spot_img
Home Blog Page 4384

ଦେଶର କିଛି ରାଜ୍ୟରେ ସାମାନ୍ୟ ବଢ଼ିଛି କରୋନା

ନୂଆଦିଲ୍ଲୀ: ଦୁଇବର୍ଷ ପରେ ଦେଶରେ କରୋନା ସ୍ଥିତିରେ ସୁଧାର ଆସିଥିବା ବେଳେ କିଛି ରାଜ୍ୟରେ ଦୈନିକ ସଂକ୍ରମଣ ବଢୁଛି । ଗୁଜରାଟ, ହରିୟାଣା, ଦିଲ୍ଲୀରେ କରୋନା ସଂକ୍ରମଣ ସାମାନ୍ୟ ବୃଦ୍ଧିପାଇଛି । ଜାନୁୟାରୀ ମାସରୁ କରୋନା କେସ୍ ହ୍ରାସ ପାଉଥିବା ବେଳେ ଏବେ କେସ୍ ଲୋଡ ସାମାନ୍ୟ ବୃଦ୍ଧି ପାଇଛି ।

ରାଜଧାନୀ ଦିଲ୍ଲୀରେ ସାପ୍ତାହିକ କେସ୍ ଲୋଡ୍ ବଢ଼ିଛି । ମାର୍ଚ୍ଚ ୨୫ରୁ ୩୧ ମଧ୍ୟରେ ଦୈନିକ କେସ୍ ହାରାହାରି ୧୦୩ ରହିଥିବା ବେଳେ ଚଳିତ ସପ୍ତାହରେ ଏହା ୧୨୭ ହୋଇଛି । ହରିୟାଣାରେ ଦୈନିକ ହାରାହାରି ମାମଲା ୪୭ରୁ ବଢ଼ି ୬୮ ହୋଇଛି । ସେପଟେ ଗୁଜରାଟରେ ଶୁକ୍ରବାର କରୋନାର ନୂଆ ଭାରିଆଣ୍ଟ XE ଚିହ୍ନଟ ହୋଇଥିବା ବେଳେ ଦୈନିକ ମାମଲାରେ ସାମାନ୍ୟ ବୃଦ୍ଧି ଦେଖାଯାଇଛି । ଅନ୍ୟପଟେ ମହାରାଷ୍ଟ୍ର, କେରଳ, କର୍ଣ୍ଣାଟକ, ତାମିଲନାଡୁ, ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗରେ ଦୈନିକ ସଂକ୍ରମଣ ତଳମୁହାଁ ରହିଛି ।

ଗତ ୨୪ ଘଣ୍ଟା ମଧ୍ୟରେ ୧୦୦୦ରୁ ସାମାନ୍ୟ ଉପରେ ରହିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ତଥ୍ୟ ଅନୁସାରେ, ରବିବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୧,୦୫୪ କରୋନାଭାଇରସ୍‌ଜନିତ ନୂତନ ସଂକ୍ରମଣ ଓ ୨୯ମୃତ୍ୟୁ ରେକର୍ଡ କରାଯାଇଛି। ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ୧,୦୫୪ ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୪,୩୦,୩୫,୨୭୧ରେ ପହଞ୍ଚିଛି। ସେହିଭଳି ଗତ ୨୪ ଘଣ୍ଟାରେ ହୋଇଥିବା ୨୯ ମୃତ୍ୟୁକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍‌-୧୯ଜନିତ ମୃତ୍ୟୁସଂଖ୍ୟା ୫,୨୧,୬୮୫ରେ ପହଞ୍ଚିଛି ।

ଅପରପକ୍ଷରେ ସାରା ଦେଶରେ ବୁଷ୍ଟର ଡୋଜ୍ ଟିକାକରଣକୁ ଜୋରଦାର କରାଯାଇଥିବା ବେଳେ ଆଜିଠୁ ୧୮ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କଙ୍କ ଟିକାକରଣ ଆରମ୍ଭ ହୋଇଛି । ତେବେ ଘରୋଇ ହସ୍ପିଟାଲରେ ମଧ୍ୟ ଟିକାନେଇପାରିବେ ଲୋକେ ।

ଏଥିସହିତ ପଢ଼ନ୍ତୁ: ବୁଷ୍ଟର ଡୋଜ ଆରମ୍ଭର ଗୋଟିଏ ଦିନ ପୂର୍ବରୁ ଶସ୍ତା ହେଲା କୋଭାକ୍ସିନ୍‌ ଓ କୋଭିସିଲ୍ଡ

ମାତ୍ର ୬ଦିନରେ ପ୍ରତିଶୋଧ ନେଲା ସିଆରପିଏଫ୍‌, ଶ୍ରୀନଗରରେ ଟଳିଲେ ୨ ଆତଙ୍କବାଦୀ

ଶ୍ରୀନଗର: ଶ୍ରୀନଗରରେ ସୁରକ୍ଷାବାହିନୀଙ୍କୁ ବଡ଼ ସଫଳତା । ଜାମ୍ମୁ-କାଶ୍ମୀରର ଶ୍ରୀନଗରରେ ସୁରକ୍ଷାବାହିନୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ଏଥିରେ ଦୁଇ ଜଣ ଆତଙ୍କବାଦୀ ନିହତ ହେବା ସହ ୩ଜଣ ସୁରକ୍ଷାକର୍ମୀ ଆହତ ହୋଇଛନ୍ତି । କାଶ୍ମୀର ଆଇଜିପିଙ୍କ ସୂଚନା ଅନୁସାରେ, ନିହତ ହୋଇଥିବା ଆତଙ୍କୀ ନିକଟରେ ସିଆରପିଏଫ୍‌ ଯବାନଙ୍କ ଉପରେ ହୋଇଥିବା ଆକ୍ରମଣ​‌ରେ ସାମିଲ ଥିଲେ । ତେବେ ମାତ୍ର ୬ ଦିନରେ ପ୍ରତିଶୋଧ ନେଇଛନ୍ତି ସିଆରପିଏଫ୍‌  ।

Encounter Starts At Redwani Area Of Kulgam Two Three Terrorist Trapped

ତେବେ ଏନେଇ ସୁରକ୍ଷାବାହୀନି କହିଛନ୍ତି ଯେ, ୩ ଏପ୍ରିଲରେ ସିଆରପିଏଫ୍ ଯବାନଙ୍କ ଉପରେ ହୋଇଥିବା ଆକ୍ରମଣରେ ପାକିସ୍ତାନ ଆତଙ୍କବାଦୀ ସାମିଲ ଥିଲେ  । ସେମାନଙ୍କୁ ଏବେ ନିହତ କରାଯାଇଛି । ଏହି ଅପରେସନରେ ଶ୍ରୀନଗରର ପୋଲିସ ଓ ସିଆରପିଏଫ୍ ଯବାନ ସାମିଲ ଥିଲେ ।

Encounter Starts At Redwani Area Of Kulgam Two Three Terrorist Trapped

ସୂଚନା ମୁତାବକ, ବିଶ୍ବସ୍ତ ସୂତ୍ରରୁ ଖବର ପାଇ ସୁରକ୍ଷାବାହିନୀ ଅଞ୍ଚଳରେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ। ଏହି ସମୟରେ ଉଭୟ ପକ୍ଷରୁ ଗୁଳି ବିନିମୟ ହୋଇଥିଲା। ଏଥିରେ ସୁରକ୍ଷାବାହିନୀଙ୍କ ଗୁଳିରେ ଦୁଇ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି।

ଶାହାବାଜ୍ ସରିଫ୍ ହେଲେ ବିରୋଧୀ ମେଣ୍ଟର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ

ଇସ୍‌ଲାମାବଦ୍: ଶାହାବାଜ ପାକିସ୍ତାନ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ନିଯୁକ୍ତ । ଶାହାବାଜ ସରିଫ ବିରୋଧୀ ମେଣ୍ଟର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହୋଇଛନ୍ତି । ସରିଫଙ୍କ ପ୍ରାର୍ଥିତ୍ବ ନେଇ ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇଛି । ଆସନ୍ତାକାଲି ସଂସଦରେ ନିର୍ବାଚିତ ହେବା ସମ୍ଭାବନା ।

୭୦ ବର୍ଷିୟ ଶାହାବାଜ ପୂର୍ବରୁ ପଞ୍ଜାବ ପ୍ରଦେଶର ମୁଖ୍ୟମନ୍ତ୍ରୀ ରହିସାରିଛନ୍ତି । ସବୁଠୁ ବଡ କଥା ହେଲା ଯେ, ସେନା ସହ ଶାହାବାଜଙ୍କ ସଂପର୍କ ଭଲ ରହିଛି , ଯାହା କି ତାଙ୍କ ବଡ ଭାଇ ନଓ୍ବାଜଙ୍କ ସହ ନ ଥିଲା । ପାକିସ୍ତାନର ନୂଆ ସରକାର ୨୦୨୩ ମସିହା ଅକ୍ଟୋବର ଯାଏଁ ଦାୟିତ୍ବରେ ରହିବ । ପରବର୍ତ୍ତୀ ସାଧାରଣ ନିର୍ବାଚନ ହେବା ଯାଏଁ ଦାୟିତ୍ବରେ ରହିବ ନୂଆ ସରକା ।

ସୂଚନା ଯୋଗ୍ୟ ଯେ, ବିରୋଧୀଙ୍କ ବାଉନସରରେ ଇମ୍ରାନ ଖାଁ କ୍ଲିନ ବୋଲ୍ଡ  ହୋଇଛନ୍ତି । ପାକିସ୍ତାନ ଇତିହାସର ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ ଅନାସ୍ଥା ଭୋଟରେ ହାରିଛନ୍ତି ଇମ୍ରାନ । ଏଥିସହ ପାକିସ୍ତାନରେ ସାଢେ ତିନି ବର୍ଷର ଇମ୍ରାନ ଖାଁ ସରକାରଙ୍କ ପତନ ହୋଇଛି । ହାଇଡ୍ରାମା ମଧ୍ୟରେ ମଧ୍ୟରାତିରେ ସଂସଦରେ ଇମ୍ରାନ ସରକାର ବିରୋଧରେ ଗୃହୀତ ହୋଇଥିଲା ଅନାସ୍ଥା ଭୋଟ୍ । ପ୍ରସ୍ତାବ ସପକ୍ଷରେ ୧୭୪ ଭୋଟ୍ ପଡିଥିବା ବେଳେ ଇମ୍ରାନଙ୍କ ଦଳର ସାଂସଦ ଅନୁପସ୍ଥିତ ରହିଥିଲେ । ଅନାସ୍ଥା ଭୋଟ୍ ପୂର୍ବରୁ ବାଚସ୍ପତି ଆସଦ କାଇଜର ଇସ୍ତଫା ଦେଇଥିଲେ । ଉପବାଚସ୍ପତି କାସିମ ସୁରି ବି ଦେଇଥିଲେ ଇସ୍ତଫା । ଅସ୍ଥାୟୀ ବାଚସ୍ପତିଙ୍କ ଜରିଆରେ ହୋଇଥିଲା ଭୋଟିଂ । ପାକିସ୍ତାନ ଇତିହାସରେ ପ୍ରଥମ ଥର ପାଇଁ କୌଣସି ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ସଫଳ ରହିଛି । ଅନାସ୍ଥା ଭୋଟ୍ ପୂର୍ବରୁ ଇମ୍ରାନ ଖାଁ କ୍ୟାବିନେଟ ବୈଠକ ଡାକିଥିଲେ । ଇସ୍ତଫା ପରିବର୍ତ୍ତେ ଅନାସ୍ଥା ଭୋଟର ସମ୍ମୁଖୀନ ହେବାକୁ ନିଷ୍ପତ୍ତି ନେଇଥିଲେ । ଏହାପରେ ପରାଜୟ ସୁନିଶ୍ଚିତ ଜାଣି ନିଜର ସରକାରୀ ବାସଭବନ ଛାଡିଥିଲେ ଇମ୍ରାନ ।

ଏଥିସହିତ ପଢ଼ନ୍ତୁ: ଖେଳାଳୀରୁ ପ୍ରଧାନମନ୍ତ୍ରୀ ! କେମିତି ଥିଲା ଇମ୍ରାନଙ୍କ କ୍ୟାରିୟର ଜାଣନ୍ତୁ

ଆସନ୍ତାକାଲି ଉଦଘାଟିତ ହେବ ପୁରୀ ଶ୍ରୀଜଗନ୍ନାଥ ମେଡିକାଲ କଲେଜ

ପୁରୀ: ଆସନ୍ତାକାଲି ଉଦଘାଟିତ ହେବ ପୁରୀର ଶ୍ରୀଜଗନ୍ନାଥ ମେଡିକାଲ କଲେଜ୍ । ପୁରୀ-କୋଣାର୍କ ମେରାଇନ ଡ୍ରାଇଭ ରୋଡ ବାଲିଗୁଆଳିରେ ସ୍ଥାପିତ ହୋଇଥିବା ଶ୍ରୀଜଗନ୍ନାଥ ମେଡିକାଲ କଲେଜରେ କାଲିଠୁ ପ୍ରଥମ ବ୍ୟାଚର ଏମବିବିଏସ ପାଠ୍ୟକ୍ରମ ଆରମ୍ଭ ହେବ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମେଡିକାଲ କଲେଜର ଶୁଭ ଉଦଘାଟନ କରିବେ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଜିଲ୍ଲା ଓ ପୋଲିସ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା ବେଳେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । କଲେଜ ପରିସରରେ ପ୍ରସ୍ତୁତ ହୋଇଥିବା ହେଲିପ୍ୟାଡରେ କାଲି ଅପରାହ୍ନରେ ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର ଅବତରଣ କରିବ।

ଏହା ପରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଯୋଗ ଦେଇ ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ ମେଡିକାଲ କଲେଜର ଲୋକାପର୍ଣ ତଥା ଶୁଭ ଉଦଘାଟନ କରିବେ । ଏଥିପାଇଁ ପୁରୀ ଜିଲ୍ଲା, ପୋଲିସ ଓ ମେଡିକାଲ କଲେଜ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଛାତ୍ରଛାତ୍ରୀଙ୍କ ରହିବା ପାଇଁ ହଷ୍ଟେଲ, କ୍ୟାଣ୍ଟିନ୍, ଲ୍ୟାବ୍, ଖେଳପଡ଼ିଆ, କ୍ଲାସ ରୁମ୍ ସହ ପ୍ରଶାସନିକ ଭବନ ମଧ୍ୟ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇ ରହିଛି । ଏହି ମେଡିକାଲ କଲେଜ ମୁଖ୍ୟମନ୍ତ୍ରୀଙ୍କ ଏକ ପ୍ରମୁଖ ପ୍ରୋଜେକ୍ଟ ହୋଇଥିବା ବେଳେ ଏହାର ନିର୍ମାଣ କାର୍ଯ୍ୟ ପାଇଁ  ୫ ଶହ କୋଟି ଟଙ୍କା ବ୍ୟୟ ବରାଦ ହୋଇଥିଲା । ଏବେ ପ୍ରାଥମିକ ପର୍ଯ୍ୟାୟରେ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଛାତ୍ରଛାତ୍ରୀମାନେ ଶିକ୍ଷା ନେବାର ବ୍ୟବସ୍ଥା କରାଯାଇଛି । ଆସନ୍ତା ଦୁଇବର୍ଷ ମଧ୍ୟରେ ଶ୍ରୀଜଗନ୍ନାଥ ମେଡିକାଲ କଲେଜ ପରିସରରେ ନିଜସ୍ଵ ମେଡିକାଲ ନିର୍ମାଣ ହେବା ପରେ ଏଠାରେ ଆହୁରି ଅଧିକ ଅତ୍ୟାଧୁନିକ ଚିକିତ୍ସା ସୁବିଧା ମିଳିପାରିବ ।

୧୮ରୁ ଊର୍ଦ୍ଧ୍ୱ ବୟସ୍କଙ୍କୁ ଦିଆଯାଉଛି ବୁଷ୍ଟର ଡୋଜ୍, ୯ମାସ ହୋଇଥିଲେ ନେଇ ହେବ…

ନୂଆଦିଲ୍ଲୀ: ଆଜିଠୁ ୧୮ରୁ ଊର୍ଦ୍ଧ୍ୱ ବୟସ୍କଙ୍କୁ ଦିଆଯାଉଛି ବୁଷ୍ଟର ଡୋଜ୍ । ଦ୍ୱିତୀୟ ଡୋଜ ନେବାର ୯ମାସ ହୋଇଥିଲେ ପ୍ରିକସନ ଡୋଜ୍ ନେଇ ହେବ । ପୂର୍ବରୁ କେବଳ ଫ୍ରଣ୍ଟଲାଇନ ୱାର୍କର, ହେଲଥ ୱାର୍କର ଓ ୬୦ରୁ ଊର୍ଦ୍ଧ୍ୱ ବୟସ୍କଙ୍କୁ ବୁଷ୍ଟର ଡୋଜ୍ ଦିଆଯାଉଥିବା ବେଳେ ଆଜିଠୁ  ୧୮ରୁ ଊର୍ଦ୍ଧ୍ୱ ବୟସ୍କଙ୍କୁ ପ୍ରିକସନ ଡୋଜ୍ ଦିଆଯାଉଛି । ଏବେସୁଦ୍ଧା ଦେଶରେ ଅଢ଼େଇ କୋଟି ହେଲ୍ଥ କେୟାର ଓ ଫ୍ରଣ୍ଟଲାଇନ ୱାର୍କସଙ୍କୁ ବୁଷ୍ଟର ଡୋଜ୍ ଦିଆସରିଛି । ସେହିପରି ୧୨ରୁ ୧୪ ବର୍ଷୀୟ ୪୫ପ୍ରତିଶତ ପିଲାଙ୍କୁ କରୋନା ଟିକାର ପ୍ରଥମ ଡୋଜ୍ ଦିଆସରିଛି ।

ସୂଚନା ଅନୁଯାୟୀ ସାବାଳକଙ୍କ ପାଇଁ ବୁଷ୍ଟର ଡୋଜ କେବଳ ଘରୋଇ ଡାକ୍ତରଖାନାରେ ଉପଲବ୍ଧ ହେବ। ଏଥିପାଇଁ ହିତାଧିକାରୀଙ୍କୁ ଟିକାର ମୂଲ୍ୟ ଦେବାକୁ ପଡିବ । ଟିକା ମୂଲ୍ୟ ଉପରେ ହିତାଧିକାରୀଙ୍କୁ ଟିକସ ଓ ଘରୋଇ ଡାକ୍ତରଖାନାଗୁଡିକ ସେମାନଙ୍କ ସେବା ନିମନ୍ତେ ଅତିରିକ୍ତ ଦେୟ ଦେବାକୁ ପଡିବ। ବୁଷ୍ଟର ଡୋଜ ଘରୋଇ ଡାକ୍ତରଖାନାରେ ଉପଲବ୍ଧ ସମ୍ପର୍କରେ ସରକାର ଘୋଷଣା କରିବା ପରେ ସିରମ୍ ଇନଷ୍ଟିଚ୍ୟୁଟ୍‌ ଏହାର କୋଭିସିଲ୍ଡ ଟିକାର ମୂଲ୍ୟ ୬୦୦ ଟଙ୍କା ଧାର୍ଯ୍ୟ କରିଛି । ଟିକସ୍ ବାଦ୍‌ ଗୋଟିଏ ଡୋଜ ଟିକାର ମୂଲ୍ୟ ୬୦୦ଟଙ୍କା ରଖାଯାଇଛି । ଅନ୍ୟ ଟିକା ପ୍ରସ୍ତୁତକାରୀ କମ୍ପାନୀମାନେ ମଧ୍ୟ ବୁଷ୍ଟର ଡୋଜ ପାଇଁ ସେମାନଙ୍କ ଟିକାର ଅଲଗା ଅଲଗା ମୂଲ୍ୟ ଧାର୍ଯ୍ୟ କରିଛନ୍ତି।

ଦ୍ବିତୀୟ ପାନ ଟିକା ନେବାର ୯ ମାସ ବା ୩୯ ସପ୍ତାହ ପରେ ଜଣେ ବୁଷ୍ଟର ଡୋଜ ନେବାକୁ ଯୋଗ୍ୟ ବିବେଚିତ ହେବେ। ସେହିପରି ଯେଉଁ ହିତାଧିକାରୀମାନେ ପ୍ରଥମ ଓ ଦ୍ବିତୀୟ ପାନରେ କୋଭିସିଲ୍ଡ ଟିକା ନେଇଥିବେ ସେମାନେ ବୁଷ୍ଟର ଡୋଜରେ କୋଭିସିଲ୍ଡ ଟିକା ନେବେ। ସେହିପରି ଯେଉଁମାନେ କୋଭାକ୍ସିନ ଟିକା ନେଇଥିବେ ସେମାନଙ୍କୁ କୋଭାକ୍ସିନ ଟିକା ଦିଆଯିବ। ଘରୋଇ ଡାକ୍ତରଖାନାଗୁଡିକ ଭିନ୍ନ ଭିନ୍ନ ଟିକା ପାଇଁ ଭିନ୍ନ ଭିନ୍ନ ଦର ଧାର୍ଯ୍ୟ କରିବେ। ସରକାରଙ୍କ ଘୋଷଣା ଅନୁଯାୟୀ ପ୍ରଥମ ଓ ଦ୍ବିତୀୟ ଡୋଜ ଟିକା ସରକାରୀ ଡାକ୍ତରଖାନାରେ ପୂର୍ବ ପରି ମାଗଣାରେ ଉପଲବ୍ଧ ହେବ।

ସେହିପରି ୬୦ବର୍ଷରୁ ଊର୍ଦ୍ଧ୍ବ ବୟସ୍କ, ସ୍ବାସ୍ଥ୍ୟ କର୍ମଚାରୀ, ସମ୍ମୁଖ ଯୋଦ୍ଧାଙ୍କ ନିମନ୍ତେ ବୁଷ୍ଟର ପାନ ସରକାରୀ ଡାକ୍ତରଖାନାରେ ମାଗଣାରେ ଉପଲବ୍ଧ ହେବ। ବର୍ତ୍ତମାନ ସୁଦ୍ଧା ୨.୪ କୋଟି ଲୋକ ବୁଷ୍ଟର ପାନ ନେଇ ସାରିଲେଣି । ଅନ୍ୟପକ୍ଷରେ ଦେଶର ୫ଟି ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଇବା ଲକ୍ଷ୍ୟ କରାଯାଇଛି। ଦିଲ୍ଲୀ, ହରିୟାଣା, ମହାରାଷ୍ଟ୍ର, କେରଳ ଓ ମିଜୋରାମରେ କରୋନା ସଂକ୍ରମଣ ବୃଦ୍ଧି ପାଇବାକୁ ​ନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଏହିସବୁ ରାଜ୍ୟ ସରକାରଙ୍କ ନିକଟକୁ ଚିଠି ଲେଖିଛି। ଚିଠିରେ କରୋନା ସଂକ୍ରମଣରେ ନଜର ରଖିବା ସହିତ ଏହାକୁ ନିୟନ୍ତ୍ରଣ ପାଇଁ ପଦକ୍ଷେପ ନେବାକୁ କୁହାଯାଇଛି।

୧ ହଜାର କୋଟି ଛୁଇଁଲା ଏସ୍‌ ଏସ୍ ରାଜାମୌଲୀ ଫିଲ୍ମ ଆରାଆରଆର

ମୁମ୍ବାଇ: ବକ୍ସ ଅଫିସରେ ଧମାଲ କରୁଛି ଫିଲ୍ମ ଆରଆରଆର । ବର୍ତ୍ତମାନ ସୁଧା ଫିଲ୍ମ ୧୦୦୦କୋଟି ଆୟ କରିସାରିଲାଣି । ୧୦୦କୋଟିରେ ସାମିଲ ହେବାକୁ କେତକ ଫିଲ୍ମ ପ୍ରାଣ ପଣେ ଚେଷ୍ଟା କରୁଥିବା ବେଳେ ଏବେ ୧୦୦୦ କୋଟି ରୋଜଗାର କରିସାରିଲାଣି ଆରଆରଆର । ପୂର୍ବରୁ ଯେତେବେଳେ ​‌କୌ​‌ଣସି ଚଳଚ୍ଚିତ୍ର ୧୦୦ କୋଟି କ୍ଲବରେ ସାମିଲ ହୁଏ, ତାହେଲେ ତାକୁ ସଫଳ ଫିଲ୍ମ କୁହାଯାଉଥିଲା । ତେଣୁ ପ୍ରତ୍ୟେକ ଅଭିନେତାଙ୍କର ଆଶା ଥାଏ ଯେ, ତାଙ୍କ ଚଳଚ୍ଚିତ୍ର ୧୦୦ କୋଟି କ୍ଲବରେ ସାମିଲ ହେଉ। ୧୦ ବର୍ଷ ପୂର୍ବେ ୧୦୦ କୋଟି ଏକ ବଡ଼ ସଂଖ୍ୟା ଭାବେ ବିବେଚିତ ହେଉଥିବା ବେଳେ ବର୍ତ୍ତମାନ ତାହା ସାଧାରଣ ହୋଇଗଲାଣି ।

ଦିନକୁ ଦିନ ବକ୍ସ ଅଫିସରେ ସାଉଥ ଫିଲ୍ମଗୁଡ଼ିକର ପ୍ରାଧାନ୍ୟ ବିସ୍ତାର କରିବାରେ ଲାଗିଛି । ସାଉଥ ଫିଲ୍ମଗୁଡ଼ିକର ରିଲିଜ ହେଉ ହେଉ ଜବରଦସ୍ତ ଆୟ କରୁଛି । କିଛିଦିନ ପୂର୍ବେ ‘ପୁଷ୍ପା’ ବକ୍ସ ଅଫିସରେ ହଙ୍ଗାମା କରିବା ପରେ ଏବେ ରାଜାମୌଲୀଙ୍କ ଫିଲ୍ମ ‘ଆରଆରଆର’ର କ୍ରେଜ୍ କମିବାର ନାଁ ନେଉନାହିଁ। ଏହା ରାଜାମୌଲୀଙ୍କ ସୁପର୍‌ ବ୍ଲକବଷ୍ଟର ଫିଲ୍ମ ‘ବାହୁବଳୀ’ର ରେକର୍ଡ଼ ମଧ୍ୟ ଭାଙ୍ଗୁଥିବା ନଜର ଆସିଛି । ବିଶ୍ବବ୍ୟାପୀ ଆୟ କଥା କହିବାକୁ ଗଲେ, ‘ଆରଆରଆର’ ଚଳଚ୍ଚିତ୍ର ୧୦୦୦ କୋଟିର ବ୍ୟବସାୟ କରିଥିବା ଦେଶର ତୃତୀୟ ଚଳଚ୍ଚିତ୍ର ପାଲଟିଛି ।

ଏହି ଫିଲ୍ମ ୧୬ତମ ଦିନରେ ବିଶ୍ବସ୍ତରରେ ୧୦୦୦ କୋଟି ଟଙ୍କା ଆୟ କରିଛି । ଏହା ପୂର୍ବରୁ କେବଳ ପ୍ରଭାସଙ୍କ ‘ବାହୁବଳୀ-୨’ ଓ ଅମୀର ଖାନଙ୍କ ‘ଦଙ୍ଗଲ’ ଏହି ସ୍ତରରେ ପହଞ୍ଚି ପାରିଥିଲା । ତେବେ ଆଗାମୀ ଦିନରେ ‘ଆରଆରଆର’ ଦେଶର ସର୍ବାଧିକ ଆୟ କରିଥିବା ଚଳଚ୍ଚିତ୍ର ହୋଇପାରୁଛି କି ନାହିଁ ତାହା ଜାଣିବା ବାକୁ ଅଛି ।

ଏସ୍‌ ଏସ୍ ରାଜାମୌଲୀ ବଡ଼ ବଜେଟ୍‌ ଚଳଚ୍ଚିତ୍ର ନିର୍ମାଣ ପାଇଁ ଜଣାଶୁଣା। ‘ଆରଆରଆର’ର ବଜେଟ୍‌ ମଧ୍ୟ ପ୍ରାୟ ୫୫୦ କୋଟି ଟଙ୍କା ରହିଛି । ଏଥିରେ ଜୁନିଅର ଏନଟିଆର ଓ ରାମ ଚରଣ ମୁଖ୍ୟ ଚରିତ୍ରରେ ନଜର ଆସିଛନ୍ତି। ସେମାନଙ୍କ ବ୍ୟତୀତ ଫିଲ୍ମରେ ଅଲିଆ ଭଟ୍ଟ, ଅଜୟ ଦେବଗନ, ଓଲିଭିଆ ମୋରିସ୍‌, ଶ୍ରିୟା ସରଣ ପ୍ରମୁଖ କଳାକାର ଅଭିନୟ କରିଛନ୍ତି।

ୟୁକ୍ରେନ ବିପକ୍ଷ ଯୁଦ୍ଧ ପାଇଁ ନୂଆ ସେନାମୁଖ୍ୟଙ୍କୁ ନିଯୁକ୍ତ କଲା ଋଷ

ମସ୍କୋ: ନୂଆ ସେନା ମୁଖ୍ୟଙ୍କୁ ନିଯୁକ୍ତ କଲା ଋଷ । ୟୁକ୍ରେନ ବିପକ୍ଷ ଯୁଦ୍ଧକୁ ଅଧିକ ଫଳପ୍ରଦ କରିବା ପାଇଁ ନୂଆ ସେନା ମୁଖ୍ୟଙ୍କୁ ନିଯୁ୍କ୍ତି ଦିଆଯାଇଛି । ଋଷ ଦକ୍ଷିଣାଞ୍ଚଳ ସାମରିକ ଜିଲ୍ଲାର  ନେତୃତ୍ୱ ନେବାକୁ ଜେନେରାଲ ଆଲେକ୍ସଜେଣ୍ଡର ଡ୍ରୋରନିକୋଭ୍‌ଙ୍କୁ ଦାୟିତ୍ୱ ଦିଆଯାଇଛି । ସେନା କିବ୍‌ ଅଧିକାର କରିବାରେ ବିଫଳ ହେବାରୁ ୟୁକ୍ରେନ୍‌ରେ ଚାଲିଥିବା ଯୁଦ୍ଧରେ ନେତୃତ୍ବ ନେବା ପାଇଁ ତାଙ୍କୁ ଏହି ଦାୟିତ୍ୱ ଦିଆଯାଇଛି ।

After Kyiv failure, Vladimir Putin appoints new army-general to lead  Ukraine war | World News | Zee News

ଜାତୀୟ ଗଣମାଧ୍ୟମ ରିପୋର୍ଟ ମୁତାବକ ୟୁକ୍ରେନ୍‌ରେ ଚାଲିଥିବା ରୁଷ୍‌ର ସାମରିକ ଅଭିଯାନର ‘ଥିଏଟର୍‌ କମାଣ୍ଡର୍‌’ଭାବେ ଡ୍ରୋରନିକୋଭ୍‌ଙ୍କୁ ନାମିତ କରାଯାଇଛି । ମେ’ ୯ ତାରିଖରେ ଋଷ ‘ବିଜୟ ଦିବସ’ ପାଳନ କରିବାକୁ ଯାଉଥିବା ବେଳେ ଏହା ପୂର୍ବରୁ ୟୁକ୍ରେନ ବିପକ୍ଷ ଯୁଦ୍ଧ ନେଇ କିଛି ଭଲ ଖବର ରାଷ୍ଟ୍ରପତି ଭ୍ଳାଦିମିର ପୁଟିନ୍‌ଙ୍କୁ ଦେବେ ବୋଲି ଆଶା କରାଯାଉଛି ।

Report: Russia appoints new warlord in Ukraine

ସୂଚନାଯୋଗ୍ୟ, ଦ୍ବିତୀୟ ବିଶ୍ବଯୁଦ୍ଧରେ ଜର୍ମାନି ଉପରେ ସୋଭିଏତ୍‌ ଦେଶର ବିଜୟ ବାର୍ଷିକୀ ଅବସରରେ ମେ ୯ ତାରିଖକୁ ଋଷରେ ‘ବିଜୟ ଦିବସ’ ଭାବେ ପାଳନ କରାଯାଏ। ଅନ୍ୟପକ୍ଷରେ ୟୁକ୍ରେନ୍‌ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ମୁତାବକ ଶନିବାର ଦିନ ରୁଷ୍‌ର ୧୩ଟି ବିମାନ ଘାଟିକୁ ଧ୍ବଂସ କରାଯାଇଛି। ଏଥିରେ ରୁଷ୍‌ ୫ଟି ‘ୟୁ‌ଏଭି’, ୪ଟି କ୍ଷେପଣାସ୍ତ୍ର, ୩ଟି ବିମାନ ଏବଂ ଗୋଟିଏ ହେଲିକପ୍ଟର୍‌ ହରାଇଛି।

ଏହାଛଡ଼ା, ଶନିବାର ଦିନ ବ୍ରିଟିସ୍‌ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନ୍‌ ଅଚାନକ କିବ୍‌ ଯାଇ ୟୁକ୍ରେନୀୟ ରା‌ଷ୍ଟ୍ରପତି ଭୋଲୋଦିମିର୍‌ ଜେଲେନ୍‌ସ୍କିଙ୍କୁ ଭେଟିଛନ୍ତି। ଯୁଦ୍ଧବିଧ୍ବସ୍ତ କିଭ୍ ସହର ପରିଦର୍ଶନ କରିବା ସହ ପ୍ରସ୍ତୁତ କରିଛନ୍ତି ରଣନୀତି । ଏହାସହ ଆର୍ଥିକ ଓ ସାମରିକ ସହାୟତା ଯୋଗାଇବା ଲାଗି ଦେଇଛନ୍ତି ପ୍ରତିଶ୍ରୁତି । କିଭ ସହର ପରିଦର୍ଶନ ବେଳେ ସେ ଜେଲେନସ୍କିଙ୍କ ସହ ବୁଲିବା ସହ କେତେକ ନାଗରିକଙ୍କ ସହ ଆଲୋଚନା କରିଥିଲେ । ୟୁକ୍ରେନକୁ ସବୁପ୍ରକାର ସହାୟତା ଦେବା ଲାଗି ସେ ଦେଇଛନ୍ତି ପ୍ରତିଶ୍ରୁତି ।

ଏଥିସହିତ ପଢ଼ନ୍ତୁ: ୟୁକ୍ରେନକୁ ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ ସରପ୍ରାଇଜ ଭିଜିଟ, ଋଷ ବିରୋଧରେ ହୋଇପାରେ…

ରଣବୀର ଓ ଆଲିଆଙ୍କ ବିବାହରେ କେଉଁମାନଙ୍କୁ ଦିଆଯାଇଛି ନିମନ୍ତ୍ରଣ ?

ମୁମ୍ବାଇ: ବର୍ତ୍ତମାନ ବଲିଉଡ଼ର ହଟ୍ ନ୍ୟୁଜ ହେଉଛି ରଣବୀର କପୁର ଏବଂ ଆଲିଆ ଭଟ୍ଟଙ୍କ ବିବାହ । ବଲିଉଡ଼ର ଚକଲେଟ ବୟଙ୍କ ବିବାହ ବିଷୟରେ ଜାଣିବାକୁ  ପ୍ରଶଂସକଙ୍କ ମଧ୍ୟରେ ଉତ୍କଣ୍ଠା ଦେଖିବାକୁ ମିଳିଛି । ଏବଂ ଉଭୟଙ୍କ ପ୍ରଶଂସକମାନେ ସେମାନଙ୍କ ବିବାହ ସମ୍ବନ୍ଧୀୟ ପ୍ରତ୍ୟେକ ବିବରଣୀ ଜାଣିବାକୁ ଚାହୁଁଛନ୍ତି । ଆଲିଆ ଭଟ୍ଟ ଏବଂ ରଣବୀର କପୁରଙ୍କ ଯୋଡ଼ିକୁ ପ୍ରଶଂସକମାନେ ଦୀର୍ଘ ଦିନ ଧରି ଅପେକ୍ଷା କରିଥିଲେ । କିଛି ନାୟିକାଙ୍କ ସହ ନାଁ ଯୋଡ଼ା ଯିବା ପରେ ଏବେ ଲାଇଫ୍ ଟାଇମ୍ ପାଇଁ ଯୋଡ଼ି ହେବାକୁ ଯାଉଛନ୍ତି ରଣବୀର । ପ୍ରଶଂସକମାନେ ବର୍ତ୍ତମାନ ଉଭୟଙ୍କ ବିବାହ ଫଟୋ ଦେଖିବାକୁ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି । ତେବେ ଏହାପୂର୍ବରୁ, ଉଭୟଙ୍କ ବିବାହ ସହିତ ଜଡିତ ସମସ୍ତ ତଥ୍ୟ ଆମେ ଆପଣଙ୍କୁ ଦେବାକୁ ଯାଉଛୁ ।

ବିବାହ ଖାଇବାରେ କଣ ରହିବ ?

ସୂଚନା ଅନୁଯାୟୀ, ନୀତୁ କପୁର ତାଙ୍କ ପୁଅର ବିବାହ ପାଇଁ ଦିଲ୍ଲୀ ଏବଂ ଲକ୍ଷ୍ନୌ ରୋଷେୟାଙ୍କୁ ଆଣିଛନ୍ତି । ଏହା ବ୍ୟତୀତ ବିବାହରେ ଇଟାଲୀୟ, ମେକ୍ସିକାନ୍, ପଞ୍ଜାବୀ, ମୁଗଲାଇ ଖାଦ୍ୟ ମଧ୍ୟ ରହିବ । ବିରିୟାନୀ ପ୍ରେମୀଙ୍କ ପାଇଁ ସେଠାରେ ଦିଲ୍ଲୀର ସ୍ୱତନ୍ତ୍ର ବିରିୟାନି ଏବଂ କବାବ ରହିବ । ସେଠାରେ ୨୫ଟି ଭେଜାନ୍ ବା ଶାକାହାରୀ ଖାଦ୍ୟ ମଧ୍ୟ ରହିବ ।

ବିବାହ ତାରିଖ 

ରଣବୀର-ଆଲିଆଙ୍କ ବିବାହର ରୀତିନୀତି ଏପ୍ରିଲ ୧୩ରୁ ଆରମ୍ଭ ହୋଇଥିବାବେଳେ ଉଭୟ ୧୫ ତାରିଖରେ ବିବାହ କରିବେ । ଉଭୟ କୌଣସି ହୋଟେଲ କିମ୍ବା ରିସର୍ଟରେ ବିବାହ କରିବେ ନାହିଁ ବରଂ ନିଜ ଘରେ ଅର୍ଥାତ୍ ରଣବୀରଙ୍କ ପୁରୁଣା ଘର ଆର.କେ ହାଉସରେ ବିବାହ କରିବେ ।

ବିବାହ ଦମ୍ପତିଙ୍କ ପୋଷାକ

ସୂଚନା ଅନୁଯାୟୀ, ଆଲିଆ ବିବାହରେ ମନୀଷ ମଲହୋତ୍ରା ଏବଂ ସାବ୍ୟସାଚିଙ୍କ ପୋଷାକ ପରିବହନ କରିବେ । ରଣବୀର ଏବଂ ନିତୁ କପୁର ମଧ୍ୟ ମନୀଷ ମଲହୋତ୍ରାଙ୍କ ପୋଷାକ ପିନ୍ଧିବେ ।

ବିବାହ ଅତିଥି

ଖବର ଅନୁଯାୟୀ ସଞ୍ଜୟ ଲୀଲା ଭନସାଲୀ, ବରୁଣ ଧୱନ, ଆୟାନ ମୁଖାର୍ଜୀ, ଜୋୟା ଅଖତର, ଅର୍ଜୁନ କପୁର, କରଣ ଜୋହର, ମସବା ଗୁପ୍ତା , କରୀନା କପୁର, ସୈଫ ଅଲି ଖାନଙ୍କ ସମେତ ଅନେକ ସେଲିବ୍ରେଟ ଏଥିରେ ସାମିଲ ହୋଇପାରନ୍ତି । ଅନ୍ୟପକ୍ଷରେ, ସଲମାନ ଖାନ, କ୍ୟାଟ୍ରିନା କୈଫ, କଙ୍ଗନା ରାନାୱତଙ୍କୁ ବିବାହ ନିମନ୍ତ୍ରଣ କରାଯିବ ନାହିଁ ।

ରିସେପସନ ଅତିଥି

ଯଦିଓ ରଣବୀର-ଆଲିଆଙ୍କ ବିବାହରେ କେତେକ ହାତଗଣତି ଅଥିଥିଙ୍କୁ ନିମନ୍ତ୍ରଣ କରାଯାଇଛି କିନ୍ତୁ ରିସେପସନରେ ଅଧିକ ଅତିଥି ଆସିପାରନ୍ତି । ରିପୋର୍ଟ ଅନୁଯାୟୀ ରଣବୀର ସିଂ, ଦୀପିକା ପାଦୁକୋନ, କରଣ ଜୋହର, ସଞ୍ଜୟ ଲୀଲା ଭନସାଲୀ, ଆଦିତ୍ୟ ଚୋପ୍ରା, ଶାହାରୁଖ ଖାନ ଏହି ରିସେପ୍ସନରେ ଯୋଗ ଦେଇପାରନ୍ତି।

 ଗୁରୁଦ୍ୱାରରେ ଲଙ୍ଗର ଚାଲିବ

ବିବାହ ପରେ ଋଷି କପୁର ଏବଂ ନୀତୁ କପୁର ଗୁରୁଦ୍ୱାରରେ ଲଙ୍ଗର ଚଳାଇଥିଲେ। ଏଭଳି ପରିସ୍ଥିତିରେ ରଣବୀର ଏବଂ ଆଲିଆ ମଧ୍ୟ ବିବାହ ପରେ ଏହି ପରମ୍ପରା ବଜାଇଥିବାର ନଜର ଆସିବେ । ଖବର ମୁତାବକ, ଆଲିଆ ଭଟ୍ଟ ଏବଂ ରଣବୀର କପୁର ମୁମ୍ବାଇର ଚେମ୍ବୁରରେ ଅବସ୍ଥିତ କପୁର ପରିବାରର ପୈତୃକ ଘର ଆର.କେ ହାଉସରେ ସାତ ରାଉଣ୍ଡ ନେଇଯିବେ ।

ଭଦ୍ରକରେ ରାମନବମୀ: ଏକାଠି ହେବେ ୮୦ରୁ ଅଧିକ ମେଢ଼, ସୁରକ୍ଷା ଦୃଷ୍ଟିରୁ ୪୦ ପ୍ଲାଟୁନ ଫୋର୍ସ ମୁତୟନ

ଭଦ୍ରକ: ଆଜି ପବିତ୍ର ରାମ ନବମୀ । ରାମ ନବମୀ ଉପଲକ୍ଷେ ଉତ୍ସବ ମୁଖର ସାରା ରାଜ୍ୟ । ଭଦ୍ରକ ଜିଲ୍ଲାରେ ମଧ୍ୟ ମହାଆଡମ୍ବରରେ ପାଳିତ ହେଉଛି  ଶ୍ରୀ ରାମ ନବମୀ ମହୋତ୍ସବ । ଗେରୁଆ ପତାକା ଓ ପ୍ରଭୁ ଶ୍ରୀରାମଙ୍କ ଫୋଟୋରେ ସମ୍ପୂର୍ଣ୍ଣ ଆଚ୍ଛାଦିତ ହୋଇଛି ଭଦ୍ରକ ସହର । ଭଦ୍ରକ ସହରର ଗାନ୍ଧୀ ପଡିଆରେ ଶ୍ରୀ ରାମ ମହାଯଜ୍ଞ ସମିତି ତରଫରୁ ସପ୍ତାହେ ଧରି ଚାଲିଥିବା ଯଜ୍ଞର ଆଜି ପୂର୍ଣ୍ଣାହୁତି ଦିବସ । ଶେଷ ଦିନରେ ଆଜି ଅପରାହ୍ନରେ ଭଦ୍ରକ ସହରରେ ୧୨ କିଲୋମିଟର ପର୍ଯ୍ୟନ୍ତ ନଗର ସଂକୀର୍ତ୍ତନ ଅନୁଷ୍ଠିତ ହେବ । ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଆସିଥିବା ମେଢ଼ ନେହେରୁ ଷ୍ଟାଡିୟମରୁ ଏକାଠି ହୋଇ ନଗର ସଂକୀର୍ତ୍ତନରେ ସାମିଲ ହେବେ । ପ୍ରାୟ ୮୦ରୁ ଅଧିକ ମେଢ଼ ସାମିଲ ହେବେ ।

ଆଜି ଅହରାହ୍ନରେ ହେବାକୁ ଥିବା ନଗର ସଂକୀର୍ତ୍ତନ ପାଇଁ ଭଦ୍ରକ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ୩ ପ୍ଲାଟୁନ ରାପିଡ଼ ଆକ୍ସନ ଫୋର୍ସ ସହ ମୋଟ ୪୦ ପ୍ଲାଟୁନ ଫୋର୍ସ ଭଦ୍ରକରେ ମୁତୟନ ହୋଇଛନ୍ତି । ୩ ଜଣ ଅତିରିକ୍ତ ଏସପି, ୧୦ ଡିଏସପି, ୧୯ ଇନ୍ସପେକ୍ଟର, ୧୦୫ ଜଣ ଏସଆଇ ଓ ଏଏସଆଇ ମୁତୟନ ହୋଇଛନ୍ତି । ନଗର ସଂକୀର୍ତ୍ତନ ହେବାକୁ ଥିବା ରୁଟରେ ପୋଲିସ ଫ୍ଲାଗମାର୍ଚ୍ଚ କରିଛି । ଭଦ୍ରକ ସହରରେ ପାଟ୍ରୋଲିଂ ଟିମ୍ ମଧ୍ୟ ପଇଁତରା ମାରୁଛନ୍ତି ।

’ଇ-ଲାଇବ୍ରେରୀ’ ପ୍ରକଳ୍ପ ଛାତ୍ରଛାତ୍ରୀଙ୍କୁ ଦୁନିଆ ସହ ଯୋଡ଼ିବ: ଆକାଶ ଦାସନାୟକ

ଭୁବନେଶ୍ଵର: ଭୁବନେଶ୍ୱର ପଟିଆସ୍ଥିତ ରାଜା ମଧୁସୂଦନ ଦେବ ଡିଗ୍ରୀ ମହାବିଦ୍ୟାଳୟ ପରିସରରେ ଛାତ୍ରଛାତ୍ରୀମାନଙ୍କ ସୁବିଧା ପାଇଁ ନୂଆ କରି ନିର୍ମାଣ କରାଯାଇଥିବା ସାଇକେଲ ଓ ବାଇକ୍ ଷ୍ଟାଣ୍ଡର ଲୋକାର୍ପଣ କରାଯାଇଛି । ଶନିବାର ଭୁବନେଶ୍ୱର-ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତଙ୍କ ଉପସ୍ଥିତିରେ ମୋ କଲେଜ ଅଭିଯାନ ପରିଚାଳନା ସଙ୍ଗଠନର ଅଧ୍ୟକ୍ଷ ଆକାଶ ଦାସନାୟକ ଏହାର ଉଦଘାଟନ କରିଛନ୍ତି ।

ସେହିପରି ମୋ କଲେଜ ଅଭିଯାନ ଅଧୀନରେ ରାଜା ମଧୁସୂଦନ ଦେବ କଲେଜ ପରିସରରେ ‘ଇ-ଲାଇବ୍ରେରି’ ନିର୍ମାଣ କରାଯାଉଛି । ବିଧାୟକ ସୁଶାନ୍ତ ରାଉତ ଏବଂ ମୋ କଲେଜ ଅଭିଯାନ ଅଧ୍ୟକ୍ଷ ଆକାଶ ଦାସନାୟକ ଏହି ପ୍ରକଳ୍ପର ଅଗ୍ରଗତି ଅନୁଧ୍ୟାନ କରିବା ସହିତ କଲେଜ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଥିଲେ । ଏହି ଅବସରରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ବିଧାୟକ ଏବଂ ମୋ କଲେଜ ଅଭିଯାନର ଅଧ୍ୟକ୍ଷ ବର୍ତ୍ତମାନର ଛାତ୍ରଛାତ୍ରୀ, ପୁରାତନ ଛାତ୍ରଛାତ୍ରୀ, କଲେଜ ଅଧ୍ୟାପକ/ଅଧ୍ୟାପିକା, କର୍ମଚାରୀମାନଙ୍କୁ ମୋ କଲେଜ ଅଭିଯାନର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ ।

“ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଅଭିନବ ପରିକଳ୍ପନା ହେଉଛି ମୋ କଲେଜ ଅଭିଯାନ । ଏହି ଅଭିଯାନ ଉଚ୍ଚଶିକ୍ଷାନୁଷ୍ଠାନଗୁଡ଼ିକର ପରିଚାଳନା ଢାଞ୍ଚାକୁ ବଦଳାଇ ଦେଇଛି । ଏହା ଅଧୀନରେ ପୁରାତନ ଛାତ୍ରଛାତ୍ରୀମାନଙ୍କୁ ଯୋଡ଼ି ଏବେ ବିଭିନ୍ନ କଲେଜର ସାମଗ୍ରିକ ବିକାଶ ଲାଗି ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି । ତେଣୁ ସମସ୍ତେ ଏଥିରେ ସହଯୋଗ କରିବାକୁ ଅନୁରୋଧ କରିଛନ୍ତି ସୁଶାନ୍ତ କୁମାର ରାଉତ ।

ସେହିପରି ମୋ କଲେଜ ଅଭିଯାନର ଅଧ୍ୟକ୍ଷ ଆକାଶ ଦାସନାୟକ କହିଛନ୍ତି ଯେ ଉଚ୍ଚଶିକ୍ଷାନୁଷ୍ଠାନଗୁଡ଼ିକୁ ଜ୍ଞାନ ଭୂମି ରୂପେ ବିବେଚନା କରାଯାଇଥାଏ । ଛାତ୍ରଛାତ୍ରୀମାନେ ଏହିଠାରୁ ଜ୍ଞାନ ଆହରଣ କରି ନିଜ ସ୍ୱପ୍ନ ଓ କ୍ୟାରିଅରକୁ ନୂଆ ଉଚ୍ଚତାକୁ ନେବା ସହ ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠା ପାଇଥାନ୍ତି । ତେଣୁ ଏହି ପୁରାତନ ଛାତ୍ରଛାତ୍ରୀମାନଙ୍କୁ ନିଜର ପ୍ରିୟ ଉଚ୍ଚଶିନୁଷ୍ଠାନ ସହ ଯୋଡ଼ିବା ଲାଗି ‘ମୋ କଲେଜ’ ଅଭିଯାନ ଏକ ସୁଯୋଗ ଆଣିଛି । ଏହି ଅବସରରେ ରାଜା ମଧୁସୂଦନ ଦେବ ଡିଗ୍ରୀ କଲେଜରେ ଏକ ମେଗା ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା । ଏହି ଶିବିରରୁ ୧୦୦ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ  ‘ମୋ କଲେଜ’ ସଂଯୋଜକ ଡକ୍ଟର ପ୍ରବୀଣ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।