା ସକୀର୍ତ୍ତନ ସହ ଜମିରେ ପହଞ୍ଚି ଭୂମି ପୂଜନ କରାଯାଇଥିଲା ପରେ ରୀତିନୀତି ଅନୁସାରେ ପୂଜାର୍ଚନା କରାଯାଇ । ମାଆ ଲକ୍ଷ୍ମୀଙ୍କୁ ଆରାଧନା କରାଯାଇଥିଲା । ପରେ ପ୍ରଦେଶ କଂଗ୍ରେସ କୃଷକ ସେଲ ଅଧକ୍ଷ ଓ ଧର୍ମଶାଳା କୃଷକ ସେଲ କର୍ମକର୍ତ୍ତା ମିଶି ଅଖିମୁଠି ଅନୁକୂଳ କରି ଚାଷଜମି ରେ ଧାନ ପକାଇ ଲଙ୍ଗଳ ସାହାଯ୍ୟ ରେ ହଳ କରିଥିଲେ । ଓଡିଶା ଏକ ଚାଷୀ ବହୁଳ ରାଜ୍ୟ ହୋଇ ଥିବାରୁ । ଏଠାରେ ଚାଷ ଏକ ପ୍ରମୁଖ ଫସଲ ଆଗାମୀ ବର୍ଷ ଓଡିଶା ଚାଷୀ ଙ୍କ ପାଇଁ ସୁଖ ସମୃଦ୍ଧି ଆଣିବା ସହ ଭଲ ଫସଲ ହେଉ ବୋଲି କୃଷକ ସେଲ ଅଧକ୍ଷ କହିଛନ୍ତି ।
ଏଥିସହିତ ପଢ଼ନ୍ତୁ: ଦିଲ୍ଲୀରେ ରାହୁଲ ଗାନ୍ଧୀଙ୍କ ସହ ଆଲୋଚନା କରିବେ କଂଗ୍ରେସ ବିଧାୟକ
ନାଇଟ୍ କ୍ଲବରେ ରାହୁଲ ଗାନ୍ଧୀ, ଭିଡିଓ ଜାରି କରି ଘେରିଲା ବିଜେପି
ନୂଆଦିଲ୍ଲୀ: ଦେଶରେ କଂଗ୍ରେସକୁ ନେଇ ଥମୁନି ଚର୍ଚ୍ଚା । ନିକଟରେ ପ୍ରଶାନ୍ତ କିଶୋରଙ୍କୁ ନେଇ ବେଶ୍ ଚର୍ଚ୍ଚାରେ ଥିଲା ଦେଶର ସର୍ବ ପୁରାତନ ଦଳ କଂଗ୍ରେସ । ତେବେ ଏହି ଚର୍ଚ୍ଚା ଥମିବାକୁ ଆସିଥିବାବେଳେ ଏବେ ପୁଣି ଥରେ ଚର୍ଚ୍ଚା ଘେରକୁ ଆସିଛି କଂଗ୍ରେସ । ତେବେ ଚଳିତ ଥର କଂଗ୍ରେସର ପୂର୍ବ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଏକ ଭିଡିଓକୁ ନେଇ ବେଶ୍ ଚର୍ଚ୍ଚା ହେଉଛି । ରାହୁଲ ଗାନ୍ଧୀଙ୍କ ନେପାଳ ଗସ୍ତର ଏକ ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାର ଲାଗିଛି । ଏହି ଭିଡିଓ ଭାଇରାଲ ହେବା ପରେ କଂଗ୍ରେସ ଓ ରାହୁଲ ଗାନ୍ଧୀଙ୍କୁ ଘେରିଛି ବିଜେପି ।
Rahul Gandhi seen at nightclub in viral video
Read @ANI Story | https://t.co/V9gLQc7lgd#RahulGandhi #Congress #ViralVideo pic.twitter.com/p0aM5PDHKU
— ANI Digital (@ani_digital) May 3, 2022
ସୋମବାର ବିଳମ୍ବିତ ରାତିରେ ନେପାଳର କାଠମାଣ୍ଡୁର ଏକ ନାଇଟ କ୍ଲବରେ ନଜର ଆସିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ନାଇଟ କ୍ଲବ ପବରେ ରାହୁଲଙ୍କୁ ଜଣେ ନେପାଳୀ ବାନ୍ଧବୀଙ୍କ ସହ ଦେଖିବାକୁ ମିଳିଥିଲା । ଆଉ ତାଙ୍କ ପାଖରେ ଥିଲା ମଦ ବୋତଲ । ଆଉ ତାଙ୍କ ପାଖରେ ଥିବା ଲୋକମାନେ ନାଚ ଗୀତରେ ମସୁଗୁଲ ଥିଲେ । ପବ୍ ଭିତରେ ରାହୁଲ ଗାନ୍ଧୀଙ୍କ ଏହି ଭିଡିଓ ଏବେ ସାମ୍ନାକୁ ଆସିଛି । ଏହି ଭିଡିଓ ସାମ୍ନାକୁ ଆସିବା ପରେ ରାହୁଲ ଗାନ୍ଧୀ ଓ କଂଗ୍ରେସକୁ କଡ଼ା ସମାଲୋଚନା କରିଛନ୍ତି ବିଜେପି ।
Regular Parties, Vacations, Holidays, Pleasure Trips, Private Foreign Visits etc are nothing new to the nation now.
As a private citizen there's no issue at all but when an MP, a permanent boss of a national political party who keeps preaching others….. https://t.co/r7bgkmHmvT— Kiren Rijiju (@KirenRijiju) May 3, 2022
Rahul Gandhi was at a nightclub when Mumbai was under seize. He is at a nightclub at a time when his party is exploding. He is consistent.
Interestingly, soon after the Congress refused to outsource their presidency, hit jobs have begun on their Prime Ministerial candidate… pic.twitter.com/dW9t07YkzC
— Amit Malviya (@amitmalviya) May 3, 2022
ବିଜେପି ସୋସିଆଲ ମିଡିଆ ଇନଚାର୍ଜ ଅମିତ ମାଲଭିଅ ଟ୍ୱିଟ୍ କରି କହିଛନ୍ତି, ‘ମୁମ୍ବାଇ ଉପରେ ଆକ୍ରମଣ ବେଳେ ମଧ୍ୟ ରାହୁଲ ଗାନ୍ଧୀ ନାଇଟ୍ କ୍ଲବ୍ରେ ଥିଲେ । ଆଉ ଏବେ ଯେତେବେଳେ ତାଙ୍କ ଦଳ ସଙ୍କଟରେ ରହିଛି ଏହି ସମୟରେ ମଧ୍ୟ ନାଇଟ୍ କ୍ଲବରେ ଅଛନ୍ତି ରାହୁଲ । ତାଙ୍କ ମଧ୍ୟରେ ନିରନ୍ତରତା ଅଛି।’ । ସେପଟେ ରାହୁଲ ଗାନ୍ଧୀଙ୍କ ନାଇଟ କ୍ଲବ ଭିଡିଓ ସେୟାର କରି ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରିଛନ୍ତି କେନ୍ଦ୍ରମନ୍ତ୍ରୀ କିରଣ ରିଜିଜୁ । ‘ଭେକେସନ୍, ପାର୍ଟି, ହଲିଡେ, ପ୍ଲେଜର ଟ୍ରିପ୍, ପ୍ରାଇଭେଟ୍ ଫରେନ୍ ଭିଜିଟ୍ ଟ୍ରିପ୍ ଆଦି ଏବେ ଦେଶ ପାଇଁ କୌଣସି ନୂଆ କଥା ନୁହେଁ ବୋଲି କିରଣ ରିଜିଜୁ କହିଛନ୍ତି ।
ରାଜସ୍ଥାନ ଯୋଧପୁରରେ ଦୁଇ ଗୋଷ୍ଠୀ ମୁହାଁମୁହିଁ, ପୋଲିସ ଉପରକୁ ଟେକା ପଥର ମାଡ଼
ଯୋଧପୁର: ଆଜି ସକାଳୁ ରାଜସ୍ଥାନର ଯୋଧପୁର ଜଲୋରି ଗେଟ୍ ଅଞ୍ଚଳରେ ଇଦ୍ ନମାଜ ପଢ଼ା ସରିବା ପୁଣି ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ । ହିଂସା ବେଳେ ପୋଲିସ ଉପରକୁ ଟେକା ପଥର ମାଡ଼ କରାଯାଇଥିବା ବେଳେ ଅନେକ ଗାଡ଼ି ଭାଙ୍ଗି ଦିଆଯାଇଥିଲା । ସ୍ଥିତି ନିୟନ୍ତ୍ରଣ ପାଇଁ ପୋଲିସ ଲାଠି ଚାର୍ଜ କରିବା ସହ ଲୁହ ବୁହା ଗ୍ୟାସ ପ୍ରୟୋଗ କରିଥିଲା । ଗତକାଲି ରାତିରେ ଜଲୋରି ଗେଟଠାରେ ଥିବା ସ୍ୱାଧୀନତା ସଂଗ୍ରାମୀ ବାଲ ମୁକୁନ୍ଦ ବିର୍ସାଙ୍କ ପ୍ରତିମୂର୍ତ୍ତିରେ ସାମ୍ପ୍ରଦାୟିକ ପତାକା ଓ ଲାଉଡ ସ୍ପିକର ଲଗାଇବାକୁ ନେଇ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଗଣ୍ଡଗୋଳ ଓ ପଥରମାଡ଼ ହୋଇଥିଲା । ଏଥିରେ ଚାରି ଜଣ ପୋଲିସ କର୍ମୀଙ୍କ ସମେତ ଅନେକ ଆହତ ହୋଇଥିଲେ ।
Rajasthan: Ruckus in Jodhpur's Jalori Gate area pic.twitter.com/6IGhmVmmPX
— ANI MP/CG/Rajasthan (@ANI_MP_CG_RJ) May 3, 2022
ତେବେ ଗତକାଲି ରାତି ହିଂସା ପରେ ସହର ଓ ପୁରା ଜିଲ୍ଲାରେ ଇଣ୍ଟରନେଟ ସେବା ବନ୍ଦ କରିଦିଆଯାଇଥିଲା । ଆଜି ରାତି ୧ଟା ପର୍ଯ୍ୟନ୍ତ ଇଣ୍ଟରନେଟ ବନ୍ଦ ରହିବ ଓ ସ୍ଥିତି ଦେଖି ନିଷ୍ପତ୍ତି ନିଆଯିବ ବୋଲି ଜିଲ୍ଲା ପ୍ରଶାସନ କହିଛି । ଅନ୍ୟପକ୍ଷରେ ଆଇନଶୃଙ୍ଖଳା ନିୟନ୍ତ୍ରଣକୁ ଦୃଷ୍ଟିରେ ରଖି ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଶାନ୍ତି ଓ ଭାଇଚାରାର ପରମ୍ପରାକୁ ସମ୍ମାନ ଦେବାକୁ ଅପିଲ କରିଛନ୍ତି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ । ସେପଟେ ଜାମ୍ମୁ-କାଶ୍ମୀରର ଅନନ୍ତନାଗରେ ନମାଜ ପରେ ବିଗିଡିଛି ସ୍ଥିତି । ନମାଜ ପାଠ ପରେ କେତେକ ଅସାମାଜିକ ଗୋଷ୍ଠୀ ଆଜାଦ କାଶ୍ମୀର ନାରା ଲଗାଇଥିଲେ । ସୁରକ୍ଷାବଳ ପକ୍ଷରୁ ସେମାନଙ୍କ ରୋକାଯିବାକୁ ଚେଷ୍ଟା କରାଯିବା ପରେ ସେମାନେ ସୁରକ୍ଷାକର୍ମୀଙ୍କ ଉପରକୁ ପଥର ମାଡ଼ କରିଥିଲେ । ଏବେ ସ୍ଥିତି ନିୟନ୍ତ୍ରଣରେ ରହିଛି । ଆଇନଶୃଙ୍ଖଳା ପାଇଁ ସ୍ଥାନୀୟ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିଦିଆଯାଇଛି ।
ଗୁଳି ଫୁଟାଇ ସୁନା ଦୋକାନୀଙ୍କ ଠାରୁ ଲୁଟ୍ ଉଦ୍ୟମ: ଜଣେ ଗୁରୁତର
ଭୁବନେଶ୍ୱର: ପୁଣି ରାଜଧାନୀରେ ଫୁଟିଲା ଗୁଳି । ଲୁଟେରାଙ୍କ ଟାର୍ଗେଟରେ ସୁନା ଦୋକାନୀ। ଲୁଟ୍ ଉଦ୍ଦେଶ୍ୟରେ ସାମନ୍ତରାପୁର ଛକରେ ହୋଇଛି ଗୁଳିମାଡ଼ । ଦେବୀ ଦୁର୍ଗା ଜୁଏଲାରୀ ମାଲିକ ଓ କାରିଗର ଲୁଟ୍ର ଶିକାର ହୋଇଥିବା ବେଳେ କାରିଗର ରାଜେନ୍ଦ୍ର ସାହୁଙ୍କ ଗୋଡ଼ରେ ବାଜିଛି ଗୁଳି । ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ସେପଟେ ଅଳ୍ପକେ ବର୍ତ୍ତିଛନ୍ତି ସୁନା ଦୋକାନ ମାଲିକ ପ୍ରଶାନ୍ତ କୁମାର ସାହୁ । ସ୍ଥାନୀୟ ଲୋକ ଆସିବାରୁ ଦୋକାନ ଲୁଟିବା ଯୋଜନା ଫେଲ୍ ମାରିଛି ।
କାଲି ରାତିରେ ଦୋକାନ ବନ୍ଦ କରି ଘରକୁ ଯାଉଥିବା ବେଳେ କଳାପଲସରରେ ୩ଜଣ ଲୁଟେରା ଆସି ୩ରାଉଣ୍ଡ ଗୁଳି ଚଲାଇଥିଲେ । ସୁନା ଦୋକାନ କର୍ମଚାରୀଙ୍କ ଗୋଡ଼ରେ ଗୁଳି ବାଜିଥିବା ବେଳେ ମାଲିକ ପ୍ରଶାନ୍ତଙ୍କ ଗୋଡ଼ରେ ଘସି ହୋଇ ଗୁଳି ଖସିଯାଇଛି । ଲିଙ୍ଗରାଜ ଥାନା ପୋଲିସ ଘଟଣାର ତଦନ୍ତ କରୁଛି । ସିସିଟିଭି ଫୁଟେଜ୍ ଆଧାରରେ ଚାଲିଛି ଛାନବିନ୍ ।
୬୬ ବର୍ଷରେ ଦ୍ୱିତୀୟ ଥର ବର ସାଜିଲେ ଅରୁଣ, ୨୮ ବର୍ଷ ସାନ ବୁଲବୁଲଙ୍କୁ କଲେ ବିବାହ
ନୂଆଦିଲ୍ଲୀ: ପୁଣି ଥରେ ବର ସାଜିଲେ ଭାରତୀୟ କ୍ରିକେଟ ଟିମର ପୂର୍ବତନ ଖେଳାଳି ଆରୁଣ ଲାଲ୍ । ୬୬ ବର୍ଷରେ ପୁଣି ଥରେ ବର ବେଶରେ ନଜର ଆସିଲେ ଅରୁଣ । କୋଲକାତାରେ ତାଙ୍କଠାରୁ ୨୮ ବର୍ଷ ସାନ ବୁଲବୁଲ ସାହାଙ୍କ ବିବାହ କରିଛନ୍ତି ଅରୁଣ ଲାଲ । ଗତ ମାସରେ ଅରୁଣ ଲାଲ ଓ ବୁଲବୁଲ ସାହା ର୍ନିବନ୍ଧ କରିଥିଲେ । ୬୬ ବର୍ଷିୟ ଅରୁଣ ଲାଲଙ୍କର ଏହା ହେଉଛି ଦ୍ୱିତୀୟ ବିବାହ । ଏହା ପୂର୍ବରୁ ସେ ରୀନାଙ୍କୁ ପ୍ରଥମ ବିବାହ କରିଥିଲେ । ଉଭୟ ଆପୋଷ ବୁଝାମଣାରେ ଛାଡପତ୍ର ମଧ୍ୟ ନେଇଛନ୍ତି । ତେବେ ପ୍ରଥମ ପତ୍ନୀଙ୍କ ସହମତିରେ ଦ୍ୱିତୀୟ ବିବାହ କରୁଛନ୍ତି ଅରୁଣ । ସ୍ଥାନୀୟ ଏକ ସ୍କୁଲରେ ଟିଚର ଥିବା ବୁଲବୁଲ ଏବେ ଅରୁଣ ଲାଲଙ୍କ ଲାଇଫ ପାର୍ଟନର ପାଲଟି ଯାଇଛନ୍ତି । ଅରୁଣ ଓ ବୁଲବୁଲ ଦୀର୍ଘ ଦିନ ହେବ ପରସ୍ପରକୁ ଜାଣିଛନ୍ତି । ଅରୁଣ ଓ ବୁଲବୁଲଙ୍କ ବିବାହ ପରେ ଉଭୟଙ୍କ ଫଟୋ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେଉଛି । ଏହା ସହ ଏହି ନବ ଦମ୍ପତିଙ୍କ ନିକଟକୁ ଏବେ ଛୁଟୁଛି ଶୁଭେଚ୍ଛାର ସୁଅ ।

ମେ’ ୨ରେ କୋଲକତାସ୍ଥିତ ହୋଟେଲ ପିୟରଲେସରେ ଅରୁଣ ଲାଲ୍ ଓ ବୁଲବୁଲଙ୍କ ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏହି ବିବାହ ଉତ୍ସବରେ ବହୁ ହାଇପ୍ରୋଫାଇଲ ଅତିଥି ସାମିଲ ହୋଇଥିଲେ । ଅରୁଣ ଲାଲଙ୍କ ବିବାହ ଉତ୍ସବରେ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କ ସମେତ ତୃଣମୂଳ କଂଗ୍ରେସର ସାଂସଦ ଡେରେକ ଓ ବ୍ରାୟନ ଓ ଭାରତୀୟ ଦଳର ପୂର୍ବତନ କ୍ରିକେଟର ସବା କରିମ ପ୍ରମୁଖ ସାମିଲ ହୋଇଥିଲେ।

ସୂଚନା ଅନୁସାରେ ଅରୁଣ ଲାଲ ୧୯୮୨ରେ ଭାରତ ପାଇଁ ଟେଷ୍ଟ କ୍ରିକେଟରେ ଡେବ୍ୟୁ କରିଥିଲେ । ସେ ଭାରତ ପାଇଁ ୧୬ଟି ଟେଷ୍ଟ ମ୍ୟାଚ ଖେଳି ୭୨୯ ରନ ହାସଲ କରିଛନ୍ତି । ସେହିପରି ଭାରତ ପାଇଁ ୧୩ଟି ଦିନିକିଆ ମ୍ୟାଚ ମଧ୍ୟ ଖେଳିଛନ୍ତି ଅରୁଣ । ସେ ୧୩ଟି ଦିନିକିଆ ମ୍ୟାଚରେ ୧୨୨ ରନ ସଂଗ୍ରହ କରିଥିଲେ । ୧୯୮୨ରେ ଭାରତ ପାଇଁ ଡେବ୍ୟୁ କରିଥିବା ଅରୁଣ ତାଙ୍କ ଶେଷ ୧୯୮୯ ମସିହାରେ ଓ୍ୱେଷ୍ଟ ଇଣ୍ଡିଜ୍ ବିପକ୍ଷରେ ଖେଳିଥିଲେ । ବର୍ତ୍ତମାନ ଅରୁଣ ଲାଲ ବେଙ୍ଗଲ କ୍ରିକେଟ ଆସୋସିଏସନର ମୁଖ୍ୟ କୋଚ ଭାବରେ ଦାୟିତ୍ୱ ତୁଲାଉଛନ୍ତି ।
ଦିଲ୍ଲୀରେ ରାହୁଲ ଗାନ୍ଧୀଙ୍କ ସହ ଆଲୋଚନା କରିବେ କଂଗ୍ରେସ ବିଧାୟକ
ଭୁବନେଶ୍ୱର: କଂଗ୍ରେସ ବିଧାୟକଙ୍କୁ ଦିଲ୍ଲୀ ଡାକରା । ୫ ତାରିଖରେ ରାହୁଲ ଗାନ୍ଧୀଙ୍କ ସହ ହେବ ଆଲୋଚନା । ଦଳୀୟ ସଂଗଠନ ଉପରେ ହେବ ପୁଙ୍ଖାନୁପୁଙ୍ଖ କରାଯିବ ତର୍ଜମା । କିଭଳି ଓଡ଼ିଶା କଂଗ୍ରେସରେ ଲାଗି ରହିଥିବା ଗୋଷ୍ଠୀ କନ୍ଦଳକୁ ଦୂର କରାଯାଇ ଦଳକୁ ଆଗକୁ ନିଆଯାଇପାରିବ, ସେନେଇ ହେବ ଆଲୋଚନା । ଏନେଇ ସୂଚନା ଦେଇଛନ୍ତି କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ।
ଦଳ ପ୍ରସଙ୍ଗରେ ତାଙ୍କୁ ହାଇକମାଣ୍ଡଙ୍କ ଫୋନ୍ ଆସିଥିଲା ଏବଂ ସେ ଦିଲ୍ଲୀ ଯିବେ ବୋଲି କହିଛନ୍ତି ସୁର ରାଉତରାୟ । ବିଧାୟକ ତାରା ବାହିନୀପତି କହିଛନ୍ତି ଦିଲ୍ଲୀ ଗସ୍ତ ପୂର୍ବରୁ ସବୁ ବିଧାୟକ ଏକାଠି ହେବୁ । କେଉଁ ପ୍ରସଙ୍ଗରେ ରାହୁଲଙ୍କ ସହ ଆଲୋଚନା କରିବୁ ନିଷ୍ପତ୍ତି ନେବୁ । ବିଧାୟକଙ୍କ ମଧ୍ୟରୁ ଜଣଙ୍କୁ ସଭାପତି କରିବାକୁ ପ୍ରସ୍ତାବ ରଖାଯିବ । ସଂଗଠନ ମଜଭୁତ ହେବା ଉପରେ ଆଲୋଚନା ହେବ ବୋଲି କହିଛନ୍ତି ତାରା । ସେପଟେ ପୂର୍ବରୁ ପିସିସି ପରିବର୍ତ୍ତନ ପାଇଁ ଓଡ଼ିଶା କଂଗ୍ରେସ ପ୍ରଭାରୀ ଚେଲ୍ଲା କୁମାର ଦଳର ସମସ୍ତ ବିଧାୟକ, ବରିଷ୍ଠ ନେତା ଓ ଛାମୁଆ ସଂଗଠନ କର୍ମକର୍ତ୍ତାଙ୍କ ସହ ଆଲୋଚନା କରିଥିଲେ । ଏନେଇ ପ୍ରଭାରୀ ହାଇକମାଣ୍ଡଙ୍କୁ ମଧ୍ୟ ରିପୋର୍ଟ ଦିଆଯିବ ।
ଏଥିସହିତ ପଢ଼ନ୍ତୁ: ନିରଞ୍ଜନଙ୍କୁ ପରୋକ୍ଷରେ ଟାର୍ଗେଟ କଲେ ଏବଂ ଇସ୍ତଫା କଥା ସ୍ପଷ୍ଟ କଲେ ତାରା ବାହିନିପତି
ନିରଞ୍ଜନଙ୍କୁ ପରୋକ୍ଷରେ ଟାର୍ଗେଟ କଲେ ଏବଂ ଇସ୍ତଫା କଥା ସ୍ପଷ୍ଟ କଲେ ତାରା ବାହିନିପତି
ଜୟପୁର: କଂଗ୍ରେସର ବରିଷ୍ଠ ନେତା ନିରଞ୍ଜନ ପଟ୍ଟନାୟକଙ୍କୁ ପରୋକ୍ଷରେ ଟାର୍ଗେଟ କରିଛନ୍ତି ଦଳୀୟ ବିଧାୟକ ତାରା ବାହିନିପତି । ନିର୍ବାଚନରେ ବହୁବାର ହାରିଥିବା ଏବଂ ଅମାନତ ହରାଇଥିବା ନେତାଙ୍କୁ ଯଦି ପିସିସି ସଭାପତି କରାଯାଏ, ତେବେ ଦଳ ଆଗକୁ କେମିତି ଯିବ ବୋଲି ସେ ପ୍ରଶ୍ନ କରିଛନ୍ତି । ପ୍ରତି ନିର୍ବାଚନରେ କଂଗ୍ରେସର ଭୋଟ ପ୍ରତିଶତ କମିବାରେ ଲାଗିଛି । ସେଥିପାଇଁ ରାଜ୍ୟ ପ୍ରଭାରୀ ଠାରୁ ଆରମ୍ଭ କରି ସମସ୍ତେ ଦାୟୀ ।
ଏହାସହ ସେ ମୁଖ୍ୟ ସଚେତକ ପଦରୁ ଇସ୍ତଫା ଦୋଇଥିବା କଥାକୁ ଆଜି ସ୍ପଷ୍ଟ କରିଛନ୍ତି । ଖାଲି ସେତିକି ନୁହେଁ ସରୁ ରାଉତରାୟଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରି ବି ଭୁଲ କରିଛନ୍ତି ପିସିସି ସଭାପତି ବୋଲି କହିଛନ୍ତି ତାରା । ସେ ଜଣେ ବରିଷ୍ଠ କଂଗ୍ରସ ନେତା ଓ ବହୁ ଥର ବିଧାୟକ ହୋଇଛନ୍ତି । ସେ କଣ କହିଦେଲେ ବୋଲି ତାଙ୍କୁ କାରଣ ଦର୍ଶାଓ ନୋଟିସ୍ ମାଗିବା ଠିକ ନୁହଁ ବୋଲି କହିଛନ୍ତି । ଜଣେ ବିଧାୟକଙ୍କୁ ପିସିସି ସଭାପତି କରିବା ଦାବି ପୁଣି ଦୋହରାଇଛନ୍ତି ତାରା । ତାଙ୍କୁ ପିସିସି ସଭାପତି ଦେଲେ ସେ ଭାର ଗ୍ରଣ କରିବେ କିନ୍ତୁ କାହାକୁ ମାଗିବେ ନାହିଁ । କାହାର ପ୍ରଭାବରେ ସେ ମୁଖ୍ୟ ସଚେତକ ପଦରୁ ଇସ୍ତଫା ଦେଇନଥିବା କହିଛନ୍ତି ।
ସେ ଏଣିକି କୋରାପୁଟ ଜିଲ୍ଲାର ସଂଗଠନ ସହିତ ନିଜ ନିର୍ବାଚନ ମଣ୍ଡଳୀର ଉନ୍ନତି ଓ ଲୋକଙ୍କ ପାଖରେ ପହଞ୍ଚିବାକୁ ସେ ଇସ୍ତଫା ଦେଇଥିବା ଆଜି କହିଛନ୍ତି ତାରା ପ୍ରସାଦ ବାହିନିପତୀ । ସେ ଏ ନେଇ ସମସ୍ତ ବିଷୟ ରାଜ୍ୟ ପ୍ରଭାରୀ ଚେଲା କୁମାରଙ୍କୁ କହିଥିବା ବେଳେ ରାହୁଳ ଗାନ୍ଧୀ ଓ ସୋନିଆ ଗାନ୍ଦୀ ଯାହାକୁ ପିସିସି କରିବେ ତାହାକୁ ଏବେ ନଜର ।
ଏଥିସହିତ ପଢ଼ନ୍ତୁ: ଇଦ୍ ଉଲ୍ ଫିତର ଅବସରରେ ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କ ଶୁଭେଚ୍ଛା
ଇଦ୍ ଉଲ୍ ଫିତର ଅବସରରେ ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କ ଶୁଭେଚ୍ଛା
ଭୁବନେଶ୍ୱର: ମୁସଲମାନ୍ ଭାଇ-ଭଉଣୀମାନଙ୍କ ପର୍ବ ଇଦ୍ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ରାଷ୍ଟ୍ରପତିଙ୍କ ସହିତ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ମଧ୍ୟ ମୁସଲମାନ ଭାଇ-ଭଉଣୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
सभी देशवासियों, विशेषकर मुस्लिम भाइयों-बहनों को ईद मुबारक! रमज़ान के पवित्र महीने के बाद मनाया जाने वाला यह त्योहार समाज में भाईचारे तथा सद्भावना को मजबूत करने का पावन अवसर है। आइए, इस पवित्र अवसर पर, हम सब, स्वयं को मानवता की सेवा तथा जरूरतमंदों के जीवन को संवारने का संकल्प लें।
— President of India (@rashtrapatibhvn) May 3, 2022
ରାଷ୍ଟ୍ରପତି ଟ୍ୱିଟ୍ କରି ଲେଖିଛନ୍ତି ଯେ, ସମସ୍ତ ଦେଶବାସୀ ବିଶେଷକରି ମୁସଲମାନ ଭାଇ-ଭଉଣୀଙ୍କୁ ଇଦ୍ ମୁବାରକ୍ । ପବିତ୍ର ରମଜାନ୍ ମାସ ପରେ ପାଳିତ ହେଉଥିବା ଏହି ପର୍ବ ସମାଜରେ ଭାଇଚାରା ଓ ସଦ୍ଭାବନାକୁ ମଜବୁତ୍ କରିଥାଏ । ଆସନ୍ତୁ, ଏହି ପବିତ୍ର ଅବସରରେ ଆମେ ସବୁ ନିଜକୁ ମାନବତାର ସେବାରେ ସମର୍ପି ଦେବା ଏବଂ ଗରିବଙ୍କ ଜୀବନରେ ସୁଧାର ଆଣିବାକୁ ପ୍ରୟାସ କରିବା ।
ସେହିଭଳି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଇଦ୍ ଉଲ୍ ଫିତର ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏହି ପବିତ୍ର ପର୍ବ ଆମମାନଙ୍କ ମଧ୍ୟରେ ଏକତା ଏବଂ ଭାତୃଭାବକୁ ଆହୁରି ବୃଦ୍ଧି କରୁ ।
Best wishes on Eid-ul-Fitr. May this auspicious occasion enhance the spirit of togetherness and brotherhood in our society. May everyone be blessed with good health and prosperity.
— Narendra Modi (@narendramodi) May 2, 2022
ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଟ୍ୱିଟ୍ କରି ଇଦ୍ର ଶୁଭେଚ୍ଛା ଜଣାଇଛନ୍ତି । ଇଦ୍ ପର୍ବ ସମସ୍ତଙ୍କ ମଧ୍ୟରେ ସୁଖ, ଶାନ୍ତି ଓ ସମୃଦ୍ଧି ଭରିଦେଉ ବୋଲି ମୁଖ୍ୟମନ୍ତ୍ରୀ କାମନା କରିଛନ୍ତି ।
Warm greetings on the auspicious occasion of #EidUlFitr. May the spirit of #Eid bring happiness, peace, prosperity and lead us in the path of compassion and love.#EidMubarak pic.twitter.com/n5FtLIaLEX
— Naveen Patnaik (@Naveen_Odisha) May 3, 2022
ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ନେଇ ରଥ ନିର୍ମାଣର ଆଜି ଶୁଭ ଅନୁକୂଳ
ପୁରୀ: ପବିତ୍ର ଅକ୍ଷୟ ତୃତୀୟା ଅବସରରେ ରଥ ନିର୍ମାଣ କାର୍ଯ୍ୟର ଆଜି ଅନୁକୂଳ ହେବ । ଶ୍ରୀମନ୍ଦିର କାର୍ଯ୍ୟାଳୟ ସମ୍ମୁଖରେ ପାରମ୍ପରିକ ରୀତିନୀତିରେ ଯଜ୍ଞ ଓ ପୂଜାର୍ଚ୍ଚନା କରାଯିବ । ଶ୍ରୀମନ୍ଦିର ପୁରୋହିତ, ରାଜଗୁରୁ ଓ ସୋତ୍ରୀୟ ବ୍ରାହ୍ମଣଙ୍କ ମନ୍ତ୍ରଧ୍ୱନିରେ ବିଶ୍ୱକର୍ମାମାନେ ୩ଟି ଧଉରା କାଠରେ ରଥ ନିର୍ମାଣର ଶୁଭାରମ୍ଭ କରିବେ । ଏପଟେ ରଥ ନିର୍ମାଣ କାର୍ଯ୍ୟକୁ ଆଗେଇ ନେବାକୁ ଶ୍ରୀନହର ସମ୍ମୁଖରେ ଚାଳି ତିଆରି ଶେଷ ହୋଇଛି । ମଙ୍ଗଳବାର ମହାପ୍ରଭୁଙ୍କ ବାହାର ଚନ୍ଦନଯାତ୍ରା ମଧ୍ୟ ଚାଲିବ ।
ରଥ ନିର୍ମାଣ ଅନୁକୂଳ ପାଇଁ ୩ଟି ୧୨ଫୁଟିଆ ଧଉରା କାଠ ମହା ରଥଖଳାରେ ରଖା ସରିଛି । ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତି ନିର୍ଘଣ୍ଟ ସ୍ଥିର ହୋଇଛି । ମହାପ୍ରଭୁଙ୍କ ଆଜ୍ଞାମାଳ ବିଜେ ହେବ ଅପରାହ୍ନ ୪ଟାରେ । ଏହାପରେ ଯଥାବିଧି ପୂଜାର୍ଚ୍ଚନା ସରି ବିଶ୍ୱକର୍ମାମାନେ ଶାଢ଼ି ବନ୍ଧାଇ ସ୍ୱତନ୍ତ୍ର କୁରାଢିରେ ରଥ ନିର୍ମାଣ ଅନୁକୂଳ କରିବେ । ପରଦିନ ଠାରୁ ଶ୍ରୀନହର ସମ୍ମୁଖରେ ତିନି ରଥ ତିଆରିର ଶୁଭାରମ୍ଭ ହେବ । ପ୍ରଥମେ ଚକ ନିର୍ମାଣ କରାଯିବ ।
୧୪ ତାରିଖ ଶନିବାର ନୃସିଂହ ଚତୁର୍ଦ୍ଦଶୀରେ ଗୁଜ ଅନୁକୂଳ । ୨୨ ତାରିଖ ରବିବାର ଭଉଁରୀ ଉତ୍ସବରେ ଚକ ଅଖ ଡେରା ହୋଇ ଜୁନ୍ ୧୪ ମଙ୍ଗଳବାର ସ୍ନାନପୂର୍ଣ୍ଣମୀରେ ଚାରି ନାହାକା ଉଠିବ । ଜୁନ୍ ୩୦ ତାରିଖ ଗୁରୁବାର ଉଭାଯାତ୍ରା (ରଥ ଯାତ୍ରା ପୂର୍ବ ଦିନ) ଅବସରରେ ରଥଖଳାରୁ ତିନି ରଥ ପ୍ରସ୍ତୁତ ହୋଇ ସିଂହଦ୍ୱାରରେ ପହଞ୍ଚିବ । ଜୁଲାଇ ୧ ତାରିଖ ଶୁକ୍ରବାର ଶ୍ରୀଗୁଣ୍ଡିଚା ଯାତ୍ରା ଅବସରରେ ଚତୁର୍ଦ୍ଧାମୂର୍ତ୍ତି ରଥାରୂଢ ହୋଇ ଗୁଣ୍ଡିଚା ଘର ଜନ୍ମବେଦିକୁ ଯାତ୍ରା କରିବେ।
ଅନ୍ୟପକ୍ଷରେ ବାଲୁକା କଳା ମାଧ୍ୟମରେ ଚନ୍ଦନ ଯାତ୍ରା ଓ ରଥ କାଠ ଅନୁକୂଳର ଶୁଭକାମନା ଜଣାଇଛନ୍ତି ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ।

