ଗହମ ପରେ ଚିନିର ରପ୍ତାନି ଉପରେ କଟକଣା ଲଗାଇଲା କେନ୍ଦ୍ର ସରକାର

1 min read

ନୂଆଦିଲ୍ଲୀ: ଗହମ ପରେ ଏବେ ଚିନିର ପାଳି । ମୁଦ୍ରାସ୍ଫୀତି ନିୟନ୍ତ୍ରଣ ଓ ଘରୋଇ ବଜାରର ଚାହିଦାକୁ ଦେଖି କେନ୍ଦ୍ର ସରକାର ଚିନିର ରପ୍ତାନି ଉପରେ କଟକଣା ଜାରି କରିଛନ୍ତି । ଜୁନ ପହିଲାରୁ ଏହା ଲାଗୁ ହେବ । ତେବେ, ୟୁରୋପୀୟ ସଂଘ ଓ ଆମେରିକା ରପ୍ତାନି ହେଉଥିବା ଚିନି ପାଇଁ ଏହି କଟକଣା ଲାଗୁ ହେବ ନାହିଁ । ଏହି ଦେଶଗୁଡିକୁ ୧୦୦ ଏଲଏମଟି ପର୍ଯ୍ୟନ୍ତ ଚିନି ରପ୍ତାନି କରିବାକୁ ସରକାର ଅନୁମତି ଦେଇଛନ୍ତି । ବ୍ରାଜିଲ ପରେ ଭାରତ ହେଉଛି ବିଶ୍ୱର ଦ୍ୱିତୀୟ ବୃହତ ଚିନି ଉତ୍ପାଦନକାରୀ ଦେଶ । ଚିନି ଉପରେ କଟକଣା ନେଇ ବୈଦେଶିକ ବାଣିଜ୍ୟ ମହାନିର୍ଦ୍ଦେଶାଳୟ-ଡିଜିଏଫଟି ବିଜ୍ଞପ୍ତି ଜାରି କରିଛି । ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ଚିନି ରପ୍ତାନି ଉପରେ କଟକଣା ଜାରି ରହିବ । ଗହମ ରପ୍ତାନି ଉପରେ କଟକଣା ଜାରି କରିବାର ଦୁଇ ସପ୍ତାହ ପରେ ଚିନି ରପ୍ତାନି ଉପରେ ବି ରୋକ୍ ଲଗାଇଛନ୍ତି କେନ୍ଦ୍ର ସରକାର ।